ଓଲଟିଲା ବର ଶୋଭାଯାତ୍ରା ଗାଡ଼ି, ୨୦ ଆହତ; ୫ ଗୁରୁତର

ଛେଣ୍ଡିପଦା,୧୦।୩(ଡି.ଏନ୍‌.ଏ.): ଅନୁଗୋଳ-ଛେଣ୍ଡିପଦା ୬୩ ନଂ ରାଜ୍ୟ ରାଜପଥର ଛେଣ୍ଡିପଦା ଗଉଡୁଣି ନାଳ ପାଖରେ ବୁଧବାର ବିବାହ ନିମନ୍ତେ ଯାଉଥିବା ବର ଶୋଭାଯାତ୍ରା ଗାଡ଼ି ଓଲଟି ୨୦ ଆହତ ହୋଇଥିବା ବେଳେ ୫ ଗୁରୁତର ହୋଇଛନ୍ତି। ଆହତମାନେ ବାରମଞ୍ଚା ଗ୍ରାମର ବୋଲି ଜଣାପଡ଼ିଛି ।

ସୂଚନାଯୋଗ୍ୟ, ଛେଣ୍ଡିପଦା ଥାନା ବାରମଞ୍ଚା ଗ୍ରାମର ଏକ ୨୦ ଜଣିଆ ବାଜାବଜା ଦଳ ପିକ୍‌ଅପ୍‌ ଭ୍ୟାନରେ ନୂଆପଡ଼ା ଗ୍ରାମର ବରଯାତ୍ରୀଙ୍କ ସହିତ କଙ୍କରେଇ ଯାଉଥିଲେ। ଭାରସାମ୍ୟ ହରାଇ ଅନୁଗୋଳ ଛେଣ୍ଡିପଦା ୬୩ ନଂ. ରାଜ୍ୟ ରାଜପଥର ଗଉଡୁଣି ନାଳ ବୁଲାଣିରେ ରାସ୍ତା ଉପରେ ଓଲଟି ପଡ଼ିଥିଲା। ଫଳରେ ପିକ୍‌ଅପ୍‌ ଭ୍ୟାନରେ ବସିଥିବା ୨୦ଜଣ ଗୁରୁତର ହୋଇଛନ୍ତି। ସ୍ଥାନୀୟ ଲୋକଙ୍କ ସହାୟତାରେ ଦୁର୍ଘଟଣାଗ୍ରସ୍ତ ଗୁରୁତରଙ୍କୁ ଉଦ୍ଧାର କରି ଛେଣ୍ଡିପଦା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି। ସେଠାରେ ୫ଜଣଙ୍କ ଅବସ୍ଥା ଗୁରୁତର ଥିବାରୁ ସେମାନଙ୍କୁ ଅନୁଗୋଳ ଜିଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି। ତେବେ ଅନ୍ୟ ଗୁରୁତରମାନଙ୍କୁ ଛେଣ୍ଡିପଦା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଚିକିତ୍ସା କରାଯାଉଛ।