ଲାଲଚାନ୍ଦ୍‌ ଫାଉଣ୍ଡେଶନର ସ୍ବତନ୍ତ୍ର ଅଭିଯାନ

ଭୁବନେଶ୍ୱର, ୬।୧୦:ରାଜ୍ୟର ପ୍ରମୁଖ ଘରୋଇ ସଂସ୍ଥା ତଥା ଲାଲଚାନ୍ଦ ଗ୍ରୁପ୍‌ର ସାମାଜିକ ପ୍ରତିଷ୍ଠାନ ଲାଲଚାନ୍ଦ୍‌ ଫାଉଣ୍ଡେଶନ ପକ୍ଷରୁ ଏକ ସ୍ବତନ୍ତ୍ର ଅଭିଯାନର ଶୁଭାରମ୍ଭ କରାଯାଇଛି। ଉଲ୍ଲେଖଯୋଗ୍ୟ, ଭାରତର ଯକ୍ଷ୍ମା ବିରୋଧୀ ଲଢ଼େଇରେ ଲାଲଚାନ୍ଦ୍‌ ଫାଉଣ୍ଡେଶନ ଟ୍ରଷ୍ଟ୍‌ ଯୋଗଦେଇ ‘ପ୍ରଧାନମନ୍ତ୍ରୀ ଟିବି ମୁକ୍ତ ଭାରତ ଅଭିଯାନ’ (ପିଏମ୍‌ଟିବିଏମ୍‌ଏ) ଅଧୀନରେ ଏକ ଉତ୍ସର୍ଗୀକୃତ ‘ନି-କ୍ଷୟ ମିତ୍ର’ ହୋଇପାରିଛି। ୨୦୨୨ ସେପ୍ଟେମ୍ବର ୯ରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଦ୍ୱାରା ଆରମ୍ଭ ହୋଇଥିବା ଏହି ମାନବଭିତ୍ତିିକ ପଦକ୍ଷେପର ଉଦ୍ଦେଶ୍ୟ ହେଉଛି, ସାମାଜିକ ସଙ୍ଗଠନ ଏବଂ ବିଭିନ୍ନ ଟ୍ରଷ୍ଟ୍‌ଙ୍କ ସହଭାଗିତାରେ ୨୦୨୫ ସୁଦ୍ଧା ସମଗ୍ର ଦେଶରୁ ଯକ୍ଷ୍ମା ଦୂରକରିବା। ସୂଚନାଯୋଗ୍ୟ, ୨୦୨୨ ଅକ୍ଟୋବର ୨୦ରେ ଭୁବନେଶ୍ୱର ମହାନଗର ନିଗମ (ବିଏମ୍‌ସି)ର ନିମନ୍ତ୍ରଣ ମାଧ୍ୟମରେ ଲାଲଚାନ୍ଦ୍‌ ଫାଉଣ୍ଡେଶନ ଟ୍ରଷ୍ଟ୍‌ ଯକ୍ଷ୍ମା ବିରୋଧୀ ଲଢ଼େଇକୁ ଆବଶ୍ୟକ ସମର୍ଥନକରି ଅଂଶଗ୍ରହଣ ଆରମ୍ଭ କରିଥିଲା। ସେହିଭଳି ପିଏମ୍‌ଟିବିଏମ୍‌ଏର ଏସ୍‌ଓପି ଅନୁଯାୟୀ ଯକ୍ଷ୍ମା ରୋଗୀ, ବିଶେଷକରି ସମାଜର ଆର୍ଥିକ ଅନଗ୍ରସର ରୋଗୀଙ୍କ ନିମନ୍ତେ ଉପଯୁକ୍ତ ପୋଷଣ ସହାୟତା ଉପଲବ୍ଧ କରାଇବା ପାଇଁ ବିଏମ୍‌ସି ପକ୍ଷରୁ ଏକ ବିସ୍ତୃତ ଯୋଜନା ପ୍ରସ୍ତୁତ କରାଯାଇଛି। ଉକ୍ତ ଯୋଜନା ମୁତାବକ, ପ୍ରତ୍ୟେକ ଯକ୍ଷ୍ମା ରୋଗୀ ୬ମାସ ପାଇଁ ନିୟମିତ ଶସ୍ୟ, ଡାଲି, ରନ୍ଧନ ତେଲ, ଦୁଗ୍ଧ ପାଉଡର ଏବଂ ଅନ୍ୟାନ୍ୟ ସୁଷମ ଆହାର ଗ୍ରହଣ କରୁଛନ୍ତି। ଅପରପକ୍ଷରେ ଲାଲଚାନ୍ଦ୍‌ ଫାଉଣ୍ଡେଶନ ଟ୍ରଷ୍ଟ୍‌ ଭୁବନେଶ୍ୱରର ବିଭିନ୍ନ ସ୍ବାସ୍ଥ୍ୟକେନ୍ଦ୍ରରେ ଚିକିତ୍ସାଧୀନ ୨୦୦ ଯକ୍ଷ୍ମା ରୋଗୀଙ୍କୁ ୬ମାସ ପାଇଁ ପୋଷ୍ୟ ଭାବେ ଗ୍ରହଣ କରି ଯକ୍ଷ୍ମା ବିରୋଧୀ ଲଢ଼େଇରେ ନିଜର ସମର୍ଥନ ଜଣାଇଛି। ବିଶେଷକରି ଯକ୍ଷ୍ମାରୋଗୀଙ୍କୁ ଆବଶ୍ୟକ ଖାଦ୍ୟ ସାମଗ୍ରୀ ପ୍ରଦାନ କରିବା ପାଇଁ ବିଏମ୍‌ସି ଦ୍ୱାରା ନ୍ୟସ୍ତ ‘ଅପରେଶନ ଆଶା’ ନାମକ ଏକ ଏନ୍‌ଜିଓ ସଂସ୍ଥା ସହିତ ଲାଲଚାନ୍ଦ୍‌ ଫାଉଣ୍ଡେଶନ ଯୋଡ଼ିହୋଇଛି। ଏପରିକି ପିଏମ୍‌ଟିବିଏମ୍‌ଏ ଅଧୀନରେ‘ନି-କ୍ଷୟ ମିତ୍ର’ ଭାବେ ଲାଲଚାନ୍ଦ୍‌ ଫାଉଣ୍ଡେଶନ ଟ୍ରଷ୍ଟ୍‌ର ଯୋଗଦାନ ‘ଟିବି ହାରିବ,ଦେଶ ଜିତିବ’ ଅଭିଯାନ ବାର୍ତ୍ତାରେ ସ୍ବର ମିଶାଇ ଏକ ଉଦାହରଣ ପାଲଟିଛି। ଭାରତ ସରକାରଙ୍କ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ‘ନି-କ୍ଷୟ ମିତ୍ର’ ଭାବେ ଲାଲଚାନ୍ଦ୍‌ ଫାଉଣ୍ଡେଶନ ଟ୍ରଷ୍ଟର ପଞ୍ଜୀକରଣକୁ ସ୍ବୀକାର କରିଛି ଏବଂ ଯକ୍ଷ୍ମା ବିରୋଧୀ ଦେଶର ଲଢ଼େଇରେ ଟ୍ରଷ୍ଟ୍‌ର ଯୋଗଦାନକୁ ପ୍ରଶଂସା କରିଛି। ଟିବିମୁକ୍ତ ଭାରତ ଉପରେ ସରକାରଙ୍କ ଦୃଷ୍ଟିକୋଣକୁ ସଫଳ କରିବାରେ ଲାଲଚାନ୍ଦ୍‌ ଫାଉଣ୍ଡେଶନ ଟ୍ରଷ୍ଟ୍‌ ପ୍ରମୁଖ ଭୂମିକା ଗ୍ରହଣ କରିବାକୁ ପ୍ରତିଶ୍ରୁତିବଦ୍ଧ।


Enter your email to get our daily news in your inbox.

All Right Reserved By Dharitri.Com

ତେଲ ବଜାରରେ ହଇଚଇ: ପେଟ୍ରୋଲ ୫ ଓ ଡିଜେଲ ୩ଟଙ୍କା ବଢିଲା; ଜାଣନ୍ତୁ ନୂଆ ରେଟ୍‌

ନୂଆଦିଲ୍‌ଲୀ,୩।୧୦: ଦେଶର ପ୍ରମୁଖ ଘରୋଇ ଇନ୍ଧନ କମ୍ପାନୀ ‘ନାୟରା ଏନର୍ଜି’ ପୁଣି ଥରେ ପେଟ୍ରୋଲ ଏବଂ ଡିଜେଲ ଦର ବୃଦ୍ଧି କରିଛି। କମ୍ପାନୀ ପେଟ୍ରୋଲ ଦରରେ ଲିଟର…

୩ ଦିନରେ ପ୍ରତ୍ୟାହାର ହେଲାଣି ୨୯,୬୦୦ କୋଟି

ମୁମ୍ବାଇ,୩ା୧୦: ପଶ୍ଚିମ ଏସିଆ ସଙ୍କଟକୁ ନେଇ ପରିବର୍ତ୍ତିତ ଭୂ-ରାଜନୈତିକ ସ୍ଥିତିରେ ବୈଶ୍ୱିକ ଶେୟାର ବଜାର ମାତ୍ରାଧିକ ପ୍ରଭାବିତ ହେବାରେ ଲାଗିଛି। ଅଶୋଧିତ ତୈଳର ଯୋଗାଣ ଶୃଙ୍ଖଳ ବ୍ୟାହତହେବା…

ରେନୋଇଣ୍ଡିଆ ନୂଆ ଟ୍ରାଇବର ୧୦୦ ପିଏସ୍‌ର ବଜାର ପ୍ରବେଶ

ଭୁବନେଶ୍ୱର, ୩ା୧୦:ରେନୋଇଣ୍ଡିଆ ପକ୍ଷରୁ ନୂଆ ଟ୍ରାଇବର ୧୦୦ ପିଏସ୍‌ ଉନ୍ମୋଚନ ହୋଇଯାଇଛି। ଏଥିସହ ଭାରତରେ କମ୍ପାନୀର ରେନୋ ଗ୍ରୁପ୍‌ ଏଣ୍ଟ୍ରି ପ୍ଲାଟ୍‌ଫର୍ମ (ଆର୍‌ଜିଇପିି)ର ଶୁଭାରମ୍ଭ ହୋଇଛି। ଗ୍ରାହକମାନଙ୍କ…

ଦୀପାବଳି ପୂର୍ବରୁ ଚାଷୀଙ୍କୁ ଉପହାର: ଖାତାକୁ ଆସୁଛି PM କିଷାନର ୨୦୦୦ ଟଙ୍କା; ତୁରନ୍ତୁ କରନ୍ତୁ…

ନୂଆଦିଲ୍‌ଲୀ,୨।୧୦: ଦେଶର କୋଟି କୋଟି ଚାଷୀଙ୍କୁ ଦୀପାବଳି ପୂର୍ୱରୁ ସରକାର ଉପହାର ଦେଇପାରନ୍ତି। କେନ୍ଦ୍ର ସରକାର ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି (PM-Kisan) ଯୋଜନାର ୨୪ତମ କିସ୍ତି…

FASTag ନିୟମରେ ବଡ଼ ପରିବର୍ତ୍ତନ: ଆଜିଠାରୁ ଲାଗୁ ହେଲା ନୂଆ ବ୍ୟବସ୍ଥା, ଲକ୍ଷ ଲକ୍ଷ ଯାତ୍ରୀଙ୍କ ଉପରେ ପଡ଼ିବ ପ୍ରଭାବ

ନୂଆଦିଲ୍ଲୀ, ୨।୧୦: ଦେଶରେ ପ୍ରତିଦିନ ଲକ୍ଷ ଲକ୍ଷ ଲୋକ ହାଇୱେ ଓ ଏକ୍ସପ୍ରେସେୱରେ ଯାତ୍ରା କରୁଛନ୍ତି। ଏଥିପାଇଁ ସେମାନଙ୍କୁ ଟୋଲ ଦେବାକୁ ପଡ଼ିଥାଏ। ଟୋଲ ବ୍ୟବସ୍ଥାକୁ ନେଇ…

ଟାଟା ଗ୍ରୁପ୍‌ର ବଜାର ପୁଞ୍ଜିରେ ୧୦% ହ୍ରାସ, ନିବେଶକଙ୍କୁ ପ୍ରଭାବିତ କରିଛି ବିବାଦ

ମୁମ୍ବାଇ,୨।୧୦: ଟାଟା ଟ୍ରଷ୍ଟ ଏବଂ ଟାଟା ସନ୍ସ ମଧ୍ୟରେ ଚାଲିଥିବା ବିବାଦ ଏବେ ନିବେଶକମାନଙ୍କୁ ପ୍ରଭାବିତ କରିଛି । ଏହି କାରଣରୁ ଟାଟା ଗ୍ରୁପ ଅନ୍ତର୍ଭୁକ୍ତ ଅନେକ…

8th Pay Commission ପୂର୍ବରୁ ସରକାରଙ୍କ ବଡ଼ ଉପହାର! ୫% ବଢିଲା DA

ନୂଆଦିଲ୍‌ଲୀ,୨।୧୦: ଯଦି ଆପଣ ଜଣେ ସରକାରୀ କର୍ମଚାରୀ କିମ୍ୱା ପେନସନଭୋଗୀ (Pensioner), ତେବେ ଆପଣଙ୍କ ପାଇଁ ଏକ ବହୁତ ଖୁସି ଖବର ରହିଛି। ଗୋଟିଏ ପଟେ ସାରା…

2 October No UPI Day: ଆଜି ଚାଲିବନି UPI ପେମେଣ୍ଟ, ପାଖରେ ରଖନ୍ତୁ କ୍ୟାଶ୍‌!

ନୂଆଦିଲ୍‌ଲୀ,୨।୧୦: ଯଦି ଆପଣ ଗାନ୍ଧୀ ଜୟନ୍ତୀ ଛୁଟିରେ ସପିଂ କରିବାକୁ କିମ୍ୱା ସାଙ୍ଗମାନଙ୍କ ସହ ବାହାରକୁ ବୁଲିବାକୁ ଯୋଜନା କରୁଛନ୍ତି, ତେବେ ଟିକେ ଅଟକି ଯାଆନ୍ତୁ। ଅନଲାଇନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?