ପରିତ୍ୟକ୍ତ ଖଣି ଅଞ୍ଚଳରେ ଖେଳିବ ସବୁଜିମା

ଅନୁଗୋଳ ଅଫିସ, ୫।୬: ଖଣିଜ ଖନନ ପରେ ପରିତ୍ୟକ୍ତ ହୋଇପଡ଼ୁଥିବା ଅନୁଗୋଳର ଖଣି ଅଞ୍ଚଳରେ ଖେଳିବ ସବୁଜିମା। ଦୁର୍ଘଟଣା ଆଶଙ୍କାରେ ସେଠାକୁ ଯାଉ ନ ଥିବା ଲୋକଙ୍କ ପାଇଁ ଆକର୍ଷଣୀୟ ସାଜିବ ଉକ୍ତ ସବୁଜ ପରିବେଶ। ଜିଲାରେ ନିଶ୍ଚିହ୍ନ ହୋଇଯାଉଥିବା ଜଳଉତ୍ସଗୁଡ଼ିକର ହେବ ପୁନରୁଦ୍ଧାର। ରିସାଇକେଲ ହବ୍‌ ଜରିଆରେ ପ୍ଲାଷ୍ଟିକ ଓ ଇ-ଓ୍ବେଷ୍ଟକୁ ପୁନଃ ବ୍ୟବହାରଯୋଗ୍ୟ କରାଯିବ। ପ୍ରଦୂଷଣ ବଳୟରେ ଥିବା ଅନୁଗୋଳ ଜିଲାର ପରିବେଶକୁ ମୁକ୍ତ ଓ ସୁସ୍ଥ କରିବା ଦିଗରେ ଏପରି ଏକ ପ୍ରୟାସ କରିବାକୁ ଯାଉଛି ଜିଲା ପ୍ରଶାସନ। ଆଇଆଇଟି କାନପୁରର ଆର୍ଥ ସାଇନ୍ସ ବିଭାଗ ଏ ନେଇ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରିବା ସହ ପରାମର୍ଶଦାତା ଭାବେ କାର୍ଯ୍ୟ କରିବ ବୋଲି ଜିଲା ପ୍ରଶାସନ ପକ୍ଷରୁ ସୂଚନା ମିଳିଛି।
ଖଣି ଖାଦାନରେ ପରିପୂର୍ଣ୍ଣ ଶିଳ୍ପ ଜିଲା ଅନୁଗୋଳର ପାଣି ପବନ ବିଷାକ୍ତ ହେବାରେ ଲାଗିଛି। ବିଶେଷକରି ତାଳଚେର ଓ କଣିହଁା ଅଞ୍ଚଳରେ ପ୍ରଦୂଷଣର ମାତ୍ରା ବଢ଼ି ବଢ଼ି ଚାଲିଛି। କୋଇଲା ଖଣିର ଧୂଳି ଧୂଆଁ ଓ ବିଦ୍ୟୁତ୍‌ ପ୍ରକଳ୍ପରୁ ନିର୍ଗତ ପାଉଁଶ ଯୋଗୁ ଏଠାକାର ଲୋକେ ଅଣନିଃଶ୍ୱାସୀ ଅନୁଭବ କରୁଛନ୍ତି। ସେହିପରି ଜିଲାର ବିଭିନ୍ନ ଅଞ୍ଚଳରେ ଥିବା ସରକାରୀ ଓ ଘରୋଇ ଉଦ୍ୟୋଗଗୁଡ଼ିକରୁ ବାହାରୁଥିବା ବର୍ଜ୍ୟ ପରିବେଶକୁ ବିଗାଡ଼ି ଦେଉଥିବାବେଳେ ନୂଆ ବାସସ୍ଥାନ ନିର୍ମାଣରେ ଲାଗିପଡ଼ିଥିବା ଜନସାଧାରଣ ପୁରୁଣା ପ୍ଲାଷ୍ଟିକ, ଇଲେକ୍ଟ୍ରୋନିକ୍ସ ଓ ଅନ୍ୟାନ୍ୟ ସାମଗ୍ରୀର ଆବର୍ଜନା ଠୁଳ କରି ପ୍ରଦୂଷଣର ସ୍ତର ବୃଦ୍ଧି କରିବାରେ ଲାଗିଛନ୍ତି। ଏସବୁ କାରଣରୁ ଜିଲାରେ ଥିବା ବହୁ ନଦୀ, ନାଳ ଓ ପୋଖରୀ ପରି ଜଳଉତ୍ସଗୁଡ଼ିକ ବିଷାକ୍ତ ହୋଇପଡ଼ୁଛି। ଦୀର୍ଘଦିନ ଧରି ଅବ୍ୟବହୃତ କାରଣରୁ ଏଥିରୁ କେତୋଟି ଜଳଉତ୍ସ ନିଶ୍ଚିହ୍ନ ହେବାରେ ଲାଗିଛି। ଏହା ଜିଲାର ଜୈବ ବିବିଧତାକୁ ଗଭୀର ଭାବେ ପ୍ରଭାବିତ କରୁଥିବାରୁ ଅନୁଗୋଳର ପାଣି ପବନକୁ ପ୍ରଦୂଷଣମୁକ୍ତ କରିବା ଦିଗରେ ଆଇଆଇଟି କାନପୁର ସହ ମିଶି ପ୍ରଚେଷ୍ଟା ଆରମ୍ଭ କରିଛି ଜିଲା ପ୍ରଶାସନ। ପ୍ରସ୍ତୁତ ହେଉଥିବା ବ୍ଲୁ ପ୍ରିଣ୍ଟ ଅନୁଯାୟୀ ଖନନ ପରେ ପରିତ୍ୟକ୍ତ ଅବସ୍ଥାରେ ଥିବା ଖଣି ଖାଦାନ ଅଞ୍ଚଳକୁ ବୃକ୍ଷରୋପଣ ପାଇଁ ପ୍ରସ୍ତୁତ କରାଯିବ। ଆଗାମୀ କିଛି ବର୍ଷ ମଧ୍ୟରେ ଏହାକୁ ସବୁଜିମାରେ ଭରିଦିଆଯିବ। ଏହା ଯେପରି ଲୋକଙ୍କ ବ୍ୟବହାରରେ ଲାଗିପାରିବ ସେହିପରି ଭାବେ ଆକର୍ଷଣୀୟ କରାଯିବ। ନିଶ୍ଚିହ୍ନ ହୋଇଯାଉଥିବା ଜଳଉତ୍ସର ପୁନରୁଦ୍ଧାର ସହ ଅବ୍ୟବହୃତ ପୋଖରୀଗୁଡ଼ିକୁ ବ୍ୟବହାରଯୋଗ୍ୟ କରାଯିବ। ତାଳଚେର ଓ କଣିହଁାରେ ଭୂତଳ ଜଳସ୍ତର ହ୍ରାସର ପ୍ରତିକାର ବ୍ୟବସ୍ଥା ହେବ। ଦୂଷିତ ହେଉଥିବା ନଦୀ, ନାଳ ଓ ସତ୍ୟବାଦୀ ସାଗର ପାଣିକୁ ପରିଷ୍କାର କରାଯିବ। ମୃତ୍ତିକା ପ୍ରଦୂଷଣ ରୋକିବାକୁ ପ୍ଲାଷ୍ଟିକ ଓ ଇଲେକ୍ଟ୍ରୋନିକ୍ସ ବର୍ଜ୍ୟକୁ ରିସାଇକେଲ ହବ୍‌ ଜରିଆରେ ପୁଣିଥରେ ବ୍ୟବହାର ଉପଯୋଗୀ କରାଯିବ। ଏହାକୁ କିପରି ସରକାରୀ ଓ ବ୍ୟକ୍ତିଗତ ନିର୍ମାଣରେ ବ୍ୟବହାର କରାଯାଇପାରିବ ସେ ନେଇ ବ୍ୟବସ୍ଥା ହେବ। ଏହି ବ୍ଲୁ ପ୍ରିଣ୍ଟ ନେଇ ଜିଲାରେ ଥିବା ଶିଳ୍ପ ସଂସ୍ଥା ଓ ବିଭାଗୀୟ ଅଧିକାରୀମାନଙ୍କ ପରାମର୍ଶ ଲୋଡ଼ାଯିବ। ସେମାନଙ୍କ ପରାମର୍ଶ ମିଳିବା ପରେ ଏକ ଟାସ୍କ ଫୋର୍ସ ଗଠନ କରାଯାଇ ଆଇଆଇଟି କାନପୁରର ଆର୍ଥ ସାଇନ୍ସ ବିଭାଗ ଜରିଆରେ ସମସ୍ତ ଯୋଜନାକୁ ବାସ୍ତବ ରୂପ ଦିଆଯିବ।

ପ୍ରଦୂଷଣ ମାତ୍ରା ନିଶ୍ଚିତ କମିବ
ଅନୁଗୋଳକୁ ପ୍ରଦୂଷଣମୁକ୍ତ ଜିଲା ଭାବେ ଗଢ଼ି ତୋଳିବାକୁ ଆଇଆଇଟି କାନପୁର ସହ ମିଶି ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତି ଚାଲିଛି। ଏହା କାର୍ଯ୍ୟକାରୀ ହେବା ପରେ ଜିଲାରେ ପ୍ରଦୂଷଣ ମାତ୍ରା ନିଶ୍ଚିତ ଭାବେ ହ୍ରାସ ପାଇବ। ସମୂର୍ଣ୍ଣ ନ ହେଲେ ମଧ୍ୟ ପ୍ରଦୂଷଣକୁ ନିୟନ୍ତ୍ରଣ ମଧ୍ୟରେ ରଖିବାରେ ସଫଳତା ମିଳିବ।
-ସିଦ୍ଧାର୍ଥ ଶଙ୍କର ସ୍ବାଇଁ, ଜିଲାପାଳ, ଅନୁଗୋଳ

ଫଳପ୍ରଦ ପ୍ଲାନ ପ୍ରସ୍ତୁତ ହେବ
ଅତୀତ, ବର୍ତ୍ତମାନ ଓ ଭବିଷ୍ୟତକୁ ନେଇ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରାଯିବ। ଅତ୍ୟାଧୁନିକ ଜ୍ଞାନକୌଶଳରେ ଏଥିପାଇଁ ସର୍ଭେ କରାଯିବ। କେଉଁ ସ୍ଥାନର କିଭଳି ଭାବେ ପୁନରୁଦ୍ଧାର ହେବ, ସେ ନେଇ ଏକ ଫଳପ୍ରଦ ପ୍ଲାନ ପ୍ରସ୍ତୁତ କରାଯିବ। ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ଖୁବ୍‌ଶୀଘ୍ର ଏହା କାର୍ଯ୍ୟକାରୀ ହେବ।
-ପ୍ରଫେସର ରାଜୀବ ସିହ୍ନା, ଆଇଆଇଟି କାନପୁର

ସମସ୍ତଙ୍କ ଆନ୍ତରିକ ଉଦ୍ୟମ ରହୁ
ଯୋଜନା ଅତି ସୁନ୍ଦର। ଏହାଛଡ଼ା ବୈଷୟିକ ଅନୁଷ୍ଠାନର ହସ୍ତକ୍ଷେପ ରହିଥିବାରୁ ଏହା ସଫଳ ହେବ। ହେଲେ ଏ ନେଇ ସମସ୍ତଙ୍କ ଆନ୍ତରିକ ଉଦ୍ୟମ ରହିବା ଆବଶ୍ୟକ। ବର୍ତ୍ତମାନ ସୁଦ୍ଧା ଅନୁଗୋଳ ଜିଲାରେ ମାତ୍ର ଗୋଟିଏ ଖଣି ବନ୍ଦ ହୋଇଛି। ଭବିଷ୍ୟତକୁ ଦୃଷ୍ଟିରେ ରଖି କାର୍ଯ୍ୟ କରାଗଲେ ଭଲ।
-ସ୍ବପ୍ନା ଷଡ଼ଙ୍ଗୀ, ପରିବେଶବିତ୍‌

ସ୍ବଚ୍ଛତାର ସହ କାର୍ଯ୍ୟ କରାଯାଉ
ଜଳାଶୟ ପୁନରୁଦ୍ଧାର ଏବଂ ଆର୍ଦ୍ରଭୂମି ସଂରକ୍ଷଣ ନେଇ ଅନୁଗୋଳ ଜିଲା ପ୍ରଶାସନର ଯୋଜନା ନିଶ୍ଚିନ୍ତ ସ୍ବାଗତଯୋଗ୍ୟ। ସ୍ବଚ୍ଛତା ଓ ଯୋଜନା ଅନୁଯାୟୀ ପ୍ରକଳ୍ପ କାର୍ଯ୍ୟକାରୀ ହେଲେ ଏହା ସଫଳ ହେବା ସହ ଲୋକାଭିମୁଖୀ ହୋଇପାରିବ।
-ସୁବ୍ରତ କୁମାର ପ୍ରଧାନ, ପରିବେଶବିତ୍‌


Enter your email to get our daily news in your inbox.

All Right Reserved By Dharitri.Com

ବାୟୁ ପ୍ରଦୂଷଣ: ଦେଶର ୬ଷ୍ଠ ସ୍ଥାନରେ ଅନୁଗୋଳ

ଅନୁଗୋଳ,୨୭।୧୧(ଦିବ୍ୟଶାନ୍ତନୁ ନାଥ): ଅନୁଗୋଳ ଜିଲାରେ ବାୟୁର ମାନ ୩ଦିନ ହେବ ଲଗାତର ବିପଦସଂକେତ ଉପରେ ରହିଛି। ବାୟୁମଣ୍ଡଳରେ ଦିନକୁ ଦିନ ପ୍ରଦୂଷଣର ମାତ୍ରା ବୃଦ୍ଧି ହେଉଥିବା...

ପରକୀୟା ପ୍ରୀତିରୁ ଯୁବକଙ୍କୁ ଠେଙ୍ଗାରେ ପିଟି ହତ୍ୟା

ବନ୍ତଳା,୨୩।୧୧ (ସୁଶିତ ସାହୁ): ପରକୀୟା ପ୍ରୀତିରୁ ଘଟିଛି ହତ୍ୟାକାଣ୍ଡ। ଜଣେ ଯୁବକଙ୍କୁ ଠେଙ୍ଗାରେ ପିଟି ପିଟି ହତ୍ୟା କରାଯାଇଛି । ଅନୁଗୋଳ ବ୍ଲକ ବନ୍ତଳା ଥାନା...

ଆଉଘରକୁ  ଫେରିଲେନି ଡେଲିଭରି ବୟ ବୟ: ଲକ୍ଷ୍ମୀବସ୍‌ ସହ ହେଲା…

ବଇଣ୍ଡା,୨୦।୧୧(ପରୀକ୍ଷିତ ସାହୁ): ଅନୁଗୋଳ ଜିଲା ଠାକୁରଗଡ ଥାନା ଦିନବନ୍ଧୁପୁର ନିକଟରେ ଗୁରୁବାର ସକାଳେ ଲକ୍ଷ୍ମୀ ବସ୍‌ ସହ ଏକ ବାଇକ ମୁହାଁମୁହିଁ ଧକ୍କା ହୋଇଛି। ଏହି...

ଗଛରେ ପିଟିହେଲା ବାଇକ୍‌, ଚାଲିଗଲା ଜଣଙ୍କ ଜୀବନ

ବଇଣ୍ଡା,୧୬ା୧୧(ପରୀକ୍ଷିତ ସାହୁ): ଅନୁଗୋଳ ଜିଲା ଠାକୁରଗଡ଼ ଥାନା ଚିନ୍ତାମଣିପୁର ନିକଟରେ ରବିବାର ସନ୍ଧ୍ୟାରେ ଏକ ବାଇକ୍‌ ଗଛରେ ପିଟି ହୋଇଯିବାରୁ ଜଣଙ୍କର ଜୀବନ ଯାଇଛି। ମୃତକ...

ଅପରାଧୀଙ୍କୁ ଗିରଫ ଦାବିରେ ଜିଲାପାଳ ଅଫିସ ସମ୍ମୁଖରେ ବିକ୍ଷୋପ

ଅନୁଗୋଳ, ୧୧।୧୧ ( ମାନସ ବିଶ୍ୱାଳ): ଅଲ ଇଣ୍ଡିଆ ମୂଳନିବାସୀ ସଂଘ ପକ୍ଷରୁ ଘର ପୋଡିଥିବା ଅପରାଧୀଙ୍କୁ ଗିରଫ ଦାବିରେ ମଙ୍ଗଳବାର ଜିଲାପାଳ ଅଫିସ ସମ୍ମୁଖରେ...

ଡିଭାଇଡରରେ ପିଟିହେଲା ତୀର୍ଥଯାତ୍ରୀ ଗାଡ଼ି

ବଇଣ୍ଡା,୭ା୧୧(ପରୀକ୍ଷିତ ସାହୁ): କଟକ ସମ୍ବଲପୁର ୫୫ ନମ୍ବର ଜାତୀୟ ରାଜ ପଥର ହଣ୍ଡପା ଥାନା ଲୁହାମୁଣ୍ଡାଠାରେ ଶୁକ୍ରବାର ଭୋର୍‌ ସମୟରେ ଏକ ତୀର୍ଥଯାତ୍ରୀ ଗାଡ଼ି ଡିଭାଇଡରରେ...

ଅନୁଗୋଳରେ ଲଜ୍ଜା: ନାବାଳିକା ଭଉଣୀକୁ ବଳତ୍କାର କଲା ଭାଇ

ଛେଣ୍ଡିପଦା,୩।୧୧: ଅନୁଗୋଳ ଜିଲା ଛେଣ୍ଡିପଦା ଥାନା ଅଞ୍ଚଳରେ ନିଜ ନାବାଳିକା ଭଉଣୀକୁ ବଡ଼ ଭାଇ ବଳତ୍କାର କରିଥିବା ଅଭିଯୋଗ ହୋଇଛି। ଘରେ କେହି ନଥିବା ବେଳେ...

ଜିଏମ୍‌ଡିସି: ଗୁଜରାଟରୁ ଆସି ଖାଇଗଲେ

ଅନୁଗୋଳ,୨୮ା୧୦(ଦିବ୍ୟଶାନ୍ତନୁ ନାଥ)/ଛେଣ୍ଡିପଦା (ଅଜିତ ଧଳ): ଖଣି ଖନନ ହେଲେ ରୋଜଗାର ବଢ଼ିବ। ଲୋକଙ୍କ ଆର୍ଥିକ ଅବସ୍ଥାରେ ସୁଧାର ଆସିବ। ଏପରି ବିଭିନ୍ନ ପ୍ରକାର ପ୍ରଲୋଭନ ଦେଖାଇ ଅନୁଗୋଳ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri