ଆମାଜନ ଶୈଳୀରେ ହେବ ଜନଶୁଣାଣି ଟ୍ରାକିଂ

ଭୁବନେଶ୍ୱର,୧୪ା୭(ରବିନାରାୟଣ ଜେନା): ଜନଶୁଣାଣି ପ୍ରତି ଲୋକଙ୍କ ଯେତିିକି ବିଶ୍ୱାସ ରହିଛି, ଆଗାମୀ ଦିନରେ ଏହା କିଭଳି ଜନତାଙ୍କ ହୃଦୟ ଜିଣିବ ସେ ନେଇ ସରକାରୀ ପ୍ରକ୍ରିୟା ଆରମ୍ଭ ହୋଇଛି। ଲୋକେ ଘରେ ବସି ସେମାନଙ୍କ ଅଭିଯୋଗର ଯେଭଳି ଟିକିନିଖି ଖବର ପାଇପାରିବେ ସେଥିପାଇଁ ନୀତିରେ କେତେକ ପରିବର୍ତ୍ତନ କରାଯିବ। ଏବେ ଲୋକଙ୍କୁ କେବଳ ତାଙ୍କ ଅଭିଯୋଗ ପ୍ରାପ୍ତିର ଗୋଟିଏ ଲେଖାଏ ପ୍ରାପ୍ତିପତ୍ର(ଆକ୍‌ନଲେଜ୍‌ମେଣ୍ଟ) ପ୍ରଦାନ କରାଯାଉଛି। ଆଗାମୀ ଦିନରେ ଏସବୁ ଆଉ ଚଳିବ ନାହିଁ। ଜନଶୁଣାଣି ପୋର୍ଟାଲରେ ଖୁବ୍‌ଶୀଘ୍ର ଆମାଜନ ଟ୍ରାକିଂ ନୀତି କାର୍ଯ୍ୟକାରୀ ହେବ, ଯାହାଫଳରେ ଲୋକେ ସେମାନଙ୍କ ଅଭିଯୋଗ ଟ୍ରାକିଂ କରିପାରିବେ। ଏହି କାର୍ଯ୍ୟ ତ୍ୱରାନ୍ବିତ କରିବା ଲାଗି ମୁଖ୍ୟଶାସନ ସଚିବ ମନୋଜ ଆହୁଜା ଓକାକ୍‌କୁ ନିର୍ଦ୍ଦେଶ ଦେଇଛନ୍ତି।
ଗତ ୪ ତାରିଖରେ ଯୋଜନା ଓ ସଂଯୋଜନା ବିଭାଗ ଓଏସ୍‌ଡି ଡି.କେ. ଜେନା ସଚିବସ୍ତରୀୟ ବୈଠକରେ ମୁଖ୍ୟଶାସନ ସଚିବଙ୍କ ନିର୍ଦ୍ଦେଶକୁ ନେଇ ଓକାକ୍‌ ଦେଇଥିବା ନିର୍ଦ୍ଦେଶନାମାରେ ଦର୍ଶାଇଛନ୍ତି, ଚଳିତମାସ ୩୧ ସୁଦ୍ଧା ଜନଶୁଣାଣି ପୋର୍ଟାଲ ଉନ୍ନୀତ ହେବା ଆବଶ୍ୟକ। ମୁଖ୍ୟସଚିବଙ୍କ ନିର୍ଦ୍ଦେଶ ଅନୁଯାୟୀ, ଏହି ପୋର୍ଟାଲରେ ଆମାଜନ ଓ ଫ୍ଲିପ୍‌କାର୍ଟ ଭଳି ଟ୍ରାକିଂ ସୁବିଧା ରହିବ, ଯାହାଫଳରେ ଲୋକେ ସେମାନଙ୍କ ଅଭିଯୋଗ କେଉଁ ଅଧିକାରୀଙ୍କ ନିକଟରେ କେତେଦିନ ପଡ଼ି ରହିଲା ତାହା ଘରେ ବସି ଜାଣିପାରିବେ। ଫଳରେ ଲୋକେ ଅଯଥା ଖର୍ଚ୍ଚାନ୍ତ ହେବେ ନାହିଁ କିମ୍ବା ସରକାରୀ ଅଧିକାରୀ ତଥା ଅଭିଯୋଗ ପ୍ରକୋଷ୍ଠରେ ଆଉ ଭିଡ଼ କରିବେ ନାହିଁ।
ବୈଠକର ସୂଚନା ଅନୁଯାୟୀ, ଯଦି କୌଣସି ଅଧିକାରୀଙ୍କ ସ୍ତରରେ ଲୋକଙ୍କ ଅଭିଯୋଗ ଦୀର୍ଘଦିନ ଧରି ପଡ଼ି ରହିବ, ତେବେ ସେକ୍ଷେତ୍ରରେ ଅଟୋମେଟିକ୍‌ ଫାଇଲ ଉଚ୍ଚପଦସ୍ଥ ଅଧିକାରୀଙ୍କ ନିକଟକୁ ଚାଲିଯିବ। ଅତି ବେଶିରେ ଜଣେ ଅଧିକାରୀଙ୍କ ନିକଟରେ ଏକ ସପ୍ତାହ ପର୍ଯ୍ୟନ୍ତ ଫାଇଲରହିପାରିବ। ଯଦି ସମ୍ପୃକ୍ତ ଅଧିକାରୀ ଫାଇଲଟିକୁ ସମୟ ଭିତରେ ତା’ର ପରବର୍ତ୍ତୀ ପଦକ୍ଷେପ ଗ୍ରହଣ ନ କରନ୍ତି, ତେବେ ଉଚ୍ଚପଦସ୍ଥ ଅଧିକାରୀଙ୍କ ନିକଟକୁ କେବଳ ଫାଇଲ ଚାଲିଯିବ ତାହା ନୁହେଁ, ସମ୍ପୃକ୍ତ ଅଧିକାରୀଙ୍କ ପର୍‌ଫର୍ମାନ୍ସରେ ଏହା ‘ରେଡ୍‌’ ଚିହ୍ନିତ ହୋଇ ରହିବ। ପରବର୍ତ୍ତୀ ସମୟରେ ସମ୍ପୃକ୍ତ ଅଧିକାରୀଙ୍କ ପର୍‌ଫର୍ମାନ୍ସ ସାର୍ଟିଫିକେଟ୍‌ ପ୍ରସ୍ତୁତି ତଥା ପଦୋନ୍ନତି ବେଳେ ଏସବୁ ବିଷୟକୁ ବିଚାରକୁ ନିଆଯିବ।

ତଥ୍ୟ ଅନୁଯାୟୀ, ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଇତିମଧ୍ୟରେ ୧୨ଟି ଜନଶୁଣାଣି କଲେଣି। ଏକାଦଶ ପାଳି ସୁଦ୍ଧା ୧୦,୮୯୪ଟି ଅଭିଯୋଗ ଆସିଥିଲା, ସେଥିମଧ୍ୟରୁ ୧୦,୧୩୨ଟି ଅଭିଯୋଗର ସମାଧାନ କରାଯାଇଛି, ଯାହା ଶତକଡ଼ା ୯୩ ପ୍ରତିଶତ। ସେହିପରି ସିଙ୍ଗିଲ୍‌ ୱିଣ୍ଡୋ ସିଷ୍ଟମ ଜରିଆରେ ଚଳିତବର୍ଷ ଆରମ୍ଭରୁ ସୋମବାର ସୁଦ୍ଧା ୪୮ ଜଣଙ୍କୁ ୫୩ ଲକ୍ଷ ୫୦ ହଜାର ଟଙ୍କା ପ୍ରଦାନ କରାଯାଇଛି। ପୂର୍ବରୁ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠ ଏକପ୍ରକାର ଅଚଳ ହୋଇ ପଡ଼ିଥିବାବେଳେ ଏବେ ମୁଖ୍ୟମନ୍ତ୍ରୀଙ୍କ ଉପସ୍ଥିତି ଲୋକଙ୍କ ମନରେ ଆଶା ଓ ବିଶ୍ୱାସ ଜନ୍ମାଉଥିବା ବେଳେ ଆଗାମୀ ଦିନରେ କାର୍ଯ୍ୟକାରୀ ହେବାକୁ ଥିବା ଆମାଜନ ଟ୍ରାକିଂ ନୀତି ଏହାକୁ ଅଧିକ କ୍ରିୟାଶୀଳ କରିବ ବୋଲି ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inHome, Home Left View All

ଟ୍ରମ୍ପ ଛାନିଆ! ଯୁଦ୍ଧ ବନ୍ଦ କରିବା ପାଇଁ ଆମେରିକାର ପ୍ରସ୍ତାବକୁ ପ୍ରତ୍ୟାଖାନ କଲା ଇରାନ, ରଖିଲା ୫ ସର୍ତ୍ତ

ନୂଆଦିଲ୍ଲୀ,୨୫।୩:  ଇରାନ ଆମେରିକାର ୧୫-ସୂତ୍ରୀ ଶାନ୍ତି ପ୍ରସ୍ତାବକୁ ପ୍ରତ୍ୟାଖ୍ୟାନ କରିଛି । ଇରାନର ସରକାରୀ ଟେଲିଭିଜନ ପକ୍ଷରୁ ଏହି ଦାବି କରାଯାଇଛି । ଆମେରିକା ଦେଇଥିବା ପ୍ରସ୍ତାବକୁ ଇରାନ…

ସର୍ବଦଳୀୟ ବୈଠକ ସମୟରେ ପାକିସ୍ତାନ ଉପରେ ବର୍ଷିଲେ ବୈଦେଶିକ ମନ୍ତ୍ରୀ, ‘ଆମେ ଦଲାଲ ଦେଶ ହୋଇପାରିବୁନି’

ନୂଆଦିଲ୍ଲୀ,୨୫।୩: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଙ୍କଟ ଉପରେ ଆଲୋଚନା କରିବା ପାଇଁ ବୁଧବାର ଏକ ସର୍ବଦଳୀୟ ବୈଠକ ଡକାଯାଇଥିଲା। ବୈଠକ ସମୟରେ, ବୈଦେଶିକ ମନ୍ତ୍ରୀ ଏସ. ଜୟଶଙ୍କରଙ୍କୁ ଇରାନ…

ଥୁଆମୂଳ ରାମପୁରରେ କଲାପତରିଆ ବାଘ ଆତଙ୍କ: ମୁଖ୍ୟ ରାସ୍ତାରେ ମୁହାଁମୁହିଁ ହେଲେ କାର ଚାଳକ, Video ଭାଇରାଲ

ଥୁଆମୂଳ ରାମପୁର, ୨୫/୦୩ (ଦୁର୍ଗା କୀର୍ତ୍ତି):କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ବ୍ଲକ ଅନ୍ତର୍ଗତ ତଳଆମ୍ବ ପଦର ଗ୍ରାମ ପଞ୍ଚାୟତ ଅଞ୍ଚଳରେ ଏକ କଲାପତରିଆ ବାଘ ବୁଲୁଥିବା ଖବର…

ଥାନା ସମ୍ମୁଖରେ ଯୁବକଙ୍କୁ ଆକ୍ରମଣ ଘଟଣା, ୪ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ…

ବରଗଡ଼,୨୫।୩(ପ୍ରେମାନନ୍ଦ ଖମାରୀ): ବରଗଡ଼ ଟାଉନ ଥାନା ସମ୍ମୁଖ ହାଟପଦାରେ ମଙ୍ଗଳବାର ସନ୍ଧ୍ୟାରେ ସଂଘଟିତ ଆକ୍ରମଣ ଘଟଣାର ୪ଅଭିଯୁକ୍ତଙ୍କୁ ପୋଲିସ୍ ଗିରଫ କରିଛି । ଗିରଫ ଅଭିଯୁକ୍ତମାନେ ହେଲେ,…

ଛତ୍ରପୁରରେ ଆରମ୍ଭ ହେଲା ୨୧ ଦିନିଆ ଦଣ୍ଡନାଚ, ମେରୁ ସଂକ୍ରାନ୍ତିରେ….

ଛତ୍ରପୁର,୨୫ା୩(ଦିଲ୍ଲୀପ ସାମଲ) : ଗଞ୍ଜାମ ଜିଲାର ଏକ ପ୍ରସିଦ୍ଧ ପର୍ବ ଦଣ୍ଡଯାତ୍ରା । ଏହି ଯାତ୍ରାରେ ଶିବ ଓ କାଳୀଙ୍କୁ ପୂଜା କରାଯାଇଥାଏ । ଏହି ଯାତ୍ରା…

କାଳ ହେଲା କାଳବୈଶାଖୀ; ଉଡେଇଲା-ବୁଡେଇଲା, ୧୫ରୁ ଉର୍ଦ୍ଧ ପରିବାର ସର୍ବସ୍ବାନ୍ତ

ଆନନ୍ଦପୁର,୨୫ା୩(ସୁଶାନ୍ତ କୁମାର ସାହୁ): କେନ୍ଦୁଝର ଜିଲା ଆନନ୍ଦପୁର ବ୍ଲକ୍‌ରେ ବୁଧବାର ଅପରାହ୍ନ ୩ ଟା ସମୟରେ ହୋଇଥିବା କାଳବୈଶାଖୀ ପ୍ରଭାବରେ ବିଭିନ୍ନ ସ୍ଥାନରେ ବ୍ୟାପକ କ୍ଷୟକ୍ଷତି ହୋଇଛି…

ସମୁଦ୍ର ତଳେ ‘ଡ୍ରାଗନ’ର ଚକ୍ରବ୍ୟୁହ, ପନଡୁବ୍ବି ଯୁଦ୍ଧ ପାଇଁ ସଜବାଜ ହେଉଛି ଚାଇନା; ଆମେରିକାର ହଜିଲା ନିଦ!

ବେଜିଂ,୨୫।୩: ଇସ୍ରାଏଲ-ଆମେରିକା ଏବଂ ଇରାନ ମଧ୍ୟରେ ଚାଲିଥିବା ଉତ୍ତେଜନା ମଧ୍ୟରେ ଚାଇନା ଏବେ ଏକ ନୂଆ ପଦକ୍ଷେପ ପାଇଁ ଚର୍ଚ୍ଚାକୁ ଆସିଛି। ଚାଇନା ବିଶ୍ୱର ବିଭିନ୍ନ ପ୍ରାନ୍ତରେ…

ସାନଖେମୁଣ୍ଡିରେ ସ୍କୁଲ ପ୍ରବେଶ ଉତ୍ସବ, ଖଡ଼ିଛୁଆଁ ପାଇଁ ବଣ୍ଟାଗଲା ନିମନ୍ତ୍ରଣ ପତ୍ର 

ଦିଗପହଣ୍ଡି,୨୫ା୩(ଅଶେଷ ନାଥ ମିଶ୍ର): ୨୦୨୬-୨୭ ଶିକ୍ଷାବର୍ଷ ପ୍ରାରମ୍ଭରେ ଶିଶୁବାଟିକା ଓ ପ୍ରଥମ ଶ୍ରେଣୀ ନାମଲେଖା ପାଇଁ ସାନଖେମୁଣ୍ଡି ବ୍ଲକ ଗୋଷ୍ଠୀ ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ସ୍କୁଲ ପ୍ରବେଶ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri