କୋଭିଡ୍‌ କଟକଣାକୁ ନେଇ ତେଜୁଛି ଆନ୍ଦୋଳନ: ରାଷ୍ଟ୍ରପତି ଜିନ୍‌ପିଙ୍ଗଙ୍କ ଇସ୍ତଫା ଦାବି

ସାଂଘାଇ,୨୭ା୧୧: ଚାଇନାର ସାଂଘାଇ ସମେତ ବିଭିନ୍ନ ସହରରେ କରୋନା ସଂକ୍ରମଣ ବୃଦ୍ଧି ପାଉଛି। ଫଳରେ ସରକାର ବେଜିଂ, ସାଂଘାଇ ଓ ଉରୁମ୍‌କି ଆଦି ସହରରେ ଜିରୋ କୋଡିଡ୍‌ ପଲିସି ଲାଗୁକରି କଟକଣା ଜାରି କରାଯାଇଛି। ଏହାର ପ୍ରତିବାଦରେ ଜନସାଧାରଣ ରାଜରାସ୍ତାକୁ ଓହ୍ଲାଇ ବିକ୍ଷୋଭ ପ୍ରଦର୍ଶନ କରୁଛନ୍ତି।

ରବିବାର ଭୋରରେ ବାହାରିଥିବା ଶୋଭାଯାତ୍ରା ବେଳେ ଆନ୍ଦୋଳନକାରୀ ହାତରେ ସାଦା କାଗଜ ଧରି ଚାଇନା କମ୍ୟୁନିଷ୍ଟ ପାର୍ଟି (ସିପିସି) ଏବଂ ରାଷ୍ଟ୍ରପତି ଜିନ୍‌ପିଙ୍ଗ ବିରୋଧରେ ବିଭିନ୍ନ ସ୍ଲୋଗାନ ଦେଇଥିଲେ। ଏପରିକି ଲକ୍ଡାଉନ ହଟାଅ ଏବଂ ଜିନ୍‌ପିଙ୍ଗଙ୍କ ଇସ୍ତଫା ଦାବି କରି ନାରାବାଜି କରିଥିଲେ। ଏହାର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ଏନେଇ ଓ୍ବୁଲୁମୁକି ରୋଡ୍ରେ ବ୍ୟାପକ ପୋଲିସ ଫୋର୍ସ ମୁତୟନ କରାଯାଇଛି। ପୋଲିସ କର୍ମଚାରୀ ସମ୍ପୃକ୍ତ ଅଞ୍ଚଳର ରାସ୍ତାଗୁଡ଼ିକୁ ବନ୍ଦ କରି ଆନ୍ଦୋଳନକୁ ଆୟତ୍ତ କରିବାକୁ ଉଦ୍ୟମ କରୁଥିବା ଜଣାପଡିଛି।

ଏପରିକି ଉରୁମ୍‌କି ଫ୍ୟାକ୍ଟ୍ରିରେ ଅଗ୍ନିକାଣ୍ଡ ଘଟି ୧୦ଜଣଙ୍କ ମୃତ୍ୟୁ ପରେ ବର୍ତ୍ତମାନ ଜନଅକ୍ରୋଶ ଦେଖିବାକୁ ମିଳିଛି। ଶତାଧିକ ଆନ୍ଦୋଳନକାରୀ ଏକ କ୍ୟାଣ୍ଡେଲ ଶୋଭାଯାତ୍ରାରେ ବାହାରିଥିଲେ। ପ୍ରଶାସନ ବିକ୍ଷୋଭକାରୀଙ୍କୁ ଅଟକାଇବାକୁ ଯାଇ ଲଙ୍କାଗୁଣ୍ଡ ସ୍ପ୍ରେ କରିଥିଲା। ଏପର କି ବିକ୍ଷୋଭକାରୀଙ୍କୁ ଗିରଫ କରାଯିବା ପରେ ଦେଖଣାହାରୀ ମଧ୍ୟ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ଏପରିକି ବେଜିଂରେ ମଧ୍ୟ ବିକ୍ଷୋଭ ପ୍ରଦର୍ଶନ ଦେଖିବାକୁ ମିଳିଛି। ସିଙ୍ଗ୍‌ହୁଆ ୟୁନିଭର୍ସିଟିରେ କୋଭିଡ କଟକଣା ପ୍ରତିବାଦରେ ଶତାଧିକ ଛାତ୍ରୀଛାତ୍ର ଆନ୍ଦୋଳନ କରିଛନ୍ତି।

Share