ନିଜ ବିବାହରେ ଶୋଇପଡ଼ିଲେ ବର: କନ୍ୟାଙ୍କ ଥିଲା ଏଭଳି ପ୍ରତିକ୍ରିୟା

ଭାରତୀୟ ବିବାହ କାର୍ଯ୍ୟକ୍ରମରେ ଭରପୁର ଡ୍ରାମା ଓ କମେଡି ଭରି ରହିଥାଏ। ପ୍ରାୟ ସମୟରେ ବିବାହର ଅନେକ ଫନି ଭିଡ଼ିଓମାନ ଭାଇରାଲ ହୋଇଥାଏ। ଯାହାକୁ ଦେଖିଲେ ଯେକେହିବି ନିଜର ହସକୁ ଅଟକାଇ ପାରିବେନି। ନିକଟରେ ସୋସିଆଲ ମିଡିଆରେ କିଛି ଏଭଳି ଏକ ଭିଡ଼ିଓ ଭାଇରାଲ ହେବାରେ ଲାଗିଛି। ଯେଉଁଥିରେ ବର ନିଜ ବିବାହରେ ହିଁ ଶୋଇପଡ଼ିଥିବା ଦେଖିବାକୁ ମିଳିଛି। ସୂଚନା ମୁତାବକ ବିବାହ ପୂର୍ବରୁ ବରଣମାଳା ପାଇଁ ବର ଓ କନ୍ୟା ମଞ୍ଚ ଉପରକୁ ଯାଇଥିଲେ। ମଞ୍ଚ ଉପରେ ସେମାନଙ୍କର ଫଟୋ ଉଠାଯାଉଥିବା ବେଳେ ବର କିନ୍ତୁ ଶୋଇପଡ଼ିଥିଲେ। ବରଙ୍କୁ ତାଙ୍କ ସମ୍ପର୍କୀୟ ଯେତେ ଉଠାଇବାକୁ ଚେଷ୍ଟା କରିଥିଲେ ହେଲେ ତାଙ୍କ ନିଦ ଭାଙ୍ଗି ନ ଥିଲା।

ବେଳେବେଳେ ବିବାହର ରୀତିନୀତି ଦୀର୍ଘ ସମୟ ଧରି ଚାଲୁଥିବାରୁ ଏଥିଯୋଗୁ ବର ଓ କନ୍ୟା କ୍ଲାନ୍ତ ଅନୁଭବ କରିବା ସହ ତାଙ୍କର ଅବସ୍ଥା ଖରାପ ହୋଇଯାଇଥାଏ। ତେବେ ଏଭଳି କିଛି କାରଣ ପାଇଁ ଉକ୍ତ ବର ଜଣକ ମଧ୍ୟ ମଞ୍ଚ ଉପରେ ଶୋଇପଡ଼ିଥିଲେ। ବିବାହରେ ଏତେ ଶବ୍ଦ ଭିତରେ ବି ତାଙ୍କର ଆଖି ଖୋଲି ନ ଥିଲା। ଏହାକୁ ଦେଖି ତାଙ୍କ ସାଇଟ୍‌ରେ ବସିଥିବା କନ୍ୟା ଜଣକ ଆଶ୍ଚର୍ଯ୍ୟ ହେବା ସହ ଲଜ୍ଜିତ ହୋଇଯାଇଥିଲେ। ବରଙ୍କ ଏଭଳି ଅବସ୍ଥା ଦେଖି ସେଠାରେ ଉପସ୍ଥିତ ଥିବା ଅତିଥି ନିଜ ହସ ଆଉ ସମ୍ଭାଳିପାରି ନ ଥିଲେ। ବିବାହର ଏହି ଭିଡିଓକୁ ନିରଞ୍ଜନ ମହାପାତ୍ର ନାମକ ଜଣେ ବ୍ୟକ୍ତି ଇନ୍‌ଷ୍ଟାଗ୍ରାମରେ ଶେୟାର କରିଛନ୍ତି। ଭାଇରାଲ ଭିଡିଓକୁ ଏପର୍ଯ୍ୟନ୍ତ ୨ଲକ୍ଷ ୭୯ ହଜାରରୁ ଅଧିକ ଲୋକ ଦେଖିସାରିଲେଣି। ଏଥିସହ ଅନେକ ଲୋକ ମଜାଳିଆ କମେଣ୍ଟ ମଧ୍ୟ ଦେଇଛନ୍ତି।

Share