ବଲାଙ୍ଗୀର,୩୦ା୮(ସୁନୀଲ କୁମାର ମହାନ୍ତି): ବଲାଙ୍ଗୀର ସଦର ଥାନା ଅନ୍ତର୍ଗତ ତୁଷୁରା ବାହାଲ ପଞ୍ଚାୟତ ଡଙ୍ଗାଘାଟ ଗାଁରେ ଚାଷଜମିକୁ କେନ୍ଦ୍ର କରି ଦୁଇ ଗୋଷ୍ଠୀ ମଧ୍ୟରେ ମୁହାଁମୁହିଁ ସଂଘର୍ଷ ହୋଇଥଲା। ଏଥିରେ ୩ ଜଣ ଗୁରୁତର ହୋଇଥିବା ବେଳେ ୪ ଜଣ ଆହତ ହେଇଥିଲେ। ଡଙ୍ଗାଘାଟର ପିଣ୍ଟୁ ବଗର୍ତ୍ତି ସଦର ଥାନାରେ ଅଭିଯୋଗ କରିଥଲେ। ଅଭିଯୋଗରେ ପିଣ୍ଟୁ ତାଙ୍କ ଚାଷଜମିରୁ ଘରକୁ ଫେରୁଥିବା ବେଳେ ଘର ସାମ୍ନାରେ ହଠାତ୍ ତାଙ୍କ ପରିବାରବର୍ଗଙ୍କୁ ମାରଣାସ୍ତ୍ର ଆକ୍ରମଣ କରିଥିଲେ ଟୁନା ସାହୁ, ଅସାଧୁ ସାହୁ, ବାଞ୍ଛା ସାହୁ, ଭଲ ସାହୁ, ବିଶ୍ବ ସାହୁ, ନୀଲ ସାହୁ, ଅଭେଲା ସାହୁ, ଘନଶ୍ୟାମ ସାହୁ, ଡାକ୍ତର ସାହୁ ସମସ୍ତେ ମିଶି ପୂର୍ବ ଶତ୍ରୁତାର ରାଗ ରଖି ଆକ୍ରମଣ କରିଥିବା ଥାନାରେ ଅଭିଯୋଗ କରିଛନ୍ତି। ଅଭିଯୋଗକୁ ନେଇ ପୋଲିସ ଶନିବାର ୫ ଜଣଙ୍କୁ ଗିରଫ କରିଛି। ବିଶ୍ବରାଜ ବେହେରା,(୩୬) ଘନଶ୍ୟାମ ସାହୁ, (୭୬), ଅଭେଲା ସାହୁ(୭୦), ଡାକ୍ତର ସାହୁ, (୫୫) ନୀଳାମ୍ବର ନାୟକ (୩୮) ସୂଚନା ଦେଇଛନ୍ତି। ଗାଁ ମଝି ରାସ୍ତାରେ ରଣକ୍ଷେତ୍ର ପାଲଟିଥିବା ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି।


