Categories: ଜାତୀୟ

ଅଳିଆ ଗଦାରେ ଗ୍ରେନେଡ

ଚଣ୍ଡିଗଡ଼, ୧୩ ।୮: ପଞ୍ଜାବ ଅମୃତସରର ରଞ୍ଜିତ ଏଭେନ୍ୟୁରେ ଘର ସାମ୍ନାରେ ଏକ ଅଜଣା ଜିନିଷ ମିଳିବା ଫଳରେ ଉକ୍ତ ଅଞ୍ଚଳରେ ଭୟର ବାତାବାରଣ ସୃଷ୍ଟି ହୋଇଛି । ଏହା ଏକ ଗ୍ରେନେଡ ବୋଲି କୁହାଯାଉଛି । ରଞ୍ଜିତ ଏଭେନ୍ୟୁ ଅମୃତସର ନିକଟର ଏକ ଅଞ୍ଚଳ । ସୂଚନା ମିଳିବା କ୍ଷଣି ପୋଲିସ କମିଶନର, ଡିସିପି ଓ ବୋମା ନିଷ୍କିୟକାରୀ ଦଳ ଘଟଣାସ୍ଥଳରେ ପହଞ୍ଚିଥିଲେ । ସୂଚନାଯୋଗ୍ୟ, ଏହା ପୂର୍ବରୁ ଅମୃତସରରେ ଭାରତ-ପାକିସ୍ତାନ ସୀମାରେ ଥିବା ଗାଁ ଡାଳେକ ନିକଟରେ ଶନିବାର ଓ ରବିବାର ମଧ୍ୟ ରାତ୍ରିରେ ପଞ୍ଜାବ ପୋଲିସ ଓ ସୀମା ସୁରକ୍ଷା ବଳଙ୍କ ମିଳିତ ଅଭିଯାନରେ ୩ କିଲୋ ଆର୍‌ଡିଏକ୍ସ, ୫ ହ୍ୟାଣ୍ଡ ଗ୍ରେନେଡ ଓ ୧୦୦ରୁ ଅଧିକ ମାରଣାସ୍ତ୍ର ଜବତ କରାଯାଇଥିଲା ।

Share