ଅଚଳ ବୋର୍‌ଓ୍ବେଲ୍‌ରେ ବଢ଼ିବ ଭୂତଳ ଜଳସ୍ତର

ଯାଜପୁର ଅଫିସ,୨୭ା୯: ସମ୍ପ୍ରତି ରାଜ୍ୟ ଓ ଦେଶର ଏକ ବଡ଼ ସମସ୍ୟା ହେଉଛି ଭୂତଳ ଜଳସ୍ତର ହ୍ରାସ। ଏହି ସମସ୍ୟାର ସମାଧାନ କିପରି କରାଯିବ ସେନେଇ ବିିଭିନ୍ନ ଚିନ୍ତା ଓ ଯୋଜନା କରାଯାଉଛି। ହେଲେ ରାଜ୍ୟର ବିଭିନ୍ନ ସ୍ଥାନରେ ପୂର୍ବରୁ ଖନନ ହୋଇ ଅଚଳ ଅବସ୍ଥାରେ ପଡ଼ିରହିଥିବା ସରକାରୀ ବୋର୍‌ୱେଲ୍‌ଗୁଡିକ ଦ୍ୱାରା ଭୂତଳ ଜଳ ପୁନଃ ଭରଣ କରାଯିବ। ଏଥିପାଇଁ ବୋର୍‌ୱେଲ୍‌ଗୁଡିକର ଚତୁଃପାର୍ଶ୍ୱରେ କୃତ୍ରିମ ପ୍ରଣାଳୀ ଅବଲମ୍ବନ କରାଯିବ, ଯାହାର ନକ୍ସା ପ୍ରସ୍ତୁତ କରିଛି ରାଜ୍ୟ ସରକାରଙ୍କ ଗ୍ରାମ୍ୟ ଜଳ ଯୋଗାଣ ଓ ପରିମଳ (ଆର୍‌ଡବ୍ଲ୍ୟୁଏସ୍‌ଏସ୍‌) ବିଭାଗ। ଏହା ଯଦି ସଫଳ ହୁଏ ତେବେ ଭୂତଳ ଜଳସ୍ତର ବୃଦ୍ଧି ପାଇବ ବୋଲି ଆର୍‌ଡବ୍ଲ୍ୟୁଏସ୍‌ଏସ୍‌ ପକ୍ଷରୁ ଆଶା କରାଯାଇଛି। ଅନ୍ୟପକ୍ଷେ ଜଳ ସମ୍ପଦ ବିଭାଗ ପକ୍ଷରୁ ବାର୍ଷିକ ଭୂତଳ ଜଳ ପୁନଃ ଭରଣ ନେଇ ଏକ ରାଜ୍ୟସ୍ତରୀୟ କମିଟି ଗଠନ କରାଯାଇଛି।
ମେ ୨୦୧୬ରେ ଭୂତଳ ଜଳସ୍ତର ହ୍ରାସ ସମ୍ପର୍କରେ ବିଧାନସଭାରେ ପ୍ରଶ୍ନ ଉଠିଥିଲା। ପ୍ରଶ୍ନରେ ଦର୍ଶାଯାଇଥିଲା ଯେ, କ୍ରମାଗତ ଭାବେ ଭୂତଳ ଜଳସ୍ତର ହ୍ରାସ ପାଇବା କାରଣରୁ ରାଜ୍ୟରେ ଜଳ ସମସ୍ୟା ଉତ୍କଟ ରୂପ ଧାରଣ କରୁଛି। ଖରାଦିନେ ସ୍ଥିତି ସଙ୍ଗିନ ହେଉଛି। ଭୂତଳ ଜଳ ପୁନଃଭରଣ ଓ ପ୍ରଦୂଷଣମୁକ୍ତ ପାଇଁ ସରକାର ଆଦୌ ଦୃଷ୍ଟି ଦେଉନାହାନ୍ତି। ରାଜ୍ୟରେ ପ୍ରଗତି ନାଁରେ ପରିବେଶକୁ ଧ୍ୱଂସ କରାଯାଉଥିବାରୁ ଏଭଳି ଅବସ୍ଥା ଉପୁଜିଛି। ରାଜ୍ୟରେ ଖଣି ଖନନ, ଶିଳ୍ପାୟନ ଓ ଗୃହ ନିର୍ମାଣ ପାଇଁ ବ୍ୟାପକ ଗଛ କଟାଯାଇଥିଲେ ମଧ୍ୟ ସେହି ଅନୁପାତରେ ବୃକ୍ଷରୋପଣ କରାଯାଉନାହିଁ। ତେଣୁ ରାଜ୍ୟରେ ଜଳସଂରକ୍ଷଣ ଓ ଭୂତଳ ଜଳର ପୁନଃଭରଣ ପାଇଁ ଜଳ ସମ୍ପଦ, ଗ୍ରାମ୍ୟ ଉନ୍ନୟନ, କୃଷି, ଜଙ୍ଗଲ, ପରିବେଶ ଓ ପଞ୍ଚାୟତିରାଜ ବିଭାଗ ମଧ୍ୟରେ ସମନ୍ବୟ ସ୍ଥାପନ କରି ନୂତନ ଯୋଜନା ପ୍ରଣୟନ କରିବାକୁ ବିଧାନସଭାରେ ଅନୁରୋଧ କରାଯାଇଥିଲା। ଏହିକ୍ରମରେ ଆର୍‌ଡବ୍ଲ୍ୟୁଏସ୍‌ଏସ୍‌ ସର୍ବୋଚ୍ଚ ଯନ୍ତ୍ରୀ ତାଙ୍କ ପତ୍ରସଂଖ୍ୟା ୬୦୮୩/୧୦ା୬ା୨୦୧୬ ଓ ୩୪୭୪/୧ା୬ା୨୦୧୬ରେ ବିଭାଗୀୟ ନିର୍ବାହୀଯନ୍ତ୍ରୀମାନଙ୍କୁ ଭୂତଳ ଜଳ ପୁନଃଭରଣ, ବର୍ଷାଜଳ ସଂରକ୍ଷଣ ଓ ଭୂତଳ ଜଳକୁ ପ୍ରଦୂଷଣ ମୁକ୍ତ ପାଇଁ ଆକ୍ସନ ପ୍ଲାନ ପ୍ରସ୍ତୁତ କରିବାକୁ ପରାମର୍ଶ ଦେଇଥିଲେ। ପୁଣି ଗତ ୨୪ ତାରିଖରେ ଆର୍‌ଡବ୍ଲ୍ୟୁଏସ୍‌ଏସ୍‌ ସର୍ବୋଚ୍ଚ ଯନ୍ତ୍ରୀ ନିର୍ବାହୀ ଯନ୍ତ୍ରୀମାନଙ୍କୁ ଅଚଳ ବୋରୱେଲ ଜରିଆରେ ଭୂତଳ ଜଳ ପୁନଃଭରଣ କରିବାକୁ ପରାମର୍ଶ (ପତ୍ରସଂଖ୍ୟା ୬୪୦୩) ଦେଇଛନ୍ତି। ଏଥିପାଇଁ ଏକ ନକ୍ସା ପ୍ରସ୍ତୁତ ହୋଇଛି। ଯେଉଁଥିରେ ଅଚଳ ବୋରୱେଲର ବାହାର ପାର୍ଶ୍ୱକୁ ଏକ କମ୍ପ୍ରେସର ଜରିଆରେ ଜଳଧୌତ(ଫ୍ଲସ୍‌) କରାଯିବ। ବୋରୱେଲର ଚତୁଃପାର୍ଶ୍ୱର ୩ ମିଟର ପର୍ଯ୍ୟନ୍ତ ଗଭୀର କରାଯିବ। ଏହାର ଉପର ଅଂଶରେ ୪ ବ୍ୟାସମିଟର ଓ ନିମ୍ନଭାଗରେ ୩ ବ୍ୟାସମିଟର ଖନନ ହେବ। ଏଥିରେ ବାଲି, ମୋଟା ନାଇଲନ ୱେର ଆଦି ବ୍ୟବହାର କରାଯାଇ ଯୋଜନା ଅନୁସାରେ ପ୍ରକ୍ରିୟା ଗଠନ କରାଯିବ ବୋଲି ଦର୍ଶାଯାଇଛି। ଏଥିଯୋଗୁ ବର୍ଷା ପାଣି ଗଠନ ପ୍ରଣାଳୀରେ ଭେଦି ଭୂତଳ ଜଳସ୍ତରକୁ ବୃଦ୍ଧି କରିବ ବୋଲି ବିଭାଗ ଆଶାବାଦୀ ରହିଛି।
ସୂଚନାଥାଉ କି, ଯାଜପୁର ଜିଲାର ଖଣି ଓ ଶିଳ୍ପାଞ୍ଚଳରେ ଦିନକୁ ଦିନ ଭୂତଳ ଜଳସ୍ତର କମିବାରେ ଲାଗିଛି। ଖରାଦିନେ ସାରା ଜିଲାରେ ପାଣି ପାଇଁ ହାହାକାର ହୋଇଥାଏ। ଚିରସ୍ରୋତା ବୈତରଣୀ ଓ ତାହାର ଶଖାନଦୀ ଏବଂ ବ୍ରାହ୍ମଣୀ, ଖରସ୍ରୋତା ନଦୀ ଯାଜପୁର ଜିଲାରେ କୃଷି ବିକାଶ ଦିଗରେ ସହାୟକ ହେଉଛି। ଏହି ନଦୀ ଯୋଗୁ ପାର୍ଶ୍ୱବର୍ତ୍ତୀ ଅଞ୍ଚଳର ଭୂତଳ ଜଳ ପୁନଃଭରଣ ହୋଇଥାଏ। ହେଲେ ଏହି ନଦୀଗୁଡିକର ଜଳକୁ ଅବିଚାରିତ ଭାବେ ଖଣି ଓ ଶିଳ୍ପ ସଂସ୍ଥାଗୁଡ଼ିକ ବ୍ୟବହାର କରୁଛନ୍ତି। ଏପରି କି ନଦୀର ଉତ୍ପତ୍ତି ସ୍ଥଳଠାରୁ ଶେଷମୁଣ୍ଡ ପର୍ଯ୍ୟନ୍ତ ବିଭିନ୍ନ ସ୍ଥାନରେ ଖଣି, ଶିଳ୍ପ ଓ ବିଭିନ୍ନ ସହରରୁ ବର୍ଜ୍ୟବସ୍ତୁ ସିଧା ମିଶୁଛି। ଫଳରେ ନଦୀଶଯ୍ୟା କ୍ରମାଗତ ଭାବରେ ପୋତି ହେବା ସହ ବ୍ୟାପକ ପ୍ରଦୂଷିତ ହେଉଛି। ତେଣୁ ସରକାରଙ୍କ ଉପରୋକ୍ତ ଯୋଜନା କାର୍ଯ୍ୟକାରୀ ହେଲେ ଜିଲାର ଭୂତଳ ଜଳସ୍ତର ବୃଦ୍ଧି ହେବା ସମ୍ଭାବନା ରହିଛି।

ହର୍ଷବର୍ଦ୍ଧନ ବେହେରା

 


Enter your email to get our daily news in your inbox.

All Right Reserved By Dharitri.Com

ପୋଖରୀରେ ବୁଡ଼ି ୩ ନାବାଳିକା ମୃତ, ସ୍କୁଲରୁ ଫେରି ଗାଧୋଇବାକୁ ଯାଇଥିଲେ

ଉମରକୋଟ,୯।୪(ସନ୍ତୋଷ ଶତପଥୀ): ନବରଙ୍ଗପୁର ଜିଲା ଉମରକୋଟ ଥାନା କୁର୍ସୀ ଗ୍ରାମର ଉପରପାରାରେ ଦୁଃଖଦ ଘଟଣା ଦେଖିବାକୁ ମିଳିଛି । ଗୋଟିଏ ଗ୍ରାମର ଦୁଇ ପରିବାରର ତିନି ଜଣଙ୍କ…

୧୦ରେ ରାଜ୍ୟ କ୍ୟାବିନେଟ୍‌: ଆସିବ ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବ

ଭୁବନେଶ୍ୱର,୯ା୪ (ରବିନାରାୟଣ ଜେନା):ରାଜ୍ୟ ସରକାରଙ୍କ ପକ୍ଷରୁ ଏପ୍ରିଲ ୧୦ରେ କ୍ୟାବିନେଟ୍‌ ବୈଠକ ଅନୁଷ୍ଠିତ ହେବ। ଲୋକସେବା ଭବନର ତୃତୀୟ ମହଲାରେ ପୂର୍ବାହ୍ନ ୧୧ଟାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ…

ଶିକ୍ଷାବିଭାଗର ବିକଳ ଚିତ୍ର; ଗୋଟିଏ ଶ୍ରେଣୀ ଗୃହରେ ଚାଲିଛି ୬କ୍ଲାସ, ଫାଟକରେ ତାଲା ପକାଇ ଖରାରେ ଆନ୍ଦୋଳନ…

ଦିଗପହଣ୍ଡି,୯।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଚଷାନିମଖଣ୍ଡି ପଞ୍ଚାୟତରେ ଶିକ୍ଷା ବିଭାଗର ବିକଳ ଚିତ୍ର ଦେଖିବାକୁ ମିଳିଛି । ପଞ୍ଚାୟତ ଅଧିନ ଶ୍ୟାମସୁନ୍ଦର ପଲ୍ଲୀ…

ପିଏମ୍‌ କିଷାନ ଯୋଜନା ଟଙ୍କା ପାଉଥିଲେ ମିଳିବ ନାହିଁ ଏସବୁ ସୁବିଧା, ସରକାର ଅଯୋଗ୍ୟା ଘୋଷଣା କରି…

ନୂଆଦିଲ୍ଲୀ,୯ା୪: ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି ଯୋଜନା ଆଜି ଲକ୍ଷଲକ୍ଷ ଚାଷୀଙ୍କ ପାଇଁ ଜୀବନରେଖା ପାଲଟିଛି। ବାର୍ଷିକ ମିଳୁଥିବା ୬୦୦୦ ଟଙ୍କା ଚାଷୀଙ୍କ ପାଇଁ ଏକ ବଡ଼…

ଷ୍ଟେଶନରୁ ଶିଶୁପୁତ୍ର ଚୋରି ଘଟଣାର ପର୍ଦ୍ଦାଫାଶ: ବାପା ରଚିଥିଲେ ନାଟକ, ଶାଳୀଙ୍କଠାରୁ ଛୁଆ ଆଣି…

ନିରାକାରପୁର, ୯।୪(ମାନସ ଚନ୍ଦ୍ର ପଟ୍ଟନାୟକ): ନିରାକାରପୁର ରେଳବାଇ ଷ୍ଟେଶନରୁ ୪ ମାସର ଶିଶୁପୁତ୍ର ଚୋରି ଘଟଣାରେ ପର୍ଦ୍ଦାଫାଶ କରିଛି ନିରାକାରପୁର ରେଳବାଇ ଫାଣ୍ଡି ପୋଲିସ। ଯେଉଁ ବାପା…

ପଲିଥିନ୍‌ ବାଣ୍ଟିବାକୁ ନେଉଥିଲେ ଘଟଗାଁ ଅତିରିକ୍ତ ତହସିଲଦାର, ଅଟକାଇଲେ ଲୋକେ

ପାଟଣା,୯ା୪(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ମୂଷାଖରି ପଞ୍ଚାୟତ ମୂଷାଖରି-ମଲ୍ଲୀପୋଷି ରାସ୍ତାର ଆହାର ବନ୍ଧ ନିକଟରେ ପଲିଥିନ୍‌ ବୋଝେଇ ଗାଡ଼ି ଅଟକ ରଖିଛନ୍ତି ଉତ୍ତ୍ୟକ୍ତ ଲୋକେ।…

କୋଟିଏ ଟଙ୍କାର ଗଞ୍ଜେଇ ଜବତ କଲା ପାଡୁଆ ପୋଲିସ, ଜଙ୍ଗଲରେ ଲୁଚାଇ ରଖିଥିଲେ ମାଫିଆ

ନନ୍ଦପୁର/ପାଡୁଆ, ୯।୪(ତୁଷାର କାନ୍ତ ମହାନ୍ତି/ଶଙ୍କର ପୂଜାରୀ): କୋରାପୁଟ ଜିଲା ନନ୍ଦପୁର ପୋଲିସ ଉପଖଣ୍ଡ ଅଧିନ ପାଡୁଆ ପୋଲିସକୁ ଗଞ୍ଜେଇ ଧରପଗଡ ମାମଲାରେ ଏକ ବଡ ସଫଳତା ମିଳିଛି…

ଲକ୍ଷ୍ୟଠାରୁ ଦୂରରେ ଏଜୁକେଶନ କମ୍ପ୍ଲେକ୍ସ, ଧରିତ୍ରୀରେ ଖବର ପ୍ରକାଶ ପରେ ପ୍ରଶାସନ ତତ୍ପର

ଗୁଣପୁର,୯।୪(ସଂକେତ ପାତ୍ର): ଦୁର୍ଗମ ଆଦିବାସୀ ଅଞ୍ଚଳରେ ଶିକ୍ଷାର ଉନ୍ନତି ଲକ୍ଷ୍ୟରେ ପ୍ରାୟ ୫ କୋଟି ଟଙ୍କା ବ୍ୟୟରେ ଗୁଣପୁର ବ୍ଲକ୍‌ ଅନ୍ତର୍ଗତ ଲାଞ୍ଜିଆ ସୌରା ଅଞ୍ଚଳର ଆବଡ଼ାରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri