Posted inଫୁରସତ

ବେଦୀକୁ ଆସିବା ପୂର୍ବରୁ ଚାଲିଗଲା କନ୍ୟାର ଜୀବନ

ଲକ୍ଷ୍ନୌ, ୨୭।୬- ଉତ୍ତର ପ୍ରଦେଶର କନୌଜ ଜିଲାରେ ଘଟିଯାଇଥିବା ଏକ ଦୁଃଖଦାୟକ ଘଟଣା ଏବେ ସାମ୍ନାକୁ ଆସିଛି। ବାହାଘର ପୂର୍ବରୁ ହଠାତ୍‌ କନ୍ୟାର ଜୀବନ ଚାଲିଯିବାରୁ ବରକୁ ଶେଷରେ ଖାଲି ହାତରେ ଫେରିବାକୁ ପଡ଼ିଛି। ଶୁକ୍ରବାର କାନପୁର ନିବାସୀ ସନ୍ତୋଷ ଓ କନୌଜର ବିନିତାଙ୍କ ମଧ୍ୟରେ ଶୁଭପରିଣୟ ଅନୁଷ୍ଠିତ ହେବାର ଥିଲା। ବର ସନ୍ତୋଷ ବ୍ୟାଣ୍ଡ୍‌ ବଜାଇ ନାଚଗୀତରେ ମସଗୁଲ ହୋଇ ବରଯାତ୍ରୀ ସହ ସନ୍ଧ୍ୟାରେ କନ୍ୟା ଘରେ ପହଞ୍ଚତ୍ଥିଲା। କନ୍ୟାଘର ପକ୍ଷରୁ ସନ୍ତୋଷଙ୍କୁ ପାଛୋଟି ବେଦୀକୁ ନିଆଯାଇଥିଲା। ତେବେ ହଠାତ୍‌ ଘଟିଯାଇଥିଲା ଏକ ଅଘଟଣ। ହାତରେ ମେହେନ୍ଦୀ ଲଗାଇ ନବବଧୂ ବେଶରେ ସଜେଇ ହୋଇ ବରକୁ ଅପେକ୍ଷା କରିଥିବା କନ୍ୟା ବିନିତାର ଦେହ ହଠାତ୍‌ ଅସୁସ୍ଥ ହୋଇପଡ଼ିଥିଲା। ପରିବାର ଲୋକେ ମେଡିକାଲକୁ ନେଇଥିଲେ ମଧ୍ୟ ତାଙ୍କୁ ବଞ୍ଚାଇବା ସମ୍ଭବପର ହୋଇପାରି ନ ଥିଲା। ବିନିତାଙ୍କ ଆକସ୍ମିକ ବିୟୋଗରେ ହସଖୁସି ଆନନ୍ଦ ଭିତରେ ମସଗୁଲ ଥିବା ପରିବାର ଲୋକଙ୍କ କାନ୍ଦବୋବାଳିରେ ପୁରା ପରିବେଶ ଫାଟି ଯାଇଥିଲା। ସେଠାରେ ଉପସ୍ଥିତ ଲୋକେ ଏହି ଘଟଣାରେ ପୁରା ସ୍ତବ୍ଧ ହୋଇଯାଇଥିଲେ। ପାଲିଙ୍କିରେ ଯିବା ବଦଳରେ କନ୍ୟା ଶେଷରେ ସେହି ବୋହୁ ବେଶରେ କୋକେଇରେ ମଶାଣୀ ଯାଇଥିଲେ। ସେହିଭଳି ବର ଖାଲି ହାତରେ ଘରକୁ ଫେରିଥିବା ଜଣାପଡ଼ିଛି।


Enter your email to get our daily news in your inbox.

All Right Reserved By Dharitri.Com

ଶାକାହାର ସିଦ୍ଧାନ୍ତ

ବୌଦ୍ଧଧର୍ମ ଏବଂ ଜୈନଧର୍ମ ଓଡ଼ିଶାର ପ୍ରମୁଖ ଧର୍ମ ଥିଲାବେଳେ ଶାକାହାର ବା ସାଦା ଖାଇବା ପରମ୍ପରା ଅଧିକ ଦୃଢ଼ୀଭୂତ ହୋଇଥିଲା। ଜଣେ ଅତ୍ୟଧିକ ଗରିଷ୍ଠ, ମସଲାଯୁକ୍ତ, ଆମିଷ…

ଭଲପାଇବାର ଉଦାହରଣ ସୃଷ୍ଟି କଲେ ଅବସରପ୍ରାପ୍ତ ଶିକ୍ଷକ: ସ୍ତ୍ରୀଙ୍କ ସ୍ମୃତିରେ ନିର୍ମାଣ କଲେ…

ଗୁଣୁପୁର,୧୨।୧(ସଂକେତ ପାତ୍ର): ରାୟଗଡା ଜିଲା ଗୁଣୁପୁର ପୌରପରିଷଦ ୧୯ନଂ ୱାର୍ଡ ଓମ ନଗରରୁ ଆସିଛି ଏକ ହୃଦୟସ୍ପର୍ଶୀ କାହାଣୀ, ଯାହା ପ୍ରେମ ଓ ସ୍ବାମୀ-ସ୍ତ୍ରୀ ସମ୍ପର୍କର ଅନନ୍ୟ…

ଆଜି ବାଂଲାଦେଶ ନିର୍ବାଚନ

ଢାକା,୧୨ା୨: ବାଂଲାଦେଶରେ ଗୁରୁବାର ସଂସଦୀୟ ନିର୍ୱାଚନ ହେବାକୁ ଯାଉଛି। ଏଥିପାଇଁ ସବୁ ପ୍ରସ୍ତୁତି ଶେଷ ହୋଇଛି। ଏହା ହେଉଛି ବାଂଲାଦେଶର ୧୩ତମ ସଂସଦୀୟ ନିର୍ୱାଚନ। ଏହି ନିର୍ୱାଚନକୁ…

ପେଙ୍ଗୁଇନ୍‌ ଇଣ୍ଡିଆକୁ ନୋଟିସ

ନୂଆଦିଲ୍ଲୀ,୧୨ା୨: ପୂର୍ୱତନ ସେନା ମୁଖ୍ୟ ଏମ୍‌.ଏମ୍‌. ନରଓ୍ୱଣେଙ୍କ ପୁସ୍ତକ ‘ଫୋର୍‌ ଷ୍ଟାର୍ସ ଅଫ୍‌ ଡେଷ୍ଟିନି’କୁ ନେଇ ଦିଲ୍ଲୀ ପୋଲିସର ସ୍ୱତନ୍ତ୍ର ସେଲ୍‌ ପେଙ୍ଗୁଇନ୍‌ ରାଣ୍ଡମ୍‌ ହାଉସ୍‌ ଇଣ୍ଡିଆକୁ…

ଏପ୍‌ଷ୍ଟିନ୍‌ ମୋତେ ଦୋମୁହଁା କହିଥିଲେ

ନୂଆଦିଲ୍ଲୀ,୧୨।୨: ଆମେରିକୀୟ ସେକ୍ସ ଅଫେଣ୍ଡର ଜେଫ୍ରି ଏପ୍‌ଷ୍ଟିନ୍‌ କେନ୍ଦ୍ରମନ୍ତ୍ରୀ ହରଦୀପ ସିଂ ପୁରୀଙ୍କୁ ଦୋମୁହଁା କହିଥିଲେ। ଲୋକ ସଭାର ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ଆଣିଥିବା…

ଅନାସ୍ଥା ନୋଟିସରେ ତ୍ରୁଟି

ନୂଆଦିଲ୍ଲୀ,୧୨ା୨: ଲୋକ ସଭା ବାଚସ୍ପତି ଓମ୍‌ ବିର୍ଲାଙ୍କ ବିରୋଧରେ ବିପକ୍ଷ ସଦସ୍ୟମାନେ ଅନାସ୍ଥା ପ୍ରସ୍ତାବ ଆଗତ କରିବା ପାଇଁ ଦେଇଥିବା ନୋଟିସ ତ୍ରୁଟିଯୁକ୍ତ। ନୋଟିସ ଡ୍ରାଫ୍ଟିଙ୍ଗ୍‌ରେ ଏଭଳି…

ଲିମ୍‌କା ବୁକ୍‌ ଅଫ୍‌ ରେକଡର୍‌ସରେ ମୁନ୍ନା: ପେନସିଲ ଗ୍ରାଫାଇଟରେ ସୂକ୍ଷ୍ମ ଇଣ୍ଡିଆ ଗେଟ୍‌

ଅମରପାଲି,୧୨ା୨(ପୀତାମ୍ବର ସାହୁ):ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ସୁବଳୟା ଗ୍ରାମର ମୁନ୍ନା ମାହାଣା ଲିମକା ବୁକ ଅଫ ରେକଡର୍‌ସରେ ନିଜ ନାମକୁ ନାମିତ କରି ଜିଲା ପାଇଁ…

ଟି-୨୦ ବିଶ୍ୱକପ୍: ୧୦ ବର୍ଷ ପରେ ଇଂଲଣ୍ଡକୁ ହରାଇଲା ୱେଷ୍ଟଇଣ୍ଡିଜ୍, ରଦରଫୋର୍ଡଙ୍କ ବିସ୍ଫୋରକ ବ୍ୟାଟିଂ

ନୂଆଦିଲ୍ଲୀ,୧୧।୨: ୱେଷ୍ଟଇଣ୍ଡିଜ୍ ଏବଂ ଇଂଲଣ୍ଡ ମଧ୍ୟରେ ଖେଳାଯାଇଥିବା ହାଇ-ଭୋଲଟେଜ୍ ମ୍ୟାଚ୍‌ରେ ୱେଷ୍ଟଇଣ୍ଡିଜ୍ ୩୦ ରନ୍‌ରେ ଚମତ୍କାର ବିଜୟ ହାସଲ କରିଛି। ୨୦୧୬ ଟି-୨୦ ବିଶ୍ୱକପ୍ ଫାଇନାଲ୍ ପରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri