Posted inଖେଳ

କଳିଙ୍ଗ ସୁପର କପ୍‌ ଫୁଟ୍‌ବଲ: ଗ୍ରୁପ୍‌ ‘ଡି’ରେ ଓଡ଼ିଶା ଏଫ୍‌ସି

ଭୁବନେଶ୍ୱର, ୧୮।୧୨: ସର୍ବଭାରତୀୟ ଫୁଟ୍‌ବଲ ଫେଡେରେଶନ(ଏଆଇଏଫ୍‌ଏଫ୍‌) ପକ୍ଷରୁ କଳିଙ୍ଗ ସୁପର କପ୍‌ ଫୁଟବଲ ଟୁର୍ନାମେଣ୍ଟ ପାଇଁ ଡ୍ର’ ଉଠାଣ କାର୍ଯ୍ୟକ୍ରମ ସୋମବାର ଅନୁଷ୍ଠିତ ହୋଇଛି। ତଦନୁସାରେ ଗତଥରର ଚାମ୍ପିୟନ ଓଡ଼ିଶା ଏଫ୍‌ସି ଗ୍ରୁପ୍‌ ‘ଡି’ରେ ସ୍ଥାନ ପାଇଛି। ଏଫ୍‌ସି ଗୋଆ, ବେଙ୍ଗାଲୁରୁ ଏଫ୍‌ସି ଏବଂ ଆଇ-ଲିଗ୍‌ କ୍ୱାଲିଫାୟର ବିଜେତା ଦଳ ଏହି ଗ୍ରୁପ୍‌ରେ ଖେଳିବେ।

କଳିଙ୍ଗ ସୁପରକପ୍‌ ନାମରେ ନାମିତ ପ୍ରତିଯୋଗିତାର ୪ର୍ଥ ସଂସ୍କରଣ ୨୦୨୪ ଜାନୁୟାରୀ ୯ରୁ ୨୮ ପର୍ଯ୍ୟନ୍ତ ଓଡ଼ିଶାରେ ଅନୁଷ୍ଠିତ ହେବ। ମୋଟ ୪ଟି ଗ୍ରୁପ୍‌ରେ ୧୬ ଦଳକୁ ନେଇ ପ୍ରତିଯୋଗିତା ହେବ। ପ୍ରତି ଗ୍ରୁପ୍‌ରେ ଆଇଏସ୍‌ଏଲର ୩ ଓ ଆଇ-ଲିଗ୍‌ର ଗୋଟିଏ ଦଳ ଖେଳିବ। ପ୍ରତି ଗ୍ରୁପ୍‌ର ବିଜେତା ଦଳ ସେମିଫାଇନାଲକୁ ଯୋଗ୍ୟତା ଅର୍ଜନ କରିବ। ଗ୍ରୁପ୍‌ ‘ଏ’ରେ ମୋହନ ବାଗାନ ସୁପର ଜାଏଣ୍ଟ, ଇଷ୍ଟ ବେଙ୍ଗଲ, ହାଇଦ୍ରାବାଦ ଏଫ୍‌ସି, ଆଇ ଲିଗ୍‌-୧, ଗ୍ରୁପ୍‌ ‘ବି’ରେ କେରଳ ବ୍ଲାଷ୍ଟର୍ସ, ନର୍ଥ ଇଷ୍ଟ ୟୁନାଇଟେଡ, ଜାମସେଦପୁର ଏଫ୍‌ସି, ଆଇ ଲିଗ୍‌-୨ ଏବଂ ଗ୍ରୁପ୍‌ ‘ସି’ରେ ମୁମ୍ବାଇ ସିଟି ଏଫ୍‌ସି, ଚେନ୍ନାଇନ୍‌ , ପଞ୍ଜାବ ଏଫ୍‌ସି ଏବଂ ଆଇ ଲିଗ୍‌-୩ ଦଳ ସାମିଲ ରହିବ।

କଳିଙ୍ଗ କପ୍‌ ଚାମ୍ପିୟନ ଦଳ ଏଏଫ୍‌ସି ୨୦୨୪-୨୫ ସିଜନର ଏସିଏଲ୍‌ ୨ ପ୍ରିଲିମିନାରି ଷ୍ଟେଜ୍‌ ପାଇଁ ଯୋଗ୍ୟତା ଅର୍ଜନ କରିବ। ଗତ ସଂସ୍କରଣର ଫାଇନାଲରେ ବେଙ୍ଗାଲୁରୁ ଏଫ୍‌ସିକୁ ହରାଇ ଓଡ଼ିଶା ଏଫ୍‌ସି ସୁପର କପ୍‌ ଜିତିବା ସହ ଏଏଫ୍‌ସି କପ୍‌ ୨୦୨୩-୨୪ ପାଇଁ ଯୋଗ୍ୟତା ପାଇଥିଲା। ଏଥିରେ ଘରୋଇ ପରିବେଶରେ ପ୍ରତିଯୋଗିତା ହେବାର ଥିବାରୁ ଓଡ଼ିଶା ଏଫ୍‌ସି ଟାଇଟଲ ବଜାୟ ରଖି କ୍ରମାଗତ ଦ୍ୱିତୀୟ ଥର ପାଇଁ ଏଏଫ୍‌ସି ପ୍ରତିଯୋଗିତାପାଇଁ ଯୋଗ୍ୟତା ଅର୍ଜନ ଲକ୍ଷ୍ୟ ରଖିଛି। ପ୍ରତି କ୍ଲବକୁ ସର୍ବାଧିକ ୬ ବିଦେଶୀ ଖେଳାଳିଙ୍କୁ ଦଳରେ ସାମିଲ ପାଇଁ ଅନୁମତି ମିଳିଛି, ଯାହାକି ଏଏଫ୍‌ସି ପ୍ରତିଯୋଗିତା ସହ ସମାନ।

 


Enter your email to get our daily news in your inbox.

All Right Reserved By Dharitri.Com

ବଲାଙ୍ଗୀର ଫଳ ବଜାରରେ ଅଗ୍ନିକାଣ୍ଡ: ପୂର୍ବତନ ମନ୍ତ୍ରୀ ଅନଙ୍ଗ ଉଦୟ ସିଂହଦେଓ କହିଲେ କ୍ଷତିପୂରଣ ପାଇଁ…

ବଲାଙ୍ଗୀର,୮।୧୨ ( ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ପୁରୁଣା ବସଷ୍ଟାଣ୍ଡ ଫଳ ବଜାରରେ ବଡ଼ ଧରଣର ଅଗ୍ନିକାଣ୍ଡ ଘଟିଛି। ଦେଖୁ ଦେଖୁ ହୁ ହୁ ହୋଇ...

ଥମୁନି ଚାଷୀ ଅସନ୍ତୋଷ: ଧାନ କିଣାବିକାରେ ଅଚଳାବସ୍ଥା ନେଇ ଜିଲାପାଳଙ୍କୁ ଫେରାଦ ଦେଲେ…

ବରଗଡ଼, ୮।୧୨(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାକୁ ରାଜ୍ୟର ଭାତହାଣ୍ଡି କୁହାଯାଏ। ଜିଲାରେ ଅଧିକ ଧାନ ଉପତ୍ାଦନ ଯୋଗୁ ବରଗଡ଼ର ଏଭଳି ପରିଚୟ ରହିଛି। ତେବେ ଉକ୍ତ...

ଜମିଜମା ବିବାଦ ସମାଧାନ କରିବାକୁ ଲାଞ୍ଚ ନେଉଥିଲେ ଏଏସ୍‌ଆଇ, ମାଡିବସିଲା ଭିଜିଲାନ୍ସ

ଯାଜପୁର ଟାଉନ,୮ା୧୨(ପ୍ରଯକ୍ତା ପ୍ରିୟଦର୍ଶିନୀ ମହାନ୍ତି): ଯାଜପୁର ଟାଉନ ଥାନା ଏଏସ୍‌ଆଇ ନନ୍ଦକିଶୋର ଦାସ ଏକ ଜମିଜମା ବିବାଦ ସମାଧାନ କରିବାକୁ ୫ ହଜାର ଟଙ୍କା ଲାଞ୍ଚ...

ପୋଖରୀରେ ବୁଡିଯାଇ ଏକାସାଙ୍ଗରେ ଚାଲିଗଲେ ସ୍ତ୍ରୀ-ସ୍ବାମୀ, ଅଞ୍ଚଳରେ ଶୋକର ଛାୟା

ଥୁଆମୂଳ ରାମପୁର, ୮।୧୨(ଦୁର୍ଗା କୀର୍ତ୍ତି): ବୃଦ୍ଧବୃଦ୍ଧା ସ୍ବାମୀ ସ୍ତ୍ରୀ ପୋଖରୀକୁ ଶୌଚ ହେବା ପାଇଁ ଯିବା ହେଲା କାଳ। ପୋଖରୀ ପାଣିରେ ବୁଡି ମୃତ୍ୟୁବରଣ କରିଥିବା...

ମିଳୁନଥିଲା କୌଣସି କାମ, ଭାରସାମ୍ୟ ହରାଇ ଯୁବକ ନେଲେ ଚରମ ନିଷ୍ପତ୍ତି, ଘରେ ଏକାଥିବା ବେଳେ…

ଦିଗପହଣ୍ଡି,୮।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏନଏସି ୱାର୍ଡ ନଂ.୧୦ ଆନନ୍ଦନଗରର ସୁନୀଲ ସେଠୀ (୨୬) ନାମକ ଜଣେ ଯୁବକ ମାନସିକ ଭାରସାମ୍ୟ ହରାଇ...

ଦିଆଯାଉନାହିଁ ରାଶନ, ଭତ୍ତା: ଶତାଧିକ ବ୍ୟକ୍ତିଙ୍କ ଅଭିଯୋଗ ଶୁଣି ବିଡିଓ କହିଲେ…

ଦିଗପହଣ୍ଡି,୮।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଳକ ଚଷାନିମଖଣ୍ଡି ପଞ୍ଚାୟତ କାର୍ଯ୍ୟାଳୟରେ ସୋମବାର ପଞ୍ଚାୟତସ୍ତରୀୟ ଯୁଗ୍ମ ଅଭିଯୋଗ ଶୁଣାଣି ଅନୁଷ୍ଠିତ ହୋଇଯାଇଛି । ଦିଗପହଣ୍ଡି...

ହାତୀ ଆକ୍ରମଣରୁ ଅଳ୍ପକେ ବର୍ତ୍ତିଲେ ବାଇକ୍ ଆରୋହୀ, ଗାଡ଼ିକୁ ଭାଙ୍ଗି ଚୂରମାର କଲା ଦନ୍ତା

ପାରଳାଖେମୁଣ୍ଡି,୮।୧୨(ଗିରିଧାରୀ ପରିଛା): ଗଜପତି ଜିଲା ଗୁମ୍ମା ବ୍ଲକ ଅଞ୍ଚଳରେ ଗତ ଚାରି ଦିନ ହେଲା ହାତୀ ଉପଦ୍ରବ ବୃଦ୍ଧି ପାଇଛି। ଏହି ସମୟ ମଧ୍ୟରେ ଧାନ...

୫୦ରୁ ଅଧିକ ଫଳ ଦୋକାନ ଜଳି ପୋଡି ପାଉଁଶ: ପରିଦର୍ଶନରେ ଆସି ପୂର୍ବତନ ମନ୍ତ୍ରୀ ନରସିଂହ ମିଶ୍ର କହିଲେ, ଏଥିପାଇଁ…

ବଲାଙ୍ଗୀର,୮।୧୨( ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ପୁରୁଣା ବସଷ୍ଟାଣ୍ଡ ଫଳ ବଜାରରେ ବଡ଼ ଧରଣର ଅଗ୍ନିକାଣ୍ଡ ଘଟିଯାଇଛି । ଦେଖୁ ଦେଖୁ ହୁ ହୁ ହୋଇ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri