ଘରୋଇ ବଜାରରେ ଫୁଡ୍‌ ଷ୍ଟାର୍ଟଅପର ଚାହିଦା ବୃଦ୍ଧି, ଗୁଣାତ୍ମକ ଖାଦ୍ୟକୁ ଅପମ୍‌ ସେଣ୍ଟ୍ରାଲର ଗୁରୁତ୍ୱ

ଭୁବନେଶ୍ୱର,୧।୪: ଗତ କିଛି ବର୍ଷ ମଧ୍ୟରେ ଘରୋଇ ବଜାରରେ ଫୁଡ୍‌ ଷ୍ଟାର୍ଟଅପର ଚାହିଦା ବୃଦ୍ଧି ପାଇଛି। ଏପରିକି କେନ୍ଦ୍ର ସରକାରଙ୍କ ଷ୍ଟାର୍ଟଅପ୍‌ ପଲିସି ଓ ଅନ୍ୟାନ୍ୟ ଯୋଜନା ସହିତ ବ୍ୟାଙ୍କଗୁଡ଼ିକ ପକ୍ଷରୁ ବିଭିନ୍ନ ପର୍ଯ୍ୟାୟରେ ଆର୍ଥିକ ସହାୟତା ଆଦି ବଳରେ ଆଶାୟୀ ଯୁବ ଉଦ୍ୟୋଗୀମାନେ ଷ୍ଟାର୍ଟଅପ ପ୍ରତି ଆଗ୍ରହ ପ୍ରକାଶ କରୁଥିବାରୁ ଘରୋଇ ବଜାରରେ ଫୁଡ୍‌ ଷ୍ଟାର୍ଟଅପ ଶିଳ୍ପରେ ମଧ୍ୟ ଉଲ୍ଲେଖନୀୟ ଅଭିବୃଦ୍ଧି ଘଟିଛି। ବିଶେଷକରି ସାରା ଦେଶରେ ବେକାରି ଏକ ବଡ଼ ସମସ୍ୟା ହୋଇଥିଲାବେଳେ ବୃତ୍ତିଗତ ନିଯୁକ୍ତିରେ ମଧ୍ୟ ଅନେକ ପ୍ରକାର ସମସ୍ୟା ରହିଛି। ଫଳରେ ଯୁବବର୍ଗ ନିଯୁକ୍ତି ପଛରେ ନ ଗୋଡ଼ାଇ ଛୋଟଠାରୁ ମଧ୍ୟମ ବର୍ଗର ଫୁଡ୍‌ ଷ୍ଟାର୍ଟଅପ ବସାଇବାକୁ ପସନ୍ଦ କରୁଛନ୍ତି।

ସେହିଭଳି ଦେଶର ପ୍ରମୁଖ ଫୁଡ୍‌ ଷ୍ଟାର୍ଟଅପ ଯଥା ଜମାଟୋ, ସ୍ବିଗୀ, ବିରିଆୟନି ବାଇ କିଲୋ, ଇନର ସେଫ, ହଙ୍ଗର ବକ୍ସ ଓ ଜାଏ ପଏଣ୍ଟ ଭଳି ୧୦୦ରୁ ଅଧିକ ପ୍ରମୁଖ ଫୁଡ୍‌ ଷ୍ଟାର୍ଟଅପ ବର୍ତ୍ତମାନ ସମୟରେ ମାର୍କେଟ ଲିଡର ସହ ଫୁଡ୍‌ଚେନର ମାନ୍ୟତା ହାସଲ କରିଛନ୍ତି। ଅପରପକ୍ଷରେ ସ୍ବଳ୍ପ ପୁଞ୍ଜିରୁ ଆରମ୍ଭ କରାଯାଇପାରୁଥିବାରୁ ଫୁଡ ଷ୍ଟାର୍ଟଅପ ପ୍ରତି ଉଭୟ ଆଶାୟୀ ଓ ଉତ୍ସାହୀ ଯୁବବର୍ଗ ଏ କ୍ଷେତ୍ରରେ ପୁଞ୍ଜି ବିନିଯୋଗ ଓ ଷ୍ଟାର୍ଟଅପ ପ୍ରତିଷ୍ଠା ସହ ଭଲ ବ୍ୟବସାୟ ମଧ୍ୟ କରୁଛନ୍ତି। ଏପରିକି ଫୁଡ୍‌ ଷ୍ଟାର୍ଟଅପଗୁଡିକ ଦୈନିକ ୧୦,୦୦୦ରୁ ୧୦,୦୦,୦୦୦ ଟଙ୍କାର କାରବାର ସହିତ ବାର୍ଷିକ ୫ କୋଟିରୁ ୨୦୦କୋଟି ଟଙ୍କାର କାରବାର କରୁଛନ୍ତି। ସେହିପରି ଫୁଡ ଷ୍ଟାର୍ଟଅପ ଜରିଆରେ ମଧ୍ୟ ଯୁବୋଦ୍ୟୋଗୀମାନେ ବେକାରି ସମସ୍ୟାରୁ ମୁକୁଳିବା ସହିତ ୫ରୁ ୫୦ ଜଣଙ୍କୁ ପ୍ରତି ଷ୍ଟାର୍ଟଅପରେ ନିଯୁକ୍ତି ଯୋଗାଇ ପାରୁଛନ୍ତି।

ବର୍ତ୍ତମାନ ସମୟରେ ସ୍ବାଭିମାନୀ ଯୁବବର୍ଗ ପର ପାଖରେ କାମ ନ କରି ନିଜେ କିଛି କରିବାକୁ ଅଧିକ ପସନ୍ଦ କରୁଛନ୍ତି। ଏପରିକି ଆଶାୟୀ ଓ ଉତ୍ସାହୀ ଉଚ୍ଚଶିକ୍ଷିତ ଯୁବବର୍ଗମାନେ ସରକାରୀ ଯୋଜନା ଓ ବ୍ୟାଙ୍କ ସହାୟତାରେ ଷ୍ଟାର୍ଟଅପ କରିବାକୁ ଆଗ୍ରହ ଦେଖାଉଛନ୍ତି। ଏ ପରି ଜଣେ ଉତ୍ସାହୀ ଓ ଉଚ୍ଚଶିକ୍ଷିତ ଯୁବତୀ ରାଜଶ୍ରୀ ପ୍ରିୟଦର୍ଶନୀ ଭୁବନେଶ୍ୱରର ରଥ ରୋଡଠାରେ ଅପମ ସେଣ୍ଟ୍ରାଲ ନାମରେ ଏକ ଫୁଡ୍‌ ଷ୍ଟାର୍ଟଅପ କରିଛନ୍ତି। ପ୍ରତିଦିନ ଶହ ଶହ ଲୋକ ସନ୍ଧ୍ୟା ସମୟରେ ସୁସ୍ବାଦୁ ଓ ଗୁଣାତ୍ମକ ଖାଦ୍ୟର ମଜା ନେଉଛନ୍ତି।

ବିଶେଷ କରି ସ୍ମାର୍ଟସିଟି ଭୁବନେଶ୍ୱରବାସୀଙ୍କୁ କେରଳୀ ଖାଦ୍ୟର ମଜା ଓ ସ୍ବାଦ ଚଖାଇବା ପାଇଁ ଏଭଳି ଏକ ଅଭିନବ ଫୁଡ ଷ୍ଟାର୍ଟଅପ ‘ଅପମ ସେଣ୍ଟ୍ରାଲ’ ଜରିଆରେ ସ୍ବଳ୍ପ ମୂଲ୍ୟ ଓ ଗୁଣାତ୍ମକ ଖାଦ୍ୟ ଯୋଗାଉଛନ୍ତି। ବିଶେଷ କରି ଯୁବବର୍ଗମାନେ ଅପମଠାରେ ଭିଡ ଜମାଉଛନ୍ତି। ଏ ନେଇ ଅପମ ସେଣ୍ଟ୍ରାଲର ସହପ୍ରତିଷ୍ଠାତା ତଥା ମହିଳା ଯୁବୋଦ୍ୟୋଗୀ ରାଜଶ୍ରୀ ପ୍ରିୟଦର୍ଶନୀ କହିଛନ୍ତି, ଯୁବବର୍ଗଙ୍କୁ ସୁସ୍ବାଦୁ ଓ ଗୁଣାତ୍ମକମାନର ଖାଦ୍ୟ ଯୋଗାଇବା ସହିତ ଏକ ଭିନ୍ନ ପ୍ରକାରର ଖାଦ୍ୟ (ଡିସ)ର ସ୍ବାଦ ସହରର ଯୁବବର୍ଗଙ୍କୁ ଚଖାଇବା ପାଇଁ କେରଳୀ ଖାଦ୍ୟ ବ୍ରାଣ୍ଡ୍‌ ‘ଅପମ’ ଅୟମାରମ୍ଭ କରିଛି। ସେହିଭଳି ଅପମ ସେଣ୍ଟ୍ରାଲର ସହପ୍ରତିଷ୍ଠାତା ରାକେଶ ମିଶ୍ର କହିଥିଲେ, ଆମେ ଯୁବ ବର୍ଗଙ୍କୁ ସୁଷମ ଓ ସୁସ୍ବାଦୁ ଖାଦ୍ୟ ଭିନ୍ନ ପ୍ରକାରର ପ୍ରସ୍ତୁତି ସହ ଗୁଣାତ୍ମକ ଏବଂ ସୁସ୍ଥ ପରିବେଶ ମଧ୍ୟରେ ଯୋଗାଇବାକୁ ଲକ୍ଷ୍ୟ ରଖିଛୁ। ଏପରିକି ସବୁ ବର୍ଗର ଗ୍ରାହକଙ୍କୁ ଅପମର ଖାଦ୍ୟ ଓ ସ୍ବାଦ ଚଖାଇବା ଆମର ମୂଳ ଲକ୍ଷ୍ୟ ବୋଲି ସେ ମତପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ନୂଆପଡ଼ା ସହରରେ ବୁଲୁଛନ୍ତି ଭାଲୁ

ନୂଆପଡ଼ା,୭।୧୨(ମକାରୁ ବେମାଲ): ନୂଆପଡ଼ା ସହରକୁ ୨ଟି ଭାଲୁ ପଶି ଆସିଥିଲେ। ସହରର ବିଭିନ୍ନ ସ୍ଥାନରେ ବୁଲାବୁଲି କରି ଅଇଠାପତ୍ର, ଫଳ ଦୋକାନରେ ଫିଙ୍ଗି ଦିଆଯାଉଥିବା ଫଳ...

ରାଜ୍ୟସ୍ତରୀୟ କ୍ରୀଡ଼ା ପ୍ରତିଯୋଗିତାରେ ଦିଗପହଣ୍ଡିର ସାଇକ୍ରିଷ୍ଣା

ଦିଗପହଣ୍ଡି,୭।୧୨(ଅଶେଷ ନାଥ ମିଶ୍ର) ଜଗତସିଂହପୁରରେ ଆୟୋଜିତ ୬୯ତମ ଆନ୍ତଃ ରାଜ୍ୟସ୍ତରୀୟ ବିଦ୍ୟାଳୟ ସମୂହ କ୍ରୀଡ଼ା ପ୍ରତିଯୋଗିତାରେ ଦିଗପହଣ୍ଡି ବ୍ଳକ ଅଧୀନ ବମକୋଇ ଗ୍ରାମ ଶିବାନନ୍ଦ ନୋଡାଲ...

ଡକାୟତି, ହତ୍ୟା ଉଦ୍ୟମ: ୨ବର୍ଷ ପରେ ଧରାପଡ଼ିିଲେ ଫେରାର ଅଭିଯୁକ୍ତ

ଦିଗପହଣ୍ଡି,୭ା୧୨(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ବ୍ଲକ ଜକର ପଞ୍ଚାୟତ ଅଧୀନ ତେଣ୍ଟୁଆପଡା ଗ୍ରାମରେ ୨୦୨୩ରେ ଘଟିଥିବା ଏକ ଡକାୟତି ଓ ହତ୍ୟା ଉଦ୍ୟମ ମାମଲାର ଅଭିଯୁକ୍ତଙ୍କୁ...

ମହମ୍ମଦ ସାହେବ ପୁଣି କଳାହାଣ୍ଡି କଂଗ୍ରେସ ଯୁବ ସଭାପତି

ଭବାନୀପାଟଣା,୭।୧୧(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା କଂଗ୍ରେସ ଯୁବ ସଭାପତି ଭାବେ ରବିବାର ପୁଣି ଥରେ ମହମ୍ମଦ ଅବଦୁଲ ମୋହସିନ(ମହମ୍ମଦ ସାହେବ) ନିଯୁକ୍ତ ହୋଇଛନ୍ତି। ଏ...

ଯେଉଁ ହାତରେ ଗଢିଥିଲି, ସେହି ହାତରେ ଶ୍ରଦ୍ଧାଞ୍ଜଳୀ ଦେଲି: ପ୍ରେମାନନ୍ଦ

ବଲାଙ୍ଗୀର,୭।୧୨(ସୁନିଲ କୁମାର ମହାନ୍ତି): ଯେଉଁ ହାତରେ ଗଢିଥିଲି ଆଜି ସେହି ହାତରେ ଶ୍ରଦ୍ଧାଞ୍ଜଳୀ ଦେଲି। ହ୍ୟୁମାନ ସବୁ ସମୟରେ ମୋତେ ଟିଟିଲାଗଡ଼ ଆସିବାକୁ କହୁଥିଲା। ହ୍ୟୁମାନ...

ଚାଷୀ ସଂଗଠନର ରଣହୁଙ୍କାର: ମଣ୍ଡିରୁ ଧାନ ଉଠା ନ ଗଲେ ଆନ୍ଦୋଳନ

ବରଗଡ଼,୭।୧୨(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ଗତମାସ ୨୮ ତାରିଖରୁ ଖରିଫ ଧାନ ସଂଗ୍ରହ ପ୍ରକ୍ରିୟା ଚାଲିଛି। କିନ୍ତୁ ଏପର୍ଯ୍ୟନ୍ତ ଧାନ ବିକ୍ରିରେ ଅଚଳାବସ୍ଥା ଜାରି ରହିଛି।...

ତୃତୀୟ ଥର ପାଇଁ ସଭାପତି ହେଲେ ସୁନେଶ

କେନ୍ଦୁଝର,୧୨।୭(ନରେଶ ଚନ୍ଦ୍ର ପଟ୍ଟନାୟକ): ପୂର୍ବତନ ଜିଲା ଛାତ୍ର କଂଗ୍ରେସ କମିଟି ସଭାପତି ତଥା ଜିଲା ଯୁବ କଂଗ୍ରେସ ସଭାପତି ସୁନେଶ ଧୀର ପୁଣି କେନ୍ଦୁଝର ଜିଲା...

ଜାନୁୟାରୀ ୮ରୁ ଶ୍ରୀରାମଚରିତ ମାନସ ପାରାୟଣ: ଯୋଗଦେବେ ସୁନାମଧନ୍ୟ ପ୍ରବକ୍ତା

ଦିଗପହଣ୍ଡି,୭।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବଡ଼ ବ୍ରାହ୍ମଣସାହି ସ୍ଥିତ ଶ୍ରୀ ଗୋପାଳଜୀ ମଠ ପରିସରରେ ରବିବାର ଶ୍ରୀ ରାମଦୟା ପରିଷଦ ଦିଗପହଣ୍ଡି ଶାଖା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri