Categories: ବାଣିଜ୍ୟ

ଗାଡ଼ି ବିକ୍ରିରେ ଅଭିବୃଦ୍ଧି

ନୂଆଦିଲ୍ଲୀ,୭।୪: କୋଭିଡ୍‌ ପରିବର୍ତ୍ତୀ ସମୟରେ ଦେଶର ଗାଡି ବିକ୍ରି କ୍ରମାଗତ ଭାବେ ବୃଦ୍ଧି ଘଟିଛି। ବିଶେଷ କରି ୨୦୨୨-୨୩ ଆର୍ଥିକ ବର୍ଷରେ ମୋଟ ୨,୨୧,୫୦,୨୨୨ ୟୁନିଟ ଗାଡି ସର୍ବଭାରତୀୟସ୍ତରରେ ବିକ୍ରି ହୋଇଥିଲା। ଏପରିକି ୨୦୨୧-୨୨ ଆର୍ଥିକ ବର୍ଷ ତୁଳନାରେ ୨୦୨୨-୨୩ ଆର୍ଥିକ ବର୍ଷରେ ପ୍ରାୟ ୨୧% ( ୨୦.୮୬) ଅଭିବୃଦ୍ଧି ଘଟିଛି। ଅପରପକ୍ଷରେ ୨୦୨୧-୨୨ ଆର୍ଥିକ ବର୍ଷରେ ମୋଟ ୧, ୮୩ , ୨୭, ୩୨୬ ୟୁନିଟ ଗାଡ଼ି ବିକ୍ରି ହୋଇଥିଲା।
ଏପରିକି ୨୦୨୨ ଏପ୍ରିଲ ୧ରୁ ୨୦୨୩ ମାର୍ଚ୍ଚ ୩୧ ମଧ୍ୟରେ ଉକ୍ତ ସଂଖ୍ୟାର ଗାଡି ବିକ୍ରି ହୋଇଥିବା ଫେଡରେଶନ ଅଫ ଅଟୋମୋବାଇଲ୍‌ ଡିଲର୍‌ ଆସୋସିଏଶନ (ଫାଡା) ପକ୍ଷରୁ ସୂଚନା ଦିଆଯାଇଛି।

Share