Categories: ଫୁରସତ

ବର କାନ୍ଦି କାନ୍ଦି ଯାଏ ଶାଶୁଘର…

ଶିଲଂ: ଭାରତର ବିଭିନ୍ନ ଅଞ୍ଚଳରେ ଭିନ୍ନ ଭିନ୍ନ ପରମ୍ପରା ଏବଂ ସଂସ୍କୃତି ପ୍ରଚଳିତ ରହିଥିବାର ଦେଖିବାକୁ ମିଳିଥାଏ। ବିବାହ ଭଳି ସାମାଜିକ ପରମ୍ପରାରେ ସାଧାରଣତଃ କନ୍ୟା ବିଦା ହୋଇଥାଏ। କନ୍ୟାଙ୍କୁ ବାପଘର ଛାଡି ଶାଶୁଘରକୁ ଆସିବାକୁ ପଡ଼ିଥାଏ। କନ୍ୟା ବିଦା ସମୟରେ ବାପଘର ଲୋକେ କାନ୍ଦି ପରିବେଶକୁ ବେଶ୍‌ ଭାବୁକ କରିଦେଇଥାନ୍ତି। ମାତ୍ର ମେଘାଳୟର ଖାସି ଅଞ୍ଚଳରେ ବାସ କରୁଥିବା ଲୋକେ ଏକ ଭିନ୍ନ ପରମ୍ପରା ଆପଣେଇଥାନ୍ତି। ଏଠାରେ ବିବାହ ପରେ ବରବିଦା ହେବାର ପରମ୍ପରା ପ୍ରଚଳିତ। ଏଠାରେ ପରିବାର ମାତୃକେନ୍ଦ୍ରୀକ ରହିଥାଏ। ଘରର ସମ୍ପତ୍ତି ମହିଳାଙ୍କ ନାମରେ ଥାଏ। ପରିବାର ଛୋଟ ଝିଅ ଉପରେ ଗୁରୁଦାୟିତ୍ୱ ରହିଥାଏ। ଏଠାରେ ମହିଳା ଯେ କୌଣସି ସମୟରେ ବିବାହ ବନ୍ଧନକୁ ଭାଙ୍ଗି ଦେଇଥାନ୍ତି। ପରିବାରରେ ସ୍ବାମୀଙ୍କ ଅଧିକାର ନଗନ୍ୟ ରହିଥାଏ। ଏଠାରେ ଏଭଳି ସମ୍ପ୍ରଦାୟର ପ୍ରାୟ ୯ ଲକ୍ଷ ଲୋକ ବାସ କରିଥାନ୍ତି। ଏହି ସମ୍ପ୍ରଦାୟର କେତେକ ପରିବାର ପଶ୍ଚିମବଙ୍ଗ, ଆସାମ,ମଣିପୁର ଆଦି ରାଜ୍ୟର ସୀମାବର୍ତ୍ତୀ ଅଞ୍ଚଳରେ ବାସ କରିବାର ଦେଖାଯାଇଥାଏ। ପୂର୍ବରୁ ଏହି ସମ୍ପ୍ରଦାୟ ମ୍ୟାନ୍‌ମାରରେ ବସବାସ କରୁଥିଲେ। ତେବେ ସେଠାରୁ ତାଙ୍କୁ ସ୍ଥାନାନ୍ତର କରାଯାଇଥିଲା। ସେମାନେ ମେଘାଳୟର ଖାସି ଅଞ୍ଚଳରେ ଆସି ବସବାସ କରିବା ଆରମ୍ଭ କରିଥିଲେ। ଖାସି ଅଞ୍ଚଳ ସହିତ ଗାରୋ ଏବଂ ଜୟନ୍ତିଆ ଅଞ୍ଚଳରେ ମଧ୍ୟ ଏଭଳି ପରମ୍ପରା ପ୍ରଚଳିତ ହୋଇଥାଏ।

Share