Categories: ଜାତୀୟ

ସଂଭାଗରେ ଆତଙ୍କବାଦୀଙ୍କ ଗ୍ରେନେଡ ଆକ୍ରମଣ: ଜଣେ ପୋଲିସ ସମେତ ୨ ଆହତ

ଜମ୍ମୁ,୧୬ ।୮: ଗୋଟିଏ ପଟେ ଦେଶ ସ୍ୱାଧିନତାରେ ୭୫ ବର୍ଷ ପାଳନ କରୁଥିବା ବେଳେ ଅନ୍ୟପଟେ ଆତଙ୍କବାଦୀମାନେ କଶ୍ମୀର ସଂଭାଗର ଦୁଇଟି ସ୍ଥାନରେ ଗ୍ରେନେଡ ଆକ୍ରମଣ କରିଛନ୍ତି । ଏହି ଆକ୍ରମଣରେ ଜଣେ ପୋଲିସ ସମେତ ୨ ଜଣ ଆହତ ହୋଇଥିବା ଜଣାପଡିଛି ।
ମିଳିିଥିବା ସୂଚନା ଅନୁଯାୟୀ, ପ୍ରଥମେ ବଡଗାମର ଗୋପଳପୋରାରେ ଆତଙ୍କବାଦୀମାନେ ଗ୍ରେନେଡ ଆକ୍ରମଣ କରିଥିଲେ । ଏହି ଆକ୍ରମଣରେ ଜଣେ ନାଗରିକ ଆହତ ହୋଇଥିଲେ । ଆହତ ଜଣଙ୍କ କରଣ କୁମାର ବୋଲି ଜଣାପଡିଥିଲା । ତାଙ୍କୁ ଶ୍ରୀନଗର ସ୍ଥିତ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ସେଠାରେ ତାଙ୍କ ସ୍ୱାସ୍ଥବସ୍ଥା ସ୍ଥିର ଥିବା କୁହାଯାଇଛି ।
ଏହାର କିଛି ଘଣ୍ଟା ପରେ ଆତଙ୍କବାଦୀମାନେ ପୋଲିସ କଣ୍ଟ୍ରୋଲ ରୁମ କଶ୍ମୀର ଉପରେ ଗ୍ରେନେଡ ମାଡ କରିଥିଲେ । ଏଥିରେ ଜଣେ ପୋଲିସ ଆହତ ହୋଇଛନ୍ତି । ଏହାପରେ ଉକ୍ତ ଅଞ୍ଚଳକୁ ସିଲ କରାଯାଇ ଆତଙ୍କବାଦୀଙ୍କୁ ଖୋଜିବା କାମ ଆରମ୍ଭ ହୋଇଯାଇଛି ।

Share