ଫୁଲଚାଷ ପ୍ରତି ବଢୁଛି ଆଗ୍ରହ

ସମ୍ବଲପୁର,୨୯ା୩ (ଭବାନୀ ଶଙ୍କର ଭୋଇ): ସମ୍ବଲପୁର ଜିଲାରେ ଧାନଫସଲରେ ପୂର୍ବଭଳି ଲାଭ ହେଉ ନ ଥିବାବେଳେ ଚାଷୀମାନେ ପନିପରିବା ଓ ଅନ୍ୟ ଅର୍ଥକରୀ ଫସଲ ଚାଷ କରିବାକୁ ଆଗ୍ରହ ପ୍ରକାଶ କରୁଛନ୍ତି। କିଛିବର୍ଷ ପୂର୍ବରୁ ଯୁଯୁମୁରା ବ୍ଲକର ସନାତନପାଲିରେ ଫୁଲଚାଷ କରି ଚାଷୀମାନେ ବେଶ ଦୁଇପଇସା ରୋଜଗାର କରୁଥିବା ଘଟଣା ସାମ୍‌ନାକୁ ଆସିଥିଲା। ଏହାକୁ ଦେଖି ଆଖପାଖ ଅଞ୍ଚଳର ଚାଷୀମାନେ ଫୁଲଚାଷ ପ୍ରତି ଆଗ୍ରହ ଦେଖାଇଥିଲେ। ସନାତନପାଲି ସମେତ ଠାକୁରମାଲ, ବାହାମ, କବରାପାଲି, ପାଇକମାଲ, ଘେନୁପାଲି, ଜୟନ୍ତପୁର ଆଦି ଅଞ୍ଚଳରେ ଚଳିତବର୍ଷ ଅନେକ ଚାଷୀ ଫୁଲଚାଷ କରିଛନ୍ତି। ବିଶେଷକରି ଗେଣ୍ଡୁଫୁଲ ଚାଷ ବିଗତ ବର୍ଷଗୁଡିକ ଅପେକ୍ଷା ଦ୍ୱିଗୁଣିତ ହୋଇପାରିଛି। ହେଲେ ବିକ୍ରି ବ୍ୟବସ୍ଥାକୁ ନେଇ ଚାଷୀମାନେ ଚିନ୍ତା ପ୍ରକଟ କରିଛନ୍ତି।
ସନାତନପାଲିରେ ଫୁଲଚାଷ ଆରମ୍ଭ କରିଥିବା ନିରାକାର ପ୍ରଧାନ କୁହନ୍ତି, ଚଳିତବର୍ଷ ଗାଁରେ ପ୍ରାୟ ୧୦ ଏକର ଜମିରେ ଗେଣ୍ଡୁଫୁଲ ଚାଷ ହୋଇଛି। ଗତବର୍ଷ ମାନଙ୍କରେ ଏହି ସମୟରେ ବଜାରରେ କେଜିପ୍ରତି ୫୦ ଟଙ୍କାରେ ଗେଣ୍ଡୁଫୁଲ ବିକ୍ରି ହେଉଥିଲା। ହେଲେ ଚଳିତବର୍ଷ ଅଧିକ ଉତ୍ପାଦନ ହୋଇଥିବାରୁ ଦୋକାନୀମାନେ କେଜିପ୍ରତି ୩୦ ଟଙ୍କା ଦେଉଛନ୍ତି। ପଣି ଟଙ୍କା ଦେବା ସମୟରେ ଅନେକ ହଇରାଣ ହେବାକୁ ପଡୁଥିବା ସେ କ୍ଷୋଭର ସହ କହିଛନ୍ତି। ଅନ୍ୟ ଗାଁର ଫୁଲଚାଷୀମାନେ ମଧ୍ୟ ସମାନ ଅଭିଯୋଗ କରିଛନ୍ତି। ଫୁଲ ବିକ୍ରି ପାଇଁ ସମ୍ବଲପୁର ବଜାର ଏକମାତ୍ର ବିକଳ୍ପ ଥିବାବେଳେ ଅଧିକ ଫୁଲ ଚାଷ ହେବା ଯୋଗୁ ଦୋକାନୀମାନେ ଚାଷୀଙ୍କୁ ଶୋଷଣ କରି କମ ଦରରେ କିଣୁଛନ୍ତି। ତେବେ ସରକାର ନୀଲଡୁଙ୍ଗୁରୀଠାରେ ଅତ୍ୟାଧୁନିକ ମାର୍କେଟ ଟର୍ମିନାଲ କରିବାକୁ ଘୋଷଣା କରିଥିବା ବେଳେ ଦଶବର୍ଷ ପରେ ବି ଏହି ପ୍ରକଳ୍ପ ଆଗକୁ ବଢିପାରି ନାହିଁ ା ଯଦି ଉନ୍ନତ ମଣ୍ଡି ନିର୍ମାଣ ହୋଇଥାନ୍ତା ତେବେ ଚାଷୀ ମଣ୍ଡିରେ ଫୁଲ ପହଞ୍ଚାଇବା ପରେ ଗ୍ରାହାକ ତା ପାଖରୁ କିଣି ନିଅନ୍ତା। ଏହାସହ ଅନ୍ୟ ରାଜ୍ୟ ଓ ବିଦେଶକୁ ମଧ୍ୟ ଫୁଲ ରପ୍ତାନୀର ବାଟ ଫିଟିପାରନ୍ତା ବୋଲି ସ୍ଥାନୀୟ ଫୁଲ ଚାଷୀମାନେ କହିଛନ୍ତି। ଅନ୍ୟପକ୍ଷରେ ସନାତନପାଲିରେ ହଜାରରୁ ଅଧିକ ଚାଷୀଙ୍କୁ ନେଇ ଗଠିତ ହୋଇଥିବା ସବୁଜ ସନାତନପାଲି ଉତ୍ପାଦକ କମ୍ପାନୀର ନିର୍ଦ୍ଦେଶକ ମନବୋଧ ବାରିକ କହିଛନ୍ତି, ସନାତନପାଲିରେ ଏକ ଆଦର୍ଶ ମଣ୍ଡି ନିର୍ମାଣ ପାଇଁ ଜିଲା ପ୍ରଶାସନକୁ ପରାମର୍ଶ ଦିଆଯାଇଥିଲା। ହେଲେ ତାହା ଆଜିପର୍ଯ୍ୟନ୍ତ ହୋଇପାରିନାହିଁ। ସେଥିପାଇଁ ଫୁଲଚାଷୀମାନେ ସୁଦୂର ସମ୍ବଲପୁରକୁ ଫୁଲ ବିକ୍ରିପାଇଁ ଯିବାକୁ ବାଧ୍ୟ ହେଉଛନ୍ତି। ଏହାଦ୍ୱାରା ସେମାନେ ହଇରାଣ ହେବା ସହ ଅଭାବି ବିକ୍ରିର ଶିକାର ହେଉଛନ୍ତି। ଆମେ କୃଷକ ଉତ୍ପାଦନ କମ୍ପାନୀ ପକ୍ଷରୁ ଫୁଲ ବିକ୍ରି ପାଇଁ ଚେଷ୍ଟା କରୁଛୁ। ଅଞ୍ଚଳରେ ପ୍ରାୟ ୭୦ ଜଣ ଫୁଲଚାଷୀ ରହିଥିବା ବେଳେ ଦୈନିକ ହଜାରେରୁ ଅଧିକ କେଜି ଗେଣ୍ଡୁଫୁଲ ଉତ୍ପାଦନ ହେଉଛି। ତେବେ ଗୋଟିଏ ଗାଡିରେ ବାହାରକୁ ପଠାଇବା ପାଇଁ ଏହା ଯଥେଷ୍ଟ ନୁହେଁ। ଆହୁରି ଅଧିକ ଫୁଲ ଉତ୍ପାଦନ ହେଲେ ଅନ୍ୟ ରାଜ୍ୟ ଓ ବଡବଡ ସହରକୁ ପଠାଇବା ବ୍ୟବସ୍ଥା କରାଯାଇ ପାରନ୍ତା। ସେଥିପାଇଁ ଏକ ଆଦର୍ଶ ମଣ୍ଡିର ନିହାତି ଆବଶ୍ୟକତା ରହିଛି। ଏ ନେଇ ଉଦ୍ୟାନ କୃଷି ବିଭାଗ ଅଧିକାରୀ ସୁଶ୍ରୀ ମୌସୁମୀ କହିଛନ୍ତି ଯେ, ଜିଲାରେ ଲଙ୍କା ଉତ୍ପାଦନ ବଢିବା ପରେ ଓର୍‌ମାସ ସହାୟତାରେ କିଛିବର୍ଷ ହେବ ତାହାର ବିକ୍ରୟ ବ୍ୟବସ୍ଥା କରାଯାଉଛି। ଜିଲାରେ ଗେଣ୍ଡୁଫୁଲ ଉତ୍ପାଦନ ବଢିଥିବାବେଳେ ଚାଷୀମାନେ ନିଜସ୍ବ ଉଦ୍ୟମରେ ତାକୁ ବିକ୍ରି କରୁଛନ୍ତି। ଫୁଲ ବିକ୍ରୟ ସମସ୍ୟା ନେଇ ଚାଷୀମାନେ ଆମକୁ ଅବଗତ କଲେ ଓର୍‌ମାସ ଓ ଜିଲା ପ୍ରଶାସନ ସହିତ ଆଲୋଚନା କରି ବ୍ୟବସ୍ଥା କରିବାକୁ ଚେଷ୍ଟା କରାଯିବ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଗୋଟିଏ ଦିନରେ ରେକର୍ଡ ଭାଙ୍ଗିଲା ସୁନା-ରୁପା ଦର! କିଣିବା ପୂର୍ବରୁ ମୁଣ୍ଡରେ ହାତ ଦେଲେଣି ଗ୍ରାହକ,ବିଶେଷଜ୍ଞ ଚକିତ… 

ନୂଆଦିଲ୍ଲୀ,୮।୪: ପୁଣି ବଢ଼ିଲା ସୁନା-ରୁପା ଦର। ବୁଧବାର ବଜାରରେ ଏକ ବଡ଼ ପରିବର୍ତ୍ତନ ଦେଖିବାକୁ ମିଳିଛି, ଯାହା ବିଶେଷଜ୍ଞଙ୍କୁ ମଧ୍ୟ ଆଶ୍ଚର୍ଯ୍ୟ କରିଦେଇଛି। ରୁପା ଦରରେ ଗୋଟିଏ…

ନାଗାବଳି ନଦୀରେ ବୁଡି ଯୁବକ ମୃତ, ସ୍ନାନ ପାଇଁ ଯାଇଥିଲେ…

କଲ୍ୟାଣସିଂହପୁର,୮।୪ ( ଦୀପକ କୁମାର ପରିଡା ): ରାୟଗଡା ଜିଲା କଲ୍ୟାଣସିଂହପୁର ଅଞ୍ଚଳରେ ଘଟିଛି ଏକ ଦୁଃଖଦ ଘଟଣା। ନାଗାବଳି ନଦୀରେ ବୁଡି ଜଣେ ୩୬ ବର୍ଷୀୟ…

ଯୁଦ୍ଧ ଅଟକାଇ ବାଃ ବାଃ ସାଉଣ୍ଟିଲା ପାକିସ୍ତାନ, ମଧ୍ୟପ୍ରାଚ୍ୟରେ ବଢ଼ିବ ଦବ୍‌ଦବା ? ରହିଛି ଅନେକ ସ୍ବାର୍ଥ

ଇସଲାମାବାଦ,୮।୪: ଆମେରିକା ଏବଂ ଇରାନ ମଧ୍ୟରେ ଚାଲିଥିବା ଉତ୍ତେଜନା ମଧ୍ୟରେ ଏକ ବଡ଼ ଧରଣର ଯୁଦ୍ଧବିରତି (ସିଜ୍‌ଫାୟାର୍‌) ହୋଇଛି। ଏହି ପ୍ରକ୍ରିୟାରେ ପାକିସ୍ତାନ ଏକ ମୁଖ୍ୟ ‘ଦୂତ’…

ଜଙ୍ଗଲରେ ଚାଲିଥିଲା ଜୁଆ ଖେଳ, ମାଡ଼ି ବସିଲା ବରପାଲି ପୋଲିସ: ୧୬ ଗିରଫ ସହ ଲକ୍ଷାଧିକ …

ବରପାଲି, ୮ ।୪(ଚିତ୍ତରଞ୍ଜନ ସାହୁ): ବରଗଡ଼ ଜିଲା ବରପାଲି ଥାନା ଅନ୍ତର୍ଗତ ବରମକେଲା ଗ୍ରୀଣ୍ଡୋଲା ଜଙ୍ଗଲରେ ଚାଲିଥିବା ଏକ ବଡ଼ ଧରଣର ଜୁଆ ଆଡ୍ଡା ଉପରେ ପୋଲିସ…

ହର୍ମୁଜ୍ ପ୍ରଣାଳୀରେ ତେଲ ଚ୍ୟାଙ୍କରକୁ ଅଟକାଇଲା ଇରାନ, ଯୁଦ୍ଧବିରତି ଭଙ୍ଗ କରିବାକୁ ଧମକ ଦେଲା…

ତେହେରାନ,୮।୪: ଆମେରିକା ଏବଂ ଇରାନ ମଧ୍ୟରେ ଯୁଦ୍ଧବିରତି ସତ୍ତ୍ବେ ଉତ୍ତେଜନା ଜାରି ରହିଛି । ବୁଧବାର ସକାଳେ ଯୁଦ୍ଧବିରତି ଘୋଷଣା ହେବା ପରେ ମଧ୍ୟ ଆକ୍ରମଣର ରିପୋର୍ଟ…

ଚାଲି ଚାଲି ଯାଉଥିଲେ, ଧକ୍କା ଦେଇ ଚାଲିଗଲା ଗାଡ଼ି; ମହିଳା…

ଛତ୍ରପୁର,୮।୪(ଦିଲ୍ଲୀପ ସାମଲ):  ଗଞ୍ଜାମ ଜିଲା ଚମାଖଣ୍ଡି ଥାନା ଅଧିନ ଜାତୀୟ ରାଜପଥ ରଘୁନାଥପୁରଠାରେ ଟାଟା ଏସିଇ ଧକ୍କାରେ ଜଣେ ମହିଳା ମୃତ୍ୟୁ ହୋଇଛି । ମୃତକ ଜଣକ…

ଦିଗପହଣ୍ଡିରେ ଆଇନ ମନ୍ତ୍ରୀଙ୍କୁ ସମ୍ବର୍ଦ୍ଧନା, ଉନ୍ନତିକରଣ କାର୍ଯ୍ୟ…

ଦିଗପହଣ୍ଡି,୮।୪(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ଗସ୍ତରେ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । ଗଞ୍ଜାମ ଜିଲା ଦିଗପହଣ୍ଡି ଠାରେ ବୁଧବାର ରାଜ୍ୟ ଆଇନ, ପୂର୍ତ୍ତ ଓ ଅବକାରୀ ମନ୍ତ୍ରୀ…

ମାନସିକ ଚାପରୁ ଚରମ ନିଷ୍ପତ୍ତି, ଝୁଲନ୍ତା ଅବସ୍ଥାରେ ଉଦ୍ଧାର ହେଲା…

କୋକସରା,୮ା୪ (ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ):v କଳାହାଣ୍ଡି ଜିଲା କୋକସରା ଥାନା ବୋବରିଆ ଗ୍ରାମର ଜଣେ ଯୁବକଙ୍କ ଝୁଲନ୍ତା ମୃତଦେହ ନିଜ ଘର ଭିତରୁ ଜବତ ହୋଇଛି। ମୃତକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri