ବିବାହ ଦିନ କନ୍ୟାଙ୍କ ଏପରି ଅବସ୍ଥା କଲେ ବର

ବିବାହ ଦିନ କନ୍ୟାଙ୍କୁ ପିଟିପିଟି ହତ୍ୟା କରିଛନ୍ତି ବର। ରୁଷିଆର ନୋଭୋସିବିରସ୍କରେ ଏହି ଘଟଣା ଘଟିଛି। ପୋଲିସ ଅଭିଯୁକ୍ତ ଯୁବକଙ୍କୁ ଗିରଫ କରିଛି। ଷ୍ଟିଫନ୍‌ ଡୋଲଗିଖ ନାମକ ଜଣେ ଯୁବକ(୩୩)ଙ୍କ ବିବାହ ଓକସାନା ନାମ୍ନୀ ଯୁବତୀଙ୍କ ସହ ହୋଇଥିଲା। ବିବାହ ପରେ ଉଭୟଙ୍କ ମଧ୍ୟରେ କୌଣସି କାରଣରୁ ଝଗଡା ଲାଗିଥିଲା। ଫଳରେ ଷ୍ଟିଫନ୍‌ ବିବାହ ପାଇଁ ଆସିଥିବା ଅତିଥବଙ୍କ ସାମ୍ନାରେ ଓକସାନାଙ୍କୁ ପିଟିପିଟି ହତ୍ୟା କରିଥିଲେ। ଘଟଣା ସମୟ ଏତେ ଭୟଙ୍କର ଥିଲା ଯେ, କେହି ଓକସାନାଙ୍କୁ ଉଦ୍ଧାର କରିପାରି ନ ଥିଲେ। ସୂଚନାଯୋଗ୍ୟ, ଷ୍ଟିଫନଙ୍କ ପୂର୍ବରୁ ମଧ୍ୟ ଏକ ହତ୍ୟା ଅଭିଯୋଗରେ ଜେଲ୍‌ ଦଣ୍ଡାଦେଶ ଭୋଗୁ ଥିଲେ। ଜେଲ୍‌ରେ ଥିବାବେଳେ ଓକସାନାଙ୍କ ସହ ସମ୍ପର୍କରେ ଆସିଥିଲେ। ପରେ ଉଭୟଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଆରମ୍ଭ ହୋଇ ବିବାହରେ ପରିଣତ ହୋଇଥିଲା।

Share