କମିଲା ଜିଏସ୍‌ଟି ସଂଗ୍ରହ

ନୂଆଦିଲ୍ଲୀ,୨।୬: ମାସିକ ଆଧାରରେ ଦ୍ରବ୍ୟ ଏବଂ ସେବା କର (ଜିଏସ୍‌ଟି) ସଂଗ୍ରହରେ ଚଳିତ ବର୍ଷ ମେ’ ମାସରେ ୧୬% ହ୍ରାସ ଘଟି ୧.୪୧ ଲକ୍ଷ କୋଟିରେ ରହିଯାଇଛି। ପୂର୍ବ ମାସ ଅର୍ଥାତ୍‌ ଏପ୍ରିଲରେ ଜିଏସ୍‌ଟି ସଂଗ୍ରହ ୧.୬୮ ଲକ୍ଷ କୋଟି ଟଙ୍କା ରହିଥିଲା। ଜିଏସ୍‌ଟି ବ୍ୟବସ୍ଥା ଆରମ୍ଭ ହେବା ପରଠାରୁ ୨୦୨୨ ଏପ୍ରିଲରେ ସଂଗ୍ରହ ହାର ସର୍ବକାଳୀନ ଉଚ୍ଚ ସ୍ତରରେ ରହିଥିଲା। କେନ୍ଦ୍ର ଅର୍ଥ ମନ୍ତ୍ରଣାଳୟ ପକ୍ଷରୁ ଜାରି ତଥ୍ୟରୁ ଏ ସମ୍ପର୍କରେ ଜଣାପଡ଼ିଛି। ତେବେ ତଥ୍ୟ ଅନୁସାରେ ୨୦୨୧ ମେ’ ମାସ ତୁଳନାରେ ଚଳିତ ବର୍ଷରେ ଉକ୍ତ ଅବଧିରେ ଜିଏସ୍‌ଟି ସଂଗ୍ରହ ୪୪% ବୃଦ୍ଧି ପାଇଛି। ମନ୍ତ୍ରଣାଳୟ ବୟାନ ଅନୁସାରେ, ପ୍ରତ୍ୟେକ ବର୍ଷ ମେ’ ମାସରେ ଜିଏସ୍‌ଟି ସଂଗ୍ରହ ସାଧାରଣତଃ ଏପ୍ରିଲ ଅପେକ୍ଷା କମ୍‌ ରହିଥାଏ। ଏପ୍ରିଲ ମାସରେ ଆର୍ଥିକ ବର୍ଷର ଆରମ୍ଭ ହୋଇଥାଏ। ଫଳରେ ମେ’ ମାସର ସଂଗ୍ରହ ଏପ୍ରିଲ ମାସର ରିଟର୍ନ ସହିତ ଯୋଡ଼ା ହୋଇଥାଏ। ଏହାସତ୍ତ୍ୱେ ଚଳିତ ବର୍ଷ ମେ’ ମାସରେ ଜିଏସ୍‌ଟି ସଂଗ୍ରହ ୧.୪୦ ଲକ୍ଷ କୋଟିର ସରକାରୀ ଆକଳନଠାରୁ ଅଧିକ ରହିଥିବା ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି। ମେ’ ମାସର ମୋଟ୍‌ ଜିଏସ୍‌ଟି ସଂଗ୍ରହରେ ୨୫,୦୩୬ କୋଟି ଟଙ୍କା ସେଣ୍ଟ୍ରାଲ ଜିଏସ୍‌ଟି, ୩୨୦୦୧ କୋଟି ଟଙ୍କାର ରାଜ୍ୟ ଜିଏସ୍‌ଟି, ୭୩୩୪୫ କୋଟି ଟଙ୍କାର ଇଣ୍ଟିଗ୍ରେଟେଡ୍‌ ଜିଏସ୍‌ଟି ଏବଂ ୧୦,୫୦୨ କୋଟି ଟଙ୍କାର କମ୍ପେନ୍‌ସେସନ୍‌ ସେସ୍‌ ଅଂଶ ସାମିଲ ରହିଛି। ଉକ୍ତ ମାସର ଇଣ୍ଟିଗ୍ରେଟେଡ୍‌ ଜିଏସ୍‌ଟି ମଧ୍ୟରୁ ୨୭,୯୨୪ କୋଟି ଟଙ୍କା କେନ୍ଦ୍ର ଜିଏସ୍‌ଟି ଏବଂ ୨୩,୧୨୩ କୋଟି ଟଙ୍କାକୁ ରାଜ୍ୟ ଜିଏସ୍‌ଟିରେ ଭାଗ ବାଣ୍ଟି ଦେଇଛନ୍ତି। ଏହି ଭାଗବଣ୍ଟା ସମାଧାନ ପରେ କେନ୍ଦ୍ର ଜିଏସ୍‌ଟିର ମୋଟ୍‌ ସଂଗ୍ରହ ୫୨,୯୬୦ କୋଟି ଟଙ୍କା ଥିବା ବେଳେ ରାଜ୍ୟ ଜିଏସ୍‌ଟିରେ ମୋଟ୍‌ ସଂଗ୍ରହ ୫୫,୧୨୪ କୋଟି ଟଙ୍କା ରହିଛି। ୨୦୧୭ ଜୁଲାଇରୁ ଜିଏସ୍‌ଟି ବ୍ୟବସ୍ଥା ଲାଗୁ ହେବା ପରଠାରୁ ମେ’ ମାସ ସଂଗ୍ରହକୁ ନଜରରେ ରଖି ୪ର୍ଥ ଥର ପାଇଁ ମାସିକ ଜିଏସ୍‌ଟି କଲେକ୍ସନ୍‌ ୧.୪୦ ଲକ୍ଷ କୋଟି ଟଙ୍କାରୁ ଅଧିକ ରହିଛି। ଏହାଛଡ଼ା ଲଗାତର ୧୧ତମ ମାସ ପାଇଁ ଜିଏସ୍‌ଟି ସଂଗ୍ରହ ୧ଲକ୍ଷ କୋଟିରୁ ଅଧିକ ରହିଥିବା କେନ୍ଦ୍ର ଅର୍ଥ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଅବସରବେଳେ ଦରକାର ୧କୋଟି ଟଙ୍କା? ଏହି ଫର୍ମୂଲାରେ ୫ମାସରେ ମିଳିଯିବ ଟଙ୍କା, ଜାଣନ୍ତୁ କେମିତି

ନୂଆଦିଲ୍ଲୀ,୨୩।୧୨:ଲୋକମାନେ ପ୍ରାୟତଃ ଅବସର ସମୟରେ କୋଟି କୋଟି ଟଙ୍କାର କର୍ପସ ପାଇବାର ସ୍ୱପ୍ନ ଦେଖନ୍ତି, କିନ୍ତୁ କେବଳ କିଛି ଲୋକ ଏହି ସୱପ୍ନକୁ ପୂରଣ କରିପାରିବେ।...

ଏପ୍ରିଲ ପରେ ବନ୍ଦ ହୋଇଯିବ ଏହି ୬ଟି ବଡ଼ ବ୍ୟାଙ୍କ? ଆକାଉଣ୍ଟ ଥିଲେ କଣ କରିବେ…

ନୂଆଦିଲ୍ଲୀ,୨୩।୧୨: କେନ୍ଦ୍ର ସରକାର ପୁଣିଥରେ ବ୍ୟାଙ୍କିଙ୍ଗ କ୍ଷେତ୍ରରେ ବଡ଼ ପରିବର୍ତ୍ତନ ପାଇଁ ପ୍ରସ୍ତୁତି କରୁଛନ୍ତି। ରିପୋର୍ଟ ଅନୁଯାୟୀ ସରକାର ଛଅଟି ବଡ଼ ସରକାରୀ ବ୍ୟାଙ୍କକୁ ପରସ୍ପର...

8th Pay Commissionକୁ ନେଇ ଆସିଲା ବଡ଼ ଅପ୍‌ଡେଟ: ଜାନୁଆରୀରେ ବଢିଯିବ…

ନୂଆଦିଲ୍ଲୀ,୨୩।୧୨: କେନ୍ଦ୍ର ସରକାରୀ କର୍ମଚାରୀ ଏବଂ ପେନସନଭୋଗୀଙ୍କ ପାଇଁ ୨୦୨୬ ବର୍ଷ ଏକ ଗୁରୁତ୍ୱପୂର୍ଣ୍ଣ ବର୍ଷ ହେବାକୁ ଯାଉଛି। ୭ମ ବେତନ କମିଶନର ଅବଧି ୩୧...

Gold Price Today : ୨୪ ଶହ ଟଙ୍କା ବଢ଼ିଲା ସୁନା ଦର, ଜାଣନ୍ତୁ ଭୁବନେଶ୍ବରରେ କେତେ ରହିଛି ଦାମ୍

ନୂଆଦିଲ୍ଲୀ,୨୩।୧୨: ଚଳିତ ବର୍ଷ ସୁନା ମୂଲ୍ୟରେ ତୀବ୍ର ବୃଦ୍ଧି ଘଟିଛି। ଡିସେମ୍ବର ୨୨ ତାରିଖରେ ବିଶ୍ୱ ସୁନା ମୂଲ୍ୟ ପ୍ରଥମ ଥର ପାଇଁ ପ୍ରତି ଆଉନ୍ସ...

AI ଦୌଡ଼ରେ ଗୁଗଲର ବଡ଼ ପଦକ୍ଷେପ: ୪.୭୫ ବିଲିୟନ ଡଲାରରେ କିଣିଲା ଏହି କମ୍ପାନୀ

ନୂଆଦିଲ୍ଲୀ,୨୨ା୧୨: କୃତ୍ରିମ ବୁଦ୍ଧିମତା ବା ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ (AI) କ୍ଷେତ୍ରରେ ନିଜର ଦବଦବା ବଜାୟ ରଖିବା ପାଇଁ ଗୁଗଲର ପ୍ୟାରେଣ୍ଟ କମ୍ପାନୀ ‘ଆଲଫାବେଟ୍’ ଏକ ବଡ଼...

ମୋହନ ସରକାରଙ୍କ ଅମଳରେ ପଛେଇଗଲା ଓଡ଼ିଶା, ବେକାରୀ ବୃଦ୍ଧି: ବିଜେଡିର ସାଂଘାତିକ ଅଭିଯୋଗ

ଭୁବନେଶ୍ୱର,୨୨।୧୨: ଓଡ଼ିଶାରେ ଶାସନ କରୁଥିବା ଭାଜପା ସରକାରଙ୍କୁ ଅର୍ଥନୈତିକ ବିଫଳତା ପ୍ରସଙ୍ଗରେ ଘେରିଛି ବିରୋଧୀ ବିଜୁ ଜନତା ଦଳ (ବିଜେଡି)। ରାଜ୍ୟର ଅଭିବୃଦ୍ଧି ହାର କମିବା...

ନୂଆ ବର୍ଷ ପୂର୍ବରୁ EPFO ଜାରି କଲା ନୂଆ ଗାଇଡଲାଇନ୍‌, ଜାଣିରଖନ୍ତୁ…

ନୂଆଦିଲ୍ଲୀ,୨୨।୧୨: କର୍ମଚାରୀ ଭବିଷ୍ୟନିଧି ପାଣ୍ଠି ସଂଗଠନ (EPFO) କର୍ମଚାରୀ ପେନସନ ଯୋଜନା (EPS) ସହିତ ଜଡିତ ଭୁଲ କିମ୍ବା ଅସମ୍ପୂର୍ଣ୍ଣ ଯୋଗଦାନର ମାମଲାଗୁଡ଼ିକର ସମାଧାନ ପାଇଁ...

UPI ପେମେଣ୍ଟରେ ନୂତନ ସୀମା ନିର୍ଣ୍ଣୟ କରିବ NPCI, ଏପରି ହେଉଛି ଠକେଇ

ନୂଆଦିଲ୍ଲୀ,୨୨।୧୨: ୟୁନିଫାଇଡ୍ ପେମେଣ୍ଟସ୍ ଇଣ୍ଟରଫେସ୍ (UPI) ମାଧ୍ୟମରେ ହେଉଥିବା ଆର୍ଥିକ ଜାଲିଆତିକୁ ରୋକିବା ପାଇଁ ନ୍ୟାସନାଲ ପେମେଣ୍ଟସ୍ କର୍ପୋରେସନ୍ ଅଫ୍ ଇଣ୍ଡିଆ (NPCI) ଏକ ଗୁରୁତ୍ୱପୂର୍ଣ୍ଣ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri