୪ ଦିନିଆ ଆଇଟି ଏକ୍ସପୋ ଉଦ୍‌ଘାଟିତ

ଭୁବନେଶ୍ୱର,୬।୧୦ (ଅଭୟ ଦାଶ):ରାଜ୍ୟର ପ୍ରମୁଖ ଆଇଟି ଆସୋସିଏସନ ଇନ୍‌ଫର୍ମେଶନ ଟୋକ୍ନୋଲୋଜି ଆସୋସିଏଶନ ଅଫ୍‌ ଓଡ଼ିଶା (ଆଇଟିଏଓ) ପକ୍ଷରୁ ଆୟୋଜିତ ୪ ଦିନିଆ ଆଇଟି ଏକ୍ସପୋ-୨୦୨୩ ଗୁରୁବାରଠାରୁ ଭୁବନେଶ୍ୱର ଜନତା ମଇଦାନଠାରେ ଆନୁଷ୍ଠାନିକ ଭାବେ ଉଦ୍‌ଘାଟିତ ହୋଇଯାଇଛି। ଏହି ଅବସରରେ ଛତିଶଗଡ଼ ରାଜ୍ୟପାଳ ବିଶ୍ୱଭୂଷଣ ହରିଚନ୍ଦନ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଏହାର ଉଦ୍‌ଘାଟନ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଆଇଟିଏଓର ସଭାପତି ଅବିନାଶ ପଟ୍ଟନାୟକ, ସମ୍ପାଦକ ଦେବାଶିଷ ତ୍ରିପାଠୀଙ୍କ ସମେତ ଅନ୍ୟ ସମସ୍ତ ସଦସ୍ୟ ଉପସ୍ଥିତ ଥିଲେ। ବିଶେଷକରି ଏହି ୪ ଦିନିଆ ଏକ୍ସପୋ ୨୦୨୩ ଅକ୍ଟୋବର ୮ ପର୍ଯ୍ୟନ୍ତ ପ୍ରତ୍ୟହ ସକାଳ ୧୦ରୁ ରାତି ୯ ଘଟିକା ପଯ୍ୟନ୍ତ ଖୋଲାରହିବ।
ଏ ସମ୍ପର୍କରେ ଆଇଟିଏଓର ସଭାପତି ପଟ୍ଟନାୟକ କହିଛନ୍ତି, ଆଇଟି ଏକ୍ସପୋ-୨୦୨୩ର ଶୁଭାରମ୍ଭକରି ଆମେ ବେଶ୍‌ ଉତ୍ସାହିତ ଅଛୁ। ଏପରିକି ସମସ୍ତ ଆଇଟି ଉତ୍ସାହୀ, କର୍ପୋରେଟ୍‌ କମ୍ପାନୀ, ଆଇଟି ଅଂଶୀଦାର ଏବଂ ବୈଷୟିକ ଛାତ୍ରୀଛାତ୍ରଙ୍କ ପାଇଁ ଏହା ଏକ ପ୍ଲାଟ୍‌ଫର୍ମ ହୋଇଥିବାବେଳେ ଆଇଟି ଶିଳ୍ପ ବିଷୟରେ ନୂତନ ଜ୍ଞାନକୌଶଳ, ବିକାଶ ଏବଂ ଅପ୍‌ଡେଟ୍‌ ବିଷୟରେ ସବୁ ବର୍ଗ ଅବଗତ ହୋଇପାରିବେ।
ସେହିଭଳି ଆଇଟିଏଓର ସଚିବ ଦେବାଶିଷ ତ୍ରିପାଠୀ କହିଛନ୍ତି, ପ୍ରଥମ ଥର ପାଇଁ ଏହା ‘ଡିସ୍‌କଭର ଅନ୍‌ଲାଇନ ଅଭିଜ୍ଞତା ଅଫ୍‌ଲାଇନ’ ଶୀର୍ଷକରେ ଆୟୋଜିତ ହୋଇଛି, ଯେଉଁଠାରେ ଆପଣ ଅନ୍‌ଲାଇନରେ ଟେକ୍ନୋଲୋଜି ଆବିଷ୍କାର କରିପାରିବେ।
ଅପରପକ୍ଷରେ ଛାତ୍ରୀଛାତ୍ରୀଙ୍କ ପାଇଁ ଅନେକ ଆନ୍ତଃ ମହାବିଦ୍ୟାଳୟ ବୈଷୟିକ ଓ ସାଂସ୍କୃତିକ ପ୍ରତିଯୋଗିତାମାନ ରହିଛି। ଏହା ବ୍ୟତୀତ ସାରେ ଓଲିଉଡ୍‌ ସେଲିବ୍ରିଟିମାନଙ୍କ ଦ୍ୱାରା ଆହୁରି ଅନେକ ସାଂସ୍କୃତିକ ମନୋରଞ୍ଜନ କାର୍ଯ୍ୟକ୍ରମ ରହିଛି। ଏକ୍ସେପୋ ପରିସରକୁ ଆସୁଥିବା ସମସ୍ତ ପର୍ଯ୍ୟଟକ ଫୁଡ୍‌ ଜୋନ୍‌ରେ ସ୍ବାଦିଷ୍ଟ ପାରମ୍ପରିକ ଖାଦ୍ୟର ମଜା ନେଇପାରିବେ ଏବଂ ଆଇଟି ଗେମିଂକୁ ଉପଭୋଗ କରିପାରିବେ।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?