ଦଣ୍ଡନାଚରେ ଗୋଷ୍ଠୀ ସଂଘର୍ଷ: ଗୋଟିଏ ପରିବାରର ୩  ଜଣଙ୍କୁ

ଆସିକା,୧୩।୪(ସୁରେନ୍ଦ୍ର ନାଥ ସାହୁ): ଗଞ୍ଜାମ ଜିଲା ଆସିକା ଥାନା ଅନ୍ତର୍ଗତ ଖଣ୍ଡଦେଉଳି ଗ୍ରାମରେ ଶନିବାର ରାତିରେରେ ଦଣ୍ଡନାଚ ଚାଲିଥିଲା ବେଳେ ଗଣ୍ଡଗୋଳ ହୋଇଥିଲ। ଏହି ଗଣ୍ଡଗୋଳରେ ଗୋଟିଏ ପରିବାରର ୩ ଜଣ ଆହତ ହୋଇଥିବା ଜଣାପଡିଛି।
ସେମାନେ ହେଲେ ସେହି ଗ୍ରାମର ବିଭୂତି ଭୂଷଣ ସ୍ବାଇଁ (୫୪), ତାଙ୍କ ପୁଅ ସୁଧାଂଶୁ କୁମାର ସ୍ବାଇଁ (୨୫) ଓ ଭଣଜା ଚିନ୍ମୟ ସ୍ବାଇଁ (୨୬) ା କାତି ଚୋଟରେ ଆହତ ୩ ଜଣଙ୍କୁ ଚିକିତ୍ସା ଲାଗି ଆସିକା ସରକାରୀ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା ା ସେଠାରେ ପ୍ରାଥମିକ ଚିକିତ୍ସା ପରେ ଅଧିକ ଚିକିତ୍ସା ଲାଗି ଆହତ ବିଭୂତି ଓ ସୁଧାଂଶୁଙ୍କୁ ବ୍ରହ୍ମପୁର ବଡମେଡିକାଲ ପଠାଇ ଦିଆଯାଇଥିବା ଜଣାପଡିଛି। କେଉଁ ପରିସ୍ଥିତିରେ ଏହି
ଗଣ୍ଡଗୋଳ ହେଲା ତାହା ସ୍ପଷ୍ଟ ହୋଇନାହିଁ। ତେବେ ଦଣ୍ଡନାଚ ଦେଖିବାକୁ ବାହାର ଗ୍ରାମରୁ
ଆସିଥିବା କେତେକ ଯୁବକଙ୍କ ସହ ପ୍ରଥମେ ହୋଇଥିବା ଗଣ୍ଡଗୋଳକୁ ସମାଧାନ କରିବାକୁ ଯାଇଥିଲା। ବେଳେ ପ୍ରଥମେ ଚିନ୍ମୟଙ୍କୁ ଆକ୍ରମଣ ହୋଇଥିଲା ଓ ପରେ ଆକ୍ରମଣକାରୀର ଘର ଦେଇ ଆସୁଥିଲା ବେଳେ ସମସ୍ତଙ୍କୁ କାତିରେ ଆକ୍ରମଣ ହୋଇଥିବା ଆହତଙ୍କ ପକ୍ଷରୁ କୁହାଯାଉଛି । ଖବର ପାଇ ଆସିକା ପୋଲିସ ଘଟଣାସ୍ଥଳରେ ପହଞ୍ଚି ପରିସ୍ଥିତି ନିୟନ୍ତ୍ରଣ କରିଥିଲେ। ଏହି ମାମଲାରେ ପୋଲିସ ଗ୍ରାମର କେତେଜଣ ବ୍ୟକ୍ତିଙ୍କୁ ଆଣି ଅଟକ ରଖିଛିା ତେବେ ଖବର ଲେଖା ହେଲା ଯାଏ ପୋଲିସରେ ଅଭିଯୋଗ ହୋଇ ନ ଥିବା ଥାନା ଅଧିକାରୀ ସୁଧୀର କୁମାର ସାହୁ ସୂଚନା ଦେଇଛନ୍ତି ।

Share