Posted inଜାତୀୟ

ବିବାହର କିଛି ସମୟ ପୂର୍ବରୁ କନ୍ୟାଙ୍କୁ ଶକ୍ତ ଚାପୁଡା ମାରିଲେ ବର, ଆଉ ତା’ପରେ…

ଚେନ୍ନାଇ,୨୪।୧: ତାମିଲନାଡୁର କୁଡାଲୋରରେ ଏକ ବିବାହ ଉତ୍ସବରେ ଅଜବ ଘଟଣା ଦେଖିବାକୁ ମିଳିଛି। ବର କୌଣସି ପ୍ରସଙ୍ଗରେ କନ୍ୟାଙ୍କୁ ଚାପୁଡା ମାରିଥିଲେ। ଏହାପରେ କନ୍ୟା ବିବାହ ଭାଙ୍ଗିବାକୁ ନିଷ୍ପତ୍ତି ନେଇଥିଲେ। କେବଳ ଏତିକି ନୁହେଁ, କନ୍ୟା କିଛି ଘଣ୍ଟା ମଧ୍ୟରେ ମଣ୍ଡପରେ ଉପସ୍ଥିତ ବରଙ୍କ ସମ୍ପର୍କୀୟ ଭାଇଙ୍କୁ ବିବାହ କରିଥିଲେ। ଏହା ସମ୍ପୂର୍ଣ୍ଣ ଫିଲ୍ମ କାହାଣୀ ଭଳି ଲାଗୁଥିଲେ ମଧ୍ୟ ସତ।
ବାହାଘର ପୂର୍ବଦିନ କନ୍ୟା ବର ଓ ସେମାନଙ୍କ ପରିବାର ଲୋକ ଗୋଟିଏ କାର୍ଯ୍ୟକ୍ରମରେ ଯୋଗଦେଇ ଥିଲେ। ଏଠାରେ ନାଚଗୀତ ପାଇଁ ଡିଜେର ବ୍ୟବସ୍ଥା ମଧ୍ୟ ହୋଇଥିଲା। କାର୍ଯ୍ୟକ୍ରମରେ ସାମିଲ ହୋଇ କନ୍ୟାବର ଢେର ସମୟ ନାଚିଥିଲେ। ତେବେ ହଠାତ୍‌ କନ୍ୟାର ଜଣେ ସମ୍ପର୍କୀୟ ଭାଇ ହଠାତ୍‌ ଡ୍ୟାନ୍ସ ଫ୍ଲୋରରେ ପହଞ୍ଚି ସେମାନଙ୍କ ସହ ନାଚିବା ଆରମ୍ଭ କରିଥିଲେ। ସେ ନାଚିବାରେ ଏତେ ମସଗୁଲ ହୋଇଯାଇଥିଲେ ଯେ ଉଭୟ ବର ଓ କନ୍ୟାଙ୍କ କାନ୍ଧରେ ମଧ୍ୟ ହାତ ପକାଇ ଝୁମିଥିଲେ। କନ୍ୟାଙ୍କ କାନ୍ଧରେ ହାତ ପକାଇବାରୁ ବର ରାଗିଯାଇ କନ୍ୟାଙ୍କୁ ଶକ୍ତ ଚାପୁଡା ମାରିଥିଲେ। ଏଥିରେ କନ୍ୟାଙ୍କ ବାପା ରାଗି ଯାଇ ବର ଓ ତାଙ୍କ ପରିବାର ଲୋକଙ୍କୁ ତୁରନ୍ତ କାର୍ଯ୍ୟକ୍ରମରୁ ଚାଲି ଯିବାକୁ ନିର୍ଦ୍ଦେଶ ଦେଇଥିଲେ। କନ୍ୟା ଜଣଙ୍କ ମଧ୍ୟ ନିଜ ବାହାଘରକୁ ବାତିଲ କରିଥିଲେ। ଏହାକୁ ତାଙ୍କ ପରିବାର ଲୋକଙ୍କ ସମର୍ଥନ ବି ମିଳିଥିଲା। ହେଲେ କନ୍ୟାଙ୍କ ପରିବାର ଲୋକ ଜାନୁଆରୀ ୨୦ରେ ହିଁ ଝିଅର ବାହାଘର ହେବ ବୋଲି ନିଷ୍ପତ୍ତି ନେଇ ବର ଖୋଜିବା ଆରମ୍ଭ କରିଥିଲେ। ଶେଷରେ କନ୍ୟାଙ୍କ ସମ୍ପର୍କୀୟ ଭାଇଙ୍କୁ ବର ଭାବେ ବଛା ଯାଇଥିଲା। କନ୍ୟା ଜଣଙ୍କ ମଧ୍ୟ ପରିବାର ଲୋକଙ୍କ ଏହି ନିଷ୍ପତ୍ତିରେ ରାଜି ହୋଇଥିଲେ। ଶେଷରେ ଜାନୁଆରୀ ୨୦ରେ ଉଭୟଙ୍କ ବାହାଘର ହୋଇଛି। ସେପଟେ ବାହାଘର ଦିନକ ପୂର୍ବରୁ ଝଟକା ପାଇଥିବା ବର ଜଣଙ୍କ ଏବେ ପାନରୁତିରେ ଥିବା ମହିଳା ଥାନାରେ ନ୍ୟାୟ ପାଇଁ ଦ୍ୱାରସ୍ଥ ହୋଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଚା’ ପିଇ କଲେଜକୁ ଫେରୁଥିଲେ, ଧକ୍କା ଦେଲା ସ୍ପିଡ ବାଇକ୍‌; ଡାକ୍ତରୀ ଛାତ୍ରୀ ଗୁରୁତର

ବଲାଙ୍ଗୀର,୧୪।୨ -( ସୁନିଲ କୁମାର ମହାନ୍ତି) ବଲାଙ୍ଗୀର ସହର ଭିଆଇପି ରାସ୍ତା ତଥା ଭାଗିରଥି ଛକରୁ ସର୍କିଟ ହାଉସ୍ ରାସ୍ତାରେ ଜଣେ ସ୍ପିଡ ବାଇକ ଆରୋହୀଙ୍କ ଧକ୍କାରେ…

ଭୁଶୁଡ଼ିଲା ନିର୍ମାଣାଧୀନ ମେଟ୍ରୋ ସ୍ଲାବ୍‌: ଚାଲିଗଲା ଜଣଙ୍କ ଜୀବନ, ମୁଖ୍ୟମନ୍ତ୍ରୀଙ୍କ ତଦନ୍ତ ନିର୍ଦ୍ଦେଶ

ମୁମ୍ବାଇ,୧୪ା୨: ମୁମ୍ବାଇର ମୁଲୁନ୍ଦ ଅଞ୍ଚଳରେ ଏକ ଅଘଟଣ ଘଟିଛି। ଏକ ନିର୍ମାଣାଧୀନ ମେଟ୍ରୋ ରେଳ ପ୍ରକଳ୍ପର ଏକ ସ୍ଲାବ୍‌ ଶନିବାର ଭୁଶୁଡ଼ି ପଡ଼ିବାରୁ ଜଣଙ୍କର ମୃତ୍ୟୁ ଘଟିଛି।…

ରାତି ପାହିଲେ ଜାଗର: ଶୃଙ୍ଖଳିତ ଦର୍ଶନକୁ ଗୁରୁତ୍ୱ

ଭୁବନେଶ୍ୱର,୧୪।୨: ରାତି ପାହିଲେ ଜାଗର। ଏନେଇ ଲିଙ୍ଗରାଜ ମନ୍ଦିର ଚଳଚଞ୍ଚଳ ହୋଇ ପଡିଥିବା ବେଳେ ଝଲସି ଉଠୁଛି ମନ୍ଦିର ପରିସର। ରାତି ୧୦ଟାରେ ଉଠିବ ମହାପ୍ରଭୁ ଲିଙ୍ଗରାଜଙ୍କ…

୩ ଦିନ ବ୍ୟବଧାନରେ ପୁଣି ବୁଲିଲା ଖଣ୍ଡା, ଫୁଟିଲା ଗୁଳି; ବୈଶିଙ୍ଗାରେ ବଢୁଛି ଅସମାଜିକ ବ୍ୟକ୍ତିଙ୍କ ଦୌରାତ୍ମ୍ୟ 

ବୈଶିଙ୍ଗା,୧୦।୨(ରତନ ଦାଶ): ମୟୂରଭଞ୍ଜ ଜିଲ୍ଲାର ବୈଶିଙ୍ଗା ଥାନା ଅଞ୍ଚଳ ଅଶାନ୍ତ ହୋଇଉଠିଛି। ଶୁକ୍ରବାର ୮  ଜଣ କୁଖ୍ୟାତ ଆନ୍ତଃରାଜ୍ୟ ଡ଼କାୟତଙ୍କୁ ବିଭିନ୍ନ ମାରଣାସ୍ତ୍ର ସହ ଧରି କୋର୍ଟ…

ଯେଉଁ ପିଚ୍‌ରେ ଜିମ୍ବାଓ୍ବେ ଅଷ୍ଟ୍ରେଲିଆକୁ ପରାସ୍ତ କରିଥିଲା, ସେହି ପିଚ୍‌ରେ ହେବ ଭାରତ-ପାକିସ୍ତାନ ମ୍ୟାଚ୍‌

କଲମ୍ବୋ,୧୪ା୨- ଭାରତ ଓ ପାକିସ୍ତାନ ମଧ୍ୟରେ ଖେଳାଯିବାକୁ ଥିବା ଟି୨୦ ବିଶ୍ୱକପ୍‌ ମ୍ୟାଚ୍‌ ଆର୍‌ ପ୍ରେମଦାସା ଷ୍ଟାଡିୟମରେ ଏକ ବ୍ୟବହୃତ ପିଚ୍‌ରେ ହେବ। ଏଣୁ ପିଚ୍‌ ଧିମା…

ଦମ୍‌ ଦେଖାଇଲେ ସ୍ପିନର: ସ୍କଟଲାଣ୍ଡକୁ ୫ଉଇକେଟରେ ହରାଇଲା ଇଂଲଣ୍ଡ

କୋଲକାତା,୧୪ା୨: ଭେଟେରାନ ଲେଗ୍‌ ସ୍ପିନର ଆଦିଲ ରଶିଦ(୩/୩୬)ଙ୍କ ୩ ଉଇକେଟ ସଫଳତା ଏବଂ ମିଡଲ ଓଭରରେ ଟମ୍‌ ବାଣ୍ଟନଙ୍କ ଆକର୍ଷଣୀୟ ଅପରାଜିତ ଅର୍ଦ୍ଧଶତକ ସହାୟତାରେ ଇଂଲଣ୍ଡ ଚଳିତ…

ଭାରତ-ପାକିସ୍ତାନ ମ୍ୟାଚ୍‌ ଦେଖିବେ ବିସିବି ମୁଖ୍ୟ, ଜାଣନ୍ତୁ କହିଁକି…

କଲମ୍ବୋ,୧୪ା୨: ବାଂଲାଦେଶ କ୍ରିକେଟ ବୋର୍ଡ (ବିସିବି) ମୁଖ୍ୟ ଅନିମୁଲ ଇସ୍ଲାମ ବୁଲବୁଲ ରବିବାର ଭାରତ ଓ ପାକିସ୍ତାନ ମଧ୍ୟରେ ଖେଳାଯିବାକୁ ଥିବା ହାଇ ଭୋଲ୍ଟେଜ ଟି୨୦ ବିଶ୍ୱକପ୍‌…

କେନ୍ଦୁଝର ଜିଲାରେ ବ୍ୟାପୁଛି ଜଣ୍ଡିସ

ବଞ୍ଚୋ,୧୪।୨(ପ୍ରଦୋଷ କୁମାର ବିଶ୍ୱାଳ): କେନ୍ଦୁଝର ଜିଲା ହାଟଡିହି ବ୍ଲକ ଅଧୀନ ବଞ୍ଚୋ ପଞ୍ଚାୟତ ନାଇକସାହିରେ ଜଣ୍ଡିସ ରୋଗ ବ୍ୟାପିବାରେ ଲାଗିଛି। ଏନେଇ ଗ୍ରାମବାସୀ ଭୟଭିତ ହୋଇପଡିଛନ୍ତି। ଅନ୍ୟପକ୍ଷେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri