ପୁନଃ ନିଯୁକ୍ତି ଦାବିରେ କମ୍ପ୍ୟୁଟର ଶିକ୍ଷକଙ୍କ ସମୂହ ଆତ୍ମାହୁତି ଉଦ୍ୟମ

ଭୁବନେଶ୍ୱର, ୧୦।୮(ବ୍ୟୁରୋ): ପୁନଃ ନିଯୁକ୍ତି ଦାବିରେ ଛଟେଇ କମ୍ପ୍ୟୁଟର ଶିକ୍ଷକମାନେ ସୋମବାର ଓଡ଼ିଶା ସ୍କୁଲ୍‌ ଏଜୁକେଶନ ପ୍ରୋଗ୍ରାମ ଅଥରିଟି (ଓସେପା) କାର୍ଯ୍ୟାଳୟ ସମ୍ମୁଖରେ ଆମରଣ ଅନଶନରେ ବସିଥିଲେ। ଦୁଇବର୍ଷ ହେବ ବିନା କାରଣରେ ସରକାର ଛଟେଇ କରିଥିବା ସେମାନେ ଅଭିଯୋଗ ଆଣି ଶେଷରେ ସମୂହ ଫିନାଇଲ ଓ କିରୋସିନ ପିଇ ଆତ୍ମାହୁତି କରିବାକୁ ଉଦ୍ୟମ କରିଥିଲେ। ସେମାନଙ୍କୁ କାବୁ କରିବାକୁ ଯାଇ ପୋଲିସକୁ ନାକେଦମ୍‌ ହେବାକୁ ପଡିଥିଲା। ଏହି ସମୟରେ ଶିକ୍ଷକ ଓ ପୋଲିସ ମଧ୍ୟରେ ଧସ୍ତାଧସ୍ତି ହୋଇଥିବାବେଳେ ଘଟଣାସ୍ଥଳରେ ଦୀର୍ଘ ସମୟ ଧରି ଉତ୍ତେଜନାମୂଳକ ପରିସ୍ଥିତି ସୃଷ୍ଟି ହୋଇଥିଲା। ଧସ୍ତାଧସ୍ତିବେଳେ କ୍ୟାପିଟାଲ ଥାନା ଅଧିକାରୀ ଆହତ ହୋଇଥିବା ଭୁବନେଶ୍ୱର ଡିସିପି ଉମାଶଙ୍କର ଦାସ ସୂଚନା ଦେଇଛନ୍ତି। ଆନ୍ଦୋଳନରତ କମ୍ପ୍ୟୁଟର ଶିକ୍ଷକଙ୍କୁ ପୋଲିସ ଗିରଫ କରିଛି। ୧୪ଜଣ ଶିକ୍ଷକଙ୍କୁ କୋର୍ଟ ଚାଲାଣ କରାଯାଇଥିବାବେଳେ ଅନ୍ୟମାନଙ୍କୁ ଛାଡ଼ି ଦିଆଯାଇଥିଲା। ଏହାସତ୍ତ୍ୱେ ସମ୍ପୃକ୍ତ ଶିକ୍ଷକମାନେ ନିଜ ଜିଦ୍‌ରେ ଅଟଳ ରହି ସେଠାରେ ଆମରଣ ଅନଶନ ଜାରି ରଖିଛନ୍ତି।
୪ହଜାର ଛଟେଇ କମ୍ପ୍ୟୁଟର ଶିକ୍ଷକଙ୍କ ପୁନଃନିଯୁକ୍ତି ନିମନ୍ତେ ଇଣ୍ଟିଗ୍ରେଟେଡ୍‌ କମ୍ପ୍ୟୁଟର ଟିଚର (ଆଇସିଟି) ବିଦ୍ୟାଳୟ ସଂଯୋଜକ ସଂଘ ବାରମ୍ବାର ସରକାରଙ୍କ ନିକଟରେ ଦାବି କରିବା ସହ ଆନ୍ଦୋଳନ ଜାରି ରଖିଛି। ଏନେଇ ସଂଘ କହିଛି, ଦାବି ପ୍ରତି ସରକାର କୌଣସି ପଦକ୍ଷେପ ନ ନେବାରୁ ବାଧ୍ୟହୋଇ ଉଚ୍ଚ ନ୍ୟାୟାଳୟର ଦ୍ୱାରସ୍ଥ ହୋଇଥିଲୁ। ହାଇକୋର୍ଟ ଆମ ସପକ୍ଷରେ ରାୟ ଦେବାର ଦୁଇମାସ ବିତି ଯାଇଥିଲେ ମଧ୍ୟ ସରକାର ଏ ପର୍ଯ୍ୟନ୍ତ କୌଣସି ଚୂଡ଼ାନ୍ତ ନିଷ୍ପତ୍ତି ନେଲେ ନାହିଁ। ଏହାପରେ ସଂଘ ଶିକ୍ଷାମନ୍ତ୍ରୀ, ସଚିବ, ଓସେପା ନିର୍ଦ୍ଦେଶକଙ୍କୁ ଭେଟି ପୁନଃ ନିଯୁକ୍ତି ନିମନ୍ତେ ଚୂଡ଼ାନ୍ତ ନିଷ୍ପତ୍ତି ନେବାକୁ ଲିଖିତ ଦାବି ଜଣାଇ ସମୟ ଦେଇଥିଲୁ। କିନ୍ତୁ ୭ଦିନ ବିତି ଯାଇଥିଲେ ମଧ୍ୟ ସରକାର ଆମ କଥା କର୍ଣ୍ଣପାତ କଲେନାହିଁ। ଫଳରେ ଶିକ୍ଷକମାନେ ବାଧ୍ୟହୋଇ ସୋମବାରଠାରୁ ଆମରଣ ଅନଶନ, କଳା ବ୍ୟାଚ୍‌ ପରିଧାନ କରି ଆନ୍ଦୋଳନ କରିବା ଓ ସମସ୍ତେ ଆତ୍ମାହୁତି ଦେବା ପାଇଁ ନିଷ୍ପତ୍ତି ନେଇଥିଲେ।
ଓଡ଼ିଶା ଅଭିଭାବକ ମହାସଂଘ ଗିରଫ ଶିକ୍ଷକଙ୍କୁ ଭେଟି ଆମରଣରୁ ଉଠିବା ପାଇଁ ପରାମର୍ଶ ଦେଇଥିଲା। କିନ୍ତୁ ସେମାନେ ଦାବି ପୂରଣ ନ ହେବା ଯାଏ ଏହି ଆନ୍ଦୋଳନ ଜାରି ରଖିବେ ବୋଲି କହିଛନ୍ତି। ଏ ନେଇ ଅଭିଭାବକ ମହାସଂଘ ଅଧ୍ୟକ୍ଷ ବାସୁଦେବ ଭଟ୍ଟ କହିଛନ୍ତି ଯେ, ସ୍କୁଲରେ ପିଲାଙ୍କୁ କମ୍ପ୍ୟୁଟର ଶିକ୍ଷା ପ୍ରଦାନ ବିନା ଗୁଣାତ୍ମକ ଶିକ୍ଷାର ପରିକଳ୍ପନା କରିବା ଅସମ୍ଭବ। ତେଣୁ ସରକାରଙ୍କୁ ପୁନଃ ନିଯୁକ୍ତି ପାଇଁ ଆମେ ଦାବି କରିଛୁ।


Enter your email to get our daily news in your inbox.

All Right Reserved By Dharitri.Com

ନିଜର ଚମତ୍କାରୀ ବ୍ୟାଟ୍‌କୁ ଉପହାରରେ ଦେବେ ବୈଭବ, ଜାଣନ୍ତୁ କାହାକୁ ମିଳିବ ଏହି ଖାସ୍‌…

ନୂଆଦିଲ୍ଲୀ,୯।୪:  ଆଇପିଏଲ୍ ୨୦୨୬ର ସବୁଠାରୁ କନିଷ୍ଠ ଖେଳାଳି ବୈଭବ ସୂର୍ଯ୍ୟବଂଶୀ ଏବେ କ୍ରିକେଟ ଦୁନିଆରେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି। ନିକଟରେ ରାଜସ୍ଥାନ ରୟାଲ୍ସ ଦ୍ୱାରା…

୩ ମାସ ତଳେ ଚୋରି ହୋଇଥିଲା ସ୍କୁଟି, ଗୋଟିଏ ଟ୍ରାଫିକ ଚାଲାଣ ଯୋଗୁ ଫସିଗଲା ଚୋର, ମାଲିକ…

ହାଇଦ୍ରାବାଦ: ଏଠାରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି, ଯାହା ଏବେ ସୋସିଆଲ ମିଡିଆରେ ବେଶ ଭାଇରାଲ ହେବାରେ ଲାଗିଛି। ଜଣେ ବ୍ୟକ୍ତିଙ୍କର ଚୋରି ହୋଇଥିବା ସ୍କୁଟିର…

ବନ୍ଦ ହେଲା ଆଉ ଏକ ଯୁଦ୍ଧ? ଲେବାନନ ସହିତ ସିଧାସଳଖ ଆଲୋଚନା ପାଇଁ ଇସ୍ରାଏଲ ପ୍ରସ୍ତୁତ

ଜେରୁଜେଲମ,୯।୪: ଇରାନ ଏବଂ ଇସ୍ରାଏଲ ମଧ୍ୟରେ ଉତ୍ତେଜନା ମଧ୍ୟରେ, ଲେବାନନ ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ କୂଟନୈତିକ ପଦକ୍ଷେପ ଉଭା ହୋଇଛି। ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ ଯଥାଶୀଘ୍ର…

ଅପେକ୍ଷାର ଅନ୍ତ! ରୟାଲ ଏନ୍‌ଫିଲ୍ଡ ଲଞ୍ଚ କଲା ପ୍ରଥମ ଇଲେକ୍ଟ୍ରିକ୍‌ ବାଇକ୍‌, ଜବରଦସ୍ତ ଫିଚର ସହ ମୂଲ୍ୟ…

ନୂଆଦିଲ୍ଲୀ,୯।୪: ଅପେକ୍ଷାର ଅନ୍ତ ଘଟିଛି। ଭାରତୀୟ ବଜାରରେ ରୟାଲ ଏନଫିଲ୍ଡ (Royal Enfield) ନିଜର ପ୍ରଥମ ଇଲେକ୍ଟ୍ରିକ ମୋଟରସାଇକେଲ ’ଫ୍ଲାଇଙ୍ଗ ଫ୍ଲି ସି୬’ (Flying Flea C୬)କୁ…

ଇସଲାମାବାଦରେ ଇରାନ-ଆମେରିକା ଆଲୋଚନା ଉପରେ ଆତଙ୍କବାଦୀ ଆକ୍ରମଣ ପାଇଁ ଷଡଯନ୍ତ୍ର!

ଇସଲାମାବାଦ,୯।୪: ଶୁକ୍ରବାର (୧୦ ଏପ୍ରିଲ, ୨୦୨୬) ପାକିସ୍ତାନରେ ଆମେରିକା ଏବଂ ଇରାନ ମଧ୍ୟରେ ଆଲୋଚନା ଆରମ୍ଭ ହେବାକୁ ଥିବା ଆଲୋଚନା ପୂର୍ବରୁ, ଆମେରିକୀୟ ଗୁପ୍ତ ସେବାର ୨୩…

ଦଳର ଘୋଷଣା ପତ୍ର ପୂର୍ବରୁ ମୋଦିଙ୍କ ମାଷ୍ଟରଷ୍ଟ୍ରୋକ୍‌

କୋଲକାତା,୯।୪: ଶୁକ୍ରବାର ପଶ୍ଚିମବଙ୍ଗ ପାଇଁ ଭାଜପା ଏହାର ଇସ୍ତାହାର ଘୋଷଣା କରିବାକୁ ଯାଉଛି। ଏହି ଘୋଷଣା ପୂର୍ବରୁ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପଶ୍ଚିମବଙ୍ଗର ଲୋକଙ୍କ ପାଇଁ ଛଅଟି…

ଅବସରପ୍ରାପ୍ତ କର୍ମଚାରୀଙ୍କୁ ପୁନଃ ନିଯୁକ୍ତି ନିଷ୍ପତ୍ତିକୁ ବିଜେଡିର ବିରୋଧ,ପ୍ରତ୍ୟାହର ନ କଲେ ଆନ୍ଦୋଳନ: ବିଧାୟକ

ଭବାନୀପାଟଣା/ଧର୍ମଗଡ଼,୯।୪(ଉତ୍ତମ କୁମାର ଦାଶ/ଘାସିରାମ ଜଗତ)-ରାଜ୍ୟ ସରକାରଙ୍କ ଅବସର ପ୍ରାପ୍ତ କର୍ମଚାରୀ ଙ୍କୁ ପୁନଃ ନିଯୁକ୍ତି ନିଷ୍ପତ୍ତିକୁ ବିଜେଡିର ବିରୋଧ କରିଛନ୍ତି ଜୁନାଗଡ ବିଧାୟକ କ୍ୟାପଟେନ ଦିବ୍ୟଶଙ୍କର ମିଶ୍ର।ରାଜ୍ୟ…

କାଲିଠୁ ଏହି ୫ ରାଶିର ଫିଟିବ ଭାଗ୍ୟ, ଧନ ବର୍ଷା କରିବେ ଶୁକ୍ର-ଶନି; ଆପଣଙ୍କ ରାଶି…

ଆସନ୍ତାକାଲି ଅର୍ଥାତ ୨୦୨୬ ଏପ୍ରିଲ ୧୦ ତାରିଖ ସକାଳ ୪ଟା ୩୯ ମିନିଟ୍‌ରେ ମହାକାଶରେ ଏକ ବିରଳ ଜ୍ୟୋତିଷୀୟ ଘଟଣା ଘଟିବାକୁ ଯାଉଛି। ଶୁକ୍ର ଏବଂ ଶନି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri