ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ଗୋଷ୍ଠୀ ସଂଘର୍ଷ: ୧୫ ଜଣଙ୍କ ନାମରେ ମାମଲା

ଭଣ୍ଡାରିପୋଖରୀ,୧୯।୮(ଡି.ଏନ୍‌.ଏ): ଭଦ୍ରକ ଜିଲା ଭଣ୍ଡାରିପୋଖରୀ ଥାନା ତେସିଙ୍ଗା ଅନ୍ତର୍ଗତ ପଞ୍ଚାୟତ କୁଲନା ଗ୍ରାମରେ ମଙ୍ଗଳବାର ଅପରାହ୍ନରେ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ୩ ପରିବାର ମଧ୍ୟରେ ଗୋଷ୍ଠୀ ସଂଘର୍ଷ ଘଟଛି। ଏଥିରେ ୩ ପରିବାରର ୫ ଜଣ ଆହତ ହୋଇଥିଲେ। ସେମାନଙ୍କ ମଧ୍ୟରୁ ୩ ଜଣଭଣ୍ଡାରିପୋଖରୀ ଡାକ୍ତରଖାନା ଚିକିତ୍ସା ହୋଇ ଘରକୁ ଫେରିଥିବା ବେଳେ ଦୁଇ ଜଣ ଭଦ୍ରକ ଡାକ୍ତରଖାନା ଚିକିତ୍ସାଧୀନ
ଅଛନ୍ତି।
ସୂଚନାଯୋଗ୍ୟ, ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ଅପରାହ୍ନରେ ଗ୍ରାମର ଫକୀର ବାରିକ ଓ ପୁନିଆ ସେଠୀଙ୍କ ପରିବାରର ସଦସ୍ୟ ତରୁଣ ଆରୁଖଙ୍କ ପରିବାର ଲୋକଙ୍କୁ ଗାଳି ଗୁଲଜ କରି ମାରଣାସ୍ତ୍ର ଓ ବାଡ଼ିରେ ଆକ୍ରମଣ କରିଥିଲେ। ଏହି ଘଟଣା ରେ ପୋଲିସ ଉଭୟ ପକ୍ଷରୁ ଦୁଇଟି ପୃଥକ ପୃଥକ ମାମଲା ରୁଜୁ କରିଛି। ମନୋରମା ସେଠୀଙ୍କ ଅଭିଯୋଗ କ୍ରମେ ପୋଲିସ କେସ ନଂ. ୧୪୮/୨୦ରେ ତରୁଣ, ଅରୁଣ ଓ କରୁଣାକର ତିନି ଜଣଙ୍କ ନାମରେ ମାମଲା ରୁଜୁ କରିଛି। ଅପରପକ୍ଷର ସୁଷମା ଅରଖଙ୍କ ଅଭିଯୋଗ କ୍ରମେ କେସ ନଂ. ୧୪୯/୨୦ରେ ବାସନ୍ତୀ ସେଠୀ, ଗାଣ୍ଡୁଆ ସେଠୀ, ମନୋରମା ସେଠୀଙ୍କ ସହ ୧୨ ଜଣ ଙ୍କ ନାମରେ ମାମଲା ରୁଜୁ କରିଛି।