ଘରୋଇ ବଜାରରେ ଫୁଡ୍‌ ଷ୍ଟାର୍ଟଅପର ଚାହିଦା ବୃଦ୍ଧି, ଗୁଣାତ୍ମକ ଖାଦ୍ୟକୁ ଅପମ୍‌ ସେଣ୍ଟ୍ରାଲର ଗୁରୁତ୍ୱ

ଭୁବନେଶ୍ୱର,୧।୪: ଗତ କିଛି ବର୍ଷ ମଧ୍ୟରେ ଘରୋଇ ବଜାରରେ ଫୁଡ୍‌ ଷ୍ଟାର୍ଟଅପର ଚାହିଦା ବୃଦ୍ଧି ପାଇଛି। ଏପରିକି କେନ୍ଦ୍ର ସରକାରଙ୍କ ଷ୍ଟାର୍ଟଅପ୍‌ ପଲିସି ଓ ଅନ୍ୟାନ୍ୟ ଯୋଜନା ସହିତ ବ୍ୟାଙ୍କଗୁଡ଼ିକ ପକ୍ଷରୁ ବିଭିନ୍ନ ପର୍ଯ୍ୟାୟରେ ଆର୍ଥିକ ସହାୟତା ଆଦି ବଳରେ ଆଶାୟୀ ଯୁବ ଉଦ୍ୟୋଗୀମାନେ ଷ୍ଟାର୍ଟଅପ ପ୍ରତି ଆଗ୍ରହ ପ୍ରକାଶ କରୁଥିବାରୁ ଘରୋଇ ବଜାରରେ ଫୁଡ୍‌ ଷ୍ଟାର୍ଟଅପ ଶିଳ୍ପରେ ମଧ୍ୟ ଉଲ୍ଲେଖନୀୟ ଅଭିବୃଦ୍ଧି ଘଟିଛି। ବିଶେଷକରି ସାରା ଦେଶରେ ବେକାରି ଏକ ବଡ଼ ସମସ୍ୟା ହୋଇଥିଲାବେଳେ ବୃତ୍ତିଗତ ନିଯୁକ୍ତିରେ ମଧ୍ୟ ଅନେକ ପ୍ରକାର ସମସ୍ୟା ରହିଛି। ଫଳରେ ଯୁବବର୍ଗ ନିଯୁକ୍ତି ପଛରେ ନ ଗୋଡ଼ାଇ ଛୋଟଠାରୁ ମଧ୍ୟମ ବର୍ଗର ଫୁଡ୍‌ ଷ୍ଟାର୍ଟଅପ ବସାଇବାକୁ ପସନ୍ଦ କରୁଛନ୍ତି।

ସେହିଭଳି ଦେଶର ପ୍ରମୁଖ ଫୁଡ୍‌ ଷ୍ଟାର୍ଟଅପ ଯଥା ଜମାଟୋ, ସ୍ବିଗୀ, ବିରିଆୟନି ବାଇ କିଲୋ, ଇନର ସେଫ, ହଙ୍ଗର ବକ୍ସ ଓ ଜାଏ ପଏଣ୍ଟ ଭଳି ୧୦୦ରୁ ଅଧିକ ପ୍ରମୁଖ ଫୁଡ୍‌ ଷ୍ଟାର୍ଟଅପ ବର୍ତ୍ତମାନ ସମୟରେ ମାର୍କେଟ ଲିଡର ସହ ଫୁଡ୍‌ଚେନର ମାନ୍ୟତା ହାସଲ କରିଛନ୍ତି। ଅପରପକ୍ଷରେ ସ୍ବଳ୍ପ ପୁଞ୍ଜିରୁ ଆରମ୍ଭ କରାଯାଇପାରୁଥିବାରୁ ଫୁଡ ଷ୍ଟାର୍ଟଅପ ପ୍ରତି ଉଭୟ ଆଶାୟୀ ଓ ଉତ୍ସାହୀ ଯୁବବର୍ଗ ଏ କ୍ଷେତ୍ରରେ ପୁଞ୍ଜି ବିନିଯୋଗ ଓ ଷ୍ଟାର୍ଟଅପ ପ୍ରତିଷ୍ଠା ସହ ଭଲ ବ୍ୟବସାୟ ମଧ୍ୟ କରୁଛନ୍ତି। ଏପରିକି ଫୁଡ୍‌ ଷ୍ଟାର୍ଟଅପଗୁଡିକ ଦୈନିକ ୧୦,୦୦୦ରୁ ୧୦,୦୦,୦୦୦ ଟଙ୍କାର କାରବାର ସହିତ ବାର୍ଷିକ ୫ କୋଟିରୁ ୨୦୦କୋଟି ଟଙ୍କାର କାରବାର କରୁଛନ୍ତି। ସେହିପରି ଫୁଡ ଷ୍ଟାର୍ଟଅପ ଜରିଆରେ ମଧ୍ୟ ଯୁବୋଦ୍ୟୋଗୀମାନେ ବେକାରି ସମସ୍ୟାରୁ ମୁକୁଳିବା ସହିତ ୫ରୁ ୫୦ ଜଣଙ୍କୁ ପ୍ରତି ଷ୍ଟାର୍ଟଅପରେ ନିଯୁକ୍ତି ଯୋଗାଇ ପାରୁଛନ୍ତି।

ବର୍ତ୍ତମାନ ସମୟରେ ସ୍ବାଭିମାନୀ ଯୁବବର୍ଗ ପର ପାଖରେ କାମ ନ କରି ନିଜେ କିଛି କରିବାକୁ ଅଧିକ ପସନ୍ଦ କରୁଛନ୍ତି। ଏପରିକି ଆଶାୟୀ ଓ ଉତ୍ସାହୀ ଉଚ୍ଚଶିକ୍ଷିତ ଯୁବବର୍ଗମାନେ ସରକାରୀ ଯୋଜନା ଓ ବ୍ୟାଙ୍କ ସହାୟତାରେ ଷ୍ଟାର୍ଟଅପ କରିବାକୁ ଆଗ୍ରହ ଦେଖାଉଛନ୍ତି। ଏ ପରି ଜଣେ ଉତ୍ସାହୀ ଓ ଉଚ୍ଚଶିକ୍ଷିତ ଯୁବତୀ ରାଜଶ୍ରୀ ପ୍ରିୟଦର୍ଶନୀ ଭୁବନେଶ୍ୱରର ରଥ ରୋଡଠାରେ ଅପମ ସେଣ୍ଟ୍ରାଲ ନାମରେ ଏକ ଫୁଡ୍‌ ଷ୍ଟାର୍ଟଅପ କରିଛନ୍ତି। ପ୍ରତିଦିନ ଶହ ଶହ ଲୋକ ସନ୍ଧ୍ୟା ସମୟରେ ସୁସ୍ବାଦୁ ଓ ଗୁଣାତ୍ମକ ଖାଦ୍ୟର ମଜା ନେଉଛନ୍ତି।

ବିଶେଷ କରି ସ୍ମାର୍ଟସିଟି ଭୁବନେଶ୍ୱରବାସୀଙ୍କୁ କେରଳୀ ଖାଦ୍ୟର ମଜା ଓ ସ୍ବାଦ ଚଖାଇବା ପାଇଁ ଏଭଳି ଏକ ଅଭିନବ ଫୁଡ ଷ୍ଟାର୍ଟଅପ ‘ଅପମ ସେଣ୍ଟ୍ରାଲ’ ଜରିଆରେ ସ୍ବଳ୍ପ ମୂଲ୍ୟ ଓ ଗୁଣାତ୍ମକ ଖାଦ୍ୟ ଯୋଗାଉଛନ୍ତି। ବିଶେଷ କରି ଯୁବବର୍ଗମାନେ ଅପମଠାରେ ଭିଡ ଜମାଉଛନ୍ତି। ଏ ନେଇ ଅପମ ସେଣ୍ଟ୍ରାଲର ସହପ୍ରତିଷ୍ଠାତା ତଥା ମହିଳା ଯୁବୋଦ୍ୟୋଗୀ ରାଜଶ୍ରୀ ପ୍ରିୟଦର୍ଶନୀ କହିଛନ୍ତି, ଯୁବବର୍ଗଙ୍କୁ ସୁସ୍ବାଦୁ ଓ ଗୁଣାତ୍ମକମାନର ଖାଦ୍ୟ ଯୋଗାଇବା ସହିତ ଏକ ଭିନ୍ନ ପ୍ରକାରର ଖାଦ୍ୟ (ଡିସ)ର ସ୍ବାଦ ସହରର ଯୁବବର୍ଗଙ୍କୁ ଚଖାଇବା ପାଇଁ କେରଳୀ ଖାଦ୍ୟ ବ୍ରାଣ୍ଡ୍‌ ‘ଅପମ’ ଅୟମାରମ୍ଭ କରିଛି। ସେହିଭଳି ଅପମ ସେଣ୍ଟ୍ରାଲର ସହପ୍ରତିଷ୍ଠାତା ରାକେଶ ମିଶ୍ର କହିଥିଲେ, ଆମେ ଯୁବ ବର୍ଗଙ୍କୁ ସୁଷମ ଓ ସୁସ୍ବାଦୁ ଖାଦ୍ୟ ଭିନ୍ନ ପ୍ରକାରର ପ୍ରସ୍ତୁତି ସହ ଗୁଣାତ୍ମକ ଏବଂ ସୁସ୍ଥ ପରିବେଶ ମଧ୍ୟରେ ଯୋଗାଇବାକୁ ଲକ୍ଷ୍ୟ ରଖିଛୁ। ଏପରିକି ସବୁ ବର୍ଗର ଗ୍ରାହକଙ୍କୁ ଅପମର ଖାଦ୍ୟ ଓ ସ୍ବାଦ ଚଖାଇବା ଆମର ମୂଳ ଲକ୍ଷ୍ୟ ବୋଲି ସେ ମତପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରଣବ ବଳବନ୍ତରାୟଙ୍କ ଗାଡ଼ିକୁ ଟେକାମାଡ଼, ବୈଠକ ସାରି ବାହାରିଲା ବେଳେ …

ଭୁବନେଶ୍ବର,୪।୧୦: ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଗାଡ଼ିକୁ ଟେକାମାଡ଼ ହୋଇଛି । ବୈଠକ ସାରି ଫେରୁଥିବା ବେଳେ କିଛି ବ୍ୟକ୍ତି ତାଙ୍କ ଗାଡି ଉପରକୁ ଟେକା ଫିଙ୍ଗିଥିବା…

ବୀରେନ୍ଦ୍ର ସେହୱାଗଙ୍କ ପୁଅଙ୍କୁ ମିଳିଲା ବଡ଼ ଦାୟିତ୍ବ, ଏହି ଦଳର ହେବେ ଅଧିନାୟକ

ନୂଆଦିଲ୍ଲୀ,୪।୧୦: ଭାରତୀୟ କ୍ରିକେଟ୍‌ ଟିମ୍‌ର ପୂର୍ବତନ ଓପନର୍‌ ବୀରେନ୍ଦ୍ର ସେହୱାଗଙ୍କ ୧୮ ବର୍ଷୀୟ ପୁଅ ଆର୍ଯ୍ୟବୀର ସେହୱାଗଙ୍କୁ ଘରୋଇ କ୍ରିକେଟ୍‌ରେ ବଡ଼ ଦାୟିତ୍ୱ ମିଳିଛି । ଆଗାମୀ…

FSSAI ର ବଡ଼ କାର୍ଯ୍ୟାନୁଷ୍ଠାନ: ‘କ୍ରିଏଟିଭ୍ ବେକର୍ସ’ର ଲାଇସେନ୍ସ ନିଲମ୍ବିତ, ‘ଏଭରେଷ୍ଟ ଜିରା ପାଉଡର’ ବଜାରରୁ ପ୍ରତ୍ୟାହାର ନିର୍ଦ୍ଦେଶ

ନୂଆଦିଲ୍ଲୀ,୪।୧୦: ଖାଦ୍ୟ ସୁରକ୍ଷା ନିୟମର କଡ଼ା ଉଲ୍ଲଂଘନ ଅଭିଯୋଗରେ ଫୁଡ୍ ସେଫ୍ଟି ଆଣ୍ଡ ଷ୍ଟାଣ୍ଡାର୍ଡସ ଅଥରିଟି ଅଫ୍ ଇଣ୍ଡିଆ (FSSAI) ଦୁଇଟି ପ୍ରମୁଖ ଖାଦ୍ୟ ପ୍ରସ୍ତୁତକାରୀ କମ୍ପାନୀ…

ମିଳିଲାନି ଷ୍ଟ୍ରେଚର, ଦିବ୍ୟାଙ୍ଗ ଭାଇଙ୍କୁ ପିଠିରେ ବୋହି ୱାର୍ଡକୁ ନେଲେ ଭଉଣୀ, ଭିଡିଓ ଦେଖିଲେ ଥରିଉଠିବ….

ଭୋପାଳ,୪ା୧୦: ସରକାରୀ ହସ୍ପିଟାଲରେ ରୋଗୀଙ୍କୁ ମିଳୁଥିବା ସୁବିଧାକୁ ନେଇ ପୁଣି ପ୍ରଶ୍ନ ଉଠିଛି । ମଧ୍ୟପ୍ରଦେଶର ଗୁନା ଜିଲାରୁ ଏଭଳି ଏକ ଭିଡିଓ ସାମ୍ନାକୁ ଆସିଛି, ଯାହା…

ନୟାପଲ୍ଲୀ ବଳାତ୍କାର ମାମଲା: ମୁଖ୍ୟ ଅଭିଯୁକ୍ତଙ୍କ ୨ ସହଯୋଗୀଙ୍କୁ ଗିରଫ କଲା ପୋଲିସ

ଭୁବନେଶ୍ୱର,୪ା୧୦: ରାଜଧାନୀରେ ଚର୍ଚ୍ଚାର ବିଷୟ ପାଲଟିଥିବା ନୟାପଲ୍ଲୀ ବଳାତ୍କାର ମାମଲାରେ ପୋଲିସକୁ ମିଳିଛି ଆଉ ଏକ ବଡ଼ ସଫଳତା। ବଳାତ୍କାର ମାମଲାର ମୁଖ୍ୟ ଅଭିଯୁକ୍ତ ଶ୍ରୀଧର ପଣ୍ଡାର…

ଦିବ୍ୟାଙ୍ଗ ନାବାଳକଙ୍କୁ ମୁଖ୍ୟମନ୍ତ୍ରୀଙ୍କ ପାଣ୍ଠିରୁ ମିଳିଲା ସହାୟତା

ଗଞ୍ଜାମ,୪ା୧୦(ବିଦ୍ୟାଧର ସାହୁ): ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନିଜସ୍ବ ପାଣ୍ଠିରୁ ଗଞ୍ଜାମ ବ୍ଲକ ଅନ୍ତର୍ଗତ ପାଳିବନ୍ଧ ପଞ୍ଚାୟତର ଲକ୍ଷ୍ମୀପୁର ଗ୍ରାମର ଦିବ୍ୟାଙ୍ଗ ନାବାଳକ ଏନ ନୀଳାଞ୍ଚଳ…

ଆଦିତ୍ୟଙ୍କ ସହ ମୁମ୍ବାଇ ଛାଡ଼ିଲେ ୟାମି ଗୌତମ? କାହିଁକି ଏତେ ବଡ଼ ନିଷ୍ପତ୍ତି ନେଲେ ଏହି ଦମ୍ପତ୍ତି? ଜାଣନ୍ତୁ…

ମୁମ୍ବାଇ: ଆଦିତ୍ୟ ଧର ହେଉଛନ୍ତି ବଲିଉଡର ଜଣେ ପ୍ରତିଷ୍ଠିତ ନିର୍ଦ୍ଦେଶକ, ଯିଏ ‘ଉରି: ଦ ସର୍ଜିକାଲ ଷ୍ଟ୍ରାଇକ’ (Uri: The Surgical Strike) ଭଳି ଲୋକପ୍ରିୟ ଚଳଚ୍ଚିତ୍ର…

ଦୁର୍ଘଟଣାରେ ଆହତ ବ୍ୟକ୍ତିଙ୍କୁ ତୁରନ୍ତ ମେଡିକାଲରେ ପହଞ୍ଚାଇ ଚର୍ଚ୍ଚାରେ ୨ ହୋମ୍‌ଗାର୍ଡ, ସାହସିକତାକୁ ଚାରିଆଡୁ ପ୍ରଶଂସା

ମୋହନା,୪ା୧୦(ମନ୍ମଥ ମିଶ୍ର): ଗଜପତି ଜିଲା ଅଡ଼ବା ଥାନା ଅନ୍ତର୍ଗତ ଅନ୍ତରବା ଛକ ନିକଟରେ ପିକଅପ୍‌ ଓ ଦୁଇଟି ବାଇକ୍‌ ମଧ୍ୟରେ ଦୁର୍ଘଟଣା ଘଟି ୩ ଗୁରୁତର ଥିବାବେଳେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?