ପଙ୍କପାଳରେ ଭୂତଳ ଜଳ ସଙ୍କଟ

ଯାଜପୁର ଅଫିସ/ କଳିଙ୍ଗନଗର (ଡି.ଏନ.ଏ.),୨୦।୮: ଯାଜପୁର ଜିଲା କଳିଙ୍ଗନଗର ଶିଳ୍ପାଞ୍ଚଳରେ ଦିନକୁ ଦିନ ଭୂତଳ ଜଳସ୍ତର କମିବାରେ ଲାଗିଛି। ଖରାଦିନେ ଲୋକେ ପାଣି ପାଇଁ ହାହାକାର ହେଉଛନ୍ତି। ଶିଳ୍ପସଂସ୍ଥାଗୁଡିକୁ ଭୂତଳ ଜଳ ବ୍ୟବହାର କରିବାକୁ ଜଳ ସମ୍ପଦ ବିଭାଗ ପକ୍ଷରୁ ଅନୁମତି ଦିଆଯାଉଛି। କିନ୍ତୁ ଶିଳ୍ପସଂସ୍ଥାଗୁଡିକ ଅନୁମତିଠାରୁ ଢେର ଗୁଣରେ ଅଧିକ ଭୂତଳ ଜଳ ବ୍ୟବହାର କରୁଛନ୍ତି। ଏଥିଯୋଗୁ ଭୂତଳ ଜଳସ୍ତର ନିମ୍ନଗାମୀ ହେଉଥିବା କଳିଙ୍ଗନଗର ଶିଳ୍ପାଞ୍ଚଳ ଦାନଗଦି ବ୍ଲକ ପଙ୍କପାଳ ପଞ୍ଚାୟତବାସୀ ଅଭିଯୋଗ କରିଛନ୍ତି। ଏନେଇ ଜଳ ସମ୍ପଦ ବିଭାଗ ଅନୁସଚିବ ବିଧାନ ଚନ୍ଦ୍ର ରାଉତ ତଦନ୍ତ କରି ତୁରନ୍ତ କାର୍ଯ୍ୟାନୁଷ୍ଠାନ ରିପୋର୍ଟ ଦାଖଲ କରିବାକୁ ଭୂତଳ ଜଳ ବିଭାଗର ନିର୍ଦ୍ଦେଶକଙ୍କୁ ପତ୍ର ଲେଖିଛନ୍ତି।
ପଙ୍କପାଳ ପଞ୍ଚାୟତ ଅନ୍ତର୍ଗତ ପଙ୍କପାଳ, ଜଟରାପାଳ, ଘୁଷୁରିସାଇ, ହନୁମନ୍ତ ପାଟଣା, ନୂଆ ରାଇଛନ୍ଦା, ମନୋହରପୁର, ଅସନବାହାଳି ପ୍ରଭୃତି ଗ୍ରାମବାସୀ ପାନୀୟ ଜଳ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ଏହି ମର୍ମରେ ଉପରୋକ୍ତ ଗ୍ରାମର ପ୍ରାୟ ୫୦ରୁ ଊର୍ଦ୍ଧ୍ୱ ଲୋକ ଗତ ଜୁଲାଇରେ ଯାଜପୁର ଜିଲାପାଳଙ୍କୁ ଲିଖିତ ଭାବେ ଜଣାଇଥିଲେ। ଗ୍ରାମବାସୀଙ୍କ କହିବା ଅନୁସାରେ ନିକଟସ୍ଥ ମିଶ୍ରିଲାଲ କମ୍ପାନୀ ଦୀର୍ଘ ବର୍ଷ ଧରି ଭୂତଳ ଜଳ ବ୍ୟବହାର କରି ଆସୁଛି। ଏହାସହ ଫରନେଓ କମ୍ପାନୀ ଭୂତଳ ଜଳ ବ୍ୟବହାର କରିବାକୁ ଆବେଦନ କରିଛି। ସମ୍ପୃକ୍ତ ଅଞ୍ଚଳର ଭୂତଳ ଜଳସ୍ତର ଅଧିକ ଗଭୀରରେ ରହିଛି। ଗ୍ରୀଷ୍ମଦିନେ ଜଳସ୍ତର ଆହୁରି କମି ଯାଉଛି। ଲୋକମାନେ କୂଅ ଏବଂ ପୋଖରୀର ପାଣି ବ୍ୟବହାର କରି ବିଭିନ୍ନ ରୋଗର ଶିକାର ହେଉଛନ୍ତି। ଶିଳ୍ପାଞ୍ଚଳର ଖୋଲା କୂଅ ଓ ପୋଖରୀରେ ବିଭିନ୍ନ କାରଖାନାର ଦୂଷିତ ପାଣି, ଧୂଳି ଧୂଆଁ ପଡ଼ି ଅଧିକ ପ୍ରଦୂଷିତ ହେଉଛି, ଯାହା ପାନୀୟ ଉପଯୋଗୀ ନୁହେଁ। ଏଭଳିସ୍ଥିତିରେ ଲୋକମାନେ ଭୂତଳ ଜଳ ନ ପାଇ ହନ୍ତସନ୍ତ ହେଉଛନ୍ତି। ଏନେଇ ପ୍ରଭାବିତ ଗ୍ରାମବାସୀ ଜିଲାପାଳଙ୍କ ସମେତ ସୁକିନ୍ଦା ବିଧାୟକ, କଳିଙ୍ଗନଗର ଅତିରିକ୍ତ ଜିଲାପାଳ, ଶିଳ୍ପ ସଚିବ, ଗ୍ରାମ୍ୟ ଜଳଯୋଗାଣ ଓ ପରିମଳ, ଶିଳ୍ପ ମନ୍ତ୍ରୀ, ଦାନଗଦି ତହସିଲଦାର, ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ(ଏସ୍‌ପିସିବି)ର କଳିଙ୍ଗନଗର ଆଞ୍ଚଳିକ ଅଧିକାରୀ, ଯାଜପୁର ଏସ୍‌ପି, ପଙ୍କପାଳ ସରପଞ୍ଚ ଓ କଳିଙ୍ଗନଗର ଥାନାଧିକାରୀଙ୍କୁ ଅଭିଯୋଗ ପତ୍ର ପଠାଇଥିଲେ।
ଯାଜପୁର ବ୍ଲକରେ ବିଭିନ୍ନ ପ୍ରକାର ଶିଳ୍ପସଂସ୍ଥା ଗଢ଼ି ଉଠୁଥିବାରୁ ଶିଳ୍ପ ପାଇଁ ଜଳ ଆବଶ୍ୟକ ରହିଛି। ତେଣୁ ସଂସ୍ଥାଗୁଡ଼ିକ ନିଜ ନିଜ କାରଖାନା ଅଞ୍ଚଳରେ ବୋର୍‌ୱେଲ ଖନନ କରି ଅଧିକ ଅଶ୍ୱକ୍ଷମତା ବିଶିଷ୍ଟ ବିଦ୍ୟୁତ୍‌ଚାଳିତ ମୋଟର ଲଗାଇ ସେମାନଙ୍କ ଚାହିଦା ପୂରଣ କରୁଛନ୍ତି। ଫଳରେ ଶିଳ୍ପାଞ୍ଚଳ ନିକଟରେ ଥିବା ନଳକୂପ ଓ କୂପର ଜଳ ନିମ୍ନଗାମୀ ହେଉଛି। ପୁନଶ୍ଚ ଶିଳ୍ପାଞ୍ଚଳ ପାଖଦେଇ ବୋହିଯାଉଥିବା ବ୍ରାହ୍ମଣୀ ଓ ଖରସ୍ରୋତା ନଦୀର ଜଳକୁ ସଂଗ୍ରହ କରି କାରଖାନାର ଚାହିଦା ମୁତାବକ ଜଳ ସଂଗ୍ରହ କରୁଛନ୍ତି। ଦାନଗଦି, ଟେଲିବାହାଲି, ସୋଲେଇ, ସିଙ୍ଗାଡ଼ିଆ, ମାନଗୋବିନ୍ଦପୁର, ଧୂଳିଗଡ଼, କଣ୍ଟିପୁର, ବାଲୁଙ୍ଗାବନ୍ଦି, ଯଖପୁରା ଅଞ୍ଚଳରେ ଥିବା ନଳକୂପର ଜଳସ୍ତର ପ୍ରାୟ ହ୍ରାସ ପାଉଛି। ନିୟମାନୁଯାୟୀ ଜିଲାର ଶିଳ୍ପ ସଂସ୍ଥାଗୁଡିକ ଜଳ ସମ୍ପଦ ବିଭାଗ ନିକଟରେ ଚୁକ୍ତି କରି ସେମାନେ କେତେ ପରିମାଣର ଭୂତଳ ଜଳ ବ୍ୟବହାର କରୁଛନ୍ତି ସେନେଇ ଫ୍ଲୋମିଟର ଅନୁସାରେ ଦୈନିକ ରିପୋର୍ଟ ଦାଖଲ କରିବା କଥା। ମାତ୍ର ଜଳ ସମ୍ପଦ ବିଭାଗ ନିକଟରେ ଶିଳ୍ପସଂସ୍ଥାଗୁଡ଼ିକର ବାସ୍ତବ ଭୂତଳ ଜଳ ବ୍ୟବହାର ସମ୍ପର୍କିତ ସବିଶେଷ ତଥ୍ୟ ମିଳୁନାହିଁ। ଫଳରେ ଆଗାମୀ ଦିନରେ ଜଳ ସଙ୍କଟ ଉଗ୍ରରୂପ ରୂପ ନେବ ବୋଲି ବିଶେଷଜ୍ଞମାନେ ଆଶଙ୍କା କରୁଛନ୍ତି। ବ୍ରାହ୍ମଣୀ ଓ ଖରସ୍ରୋତା ନଦୀରୁ ମଧ୍ୟ ଶିଳ୍ପସଂସ୍ଥାଗୁଡ଼ିକ ମନଇଚ୍ଛା ଜଳ ସଂଗ୍ରହ କରୁଛନ୍ତି। ଇଡ୍‌କୋ ଆବଶ୍ୟକ ମାପକ ଯନ୍ତ୍ର ପ୍ରତିଷ୍ଠା ନ କରି ଶିଳ୍ପକୁ ଅଯାଚିତ ଭାବେ ଜଳଯୋଗାଣ କରୁଥିବା ଅଭିଯୋଗ ହୋଇଆସୁଛି। ଏହି କ୍ରମରେ ଜଳ ସମ୍ପଦ ବିଭାଗର ତଦନ୍ତ ନିର୍ଦ୍ଦେଶ କେତେଦୂର କାର୍ଯ୍ୟକାରୀ ହେଉଛି ଏବଂ ଭୂତଳ ଜଳ ଅଭାବ ଯୋଗୁ ସମ୍ପୃକ୍ତ ପ୍ରଭାବିତ ଅଞ୍ଚଳବାସୀଙ୍କ ସମସ୍ୟାର ସମାଧାନ ହେଉଛି କି ନାହିଁ ତାହା ସମୟ ହିଁ କହିବ ବୋଲି ମତପ୍ରକାଶ ପାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଗୋଟିଏ ଦିନରେ ରେକର୍ଡ ଭାଙ୍ଗିଲା ସୁନା-ରୁପା ଦର! କିଣିବା ପୂର୍ବରୁ ମୁଣ୍ଡରେ ହାତ ଦେଲେଣି ଗ୍ରାହକ,ବିଶେଷଜ୍ଞ ଚକିତ… 

ନୂଆଦିଲ୍ଲୀ,୮।୪: ପୁଣି ବଢ଼ିଲା ସୁନା-ରୁପା ଦର। ବୁଧବାର ବଜାରରେ ଏକ ବଡ଼ ପରିବର୍ତ୍ତନ ଦେଖିବାକୁ ମିଳିଛି, ଯାହା ବିଶେଷଜ୍ଞଙ୍କୁ ମଧ୍ୟ ଆଶ୍ଚର୍ଯ୍ୟ କରିଦେଇଛି। ରୁପା ଦରରେ ଗୋଟିଏ…

ନାଗାବଳି ନଦୀରେ ବୁଡି ଯୁବକ ମୃତ, ସ୍ନାନ ପାଇଁ ଯାଇଥିଲେ…

କଲ୍ୟାଣସିଂହପୁର,୮।୪ ( ଦୀପକ କୁମାର ପରିଡା ): ରାୟଗଡା ଜିଲା କଲ୍ୟାଣସିଂହପୁର ଅଞ୍ଚଳରେ ଘଟିଛି ଏକ ଦୁଃଖଦ ଘଟଣା। ନାଗାବଳି ନଦୀରେ ବୁଡି ଜଣେ ୩୬ ବର୍ଷୀୟ…

ଜଙ୍ଗଲରେ ଚାଲିଥିଲା ଜୁଆ ଖେଳ, ମାଡ଼ି ବସିଲା ବରପାଲି ପୋଲିସ: ୧୬ ଗିରଫ ସହ ଲକ୍ଷାଧିକ …

ବରପାଲି, ୮ ।୪(ଚିତ୍ତରଞ୍ଜନ ସାହୁ): ବରଗଡ଼ ଜିଲା ବରପାଲି ଥାନା ଅନ୍ତର୍ଗତ ବରମକେଲା ଗ୍ରୀଣ୍ଡୋଲା ଜଙ୍ଗଲରେ ଚାଲିଥିବା ଏକ ବଡ଼ ଧରଣର ଜୁଆ ଆଡ୍ଡା ଉପରେ ପୋଲିସ…

ଚାଲି ଚାଲି ଯାଉଥିଲେ, ଧକ୍କା ଦେଇ ଚାଲିଗଲା ଗାଡ଼ି; ମହିଳା…

ଛତ୍ରପୁର,୮।୪(ଦିଲ୍ଲୀପ ସାମଲ):  ଗଞ୍ଜାମ ଜିଲା ଚମାଖଣ୍ଡି ଥାନା ଅଧିନ ଜାତୀୟ ରାଜପଥ ରଘୁନାଥପୁରଠାରେ ଟାଟା ଏସିଇ ଧକ୍କାରେ ଜଣେ ମହିଳା ମୃତ୍ୟୁ ହୋଇଛି । ମୃତକ ଜଣକ…

ଦିଗପହଣ୍ଡିରେ ଆଇନ ମନ୍ତ୍ରୀଙ୍କୁ ସମ୍ବର୍ଦ୍ଧନା, ଉନ୍ନତିକରଣ କାର୍ଯ୍ୟ…

ଦିଗପହଣ୍ଡି,୮।୪(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ଗସ୍ତରେ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । ଗଞ୍ଜାମ ଜିଲା ଦିଗପହଣ୍ଡି ଠାରେ ବୁଧବାର ରାଜ୍ୟ ଆଇନ, ପୂର୍ତ୍ତ ଓ ଅବକାରୀ ମନ୍ତ୍ରୀ…

ମାନସିକ ଚାପରୁ ଚରମ ନିଷ୍ପତ୍ତି, ଝୁଲନ୍ତା ଅବସ୍ଥାରେ ଉଦ୍ଧାର ହେଲା…

କୋକସରା,୮ା୪ (ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ):v କଳାହାଣ୍ଡି ଜିଲା କୋକସରା ଥାନା ବୋବରିଆ ଗ୍ରାମର ଜଣେ ଯୁବକଙ୍କ ଝୁଲନ୍ତା ମୃତଦେହ ନିଜ ଘର ଭିତରୁ ଜବତ ହୋଇଛି। ମୃତକ…

ବଚସା ହେଲା କାଳ….ଏୟାର ଗନ୍ ବ୍ୟବହାର କରି ବ୍ୟକ୍ତିଙ୍କ ଗୁପ୍ତାଙ୍ଗରେ ଭରିଦେଲେ ପବନ, ତାପରେ….

ଚଣ୍ଡିଗଡ଼,୮ା୪: ହରିୟାଣାର ଗୁରୁଗ୍ରାମରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି । ଏୟାର ଗନ୍ ବ୍ୟବହାର କରି ଜଣେ ବ୍ୟକ୍ତିଙ୍କ ଗୁପ୍ତାଙ୍ଗରେ ବାୟୁ ପ୍ରବେଶ କରିବାରୁ ତାଙ୍କର…

ଶ୍ରୀରାମ ନବମୀର ୭୫ ବର୍ଷ ପୂର୍ତ୍ତି ସମାରୋହ, ଯୋଗଦେଲେ ଯୁବ ନେତା ନୀଳମାଧବ ସିଂଦେଓ

ରିଷିଡ଼ା, ୮ା୪ (ସୁଶାନ୍ତ ମଲ୍ଲିକ): କଳାହାଣ୍ଡି ଜିଲା କର୍ଲାମୁଣ୍ତା ବ୍ଲକ ତେରେସିଂହା ପଞ୍ଚାୟତ ବିନ୍ଧାଣି ଗ୍ରାମରେ ପବିତ୍ର ରାମନବମୀ ପାଳନର ୭୫ ବର୍ଷ ପୂର୍ତ୍ତି ସମାରୋହ ଅନୁଷ୍ଠିତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri