କମିଲା ଜିଏସ୍‌ଟି ସଂଗ୍ରହ

ନୂଆଦିଲ୍ଲୀ,୨।୬: ମାସିକ ଆଧାରରେ ଦ୍ରବ୍ୟ ଏବଂ ସେବା କର (ଜିଏସ୍‌ଟି) ସଂଗ୍ରହରେ ଚଳିତ ବର୍ଷ ମେ’ ମାସରେ ୧୬% ହ୍ରାସ ଘଟି ୧.୪୧ ଲକ୍ଷ କୋଟିରେ ରହିଯାଇଛି। ପୂର୍ବ ମାସ ଅର୍ଥାତ୍‌ ଏପ୍ରିଲରେ ଜିଏସ୍‌ଟି ସଂଗ୍ରହ ୧.୬୮ ଲକ୍ଷ କୋଟି ଟଙ୍କା ରହିଥିଲା। ଜିଏସ୍‌ଟି ବ୍ୟବସ୍ଥା ଆରମ୍ଭ ହେବା ପରଠାରୁ ୨୦୨୨ ଏପ୍ରିଲରେ ସଂଗ୍ରହ ହାର ସର୍ବକାଳୀନ ଉଚ୍ଚ ସ୍ତରରେ ରହିଥିଲା। କେନ୍ଦ୍ର ଅର୍ଥ ମନ୍ତ୍ରଣାଳୟ ପକ୍ଷରୁ ଜାରି ତଥ୍ୟରୁ ଏ ସମ୍ପର୍କରେ ଜଣାପଡ଼ିଛି। ତେବେ ତଥ୍ୟ ଅନୁସାରେ ୨୦୨୧ ମେ’ ମାସ ତୁଳନାରେ ଚଳିତ ବର୍ଷରେ ଉକ୍ତ ଅବଧିରେ ଜିଏସ୍‌ଟି ସଂଗ୍ରହ ୪୪% ବୃଦ୍ଧି ପାଇଛି। ମନ୍ତ୍ରଣାଳୟ ବୟାନ ଅନୁସାରେ, ପ୍ରତ୍ୟେକ ବର୍ଷ ମେ’ ମାସରେ ଜିଏସ୍‌ଟି ସଂଗ୍ରହ ସାଧାରଣତଃ ଏପ୍ରିଲ ଅପେକ୍ଷା କମ୍‌ ରହିଥାଏ। ଏପ୍ରିଲ ମାସରେ ଆର୍ଥିକ ବର୍ଷର ଆରମ୍ଭ ହୋଇଥାଏ। ଫଳରେ ମେ’ ମାସର ସଂଗ୍ରହ ଏପ୍ରିଲ ମାସର ରିଟର୍ନ ସହିତ ଯୋଡ଼ା ହୋଇଥାଏ। ଏହାସତ୍ତ୍ୱେ ଚଳିତ ବର୍ଷ ମେ’ ମାସରେ ଜିଏସ୍‌ଟି ସଂଗ୍ରହ ୧.୪୦ ଲକ୍ଷ କୋଟିର ସରକାରୀ ଆକଳନଠାରୁ ଅଧିକ ରହିଥିବା ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି। ମେ’ ମାସର ମୋଟ୍‌ ଜିଏସ୍‌ଟି ସଂଗ୍ରହରେ ୨୫,୦୩୬ କୋଟି ଟଙ୍କା ସେଣ୍ଟ୍ରାଲ ଜିଏସ୍‌ଟି, ୩୨୦୦୧ କୋଟି ଟଙ୍କାର ରାଜ୍ୟ ଜିଏସ୍‌ଟି, ୭୩୩୪୫ କୋଟି ଟଙ୍କାର ଇଣ୍ଟିଗ୍ରେଟେଡ୍‌ ଜିଏସ୍‌ଟି ଏବଂ ୧୦,୫୦୨ କୋଟି ଟଙ୍କାର କମ୍ପେନ୍‌ସେସନ୍‌ ସେସ୍‌ ଅଂଶ ସାମିଲ ରହିଛି। ଉକ୍ତ ମାସର ଇଣ୍ଟିଗ୍ରେଟେଡ୍‌ ଜିଏସ୍‌ଟି ମଧ୍ୟରୁ ୨୭,୯୨୪ କୋଟି ଟଙ୍କା କେନ୍ଦ୍ର ଜିଏସ୍‌ଟି ଏବଂ ୨୩,୧୨୩ କୋଟି ଟଙ୍କାକୁ ରାଜ୍ୟ ଜିଏସ୍‌ଟିରେ ଭାଗ ବାଣ୍ଟି ଦେଇଛନ୍ତି। ଏହି ଭାଗବଣ୍ଟା ସମାଧାନ ପରେ କେନ୍ଦ୍ର ଜିଏସ୍‌ଟିର ମୋଟ୍‌ ସଂଗ୍ରହ ୫୨,୯୬୦ କୋଟି ଟଙ୍କା ଥିବା ବେଳେ ରାଜ୍ୟ ଜିଏସ୍‌ଟିରେ ମୋଟ୍‌ ସଂଗ୍ରହ ୫୫,୧୨୪ କୋଟି ଟଙ୍କା ରହିଛି। ୨୦୧୭ ଜୁଲାଇରୁ ଜିଏସ୍‌ଟି ବ୍ୟବସ୍ଥା ଲାଗୁ ହେବା ପରଠାରୁ ମେ’ ମାସ ସଂଗ୍ରହକୁ ନଜରରେ ରଖି ୪ର୍ଥ ଥର ପାଇଁ ମାସିକ ଜିଏସ୍‌ଟି କଲେକ୍ସନ୍‌ ୧.୪୦ ଲକ୍ଷ କୋଟି ଟଙ୍କାରୁ ଅଧିକ ରହିଛି। ଏହାଛଡ଼ା ଲଗାତର ୧୧ତମ ମାସ ପାଇଁ ଜିଏସ୍‌ଟି ସଂଗ୍ରହ ୧ଲକ୍ଷ କୋଟିରୁ ଅଧିକ ରହିଥିବା କେନ୍ଦ୍ର ଅର୍ଥ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ସୁନା-ରୂପା ମୂଲ୍ୟରେ ବଡ଼ ହ୍ରାସ; ୧୩୦୦୦ କମିଲା….

ନୂଆଦିଲ୍ଲୀ,୨।୪: ଆଜି ସୁନା ଏବଂ ରୂପା ବଜାରରେ ଏକ ବଡ଼ ହ୍ରାସ ଦେଖିବାକୁ ମିଳିଛି । ଯାହା ନିବେଶକ ଏବଂ କ୍ରେତା ଉଭୟଙ୍କ ମଧ୍ୟରେ ଉତ୍ସାହ ସୃଷ୍ଟି…

ଓରାକଲ୍‌ରୁ ଆମାଜନ୍‌ ଯାଏ ଛଟେଇ: ନିଯୁକ୍ତି ହରାଇଲେଣି ୧୨୦୦୦ ଭାରତୀୟ

ନୂଆଦିଲ୍ଲୀ , ୨ା୪:ଆଇଟି କ୍ଷେତ୍ରରେ କାର୍ଯ୍ୟ କରୁଥିବା କର୍ମଚାରୀ ଏବଂ ପେସାଦାରଙ୍କ ପାଇଁ ଏବେ କୃତ୍ରିମ ବୁଦ୍ଧିମତ୍ତା (ଏଆଇ) ସବୁଠୁ ବଡ଼ ଚ୍ୟାଲେଞ୍ଜ ସୃଷ୍ଟି କରିଛି। ବର୍ତ୍ତମାନ…

ସାବଧାନ! ୧ ଏପ୍ରିଲରୁ ବଦଳିଲା UPIର ପ୍ରକ୍ରିୟା, ପେମେଣ୍ଟ ଉପରେ ଲାଗିଲା…

ନୂଆଦିଲ୍ଲୀ,୧।୪: ଯଦି ଆପଣ ଚା ଦୋକାନ ଠାରୁ ଆରମ୍ଭ କରି ସପିଂ ମଲ ପର୍ଯ୍ୟନ୍ତ ସବୁଠି ପେମେଣ୍ଟ ପାଇଁ PhonePe, Google Pay, କିମ୍ବା Paytm ଭଳି…

ମାସରେ ୩୦ ଦିନରୁ ୧୪ ଦିନ ବ୍ୟାଙ୍କ୍ ସେବା ବନ୍ଦ; ଜାଣି ନିଅନ୍ତୁ କେମିତି କରିବେ ଟଙ୍କା ଜମା..

ନୂଆଦିଲ୍ଲୀ,୩୧।୩: ଯଦି ଆପଣଙ୍କର ବ୍ୟାଙ୍କ କାମ ବାକି ଅଛି ଏବଂ ଆପଣ ଏହାକୁ ଆସନ୍ତା ମାସରେ ସମାପ୍ତ କରିବାକୁ ଚିନ୍ତା କରୁଛନ୍ତି, ତେବେ ଅପେକ୍ଷା କରନ୍ତୁନାହିଁ! ଏପ୍ରିଲ…

୧ ଏପ୍ରିଲରୁ ATM ରୁ ଟଙ୍କା ଉଠାଇବା ହେବ ମହଙ୍ଗା! HDFC ରୁ PNB ପର୍ଯ୍ୟନ୍ତ…

ନୂଆଦିଲ୍ଲୀ,୩୧।୩: ୧ ଏପ୍ରିଲ, ୨୦୨୬ ଠାରୁ, HDFC ବ୍ୟାଙ୍କ, ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ ଏବଂ ବନ୍ଧନ ବ୍ୟାଙ୍କ ସେମାନଙ୍କର ATM ନିୟମରେ ପରିବର୍ତ୍ତନ କରିବେ। ଏଥିରେ ମାଗଣା…

ଆଜି ରାତି ୧୨ଟା ସୁଦ୍ଧା ଶେଷ କରନ୍ତୁ ଏହି ୩ କାମ, ନଚେତ୍‌ ଆସନ୍ତାକାଲିଠୁ ବନ୍ଦ ହୋଇଯିବ ଆପଣଙ୍କର…

ନୂଆଦିଲ୍ଲୀ,୩୧।୩: ଆଜି ମାର୍ଚ୍ଚ ୩୧, ୨୦୨୬ ଆର୍ଥିକ ବର୍ଷର ଶେଷ ଦିନ। ଯଦି ଆପଣଙ୍କର ଏକ ବ୍ୟାଙ୍କ ଆକାଉଣ୍ଟ ଅଛି କିମ୍ବା ଆପଣ ଷ୍ଟକ ବଜାରରେ ନିବେଶ…

ହର୍ମୁଜ ଶକ୍ତି ସଙ୍କଟ ମଧ୍ୟରେ ବଡ଼ ନିଷ୍ପତ୍ତି ନେଲେ ସରକାର: ଏବେ ଗହମ-ଚାଉଳ ସହିତ ମିଳିବ…

ନୂଆଦିଲ୍ଲୀ,୩୦।୩: ଇରାନ ଉପରେ ଆମେରିକା ଏବଂ ଇସ୍ରାଏଲର ଆକ୍ରମଣ ପରେ, ଇରାନ ହର୍ମୁଜ ପ୍ରଣାଳୀକୁ ବନ୍ଦ କରିଦେଇଛି। ଏହା ଭାରତ ସମେତ ବିଶ୍ୱକୁ ଶକ୍ତି ଯୋଗାଣକୁ ପ୍ରଭାବିତ…

୨୫ ବର୍ଷ ମଧ୍ୟରେ ଯାହା ହୋଇନଥିଲା ତାହା ଏବେ ଘଟୁଛି… କାହିଁକି ଦ୍ରୁତ ଗତିରେ ସୁନା ବିକ୍ରି କରୁଛି ରୁଷିଆ? ଜାଣିଲେ…

ନୂଆଦିଲ୍ଲୀ,୩୦।୩: ରୁଷିଆ ୨୫ ବର୍ଷ ମଧ୍ୟରେ ପ୍ରଥମଥର ପାଇଁ ଏହାର କେନ୍ଦ୍ରୀୟ ବ୍ୟାଙ୍କ ଭଣ୍ଡାରରୁ ସୁନା ବିକ୍ରୟ ଆରମ୍ଭ କରିଛି। ବର୍ଲିନ ସ୍ଥିତ ଏକ ଖବର ସଂସ୍ଥାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri