Categories: ଜାତୀୟ

ବାପାଙ୍କ ଜୁଇ ଉପରକୁ ଡେଇଁଲା ଝିଅ

ବର୍ମେର,୫।୫ : ରାଜସ୍ଥାନର ବର୍ମେରରୁ ସାମ୍ନାକୁ ଆସିଛି ଏକ ଦୁଃଖଦ ଘଟଣା। ବାପାଙ୍କ ଜୁଇ ଉପରକୁ ଡେଇଁ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି ୩୪ ବର୍ଷୀୟା ମହିଳା। ମହିଳାଙ୍କୁ ଉଦ୍ଧାର କରାଯାଇଥିଲେ ମଧ୍ୟ ତାଙ୍କ ଶରୀରର ୭୦ ପ୍ରତିଶତ ପୋଡ଼ି ହୋଇଯାଇଥିବା ପୋଲିସ ପକ୍ଷରୁ କୁହାଯାଇଛି।

କୋଭିଡ୍‌ରେ ଆକ୍ରାନ୍ତ ୭୩ ବର୍ଷୀୟ ଦାମଦୋରଦାସ ଶାରଦା ରାଜସ୍ଥାନର ବର୍ମେର ଜିଲାର ଏକ ହସ୍ପିଟାଲରେ ମଙ୍ଗଳବାର ପ୍ରାଣ ହରାଇଥିଲେ। ଶାରଦାଙ୍କ ଶବଦାହବେଳେ ତାଙ୍କର ସାନ ଝିଅ ଚନ୍ଦ୍ର ଶାରଦା ହଠାତ୍‌ ଜୁଇ ଉପରକୁ ଡେଇଁ ପଡ଼ିଥିଲେ। ତାଙ୍କୁ ଲୋକେ ଉଦ୍ଧାର କରିବା ପରେ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ସେଠାରୁ ତାଙ୍କୁ ଜୋଦ୍ଧପୁର ହସ୍ପିଟାଲ ପଠାଯାଇଛି।

Share