ଏମ୍‌ଏସ୍‌ଏମ୍‌ଇ ଋଣ ଗ୍ୟାରେଣ୍ଟି ସୀମାରେ ପରିବର୍ତ୍ତନ

ନୂଆଦିଲ୍ଲୀ,୨।୮: ଦେଶର ଅଣୁ,କ୍ଷୁଦ୍ର ଏବଂ ମଧ୍ୟମ ଉଦ୍ୟୋଗ(ଏମ୍‌ଏସ୍‌ଏମ୍‌ଇ)ଗୁଡିକ ଲାଗି ସରକାର ଘୋଷଣା କରିଥିବା ୩ ଲକ୍ଷ କୋଟିର ଋଣ ଗ୍ୟାରେଣ୍ଟି ଯୋଜନାରେ କିଛିଟା ପରିବର୍ତ୍ତନ କରିଛନ୍ତି। ନିୟମରେ ପରିବର୍ତ୍ତନ ପରେ ସୀମାକୁ ବଢାଯିବା ସହ ୫୦ କୋଟି ଟଙ୍କା ପର୍ଯ୍ୟନ୍ତ ଋଣ ବକେୟା ରଖିଥିବା କମ୍ପାନୀଗୁଡିକ ଏହାର ପରିସରଭୁକ୍ତ କରାଯାଇଛି। ଏହା ପୂର୍ବରୁ ୨୫ କୋଟି ଟଙ୍କା ରହିଥିଲା। ଯେଉଁ କମ୍ପାନୀଗୁଡିକ ୨୫ କୋଟି ଟଙ୍କା ଋଣ ନେଇଥିଲେ ସେମାନଙ୍କୁ ସରକାର ଋଣରେ ଗ୍ୟାରେଣ୍ଟି ଦେଉଥିଲେ। ଏହା ବାଦ୍‌ ଯୋଜନା ମଧ୍ୟରେ ବ୍ୟବହାରିକ ଉଦ୍ଦେଶ୍ୟ ଲାଗି ଡାକ୍ତର, ଓକିଲ ଏବଂ ଚାର୍ଟାର୍ଡ ଆକାଉଣ୍ଟାଣ୍ଟଙ୍କୁ ପ୍ରଦାନ କରାଯାଇଥିବା ବ୍ୟକ୍ତିଗତ ଋଣକୁ ଏହାର ପରିସରଭୁକ୍ତ କରାଯାଇଥିବା ଜଣାପଡିଛି। ବ୍ୟବସାୟିକ ଉଦ୍ଦେଶ୍ୟ ଲାଗି ଦିଆଯାଉଥିବା ବ୍ୟକ୍ତିଗତ ଋଣକୁ ଏହାର ପରିସରଭୁକ୍ତ କରାଯାଉଥିବା ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ କହିଛନ୍ତି। ନୂଆପଦକ୍ଷେପ ଦ୍ୱାରା ଅଧିକ କମ୍ପାନୀ ଋଣ ଗ୍ୟାରେଣ୍ଟି ଯୋଜନାର ଲାଭ ଉଠାଇ ପାରିବେ ବୋଲି ଆର୍ଥତ୍କ ସେବା ସଚିବ ଦେବାଶିଷ ପଣ୍ଡା କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଅତ୍ୟାବଶ୍ୟକ ସାମଗ୍ରୀରୁ ଆଳୁ, ପିଆଜ, ଡାଲି ବାଦ୍‌

ନୂଆଦିଲ୍ଲୀ,୩ା୬(ପି.ଟି.): ଦେଶରେ ପୁଞ୍ଜିିନିବେଶ ବଢ଼ାଇବା ଲକ୍ଷ୍ୟରେ ଅତ୍ୟାବଶ୍ୟକ ସାମଗ୍ରୀ ଆଇନରେ ସଂଶୋଧନ ପ୍ରସ୍ତାବକୁ କେନ୍ଦ୍ର କ୍ୟାବିନେଟ ବୁଧବାର ମଞ୍ଜୁରୀ ପ୍ରଦାନ କରିଛି। ଅତ୍ୟାବଶ୍ୟକ ସାମଗ୍ରୀ ଆଇନ...

ବଜାରକୁ ଗତି ଦେଇପାରିବେ ଏମ୍‌ଏସ୍‌ଏମ୍‌ଇ

ନୂଆଦିଲ୍ଲୀ,୨୯।୭: ବର୍ତ୍ତମାନ କ୍ଷତିଗ୍ରସ୍ତ ବଜାର ସ୍ଥିତିରେ ଦେଶର ଅଣୁ ,କ୍ଷୁଦ୍ର ଏବଂ ମଧ୍ୟମ ଉଦ୍ୟୋଗ(ଏମ୍‌ଏସ୍‌ଏମ୍‌ଇ)ଗୁଡିକ ବିଭିନ୍ନ ସମସ୍ୟା ଦେଇ ଗତି କରୁଛନ୍ତି। ଏଭଳି ସ୍ଥିତିରେ କ୍ଷୁଦ୍ର...

ପ୍ରତି ସେକେଣ୍ଡ୍‌ରେ ମୁକେଶ ଅମ୍ବାନୀଙ୍କ ସମ୍ପତ୍ତି ବୃଦ୍ଧି ପାଇଛି …

ଦେଶର ସର୍ବବୃହତ କମ୍ପାନୀ ରିଲାଏନ୍ସ (ଆର୍‌ଏଲ୍‌ଆଇ)ର ଅଧ୍ୟକ୍ଷ ମୁକେଶ ଅମ୍ବାନୀ  ବିଶ୍ୱର ୧୦ ଧନୀ ତାଲିକାରେ ସାମିଲ ହୋଇପାରିଛନ୍ତି। ଏହି ସମୟ ମଧ୍ୟରେ ଅମ୍ବାନୀଙ୍କ ସମ୍ପତ୍ତି...

ଆଲ୍‌କହଲ ହ୍ୟାଣ୍ଡ ସାନିଟାଇଜର ଉପରେ ୧୮% ଜିଏସ୍‌ଟି

ନୂଆଦିଲ୍ଲୀ,୧୪।୭: ଆଲ୍‌କହଲ ହ୍ୟାଣ୍ଡ ସାନିଟାଇଜର ଉପରେ ୧୮% ଜିଏସ୍‌ଟି ଲାଗୁ ହେବ। ଏହା ଅତ୍ୟାବଶ୍ୟକ ସାମଗ୍ରୀ ତାଲିକାରେ ଆସୁଥିଲେ ମଧ୍ୟ ଏହା ଉପରେ ଉଚ୍ଚ ହାରର...

ଓ୍ବାର୍କ ଫ୍ରମ୍‌ ହୋମ୍‌ ଲାଗି ଏସ୍‌ବିଆଇର ବଡ଼ ଯୋଜନା: ଯେକୌଣସି ସ୍ଥାନରୁ କାମ କରିପାରିବେ କର୍ମଚାରୀ

ମୁମ୍ବାଇ,୧୪।୭: କୋଭିଡ୍‌ ଯୋଗୁ ବର୍ତ୍ତମାନ ଅଫିସ କଲ୍‌ଚର ବଦଳିଯାଇଛି। ଲୋକମାନେ ଓ୍ବାର୍କ ଫ୍ରମ୍‌ ହୋମ୍‌ ବା ଘରେ ରହି କାମ କରୁଛନ୍ତି। ସଂକ୍ରମଣ ଭୟ ରହୁଥିବାରୁ...

ପାନ୍‌-ଆଧାର ଲିଙ୍କ୍‌ ଅବଧି ସେପ୍ଟେମ୍ବର ଯାଏ ବୃଦ୍ଧି

ନୂଆଦିଲ୍ଲୀ,୨୬।୬: କେନ୍ଦ୍ର ସରକାର ପାନ୍‌ ସହ ଆଧାର ଲିଙ୍କ୍‌ କରାଇବା ସମୟକୁ ୩ ମାସ ବଢ଼ାଇଛନ୍ତି। ଫଳରେ ଲୋକମାନେ ଚଳିତ ବର୍ଷ ସେପ୍ଟେମ୍ବର ଶେଷ ଯାଏ...

ଏକ୍‌ଜିଟ୍‌ ପୋଲ୍‌କୁ ନେଇ ଉଦ୍ୟୋଗ ଜଗତ ଚୁପ୍‌

ନୂଆଦିଲ୍ଲୀ,୨୧-୫: ଭାରତୀୟ ଉଦ୍ୟୋଗ ଜଗତ ସୋମବାର ଏକ୍‌ଜିଟ୍‌ ପୋଲ୍‌କୁ ନେଇ ଚୁପ୍‌ ରହିଛି। କେହି କୌଣସି ପ୍ରତିକ୍ରିୟା ଦେଇନାହାନ୍ତି। ରବିବାର ସାଧାରଣ ନିର୍ବାଚନର ଶେଷ ପର୍ଯ୍ୟାୟ...

ଦୁର୍ନୀତିରେ ସମ୍ପୃକ୍ତି ଅଭିଯୋଗ;୧୨ ବରିଷ୍ଠ ଆୟକର ଅଧିକାରୀ ବିଦା

ନୂଆଦିଲ୍ଲୀ,୧୧-୬: ନିର୍ମଳା ସୀତାରାମନ୍‌ ଅର୍ଥମନ୍ତ୍ରୀ ଭାବେ ଦାୟିତ୍ୱ ନେବା ପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଆରମ୍ଭ କରିଦେଇଛନ୍ତି। ଅର୍ଥ ମନ୍ତ୍ରଣାଳୟ ଦୁର୍ନୀତି, ଯୌନ ନିର୍ଯାତନା ଅଭିଯୋଗରେ...

Advertisement
Archives

Model This Week