Posted inଖେଳ

ଗ୍ରେଗ୍‌ ବାର୍କଲେ ଆଇସିସି ନୂଆ ଅଧ୍ୟକ୍ଷ

ଦୁବାଇ,୨୬।୧୧(ପି.ଟି.): ନ୍ୟୁଜିଲାଣ୍ଡ କ୍ରିକେଟ ମୁଖ୍ୟ ଗ୍ରେଗ୍‌ ବାର୍କଲେ ଅନ୍ତର୍ଜାତୀୟ କ୍ରିକେଟ କାଉନସିଲ (ଆଇସିସି)ର ନୂଆ ସ୍ବତନ୍ତ୍ର ଅଧ୍ୟକ୍ଷ ଭାବେ ନିର୍ବାଚିତ ହୋଇଛନ୍ତି। ସିଙ୍ଗାପୁରର ଇମ୍ରାନ ଖ୍ବାଜାଙ୍କୁ ଅତି ସହଜରେ ପରାସ୍ତ କରି ସେ ଏହି ହାଇପ୍ରୋଫାଇଲ ପଦକୁ ନିର୍ବାଚିତ ହୋଇଛନ୍ତି। ଭାରତ ଶଶାଙ୍କ ମନୋହରଙ୍କ ପରେ ସେ ଏହି ଗୁରୁଦାୟିତ୍ୱ ସମ୍ଭାଳିବେ।
ମଙ୍ଗଳବାର ଆଇସିସିର ବାର୍ଷିକ ତ୍ରୈମାସିକ ବୈଠକରେ ମତଦାନ ଅନୁଷ୍ଠିତ ହୋଇଥିଲା। ଏହି ଇଲେକଟ୍ରୋନିକ ଭୋଟିଂ ପ୍ରକ୍ରିୟାରେ ୧୬ଜଣ ବୋର୍ଡ ଅଫ୍‌ ଡାଇରେକ୍ଟର ଯୋଗ ଦେଇଥିଲେ। ଏଥିରେ ଟେଷ୍ଟ ଖେଳୁଥିବା ଫୁଲ୍‌ ମେମ୍ବର ଦେଶର ୧୨ ଓ ଆସୋସିଏଟ୍‌ ଦେଶଗୁଡିକର ୩ଜଣ ବୋର୍ଡ ଅଫ୍‌ ଡାଇରେକ୍ଟର ଏବଂ ଜଣେ ସ୍ବତନ୍ତ୍ର ମହିଳା ଡାଇରେକ୍ଟର (ଇନ୍ଦ୍ରା ନୁୟି) ସାମିଲ ରହିଥିଲେ। ମତଦାନରେ ନ୍ୟୁଜିଲାଣ୍ଡର ଏହି କ୍ରିକେଟ ପ୍ରଶାସକ ୧୧-୫ ବ୍ୟବଧାନରେ ବିଜୟୀ ହୋଇଥିଲେ। ଦ୍ୱିତୀୟ ରାଉଣ୍ଡ ଭୋଟିଂରେ କ୍ରିକେଟ ସାଉଥ ଆଫ୍ରିକାର ସମର୍ଥନ ହାସଲ କରିଥିଲେ ଓ ଏହା ନିର୍ଣ୍ଣାୟକ ସାବ୍ୟସ୍ତ ହୋଇଥିଲା। ପ୍ରଥମ ରାଉଣ୍ଡ ଭୋଟିଂରେ ଖ୍ବାଜା ୬ ଖଣ୍ଡ ଭୋଟ୍‌ ହାସଲ କରିଥିବା ବେଳେ ବାର୍କଲେ ୧୦ ଖଣ୍ଡ ଭୋଟ ପାଇଥିଲେ। ତେବେ ବର୍ତ୍ତମାନର ନିୟମ ଅନୁସାରେ ଦୁଇ-ତୃତୀୟାଂଶ ଭୋଟ ହାସଲ କଲେ ଜଣେ ପ୍ରାଥୀ ବିଜୟୀ ଘୋଷିତ ହେବେ। ତେଣୁ ବାର୍କଲେଙ୍କୁ ଦ୍ୱିତୀୟ ରାଉଣ୍ଡରେ ଆଉ ଗୋଟିଏ ଭୋଟର ଆବଶ୍ୟକତା ଥିଲା। କାରଣ ଆଇସିସି ବୋର୍ଡର ୧୭ତମ ସଦସ୍ୟ ମୁଖ୍ୟ କାର୍ଯ୍ୟନିର୍ବାହୀ ମନୁ ଶହନେଙ୍କ ମତଦାନର ଅଧିକାର ନ ଥିଲା।
ଭାରତ, ଅଷ୍ଟ୍ରେଲିଆ, ଇଂଲଣ୍ଡ ଓ ନ୍ୟୁଜିଲାଣ୍ଡ ବାର୍କଲେଙ୍କୁ ସମର୍ଥନ କରିଥିଲେ ବୋଲି ଜଣାଯାଇଛି। ଅନ୍ୟପଟେ ଖ୍ବାଜାଙ୍କୁ ପାକିସ୍ତାନ କ୍ରିକେଟ ବୋର୍ଡ (ପିସିବି) ସମର୍ଥନ କରିଥିଲା। ସିଙ୍ଗାପୁର କ୍ରିକେଟ ବୋର୍ଡର ପୂର୍ବତନ ମୁଖ୍ୟ ଖ୍ବାଜା ଅଧିକରୁ ଅଧିକ ଆଇସିସି ଇଭେଣ୍ଟ ଆୟୋଜନ ଉପରେ ଗୁରୁତ୍ୱ ଦେଇଆସିଛନ୍ତି। ବାର୍କଲେ ଅକଲାଣ୍ଡରେ ଜଣେ କମର୍ସିଆଲ ଆଇନଜୀବୀ ଭାବେ କାର୍ଯ୍ୟକରନ୍ତି ଓ ୨୦୧୨ରୁ ସେ ନ୍ୟୁଜିଲାଣ୍ଡ କ୍ରିକେଟର ନିର୍ଦ୍ଦେଶକ ଭାବେ କାର୍ଯ୍ୟ କରିଆସୁଛନ୍ତି। ଏବେ ଆଇସିସି ବୋର୍ଡରେ ସେ ନ୍ୟୁଜିଲାଣ୍ଡ କ୍ରିକେଟର ପ୍ରତିନିଧିତ୍ୱ କରୁଛନ୍ତି। ଆଇସିସି ଅଧ୍ୟକ୍ଷ ଭାବେ ନିର୍ବାଚିତ ହେବା ପରେ ସେ ଏହି ପଦରୁ ଇସ୍ତଫା ଦେବେ। ଏହାପୂର୍ବରୁ ବାର୍କଲେ ୨୦୧୫ ଆଇସିସି ପୁରୁଷ କ୍ରିକେଟ ବିଶ୍ୱକପର ନିର୍ଦ୍ଦେଶକ ଥିଲେ। ସେ ମଧ୍ୟ ନର୍ଦନ ଡିଷ୍ଟ୍ରିକ୍ସସ କ୍ରିକେଟ ଆସୋସିଏଶନ ଚେୟାରମ୍ୟାନ ଭାବେ କାର୍ଯ୍ୟ କରିଛନ୍ତି। ନ୍ୟୁଜିଲାଣ୍ଡ ଓ ଅଷ୍ଟ୍ରେଲିଆର ବିଭିନ୍ନ କମ୍ପାନୀରେ ସେ ଜଣେ ଅଭିଜ୍ଞ ନିର୍ଦ୍ଦେଶକ ଭାବେ ବୋର୍ଡର ବିଭିନ୍ନ ପଦରେ ରହି କାର୍ଯ୍ୟ କରୁଛନ୍ତି।
ବିଶ୍ୱ କ୍ରିକେଟର ସର୍ବୋଚ୍ଚ ପ୍ରଶାସନିକ ସଂସ୍ଥା ଆଇସିସିର ଅଧ୍ୟକ୍ଷ ପଦକୁ ନିର୍ବାଚିତ ହେବା ନିଶ୍ଚିତ ଭାବେ ଏକ ଗୌରବର ବିଷୟ ଓ ସମର୍ଥନ ଦେଇଥିବାରୁ ମୋର ସାଥୀ ଆଇସିସି ନିର୍ଦ୍ଦେଶକଙ୍କୁ ଧନ୍ୟବାଦ ଜଣାଉଛି ବୋଲି ବାର୍କଲେ କହିଛନ୍ତି। କରୋନା ମହାମାରୀରୁ ମୁକୁଳି କ୍ରିକେଟର ବୃହତ୍ତର ସ୍ବାର୍ଥ ପାଇଁ ମିଳିତ ଭାବେ କାର୍ଯ୍ୟକରିବାକୁ ପ୍ରୟାସ କରିବୁ। କ୍ରିକେଟର ପ୍ରଚାର, ପ୍ରସାର ଓ ବିକାଶ ଆମର ମୂଳ ଲକ୍ଷ୍ୟ ବୋଲି ସେ ସ୍ପଷ୍ଟ କରିଛନ୍ତି। କ୍ରିକେଟକୁ ଆହୁରି ଦୃଢ କରିବାକୁ ଓ ସାରା ବିଶ୍ୱରେ ଲୋକପ୍ରିୟ କରାଇବାକୁ ୧୦୪ ଆଇସିସି ମେମ୍ବରଙ୍କ ସହିତ ମିଳିତ ଭାବେ କାର୍ଯ୍ୟ କରିବାକୁ ପ୍ରସ୍ତୁତ ଅଛି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ମୁଜାଗଡ଼ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ, ସାନକୋଦଣ୍ଡାକୁ ହରାଇ ବୋଇରାଣୀ ଚାମ୍ପିୟନ

ଭଞ୍ଜନଗର,୩୦।୧୨(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର ବ୍ଲକ ମୁଜାଗଡ଼ରେ ଆଜକୁ ଏକ ସପ୍ତାହ ଧରି ଚାଲିଥିବା ମୁଜାଗଡ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟର ଫାଇନାଲ ମ୍ୟାଚ୍ ମଙ୍ଗଳବାର ସାନକୋଦଣ୍ଡା ଓ...

ଆଇସିସି ମହିଳା ର଼୍ୟାଙ୍କିଙ୍ଗରେ ଦୀପ୍ତି ନମ୍ବର ଓ୍ବାନ୍‌

ଦୁବାଇ, ୩୦ା୧୨: ଆଇସିସି ଅନ୍ତର୍ଜାତୀୟ ଟି୨୦ ପ୍ଲେୟର୍ସ ର଼୍ୟାଙ୍କିଙ୍ଗ ତାଲିକାରେ ଭାରତର ବିସ୍ଫୋରକ ଓପନର ଶେଫାଳୀ ବର୍ମା ୬ଷ୍ଠ ସ୍ଥାନକୁ ଉନ୍ନୀତ ହୋଇଛନ୍ତି। ଏହି ୨୧...

ଟି-୨୦ ବିଶ୍ୱକପରୁ ବାଦ୍‌ ପଡିଲେ ଏହି ୩ ଷ୍ଟାର ଖେଳାଳି, ଆଇପିଏଲ ନିଲାମରେ କୋଟି କୋଟି ଟଙ୍କା ମିଳି ମଧ୍ୟ…

ନୂଆଦିଲ୍ଲୀ,୩୦।୧୨: ୨୦୨୬ ଟି୨୦ ବିଶ୍ୱକପ ପାଇଁ ଇଂଲଣ୍ଡର ଦଳ ଘୋଷଣା କରାଯାଇଛି। ଇସିବି ଅସ୍ଥାୟୀ ଦଳ ପ୍ରକାଶ କରିଛି। ଦଳରେ ହ୍ୟାରି ବ୍ରୁକ (ଅଧିନାୟକ), ଜୋଫ୍ରା...

ବଲିଉଡ ଅଭିନେତ୍ରୀଙ୍କ ବିସ୍ଫୋରକ ବୟାନ, ବିବାହିତ ସୂରିୟାଙ୍କୁ ନେଇ ଚର୍ଚ୍ଚା

ମୁମ୍ବାଇ,୩୦।୧୨: ଭାରତୀୟ ଟି-୨୦ କ୍ରିକେଟ ଦଳର ଅଧିନାୟକ ସୂର୍ଯ୍ୟକୁମାର ଯାଦବଙ୍କୁ ନେଇ ଚାଞ୍ଚଲ୍ୟକର ଦାବି କରିଛନ୍ତି ବଲିଉଡ ଅଭିନେତ୍ରୀ। ପୂର୍ବରୁ ଅନେକ ଅଭିନେତ୍ରୀଙ୍କ ସହିତ କ୍ରିକେଟରଙ୍କ...

୨୦୨୬ ଟି-୨୦ ବିଶ୍ୱକପ ପାଇଁ ଦଳ ଘୋଷଣା କଲା ଇଂଲଣ୍ଡ, ଜାଣନ୍ତୁ କାହାକୁ ମିଳିଲା ସ୍ଥାନ

ନୂଆଦିଲ୍ଲୀ,୩୦।୧୨: ଇଂଲଣ୍ଡ ଏବଂ ୱେଲ୍ସ କ୍ରିକେଟ ବୋର୍ଡ (ECB) ଭାରତରେ ହେବାକୁ ଥିବା ୨୦୨୬ ଟି-୨୦ ବିଶ୍ୱକପ ପାଇଁ ଏହାର ଦଳ ଘୋଷଣା କରିଛି। ଆଶ୍ଚର୍ଯ୍ୟଜନକ...

ପୂର୍ବତନ ପ୍ରଧାନମନ୍ତ୍ରୀଙ୍କ ଦେହାନ୍ତ ଯୋଗୁ ହଠାତ୍‌ ସ୍ଥଗିତ ରହିଲା ୨ଟି ଗୁରୁତ୍ୱପୂର୍ଣ୍ଣ ମ୍ୟାଚ୍‌

ଢାକା,୩୦।୧୨: ଆଜି ସକାଳେ ପୂର୍ବତନ ପ୍ରଧାନମନ୍ତ୍ରୀ ଖାଲିଦା ଜିଆଙ୍କ ପରଲୋକ ଯୋଗୁ ବାଂଲାଦେଶ କ୍ରିକେଟ ବୋର୍ଡ ମଙ୍ଗଳବାର, ଡିସେମ୍ବର ୩୦, ୨୦୨୫ରେ ହେବାକୁ ଥିବା ଉଭୟ...

IPL 2026 ପୂର୍ବରୁ CSKକୁ ବଡ଼ ଝଟକା!

ନୂଆଦିଲ୍ଲୀ,୩୦।୧୨:ଝାଡ଼ଖଣ୍ଡ ଏବଂ ପୁଡୁଚେରୀ ବିଜୟ ହଜାରେ ଟ୍ରଫି ୨୦୨୫-୨୫ର ଗ୍ରୁପ ପର୍ଯ୍ୟାୟରେ ସୋମବାର, ଡିସେମ୍ବର ୨୯, ୨୦୨୫ରେ ମୁହାଁମୁହିଁ ହୋଇଥିଲେ, ଯେଉଁଥିରେ ଝାଡ଼ଖଣ୍ଡ ୧୨୩ ରନର...

ଗୌତମ ଗମ୍ଭୀରଙ୍କର ହେବ ନାହିଁ କୌଣସି କ୍ଷତି, ସମର୍ଥନରେ ବାହାରିଲେ ବିସିସିଆଇ ଅଧିକାରୀ

ନୂଆଦିଲ୍ଲୀ,୩୦।୧୨: ଘରୋଇ ଟେଷ୍ଟ ସିରିଜରେ ବିପର୍ଯ୍ୟୟଜନକ ପରାଜୟ ପରେ, ଭାରତୀୟ ମୁଖ୍ୟ ପ୍ରଶିକ୍ଷକ ଗୌତମ ଗମ୍ଭୀରଙ୍କୁ ନେଇ ଅନେକ କଳ୍ପନାଜଳ୍ପନା ଚାଲିଛି। ରିପୋର୍ଟରେ ଏହା ମଧ୍ୟ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri