ସ୍ପେନ୍‌ ମହାରାଣୀଙ୍କ ଗ୍ରେନେଡ୍‌ ଉପହାର

ମାଦ୍ରିଦ୍‌, ୧।୫: ରୁଷିଆ ଉପରେ ବିଜୟ କାମନା କରି ସ୍ପେନ୍‌ ମହାରାଣୀ ଲେଟିଜିଆ ଓରିଜ୍‌ ରୋକାସୋଲାନୋ ୟୁକ୍ରେନ୍‌କୁ ଗ୍ରେନେଡ ଉପହାର ପଠାଇଛନ୍ତି। ଏଥିରେ ସେ ସଂଖ୍ୟାତ୍ମକ ଭାବେ ରୁଷିଆର ବଡ଼ ସେନା ସହ ଲଢ଼ିବା ପାଇଁ ଏକ ପୋଷ୍ଟକାର୍ଡରେ ବିଜୟ କାମନା କରି ଏକ ବାର୍ତ୍ତା ଲେଖିଛନ୍ତି। ମହାରାଣୀଙ୍କ ହାତ ଲେଖା ଥିବା ଏହି ଚିଠି ଏବେ ସୋସିଆଲ ମିଡିଆରେ ଭାଇରାଲ ହୋଇଛି।

Share