ଧାନବାଦ୍‌ ଏକ୍ସପ୍ରେସ୍‌ରେ ପୋଷ୍ଟର ମାରିଲା ଜିଆର୍‌ପି

ଭୁବନେଶ୍ୱର,୨୪।୪(ବ୍ୟୁରୋ): ଭୁବନେଶ୍ୱର ରେଳ ଷ୍ଟେଶନରେ ଅଟକିଥିବା ଧାନବାଦ୍‌ ଏକ୍ସପ୍ରେସ୍‌ ଟଏଲେଟରେ ଅଚିହ୍ନା ମହିଳାଙ୍କୁ ହତ୍ୟା ଘଟଣାକୁ ରବିବାର ୩ଦିନ ବିତିଛି। ହେଲେ ମହିଳାଙ୍କ ପରିଚୟ ମିଳୁ ନ ଥିବାରୁ ଅଭିଯୁକ୍ତଙ୍କୁ ଧରିବା ସରକାରୀ ରେଲ୍‌ୱେ ଥାନା ପୋଲିସ (ଜିଆର୍‌ପି) ପାଇଁ କଷ୍ଟସାଧ୍ୟ ହୋଇପଡ଼ିଛି। ତେଣୁ ପରିଚୟ ପାଇବା ପାଇଁ ଧନ୍‌ବାଦ୍‌ ଏକ୍ସପ୍ରେସ୍‌ରେ ମହିଳାଙ୍କ ପୋଷ୍ଟର ମାରିଛି ଜିଆର୍‌ପି। ରବିବାର ଟ୍ରେନ୍‌ର ବିଭିନ୍ନ ବଗିରେ ୨୦ରୁ ଉର୍ଦ୍ଧ୍ୱ ପୋଷ୍ଟର ମରାଯାଇଥିଲା। ତେବେ ସୋମବାର ଉକ୍ତ ଟ୍ରେନ ରୁଟ୍‌ରେ ପଡ଼ୁଥିବା ସମସ୍ତ ଷ୍ଟେଶନରେ ପୋଷ୍ଟର ମାରିବା ସହ ଭୁବନେଶ୍ୱରର କିଛି ବସ୍ତି ଅଞ୍ଚଳରେ ପୋଷ୍ଟର ମରାଯିବ ବୋଲି ଜିଆର୍‌ପି ପକ୍ଷରୁ ସୂଚନା ଦିଆଯାଇଛି। ଉକ୍ତ ପୋଷ୍ଟରରେ ମହିଳାଙ୍କ ଫଟୋ ସହ ତାଙ୍କ ସମ୍ବନ୍ଧରେ କିଛି ତଥ୍ୟ ଦର୍ଶାଯାଇଛି। ପୋଷ୍ଟରରେ କୁହାଯାଇଛି, ମହିଳା ଜଣଙ୍କ ବିବାହିତ ବୋଲି ଜଣାପଡ଼ୁଥିବା ବେଳେ ତାଙ୍କ ଉଚ୍ଚତ୍ତା ପ୍ରାୟ ୫ ଫୁଟ, ଶରୀର ଗଠନ ପତଳା, ଶ୍ୟାମଳ ରଙ୍ଗ ଓ ସେ ସାଲୱାର କୁର୍ତ୍ତି ପିନ୍ଧିଥିଲେ। ହାତରେ ଲାଲ୍‌ ରଙ୍ଗର ଇମିଟେସନ୍‌ ଚୁଡ଼ି, ବେକରେ ଇମିଟେସନ୍‌ ମଙ୍ଗଳସୂତ୍ର ଓ ଗୋଡ଼ରେ ମୁଦି ପିନ୍ଧିଥିଲେ। ଯଦି କୌଣସି ବ୍ୟକ୍ତି ଏହି ମହିଳାଙ୍କ ପରିଚୟ ପ୍ରଦାନ କରିବେ ତେବେ ତାଙ୍କ ନାଁ ଓ ଠିକଣା ଗୁପ୍ତ ରଖାଯିବ। ଏଥିସହ ସୂଚନାଦାତାଙ୍କୁ ଯଥୋଚିତ ଅର୍ଥରାଶୀ ପୁରସ୍କୃତ କରାଯିବ। ସୂଚନା ଦେବା ପାଇଁ ତେବେ ଏଥିସହ ଉକ୍ତ ପୋଷ୍ଟର ଜରିଆରେ ତଦନ୍ତକାରୀ ଅଧିକାରୀଙ୍କ ୩ଟି ମୋବାଇଲ ନମ୍ବର ଦିଆଯାଇଛି। ସେଗୁଡ଼ିକ ହେଲା ୯୪୩୮୧୨୨୫୨୮, ୯୪୩୮୯୧୬୮୯୨ ଓ ୭୦୦୮୨୯୭୯୪୭। ଜିଆର୍‌ପି ବିଭିନ୍ନ ଦିଗକୁ ତଦନ୍ତ ଜାରି ରଖିଥିବା ବେଳେ ମହିଳାଙ୍କ ପରିଚୟ ମିଳୁ ନ ଥିବାରୁ ଏହା ରହସ୍ୟ ହୋଇ ରହିଯିବ ବୋଲି ମଧ୍ୟ ଚର୍ଚ୍ଚା ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

ବିଜେଡିରୁ ଇସ୍ତଫା ଦେଲେ କାଉନସିଲର ଶୁଚିସ୍ମିତା, ହୋଇପାରନ୍ତି ଭାଜପାରେ ସାମିଲ

ବାସୁଦେବପୁର,୬।୧୨ (କାଳିପଦ ରାୟ ): ବାସୁଦେବପୁର ପୌରାଞ୍ଚଳର ଏକ ନମ୍ବର ୱାର୍ଡର କାଉନସିଲର ଶୁଚିସ୍ମିତା ଗିରି ଶନିବାର ସକାଳେ ବିଜେଡିରୁ ଇସ୍ତଫା ଦେଇଛନ୍ତି। ଶୁକ୍ରବାର ସନ୍ଧ୍ୟାରେ...

କ୍ୟାମେରା ଜଗିଛି, ବାଘ ନେଇଗଲା ବାଛୁରୀ: ଘୁମୁସର ବନଖଣ୍ଡରେ ବଢୁଛି ଆତଙ୍କ

ଭଞ୍ଜନଗର,୬।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗରସ୍ଥିତ ଘୁମୁସର ଉତ୍ତର ବନଖଣ୍ଡରେ ଦିନକୁ ଦିନ ବନ୍ୟପ୍ରାଣୀ ଆତଙ୍କ ବଢୁଛି। ଯାହାକୁ ନେଇ ଜଙ୍ଗଲ ନିକଟବର୍ତ୍ତୀ ଗ୍ରାମବାସୀ ଆତଙ୍କିତ...

ଧର୍ମେନ୍ଦ୍ରଙ୍କ ୯୦ତମ ଜନ୍ମବାର୍ଷିକୀ ପାଇଁ ଦେଓଲ ପରିବାର ନେଲେ ବଡ଼ ନିଷ୍ପତ୍ତି, ପ୍ରଶଂସକଙ୍କୁ ମିଳିବ…

ମୁମ୍ବାଇ,୬।୧୨: ବଲିଉଡର ବରିଷ୍ଠ ଅଭିନେତା ଧର୍ମେନ୍ଦ୍ରଙ୍କ ଜନ୍ମଦିନର ମାତ୍ର ୧୫ ଦିନ ପୂର୍ବରୁ ଦେହାନ୍ତ ହୋଇଗଲା। ଏବେ, ସନି ଦେଓଲ ଏବଂ ବବି ଦେଓଲ ସମେତ...

ସୋଲାର ଲାଇଟ ଅଚଳ:ଠିକା ସଂସ୍ଥାକୁ ତାଗିଦ୍‌ କଲେ ବିଡିଓ, ଦେଖନ୍ତୁ VIDEO

ଦାରିଙ୍ଗବାଡି,୬/୧୨(ଅରୁଣ ସାହୁ ): ଓଡିଶାର କଶ୍ମୀର ଦାରିଙ୍ଗବାଡିରେ ସନ୍ଧ୍ୟା ହେଲେ ରାସ୍ତାଘାଟ ଅନ୍ଧାର ହୋଇପଡୁଛି। ପଞ୍ଚାୟତ ଏବଂ ଜାତୀୟ ରାଜପଥ ବିଭାଗ ପକ୍ଷରୁ ଷ୍ଟ୍ରିଟ ଆଲୁଅର...

କଣ୍ଟେନରରେ ୩୦ରୁ ଅଧିକ ଗୋରୁଙ୍କୁ ପଶ୍ଚିମବଙ୍ଗକୁ କରାଯାଉଥିଲା ଚାଲାଣ, ମାଡିବସିଲା ପୋଲିସ, ତା’ପରେ…

ନୀଳଗିରି,୬।୧୨(ପ୍ରଶାନ୍ତ କୁମାର ବିଶ୍ବାଳ): ଭଦ୍ରକରୁ ପାଖାପାଖି ୩୦ରୁ ଊର୍ଦ୍ଧ୍ୱ ଗୋରୁଙ୍କୁ କଣ୍ଟେନରରେ ନେଇ ପଶ୍ଚିମବଙ୍ଗକୁ ଚାଲାଣ ହେଉଥିବା ବେଳେ ବାଲେଶ୍ୱର ଜିଲା ନୀଳଗିରି ପୋଲିସ ଇଶ୍ୱରପୁର...

ସାରଥିଙ୍କ ବିରୋଧରେ ଚାଲିବ ମାମଲା: ଚାର୍ଜଫ୍ରେମ୍‌ କଲେ ଅଦାଲତ

କଟକ,୬।୧୨(କାର୍ତ୍ତିକ ସାହୁ):ବହୁଚର୍ଚ୍ଚିତ ଆତ୍ମଘୋଷିତ ବାବା ସାରଥି ଓରଫ ସନ୍ତୋଷ ରାଉଳ, ତାଙ୍କ ପୁଅ ସତ୍ୟମ ଶେଖର ଓ ଅନ୍ୟ ୪ ଜଣଙ୍କ ବିରୋଧରେ କଟକ ସ୍ବତନ୍ତ୍ର...

ଇଣ୍ଡିଗୋ ସଙ୍କଟ ମଧ୍ୟରେ ବଡ଼ ପଦକ୍ଷେପ ନେଲାେ ରେଲଓ୍ବେ, ଅତିରିକ୍ତ କୋଚ ବୃଦ୍ଧି ସହ ସ୍ବତନ୍ତ୍ର ଟ୍ରେନ ସେବା ଘୋଷଣା

ନୂଆଦିଲ୍ଲୀ,୬।୧୨: ଦେଶବ୍ୟାପୀ ଇଣ୍ଡିଗୋ ଏବଂ ଅନ୍ୟ ଅନେକ ଏୟାରଲାଇନ୍ସର ଉଡ଼ାଣ ବାତିଲ ହେବା ପରେ, ଲକ୍ଷ ଲକ୍ଷ ଯାତ୍ରୀ ହଠାତ୍‌ ରେଳବାଇକୁ ଭିଡ଼ ଜମାଇଥିଲେ। ଟିକେଟର...

ପୁଣି ଆନ୍ଦୋଳନକୁ ଓହ୍ଲାଇଲେ ପ୍ରାଥମିକ ଶିକ୍ଷକ: ଦାବି ପୂରଣ ନ ହେବା ଯାଏ ସମୂହ ଛୁଟିରେ ରହିବାକୁ ନିଷ୍ପତ୍ତି

ଭୁବନେଶ୍ୱର,୬ା୧୨(ସୁଚିସ୍ମିତା ସାହୁ):ପୁଣି ଆନ୍ଦୋଳନକୁ ଓହ୍ଲାଇଲେ ପ୍ରାଥମିକ ଶିକ୍ଷକ। ଛାତ୍ରୀଛାତ୍ରଙ୍କ ପରୀକ୍ଷା ପାଖେଇ ଆସିଥିବା ବେଳେ ବିଦ୍ୟାଳୟରେ ପାଠ ପଢ଼ାଇବା ବଦଳରେ ଦାବି ପୂରଣ ପାଇଁ ଶିକ୍ଷକମାନେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri