ଅଚଳ ବୋର୍‌ଓ୍ବେଲ୍‌ରେ ବଢ଼ିବ ଭୂତଳ ଜଳସ୍ତର

ଯାଜପୁର ଅଫିସ,୨୭ା୯: ସମ୍ପ୍ରତି ରାଜ୍ୟ ଓ ଦେଶର ଏକ ବଡ଼ ସମସ୍ୟା ହେଉଛି ଭୂତଳ ଜଳସ୍ତର ହ୍ରାସ। ଏହି ସମସ୍ୟାର ସମାଧାନ କିପରି କରାଯିବ ସେନେଇ ବିିଭିନ୍ନ ଚିନ୍ତା ଓ ଯୋଜନା କରାଯାଉଛି। ହେଲେ ରାଜ୍ୟର ବିଭିନ୍ନ ସ୍ଥାନରେ ପୂର୍ବରୁ ଖନନ ହୋଇ ଅଚଳ ଅବସ୍ଥାରେ ପଡ଼ିରହିଥିବା ସରକାରୀ ବୋର୍‌ୱେଲ୍‌ଗୁଡିକ ଦ୍ୱାରା ଭୂତଳ ଜଳ ପୁନଃ ଭରଣ କରାଯିବ। ଏଥିପାଇଁ ବୋର୍‌ୱେଲ୍‌ଗୁଡିକର ଚତୁଃପାର୍ଶ୍ୱରେ କୃତ୍ରିମ ପ୍ରଣାଳୀ ଅବଲମ୍ବନ କରାଯିବ, ଯାହାର ନକ୍ସା ପ୍ରସ୍ତୁତ କରିଛି ରାଜ୍ୟ ସରକାରଙ୍କ ଗ୍ରାମ୍ୟ ଜଳ ଯୋଗାଣ ଓ ପରିମଳ (ଆର୍‌ଡବ୍ଲ୍ୟୁଏସ୍‌ଏସ୍‌) ବିଭାଗ। ଏହା ଯଦି ସଫଳ ହୁଏ ତେବେ ଭୂତଳ ଜଳସ୍ତର ବୃଦ୍ଧି ପାଇବ ବୋଲି ଆର୍‌ଡବ୍ଲ୍ୟୁଏସ୍‌ଏସ୍‌ ପକ୍ଷରୁ ଆଶା କରାଯାଇଛି। ଅନ୍ୟପକ୍ଷେ ଜଳ ସମ୍ପଦ ବିଭାଗ ପକ୍ଷରୁ ବାର୍ଷିକ ଭୂତଳ ଜଳ ପୁନଃ ଭରଣ ନେଇ ଏକ ରାଜ୍ୟସ୍ତରୀୟ କମିଟି ଗଠନ କରାଯାଇଛି।
ମେ ୨୦୧୬ରେ ଭୂତଳ ଜଳସ୍ତର ହ୍ରାସ ସମ୍ପର୍କରେ ବିଧାନସଭାରେ ପ୍ରଶ୍ନ ଉଠିଥିଲା। ପ୍ରଶ୍ନରେ ଦର୍ଶାଯାଇଥିଲା ଯେ, କ୍ରମାଗତ ଭାବେ ଭୂତଳ ଜଳସ୍ତର ହ୍ରାସ ପାଇବା କାରଣରୁ ରାଜ୍ୟରେ ଜଳ ସମସ୍ୟା ଉତ୍କଟ ରୂପ ଧାରଣ କରୁଛି। ଖରାଦିନେ ସ୍ଥିତି ସଙ୍ଗିନ ହେଉଛି। ଭୂତଳ ଜଳ ପୁନଃଭରଣ ଓ ପ୍ରଦୂଷଣମୁକ୍ତ ପାଇଁ ସରକାର ଆଦୌ ଦୃଷ୍ଟି ଦେଉନାହାନ୍ତି। ରାଜ୍ୟରେ ପ୍ରଗତି ନାଁରେ ପରିବେଶକୁ ଧ୍ୱଂସ କରାଯାଉଥିବାରୁ ଏଭଳି ଅବସ୍ଥା ଉପୁଜିଛି। ରାଜ୍ୟରେ ଖଣି ଖନନ, ଶିଳ୍ପାୟନ ଓ ଗୃହ ନିର୍ମାଣ ପାଇଁ ବ୍ୟାପକ ଗଛ କଟାଯାଇଥିଲେ ମଧ୍ୟ ସେହି ଅନୁପାତରେ ବୃକ୍ଷରୋପଣ କରାଯାଉନାହିଁ। ତେଣୁ ରାଜ୍ୟରେ ଜଳସଂରକ୍ଷଣ ଓ ଭୂତଳ ଜଳର ପୁନଃଭରଣ ପାଇଁ ଜଳ ସମ୍ପଦ, ଗ୍ରାମ୍ୟ ଉନ୍ନୟନ, କୃଷି, ଜଙ୍ଗଲ, ପରିବେଶ ଓ ପଞ୍ଚାୟତିରାଜ ବିଭାଗ ମଧ୍ୟରେ ସମନ୍ବୟ ସ୍ଥାପନ କରି ନୂତନ ଯୋଜନା ପ୍ରଣୟନ କରିବାକୁ ବିଧାନସଭାରେ ଅନୁରୋଧ କରାଯାଇଥିଲା। ଏହିକ୍ରମରେ ଆର୍‌ଡବ୍ଲ୍ୟୁଏସ୍‌ଏସ୍‌ ସର୍ବୋଚ୍ଚ ଯନ୍ତ୍ରୀ ତାଙ୍କ ପତ୍ରସଂଖ୍ୟା ୬୦୮୩/୧୦ା୬ା୨୦୧୬ ଓ ୩୪୭୪/୧ା୬ା୨୦୧୬ରେ ବିଭାଗୀୟ ନିର୍ବାହୀଯନ୍ତ୍ରୀମାନଙ୍କୁ ଭୂତଳ ଜଳ ପୁନଃଭରଣ, ବର୍ଷାଜଳ ସଂରକ୍ଷଣ ଓ ଭୂତଳ ଜଳକୁ ପ୍ରଦୂଷଣ ମୁକ୍ତ ପାଇଁ ଆକ୍ସନ ପ୍ଲାନ ପ୍ରସ୍ତୁତ କରିବାକୁ ପରାମର୍ଶ ଦେଇଥିଲେ। ପୁଣି ଗତ ୨୪ ତାରିଖରେ ଆର୍‌ଡବ୍ଲ୍ୟୁଏସ୍‌ଏସ୍‌ ସର୍ବୋଚ୍ଚ ଯନ୍ତ୍ରୀ ନିର୍ବାହୀ ଯନ୍ତ୍ରୀମାନଙ୍କୁ ଅଚଳ ବୋରୱେଲ ଜରିଆରେ ଭୂତଳ ଜଳ ପୁନଃଭରଣ କରିବାକୁ ପରାମର୍ଶ (ପତ୍ରସଂଖ୍ୟା ୬୪୦୩) ଦେଇଛନ୍ତି। ଏଥିପାଇଁ ଏକ ନକ୍ସା ପ୍ରସ୍ତୁତ ହୋଇଛି। ଯେଉଁଥିରେ ଅଚଳ ବୋରୱେଲର ବାହାର ପାର୍ଶ୍ୱକୁ ଏକ କମ୍ପ୍ରେସର ଜରିଆରେ ଜଳଧୌତ(ଫ୍ଲସ୍‌) କରାଯିବ। ବୋରୱେଲର ଚତୁଃପାର୍ଶ୍ୱର ୩ ମିଟର ପର୍ଯ୍ୟନ୍ତ ଗଭୀର କରାଯିବ। ଏହାର ଉପର ଅଂଶରେ ୪ ବ୍ୟାସମିଟର ଓ ନିମ୍ନଭାଗରେ ୩ ବ୍ୟାସମିଟର ଖନନ ହେବ। ଏଥିରେ ବାଲି, ମୋଟା ନାଇଲନ ୱେର ଆଦି ବ୍ୟବହାର କରାଯାଇ ଯୋଜନା ଅନୁସାରେ ପ୍ରକ୍ରିୟା ଗଠନ କରାଯିବ ବୋଲି ଦର୍ଶାଯାଇଛି। ଏଥିଯୋଗୁ ବର୍ଷା ପାଣି ଗଠନ ପ୍ରଣାଳୀରେ ଭେଦି ଭୂତଳ ଜଳସ୍ତରକୁ ବୃଦ୍ଧି କରିବ ବୋଲି ବିଭାଗ ଆଶାବାଦୀ ରହିଛି।
ସୂଚନାଥାଉ କି, ଯାଜପୁର ଜିଲାର ଖଣି ଓ ଶିଳ୍ପାଞ୍ଚଳରେ ଦିନକୁ ଦିନ ଭୂତଳ ଜଳସ୍ତର କମିବାରେ ଲାଗିଛି। ଖରାଦିନେ ସାରା ଜିଲାରେ ପାଣି ପାଇଁ ହାହାକାର ହୋଇଥାଏ। ଚିରସ୍ରୋତା ବୈତରଣୀ ଓ ତାହାର ଶଖାନଦୀ ଏବଂ ବ୍ରାହ୍ମଣୀ, ଖରସ୍ରୋତା ନଦୀ ଯାଜପୁର ଜିଲାରେ କୃଷି ବିକାଶ ଦିଗରେ ସହାୟକ ହେଉଛି। ଏହି ନଦୀ ଯୋଗୁ ପାର୍ଶ୍ୱବର୍ତ୍ତୀ ଅଞ୍ଚଳର ଭୂତଳ ଜଳ ପୁନଃଭରଣ ହୋଇଥାଏ। ହେଲେ ଏହି ନଦୀଗୁଡିକର ଜଳକୁ ଅବିଚାରିତ ଭାବେ ଖଣି ଓ ଶିଳ୍ପ ସଂସ୍ଥାଗୁଡ଼ିକ ବ୍ୟବହାର କରୁଛନ୍ତି। ଏପରି କି ନଦୀର ଉତ୍ପତ୍ତି ସ୍ଥଳଠାରୁ ଶେଷମୁଣ୍ଡ ପର୍ଯ୍ୟନ୍ତ ବିଭିନ୍ନ ସ୍ଥାନରେ ଖଣି, ଶିଳ୍ପ ଓ ବିଭିନ୍ନ ସହରରୁ ବର୍ଜ୍ୟବସ୍ତୁ ସିଧା ମିଶୁଛି। ଫଳରେ ନଦୀଶଯ୍ୟା କ୍ରମାଗତ ଭାବରେ ପୋତି ହେବା ସହ ବ୍ୟାପକ ପ୍ରଦୂଷିତ ହେଉଛି। ତେଣୁ ସରକାରଙ୍କ ଉପରୋକ୍ତ ଯୋଜନା କାର୍ଯ୍ୟକାରୀ ହେଲେ ଜିଲାର ଭୂତଳ ଜଳସ୍ତର ବୃଦ୍ଧି ହେବା ସମ୍ଭାବନା ରହିଛି।

ହର୍ଷବର୍ଦ୍ଧନ ବେହେରା

 


Enter your email to get our daily news in your inbox.

All Right Reserved By Dharitri.Com

ଆନ୍ତଃ ବାଟାଲିୟନ କମାଣ୍ଡୋ ପ୍ରତିଯୋଗିତା: ଭଞ୍ଜନଗର ଆଇଆରବି ବାଟାଲିୟନ ରନର୍ସ ଅପ୍‌

ଭଞ୍ଜନଗର, ୨ ୮।୧୨(ବାବୁଲା ପ୍ରଧାନ): ସ୍ପେଶାଲ ଅପରେଶନ ଗ୍ରୁପ (ଏସଓଜି) ଚନ୍ଦକା ଠାରେ ୮ମ ରାଜ୍ୟ ପୋଲିସ ଆନ୍ତଃ ବାଟାଲିୟନ କମାଣ୍ଡୋ ପ୍ରତିଯୋଗିତା ଉଦ୍‌ଯାପିତ ହୋଇଯାଇଛି...

ମ୍ଭାରୀଗୁଡା ରାସ୍ତାପଟେ ବୃଦ୍ଧା ଯାଉଥିବା ବେଳେ ହଠାତ୍‌ ଆସିଲା ଭାଲୁ : ପରେ…

ନୂଆପଡ଼ା/ସିନାପାଲି,୨୮ା୧୨ (ମକାରୁ ବେମାଲ/ମନଫୁଲ ମେହେର): ନୂଆପଡ଼ା ଜିଲା ସିନାପାଲି ଥାନା ଗଣ୍ଡାବାହାଲି ଗାଁରେ ଶୁକ୍ରବାର ଭାଲୁ ଆକ୍ରମଣରେ ଜଣେ ବୃଦ୍ଧାଙ୍କ ମୁତ୍ୟୁ ଘଟିଛି। ସେ ହେଲେ...

ସର୍ୱୋତ୍ତମ ପ୍ରତିନିଧିତ୍ୱ ବ୍ୟବସ୍ଥା

କ୍ଷତା, ଯୋଗ୍ୟତା ଓ ଲୋକପ୍ରିୟତା ନିର୍ୱିଶେଷରେ ହାତୀ ସୁନାକଳସ ଢାଳିଲା ପରି ଆମ ଲୋକପ୍ରତିନିଧିମାନେ ସଦନକୁ ନିର୍ୱାଚିତ ହୋଇଯାଉଛନ୍ତି। ନିର୍ୱାଚନର ନୀତି ନିୟମ ଅନୁଯାୟୀ ଜଣେ...

ସଙ୍କଟରେ ପକ୍ଷୀକୁଳ

ବତ୍ତର୍ର୍ନର ସ୍ତରକୁ ଲକ୍ଷ୍ୟ କଲେ ଜଣାଯାଏ ମଣିଷ ଆଗମନର ଢେର ଆଗରୁ ସୃଷ୍ଟି ହୋଇଥିଲେ ଉଦ୍ଭିଦମାନେ ଆଉ କ୍ରମେ ଉଦ୍ଭବ ହୋଇଥିଲେ ବିବିଧ ପ୍ରାଣୀ। ମଣିଷ...

ଉଦ୍ଦେଶ୍ୟ ଓ ଉଦାସୀନତା

ଭାରତୀୟ ଜନତା ପାର୍ଟି (ଭାଜପା) ଏହାର ବିଚାରଧାରାକୁ କାର୍ଯ୍ୟକାରୀ କରିବା ପାଇଁ ଦୃଢ଼ ସଂକଳ୍ପ ନେଇଛି ଏବଂ ଏହା ତାହାର ମୂଳ ଉଦ୍ଦେଶ୍ୟ। ଦଳ କ୍ଷମତାରେ...

କାଠଗଡ଼ାକୁ ଯିବେ ରହମାନ୍‌ ଡକୈତ

ମୁମ୍ୱାଇ,୨୮ା୧୨: ‘ଧୁରନ୍ଧର’ ଫିଲ୍ମର ସୁପରହିଟ୍‌ ସଫଳତା ପରେ ଅଭିନେତା ଅକ୍ଷୟ ଖାନ୍ନାଙ୍କ ଡିମାଣ୍ଡ ରାତାରାତି ବଢ଼ିଯାଇଛି। ସେ ନିଜ ସାଲାରି ୩ ଗୁଣା ବଢ଼ାଇଦେଇଛନ୍ତି। ଏପରି...

ପୁରୀ, ଭୁବନେଶ୍ୱରରେ ରେଳ ଚଳାଚଳ ଦୁଇଗୁଣା ବଢ଼ିବ

ଭୁବନେଶ୍ୱର,୨୮ା୧୨(ଅନୁରାଧା ମହାରଣା): ଆସନ୍ତା ୫ ବର୍ଷରେ ଅର୍ଥାତ୍‌ ୨୦୩୦ ସୁଦ୍ଧା ଭୁବନେଶ୍ୱର, ପୁରୀ ଏବଂ ବିଶାଖାପାଟଣାରେ ରେଳ ଚଳାଚଳ କ୍ଷମତା ଦ୍ୱିଗୁଣା କରାଯିବ। ଏଥିପାଇଁ ପ୍ରମୁଖ...

ପ୍ରତିଷ୍ଠା ଦିବସର ଦିନକ ପରେ ବଡ଼ ଘୋଷଣା କଲା ବିଜେଡି

ଭୁବନେଶ୍ୱର,୨୮ା୧୨(ସୁନିତ୍‌ ମିଶ୍ର): ବିଜେଡି ପ୍ରତିଷ୍ଠା ଦିବସ ପାଳନର ଦିନକ ପରେ ୧୧ ସାଙ୍ଗଠନିକ ଜିଲା ପାଇଁ ଦଳ ସଭାପତି ନବୀନ ପଟ୍ଟନାୟକ ଶନିବାର ତାଲିକା ପ୍ରକାଶ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri