Categories: ଫୁରସତ

ନିଜ ବିବାହରେ କ୍ୟାମେରାମ୍ୟାନ୍‌ ପାଲଟିଲେ ବର; କନ୍ୟାଙ୍କ ଏଭଳି ଫଟୋଶୁଟ୍‌ କଲେ ଯେ ଭିଡିଓ ହେଉଛି…

ନୂଆଦିଲ୍ଲୀ: ଆପଣ କେବେ ଦେଖିଛନ୍ତି କି ଶୁଣିଛନ୍ତି ଯେ ବର ନିଜ ବିବାହରେ ନିଜେ ଫଟୋଶୁଟ୍‌ କରୁଛନ୍ତି। ଉତ୍ତର ବୋଧହୁଏ ନା ହେବ। ହେଲେ ଇନ୍‌ଷ୍ଟାଗ୍ରାମରେ ଏଭଳି ଏକ ଭିଡିଓ ଭାଇରାଲ ହେଉଛି ଯେଉଁଥିରେ ବର ନିଜେ କନ୍ୟାଙ୍କ ଫଟୋ ଉଠାଉଛନ୍ତି। ଏଥିରୁ ବରଙ୍କୁ ଫଟୋଗ୍ରାଫି ପସନ୍ଦ ବୋଲି ସ୍ପଷ୍ଟ ହେଉଛି।

ତେବେ ଭିଡିଓରେ ବର ନିଜ ବିବାହ ଦିନ ଡିଏସ୍‌ଏଲ୍‌ଆ୍‌ କ୍ୟାମେରାରେ କନ୍ୟାଙ୍କ ଫଟୋ ଉଠାଉଛନ୍ତି। କନ୍ୟା ସଜ ହୋଇ ଏକ ଚେୟାରରେ ବସି ଭଳିକି ଭଳି ପୋଜ ଦେଉଛନ୍ତି। ବର ମଧ୍ୟ ଫଟୋ ଉଠାଇବା ପରେ ତାଙ୍କୁ ଫଟୋ ଦେଖାଉଛନ୍ତି। କନ୍ୟାଙ୍କ ପରାମର୍ଶ ଅନୁଯାୟୀ ସେ ଚେୟାର ପଛରୁ ଫଟୋ ଉଠାଉଛନ୍ତି। ଏହି ସମୟରେ କେହି ଜଣେ ବରଙ୍କ ଏକ ଭିଡିଓ କରି ସୋସିଆଲ ମିଡିଆରେ ଭାଇରାଲ କରିଥିଲେ।

ଭାଇରାଲ ଭିଡିଓଟି couple_official_page ନାମକ ଇନ୍‌ଷ୍ଟାଗ୍ରାମ ଆକାଉଣ୍ଟରେ ଶେୟାର କରାଯାଇଛି। ଏହାକୁ ଇତି ମଧ୍ୟରେ ହଜାର ହଜାର ସଂଖ୍ୟାରେ ଲୋକ ଦେଖି ସାରିଛନ୍ତି। ଏଥିସହ ଅଧିକ ଲୋକ ଏଥିରେ କମେଣ୍ଟ ମଧ୍ୟ କରୁଛନ୍ତି। କରୋନା କାଳରେ କ୍ୟାମେରାମ୍ୟାନ୍‌ ମିଳିଲେ ନାହିଁ ବୋଲି ନିଜ ବାହାଘରରେ ନିଜେ ଫଟୋ ଉଠାଉଥିବା ଜଣେ କହିଛନ୍ତି। ଏପରି କରି ସେ ଟଙ୍କା ସଞ୍ଚୟ କରିଥିବା ଅନ୍ୟଜଣେ ପ୍ରତିକ୍ରିୟା ରଖିଛନ୍ତି।

Share