ସୋସିଆଲ ମିଡିଆରେ ବିଜ୍ଞାପନ ବନ୍ଦ କଲେ ୯୦ କମ୍ପାନୀ, ସବୁଠୁ କ୍ଷତିଗ୍ରସ୍ତ ହୋଇଛି ଫେସ୍‌ବୁକ୍‌

ନୂଆଦିଲ୍ଲୀ: ଆମେରିକାରେ ବ୍ଲାକ୍‌ ଆଣ୍ଡ ହ୍ବାଇଟ୍‌ (କଳା ଧଳା)ପ୍ରସଙ୍ଗ ସମଗ୍ର ବିଶ୍ୱରେ ଚର୍ଚ୍ଚା ପାଲଟିଛି। ଏହାର ପ୍ରଭାବ ସିଧାସଳଖ ସୋସିଆଲ ମିଡିଆ ଉପରେ ପଡ଼ିଛି। ପ୍ରାୟ ୯୦ କମ୍ପାନୀ ସୋସିଆଲ ମିଡିଆରେ ବିଜ୍ଞାପନ ବନ୍ଦ କରି ଦେଇଛନ୍ତି। ଏଥିରେ ସବୁଠୁ କ୍ଷତିଗ୍ରସ୍ତ ହୋଇଛି ଫେସ୍‌ବୁକ୍‌। ସୋସିଆଲ ନେଟୱାର୍କିଂ ସାଇଟ୍‌ ଫେସବୁକର୍‌ ସମାଲୋଚକମାନେ ସର୍ବଦା ନିନ୍ଦା କରୁଛନ୍ତି ଯେ, ଏହା ଘୃଣ୍ୟ କାର୍ଯ୍ୟକୁ ରୋକିବାରେ ବିଫଳ ହୋଇଛି। ଖାଲି ସେତିକି ନୁହେଁ, ଇନ୍‌ଷ୍ଟାଗ୍ରାମ୍‌, ଟୁଇଟରରେ ମଧ୍ୟ ବିଜ୍ଞାପନ ନିଷେଧ କରାଯାଇଛି।
ବିଶ୍ୱର ସର୍ବବୃହତ ବିଜ୍ଞାପନଦାତା ଏଚ୍‌ୟୁଏଲ୍‌(ହିନ୍ଦୁସ୍ତାନ ୟୁନିଲିଭର) ପକ୍ଷରୁ କୁହାଯାଇଛି ଯେ, ଗତ କିଛି ସପ୍ତାହ ମଧ୍ୟରେ ୯୦ କମ୍ପାନୀ ଫେସବୁକ୍‌, ଇନଷ୍ଟାଗ୍ରାମ ଏବଂ ଟୁଇଟର୍‌ରେ ସେମାନଙ୍କର ବିଜ୍ଞାପନ ବନ୍ଦ କରି ଦେଇଛନ୍ତି। ସୋସିଆଲ ମିଡିଆ କମ୍ପାନୀଗୁଡିକ ପାଇଁ ବିଜ୍ଞାପନ ବନ୍ଦ କରିବା ସବୁଠୁ ଅଧିକ ରାଜସ୍ବ ହାନି ହୋଇଛି।

ଫେସବୁକ୍‌ କରୋନାଠାରୁ ବିଜ୍ଞାପନ ରାଜସ୍ବ ହରାଇବାକୁ ଭୟ କରିଥିଲା:
ଫେସବୁକ୍‌ ପୂର୍ବରୁ ଚେତାବନୀ ଦେଇଥିଲା ଯେ, ମହାମାରୀ କରୋନା ହେତୁ ବିଜ୍ଞାପନଦାତାମାନେ କମ୍‌ ଖର୍ଚ୍ଚ କରୁଛନ୍ତି। ବର୍ତ୍ତମାନ ସମାଜରେ ଖର୍ଚ୍ଚ କାଟିବା ଏବଂ ଜାତିଗତ  ଭେଦଭାବ ନେଇ ଜନସାଧାରଣଙ୍କ ଚିନ୍ତା ଉପରେ ଚାପ ପକାଉଛି। ସିଭିଲ ରାଇଟ୍ସ ଗ୍ରୁପ ଫେସବୁକ୍‌ରେ ଘୃଣା କଥାର ମୁକାବିଲା ପାଇଁ ଏକ ବିଜ୍ଞାପନ ବୈଠକର ଆୟୋଜନ କରିଥିଲା। ଅନ୍ୟ କମ୍ପାନୀମାନେ ଏହାକୁ ସହଯୋଗ କରିଥିଲେ।
ଏନ୍‌ଏଏସିପର ସଭାପତି ତଥା ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଡେରିକ ଜନସନ୍‌ ଏକ ବିବୃତ୍ତିରେ କହିଛନ୍ତି, ଏହା ସ୍ପଷ୍ଟ ଯେ ଫେସବୁକ୍‌ ଏବଂ ଏହାର ସିଇଓ ମାର୍କ ଜୁକରବର୍ଗ ଅବହେଳା କରିଥିଲେ। ବର୍ତ୍ତମାନ ଆମ ଗଣତନ୍ତ୍ରର କ୍ଷତି ସତ୍ତ୍ୱେ ଭୁଲ ତଥ୍ୟର ପ୍ରସାରରେ ସେମାନେ ସନ୍ତୁଷ୍ଟ। ଫେସବୁକ୍‌ ପରଦା ପଛରେ ରହି ଏସବୁ କରିଥିବା ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

UPI ନେଣଦେଣରେ PPI ଚାର୍ଜ କ’ଣ? କାହାର ଲାଭ-କାହାର କ୍ଷତି ଜାଣନ୍ତୁ…

ନୂଆଦିଲ୍ଲୀ,୨୬।୪: ଆଜିକାଲି ସମୟରେ ୟୁପିଆଇ ନେଣଦେଣ ସାମାନ୍ୟ କଥାରେ ପରିଣତ ହୋଇଗଲାଣି। ରାସ୍ତାକଡ଼ ବୁଲା ବେପାରୀଙ୍କଠାରୁ ଆରମ୍ଭ କରି ବଡ଼ ବଡ଼ ମଲ୍‌ରେ ମଧ୍ୟ ଏହାର...

୧୭ ହଜାର କ୍ରେଡିଟ୍‌ କାର୍ଡକୁ ବ୍ଲକ କଲା ICICI, ପ୍ରଭାବିତ ହୋଇଥିଲେ ଜାଣନ୍ତୁ କାରଣ…

ନୂଆଦିଲ୍ଲୀ,୨୬।୪: ବେସରକାରୀ ବ୍ୟାଙ୍କ ଆଇସିଆଇସିଆଇ ୧୭ ହଜାର କ୍ରେଡିଟ୍‌ କାର୍ଡକୁ ବ୍ଲକ୍‌ କରିଦେଇଛି। ନିକଟରେ କାର୍ଡଗୁଡ଼ିକ ଜାରି କରାଯାଇଥିବା ବେଳେ ଭୁଲ ୟୁଜର୍ସ ଥିବା ମାମଲା...

ଏହି କାରଣ ପାଇଁ ଦୁବେଙ୍କ ବଦଳରେ ହାର୍ଦ୍ଦିକଙ୍କୁ ଟି-୨୦ ବିଶ୍ୱକପ ଦଳରେ ମିଳିବ ସ୍ଥାନ: ରିପୋର୍ଟ

ନୂଆଦିଲ୍ଲୀ,୨୬।୪: ଭାରତ ଷ୍ଟାର ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ଭଲ ଫର୍ମ ନଥାଇ ପାରନ୍ତି କିନ୍ତୁ ତାଙ୍କର ପୂର୍ବ ପ୍ରଦର୍ଶନ ବଳରେ ବା ତାଙ୍କ ପ୍ରତିବଦଳ ଖେଳାଳି...

ଅନେକ ଦିନର ହ୍ରାସ ପରେ ବଦଳିଲା ଟ୍ରେଣ୍ଡ, ପୁଣି ବୃଦ୍ଧି ପାଇଲା ସୁନା ଏବଂ ରୂପା ମୂଲ୍ୟ

ନୂଆଦିଲ୍ଲୀ,୨୬।୪: ଗତ କିଛି ଦିନ ହେବ ସୁନା ମୂଲ୍ୟରେ ହ୍ରାସ ଘଟିଥିଲା, କିନ୍ତୁ ଶୁକ୍ରବାର ସୁନା ଓ ରୂପା ମୂଲ୍ୟ ବୃଦ୍ଧି ପାଇଛି। ବଜାରରେ ସୁନା...

ଚଳିତ ବର୍ଷ ୬୦୦୦ ଫ୍ରେଶରଙ୍କୁ ନିଯୁକ୍ତି ଦେବ ଟେକ୍ ମହିନ୍ଦ୍ରା

ମୁମ୍ବାଇ,୨୬ା୪: ପ୍ରମୁଖ ଆଇଟି କମ୍ପାନୀ ଟେକ୍ ମହିନ୍ଦ୍ରା, ଏପ୍ରିଲ୍ ୨୫ ରେ ଘୋଷଣା କରିଛି ଯେ ଏହା ୨୦୨୫ ଆର୍ଥିକ ବର୍ଷରେ ୬,୦୦୦ ଫ୍ରେଶର୍ ନିଯୁକ୍ତ...

ଏଚ୍‌ଏମ୍‌ଏସ୍‌ଆଇର ନୂତନ ମାଇଲଖୁଣ୍ଟ

ଭୁବନେଶ୍ୱର,୨୬ା୪: ହୋଣ୍ଡା ମୋଟରସାଇକେଲ ଆଣ୍ଡ ସ୍କୁଟର ଇଣ୍ଡିଆ (ଏଚ୍‌ଏମ୍‌ଏସ୍‌ଆଇ)କୁ ନିକଟରେ ଆଉ ଏକ ସଫଳତା ସହ ପୂର୍ବ ଭାରତ ବଜାରରେ କମ୍ପାନୀ ନୂତନ ମାଇଲଖୁଣ୍ଟ ହାସଲ...

ଅଟୋ ଏଜ୍‌-୨୦୨୪ ସମ୍ମିଳନୀ: ଅଟୋ ଉଦ୍ୟୋଗର ଆବଶ୍ୟକତା ପୂରଣ

ଭୁବନେଶ୍ୱର,୨୬ା୪: ବେଦାନ୍ତ ଆଲୁମିନିୟମର ବହୁ ପ୍ରତୀକ୍ଷିତ ତଥା ଜାତୀୟ ଅଟୋ ଦିବସ ଉପଲକ୍ଷେ ନୂଆଦିଲ୍ଲୀଠାରେ ‘ଅଟୋ ଏଜ୍‌-୨୦୨୪’ ସମ୍ମିଳନୀ ଆୟୋଜିତ ହୋଇଯାଇଛି। ଏଥିରେ ଶିଳ୍ପ ବିଶେଷଜ୍ଞ...

ଆକ୍ସିସ୍‌ ବ୍ୟାଙ୍କର ବାର୍ଷିକ ଫଳାଫଳ

ଭୁବନେଶ୍ୱର,୨୬ା୪: ଆକ୍ସିସ୍‌ ବ୍ୟାଙ୍କର ନିର୍ଦ୍ଦେଶକ ମଣ୍ଡଳୀ ବୈଠକ ନିକଟରେ ଅନୁଷ୍ଠିତ ହୋଇଯାଇଛି। ଉକ୍ତ ବୈଠକରେ ବ୍ୟାଙ୍କର କାରବାର ଓ ଆଗାମୀ କାର୍ଯ୍ୟକଳାପ ସହ ୨୦୨୩-୨୪ ଆର୍ଥତ୍କ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri