ଡିମାଟ୍‌ ଆକାଉଣ୍ଟରେ ଅଭିବୃଦ୍ଧି

ଭୁବନେଶ୍ୱର, ୬।୧୦:ଗତ କିଛି ବର୍ଷ ମଧ୍ୟରେ ୟେସ୍‌ ସିକ୍ୟୁରିଟିଜ୍‌ର କାରବାର ଓଡ଼ିଶା ବଜାରରେ ବେଶ୍‌ ଆଖିଦୃଶିଆ ରହିଥିବାବେଳେ କମ୍ପାନୀର ଡିମାଟ୍‌ ଆକାଉଣ୍ଟରେ ଉଲ୍ଲେଖନୀୟ ଅଭିବୃଦ୍ଧି ଘଟିଛି। ଏପରିକି ୨୦୨୨ ପରଠାରୁ ନୂଆ ଡିମାଟ୍‌ ଆକାଉଣ୍ଟ (ଡିମାଟ୍‌ ଖାତା) ଖୋଲିବାରେ ୭୫%ବୃଦ୍ଧି ହାସଲ କରିଛି। ସେହିଭଳି ସାରା ଓଡ଼ିଶାରୁ ଇକ୍ୱିଟି ନିବେଶରେ ହୋଇଥିବା ଏହି ବୃଦ୍ଧି ସହ ଗତ ୧ବର୍ଷରେ କମ୍ପାନୀର ଡିମାଟ୍‌ ଆକାଉଣ୍ଟ (ଡିମାଟ୍‌ ଖାତା) ସଂଖ୍ୟାରେ ୬୦% ବୃଦ୍ଧି ହାସଲ ସହ ଭୁବନେଶ୍ୱର ତାଲିକାର ଶୀର୍ଷ ସ୍ଥାନରେ ରହିଛି। ଅପରପକ୍ଷରେ କମ୍ପାନୀର ତଥ୍ୟ ଅନୁସାରେ ଭୁବନେଶ୍ୱର, ରାଉରକେଲା, କଟକ, ବଡ଼ବିଲ ଓ ସମ୍ବଲପୁର ଓଡ଼ିଶାରେ କମ୍ପାନୀ ପାଇଁ ଶ୍ରେଷ୍ଠ ୫ଟି ବଜାର ଭାବେ ଉଭା ହୋଇଛନ୍ତି। ଭବିଷ୍ୟତରେ ବ୍ରହ୍ମପୁର, ଦାମନଯୋଡ଼ି, କୋରାପୁଟ ଭଳି ସହରରେ ଥିବା ସୁଯୋଗ ହାସଲ କରିବା ଏବଂ ନୂଆ ନିବେଶକମାନଙ୍କ ମଧ୍ୟରେ ସଚେତନତାର ପ୍ରସାର କରିବାକୁ କମ୍ପାନୀ ଲକ୍ଷ୍ୟ ରଖିଛି।
ଏ ସମ୍ପର୍କରେ ୟେସ୍‌ ସିକ୍ୟୁରିଟିଜ୍‌ର ଯୁଗ୍ମ ପରିଚାଳନା ନିର୍ଦ୍ଦେଶକ ତଥା ସିଇଓ ଅଂଶୁଲ ଅର୍ଜାରେ କହିଛନ୍ତି, ମଧ୍ୟବିତ ଶ୍ରେଣୀର ଲୋକମାନେ ଫିକ୍ସଡ୍‌ ଡିପୋଜିଟ୍‌ ଓ ସ୍ବଳ୍ପ ସଞ୍ଚୟ ଭଳି ସ୍ଥାୟୀ ଆୟ ଆର୍ଥିକ ଉପକରଣଠାରୁ ଆଗକୁ ବଢ଼ି ଇକ୍ୱିଟି, ମ୍ୟୁଚୁଆଲ୍‌ ଫଣ୍ଡ୍‌, ଇଟିଏଫ୍‌ ଏବଂ ବଜାରରେ ଉପଲବ୍ଧ ଥିବା ଅନ୍ୟ ଉପକରଣକୁ ଆପଣାଉଥିବାରୁ ଓଡ଼ିଶାରେ ଅଧିକ କ୍ଲାଏଣ୍ଟ ହାସଲ କରିବା ଲାଗି ୟେସ୍‌ ସିକ୍ୟୁରିଟିଜ୍‌ ପାଖରେ ସୁଯୋଗ ରହିଛି। ବିଶେଷ କରି ଡିଜିଟାଲ୍‌ ଆର୍ଥିକ ସମାଧାନ ଓ ବିବିଧ ନିବେଶକ ବିକଳ୍ପ ଯଥା ସ୍ବତନ୍ତ୍ର ସମ୍ପତ୍ତି ବର୍ଗମାଳା ଜରିଆରେ ସେହି ଲକ୍ଷ୍ୟକୁ ହାସଲ କରିବା ପାଇଁ ଆମେ ପ୍ରସ୍ତୁତ ରହିଛୁ। ୨୦୨୨ପରଠାରୁ ଓଡ଼ିଶାରେ ଡିମାଟ୍‌ ଖାତା ସଂଖ୍ୟାରେ ଉଲ୍ଲେଖନୀୟ ୭୫% ବୃଦ୍ଧି ଘଟିଥିବା ବେଳେ ଅନ୍ତର୍ଭୁକ୍ତୀକରଣ ଓ ସହଜ ନିବେଶରେ ଆମେ ପଥ ପ୍ରଦର୍ଶକ ସାଜିଛୁ।


Enter your email to get our daily news in your inbox.

All Right Reserved By Dharitri.Com

ସାବଧାନ! ୧ ଏପ୍ରିଲରୁ ବଦଳିଲା UPIର ପ୍ରକ୍ରିୟା, ପେମେଣ୍ଟ ଉପରେ ଲାଗିଲା…

ନୂଆଦିଲ୍ଲୀ,୧।୪: ଯଦି ଆପଣ ଚା ଦୋକାନ ଠାରୁ ଆରମ୍ଭ କରି ସପିଂ ମଲ ପର୍ଯ୍ୟନ୍ତ ସବୁଠି ପେମେଣ୍ଟ ପାଇଁ PhonePe, Google Pay, କିମ୍ବା Paytm ଭଳି…

ମାସରେ ୩୦ ଦିନରୁ ୧୪ ଦିନ ବ୍ୟାଙ୍କ୍ ସେବା ବନ୍ଦ; ଜାଣି ନିଅନ୍ତୁ କେମିତି କରିବେ ଟଙ୍କା ଜମା..

ନୂଆଦିଲ୍ଲୀ,୩୧।୩: ଯଦି ଆପଣଙ୍କର ବ୍ୟାଙ୍କ କାମ ବାକି ଅଛି ଏବଂ ଆପଣ ଏହାକୁ ଆସନ୍ତା ମାସରେ ସମାପ୍ତ କରିବାକୁ ଚିନ୍ତା କରୁଛନ୍ତି, ତେବେ ଅପେକ୍ଷା କରନ୍ତୁନାହିଁ! ଏପ୍ରିଲ…

୧ ଏପ୍ରିଲରୁ ATM ରୁ ଟଙ୍କା ଉଠାଇବା ହେବ ମହଙ୍ଗା! HDFC ରୁ PNB ପର୍ଯ୍ୟନ୍ତ…

ନୂଆଦିଲ୍ଲୀ,୩୧।୩: ୧ ଏପ୍ରିଲ, ୨୦୨୬ ଠାରୁ, HDFC ବ୍ୟାଙ୍କ, ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ ଏବଂ ବନ୍ଧନ ବ୍ୟାଙ୍କ ସେମାନଙ୍କର ATM ନିୟମରେ ପରିବର୍ତ୍ତନ କରିବେ। ଏଥିରେ ମାଗଣା…

ଆଜି ରାତି ୧୨ଟା ସୁଦ୍ଧା ଶେଷ କରନ୍ତୁ ଏହି ୩ କାମ, ନଚେତ୍‌ ଆସନ୍ତାକାଲିଠୁ ବନ୍ଦ ହୋଇଯିବ ଆପଣଙ୍କର…

ନୂଆଦିଲ୍ଲୀ,୩୧।୩: ଆଜି ମାର୍ଚ୍ଚ ୩୧, ୨୦୨୬ ଆର୍ଥିକ ବର୍ଷର ଶେଷ ଦିନ। ଯଦି ଆପଣଙ୍କର ଏକ ବ୍ୟାଙ୍କ ଆକାଉଣ୍ଟ ଅଛି କିମ୍ବା ଆପଣ ଷ୍ଟକ ବଜାରରେ ନିବେଶ…

ହର୍ମୁଜ ଶକ୍ତି ସଙ୍କଟ ମଧ୍ୟରେ ବଡ଼ ନିଷ୍ପତ୍ତି ନେଲେ ସରକାର: ଏବେ ଗହମ-ଚାଉଳ ସହିତ ମିଳିବ…

ନୂଆଦିଲ୍ଲୀ,୩୦।୩: ଇରାନ ଉପରେ ଆମେରିକା ଏବଂ ଇସ୍ରାଏଲର ଆକ୍ରମଣ ପରେ, ଇରାନ ହର୍ମୁଜ ପ୍ରଣାଳୀକୁ ବନ୍ଦ କରିଦେଇଛି। ଏହା ଭାରତ ସମେତ ବିଶ୍ୱକୁ ଶକ୍ତି ଯୋଗାଣକୁ ପ୍ରଭାବିତ…

୨୫ ବର୍ଷ ମଧ୍ୟରେ ଯାହା ହୋଇନଥିଲା ତାହା ଏବେ ଘଟୁଛି… କାହିଁକି ଦ୍ରୁତ ଗତିରେ ସୁନା ବିକ୍ରି କରୁଛି ରୁଷିଆ? ଜାଣିଲେ…

ନୂଆଦିଲ୍ଲୀ,୩୦।୩: ରୁଷିଆ ୨୫ ବର୍ଷ ମଧ୍ୟରେ ପ୍ରଥମଥର ପାଇଁ ଏହାର କେନ୍ଦ୍ରୀୟ ବ୍ୟାଙ୍କ ଭଣ୍ଡାରରୁ ସୁନା ବିକ୍ରୟ ଆରମ୍ଭ କରିଛି। ବର୍ଲିନ ସ୍ଥିତ ଏକ ଖବର ସଂସ୍ଥାର…

କାରବାର ଆରମ୍ଭ ହେବା ମାତ୍ରେ ଖସିଲା ଶେୟାର ମାର୍କେଟ୍‌, ସେନ୍‌ସେକ୍ସ ହ୍ରାସ ପାଇ…

ନୂଆଦିଲ୍ଲୀ,୩୦ା୩: ଇରାନ, ଆମେରିକା ଏବଂ ଇସ୍ରାଏଲ ମଧ୍ୟରେ ଚାଲିଥିବା ଯୁଦ୍ଧ ମଧ୍ୟରେ ସୋମବାର ଭାରତୀୟ ଷ୍ଟକ୍‌ ବଜାର ହ୍ରାସ ପାଇଛି। ବିଏସ୍‌ଇର ୩୦-ଶେୟାର ସୂଚକାଙ୍କ, ସେନସେକ୍ସ ୧୦୧୮…

‘ଭଲ ଉତ୍ପାଦ ଏହାର ଗୁଣବତ୍ତା ଦ୍ୱାରା ଆଦୃତ ହୁଏ’

ଭୁବନେଶ୍ୱରସ୍ଥିତ ଜୟବାବା ଅଟୋମୋବାଇଲ୍ସର ମ୍ୟାନେଜିଂ ପାର୍ଟନର ହର୍ଷିତ ଲୋଧା ଜଣେ ସଫଳ ଉଦ୍ୟୋଗୀ ଭାବେ ନିଜର ପରିଚୟ ସୃଷ୍ଟି କରିଛନ୍ତି। ୨୦୨୩ରେ ପ୍ରତିଷ୍ଠିତ ‘ଜୟବାବା ଟ୍ରାଇବ୍‌’ର ପ୍ରତିଷ୍ଠାତା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri