ଧାନବାଦ୍‌ ଏକ୍ସପ୍ରେସ୍‌ରେ ପୋଷ୍ଟର ମାରିଲା ଜିଆର୍‌ପି

ଭୁବନେଶ୍ୱର,୨୪।୪(ବ୍ୟୁରୋ): ଭୁବନେଶ୍ୱର ରେଳ ଷ୍ଟେଶନରେ ଅଟକିଥିବା ଧାନବାଦ୍‌ ଏକ୍ସପ୍ରେସ୍‌ ଟଏଲେଟରେ ଅଚିହ୍ନା ମହିଳାଙ୍କୁ ହତ୍ୟା ଘଟଣାକୁ ରବିବାର ୩ଦିନ ବିତିଛି। ହେଲେ ମହିଳାଙ୍କ ପରିଚୟ ମିଳୁ ନ ଥିବାରୁ ଅଭିଯୁକ୍ତଙ୍କୁ ଧରିବା ସରକାରୀ ରେଲ୍‌ୱେ ଥାନା ପୋଲିସ (ଜିଆର୍‌ପି) ପାଇଁ କଷ୍ଟସାଧ୍ୟ ହୋଇପଡ଼ିଛି। ତେଣୁ ପରିଚୟ ପାଇବା ପାଇଁ ଧନ୍‌ବାଦ୍‌ ଏକ୍ସପ୍ରେସ୍‌ରେ ମହିଳାଙ୍କ ପୋଷ୍ଟର ମାରିଛି ଜିଆର୍‌ପି। ରବିବାର ଟ୍ରେନ୍‌ର ବିଭିନ୍ନ ବଗିରେ ୨୦ରୁ ଉର୍ଦ୍ଧ୍ୱ ପୋଷ୍ଟର ମରାଯାଇଥିଲା। ତେବେ ସୋମବାର ଉକ୍ତ ଟ୍ରେନ ରୁଟ୍‌ରେ ପଡ଼ୁଥିବା ସମସ୍ତ ଷ୍ଟେଶନରେ ପୋଷ୍ଟର ମାରିବା ସହ ଭୁବନେଶ୍ୱରର କିଛି ବସ୍ତି ଅଞ୍ଚଳରେ ପୋଷ୍ଟର ମରାଯିବ ବୋଲି ଜିଆର୍‌ପି ପକ୍ଷରୁ ସୂଚନା ଦିଆଯାଇଛି। ଉକ୍ତ ପୋଷ୍ଟରରେ ମହିଳାଙ୍କ ଫଟୋ ସହ ତାଙ୍କ ସମ୍ବନ୍ଧରେ କିଛି ତଥ୍ୟ ଦର୍ଶାଯାଇଛି। ପୋଷ୍ଟରରେ କୁହାଯାଇଛି, ମହିଳା ଜଣଙ୍କ ବିବାହିତ ବୋଲି ଜଣାପଡ଼ୁଥିବା ବେଳେ ତାଙ୍କ ଉଚ୍ଚତ୍ତା ପ୍ରାୟ ୫ ଫୁଟ, ଶରୀର ଗଠନ ପତଳା, ଶ୍ୟାମଳ ରଙ୍ଗ ଓ ସେ ସାଲୱାର କୁର୍ତ୍ତି ପିନ୍ଧିଥିଲେ। ହାତରେ ଲାଲ୍‌ ରଙ୍ଗର ଇମିଟେସନ୍‌ ଚୁଡ଼ି, ବେକରେ ଇମିଟେସନ୍‌ ମଙ୍ଗଳସୂତ୍ର ଓ ଗୋଡ଼ରେ ମୁଦି ପିନ୍ଧିଥିଲେ। ଯଦି କୌଣସି ବ୍ୟକ୍ତି ଏହି ମହିଳାଙ୍କ ପରିଚୟ ପ୍ରଦାନ କରିବେ ତେବେ ତାଙ୍କ ନାଁ ଓ ଠିକଣା ଗୁପ୍ତ ରଖାଯିବ। ଏଥିସହ ସୂଚନାଦାତାଙ୍କୁ ଯଥୋଚିତ ଅର୍ଥରାଶୀ ପୁରସ୍କୃତ କରାଯିବ। ସୂଚନା ଦେବା ପାଇଁ ତେବେ ଏଥିସହ ଉକ୍ତ ପୋଷ୍ଟର ଜରିଆରେ ତଦନ୍ତକାରୀ ଅଧିକାରୀଙ୍କ ୩ଟି ମୋବାଇଲ ନମ୍ବର ଦିଆଯାଇଛି। ସେଗୁଡ଼ିକ ହେଲା ୯୪୩୮୧୨୨୫୨୮, ୯୪୩୮୯୧୬୮୯୨ ଓ ୭୦୦୮୨୯୭୯୪୭। ଜିଆର୍‌ପି ବିଭିନ୍ନ ଦିଗକୁ ତଦନ୍ତ ଜାରି ରଖିଥିବା ବେଳେ ମହିଳାଙ୍କ ପରିଚୟ ମିଳୁ ନ ଥିବାରୁ ଏହା ରହସ୍ୟ ହୋଇ ରହିଯିବ ବୋଲି ମଧ୍ୟ ଚର୍ଚ୍ଚା ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

କ୍ରସର ୟୁନିଟରୁ ଚୋରି, ବିଳମ୍ବିତ ରାତିରେ ପାଣି ମୋଟର…

ଦିଗପହଣ୍ଡି,୨୨।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କୁଶପଡ଼ା ପଞ୍ଚାୟତ କେ.ସାମନ୍ତରାପୁର ଗ୍ରାମ ନିକଟ ଷ୍ଟୋନ କ୍ରସର ୟୁନିଟରୁ ଚୋରି ହୋଇଥିବା ନେଇ ଅଭିଯୋଗ ହୋଇଛି…

ଟ୍ରମ୍ପଙ୍କ ଧମକ ପରେ ଇରାନର ବଡ଼ ଘୋଷଣା, ଶତ୍ରୁ ରାଷ୍ଟ୍ରର ଜାହାଜ ବ୍ୟତୀତ ସମସ୍ତ ଜାହାଜକୁ…

ନୂଆଦିଲ୍ଲୀ,୨୨।୩: ଟ୍ରମ୍ପଙ୍କ ଧମକ ପରେ ଇରାନ ପାଲଟା ଜବାବ ଦେଇଛି । ଇରାନ ହର୍ମୁଜ୍ ଷ୍ଟ୍ରେଟ ସମ୍ପର୍କରେ ନିଜର ମତରେ ସାମାନ୍ୟ ନରମତା ଦେଖାଇଛି । ଏହା…

ସ୍ୱାମୀ ଚେତନାନନ୍ଦଙ୍କ ଆଧ୍ୟାତ୍ମିକ ବାଣୀ ମାନବ ଜୀବନକୁ ଶୃଙ୍ଖଳିତ କରିପାରିବ

ଦିଗପହଣ୍ଡି,୨୨।୩(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ଏନ୍‌ଏସି ୧୦ନମ୍ୱର ୱାର୍ଡ ଗଡ଼ ଚୈତନ୍ୟପୁର ଶାସନ ସାହି ସ୍ଥିତ ସ୍ୱାମୀ ଚେତନାନନ୍ଦ ସାରସ୍ୱତ ବିଦ୍ୟାମନ୍ଦିରର ୧୫ତମ ବାର୍ଷିକୋତ୍ସବ ଏବଂ ଦୁଇଦିନ…

ହର୍ମୁଜ ଷ୍ଟ୍ରେଟରେ ପହଞ୍ଚିଲା ବ୍ରିଟିଶ ବୁଡ଼ାଜାହାଜ, ଟ୍ରମ୍ପଙ୍କ ଧମକ ମଧ୍ୟରେ କୀର ଷ୍ଟାରମରଙ୍କ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି

ଓ୍ବାଶିଂଟନ,୨୨।୩: ମଧ୍ୟପ୍ରାଚ୍ୟରେ ବର୍ତ୍ତମାନ ଚାଲିଥିବା ସଂଘର୍ଷ ଆରମ୍ଭ ହେବାର ତିନି ସପ୍ତାହରୁ ଅଧିକ ସମୟ ବିତିଗଲାଣି; ତଥାପି, ଯୁଦ୍ଧ ଶେଷ ହେବାର କୌଣସି ସୂଚନା ନାହିଁ –…

ବିନା ଦର୍ଶକରେ ଖେଳାଯିବ PSL ମ୍ୟାଚ୍, ଏହି କାରଣରୁ ନିଆଗଲା ବଡ଼ ନିଷ୍ପତ୍ତି

ନୂଆଦିଲ୍ଲୀ,୨୨।୩: ପାକିସ୍ତାନ ସୁପର ଲିଗ୍ (PSL)ର ନୂତନ ସିଜିନ୍ ମାର୍ଚ୍ଚ ୨୬ ରେ ଆରମ୍ଭ ହେବାକୁ ଯାଉଛି । ସିଜିନ୍ ଆରମ୍ଭ ହେବା ପୂର୍ବରୁ, PCB ଟୁର୍ଣ୍ଣାମେଣ୍ଟ…

ସରକାରୀ ଜମି ଜବରଦଖଲ, ଚୌରଗଡ଼ିଆ ଗ୍ରାମରେ ତୀବ୍ର ଜନଅସନ୍ତୋଷ

ବଞ୍ଚୋ,୨୨।୩(ପ୍ରଦୋଷ କୁମାର ବିଶ୍ୱାଳ ): କେନ୍ଦୁଝର ଜିଲା ଆନନ୍ଦପୁର ଉପଖଣ୍ଡ ଚୋରଗାଡ଼ିଆ ଗ୍ରାମରେ ସରକାରୀ ଜମି ଜବରଦଖଲକୁ ନେଇ ଜନଅସନ୍ତୋଷ ଦେଖାଦେଇଛି । ଗ୍ରାମବାସୀଙ୍କ ଅଭିଯୋଗ ଅନୁସାରେ,…

ବାଇକ୍‌ ଦୁର୍ଘଟଣାରେ ଚାଲିଗଲା ଯୁବତୀ, ଯୁବକଙ୍କ ଜୀବନ

ମୁନିଗୁଡ଼ା,୨୨।୩: ରାୟଗଡ଼ା ଜିଲା ବିଷମକଟକ ଥାନା ଚାଟିକଣାଠାରେ ରବିବାର ଏକ ଦୁର୍ଘଟଣା ଘଟିଛି। ଦୁର୍ଘଟଣାରେ ଜଣେ ଯୁବତୀ ଏବଂ ଯୁବକଙ୍କ ମୃତ୍ୟୁ ଘଟିଛି। ହେଲେ ସେମାନଙ୍କ ପରିଚୟ…

VIDEO:ଷ୍ଟ୍ରେଟ ଅଫ୍ ହର୍ମୁଜରେ ଇରାନର ବଡ଼ ଆକ୍ରମଣ, F-୧୫ ଫାଇଟର ଜେଟକୁ ଖସାଇ ଦେଇଥିବା ଦାବି

ନୂଆଦିଲ୍ଲୀ,୨୨।୩: ଇରାନ ପୁଣିଥରେ ଇସ୍ରାଏଲ ଏବଂ ଆମେରିକାକୁ ଏକ ବଡ଼ ଝଟକା ଦେଇଛି । ଏକ ଇରାନୀ କ୍ଷେପଣାସ୍ତ୍ର ହର୍ମୁଜ୍ ଷ୍ଟ୍ରେଟରେ ଶତ୍ରୁପକ୍ଷର ଏକ F-୧୫ ଲଢ଼ୁଆ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri