Posted inଫୁରସତ

ସବୁଜ ଗାଁ ଖୋନୋମା

ଭାରତର ପ୍ରଥମ ସବୁଜ ଗାଁ ଭାବେ ଖୋନୋମା ବେଶ୍‌ ଲୋକପ୍ରିୟ। ଏଠାକାର ପ୍ରାକୃତିକ ପରିବେଶ ଦେଖିବାକୁ ଯେମିତି ଆକର୍ଷଣୀୟ ଲାଗିଥାଏ ସେମିତି ସ୍ଥାନୀୟ ବାସିନ୍ଦାଙ୍କର ଆତିଥିୟତା ହୃଦୟସ୍ପର୍ଶୀ ହୋଇଥାଏ। ସେଥିପାଇଁ ଏଠାରେ ପର୍ଯ୍ୟଟକଙ୍କର ବେଶ୍‌ ଭିଡ଼ ପରିଲକ୍ଷିତ ହୁଏ…

ନାଗାଲାଣ୍ଡର ରାଜଧାନୀ କୋହିମାଠାରୁ ମାତ୍ର ୨୦ କି.ମି. ଦୂରରେ ଅବସ୍ଥିତ ଖୋନୋମା ଗଁାକୁ ଭାରତର ପ୍ରଥମ ସବୁଜ ଗାଁ ବୋଲି କୁହାଯାଇଥାଏ। କାରଣ ବର୍ଷସାରା ଏହି ଗାଁର ଯେଉଁ ଆଡକୁ ଚାହିଁବେ ସେଠି କେବଳ ଆପଣଙ୍କୁ ସବୁଜିମା ହିଁ ଦେଖାଯିବ। ପାହାଡ଼, ଜଙ୍ଗଲ ଦ୍ୱାରା ଘେରି ହୋଇ ରହିଥିବା ଖୋନୋମା ଗାଁର ଜଳବାୟୁ ବି ଖୁବ୍‌ ସ୍ବାସ୍ଥ୍ୟକର ହୋଇଥାଏ। ତେଣୁ ଶାନ୍ତ ପରିବେଶ ଭିତରେ କିଛି ସମୟ ବିତାଇବା ପାଇଁ ଏହି ସ୍ଥାନଟି ଉପଯୁକ୍ତ ହୋଇଥିବାରୁ ଏଠାକୁ ପ୍ରାୟତଃ ପର୍ଯ୍ୟଟକମାନେ ବୁଲିଆସିଥାନ୍ତି।
ଗାଁର ବିଶେଷତ୍ୱ
ଏହି ଗାଁ କୁଆଡେ ୭୦୦ ବର୍ଷରୁ ଊର୍ଦ୍ଧ୍ୱ ପୁରୁଣା ବୋଲି ସ୍ଥାନୀୟ ଲୋକଙ୍କର ମତ ରହିଛି। ସୂଚନାନୁଯାୟୀ, ପ୍ରାୟ ୧୨୩ ବର୍ଗ କି.ମି. ପରିସୀମାବ୍ୟାପ୍ତ ଅଞ୍ଚଳ ଉପରେ ଗଢି ଉଠିଥିବା ଖୋନୋମା ଗାଁରେ ପାଖାପାଖି ୪୦୦ରୁ ଊର୍ଦ୍ଧ୍ୱ ପରିବାର ବାସ କରିଥାନ୍ତି। ଆଉ ସେମାନେ ଗଡ଼ାଣିଆ ପାହାଡ଼ରେ ଖୁବ୍‌ ସୁନ୍ଦର ଭାବେ ଲଗାଲଗି ଭାବେ ଘର ତିଆରି କରି ସେଥିରେ ରହିଥାନ୍ତି। ସ୍ଥାନୀୟ ବାସିନ୍ଦାଙ୍କ ଦ୍ୱାରା କରାଯାଉଥିବା ଟେରାସ୍‌ ଫାର୍ମିଂ ବା ପାହାଡ଼ରେ ଥାକ ଥାକ ହୋଇ ଚାଷ କରିବାର ଶୈଳୀ ବି ଏହି ଗାଁକୁ ଭିନ୍ନ ଏକ ପରିଚୟ ଦେଇଥାଏ।
କ’ଣ ରହିଛି ଏହି ଗାଁରେ
ଖୋନୋମା ଗାଁକୁ ଘେରି ରହିଥିବା ପାହାଡ଼ ଜଙ୍ଗଲରେ ପ୍ରାୟ ୨୫୦ରୁ ଊର୍ଦ୍ଧ୍ୱ ପ୍ରଜାତିର ଉଦ୍ଭିଦ ଦେଖାଯାଇଥାଏ। ତନ୍ମଧ୍ୟରୁ ପ୍ରାୟ ୭୦ ପ୍ରଜାତି ହେଉଛି କେବଳ ଔଷଧୀୟ ଉଦ୍ଭିଦ। ସେହିପରି ପ୍ରାୟ ୮୪ ପ୍ରକାରର ବଣୁଆ ଫଳ, ପ୍ରାୟ ୧୧୬ ପ୍ରକାରର ବନ୍ୟ ପନିପରିବା, ପ୍ରାୟ ୯ ପ୍ରକାରର ଛତୁ ଏବଂ ପ୍ରାୟ ୫ ପ୍ରକାରର ରଞ୍ଜକ ଦ୍ରବ୍ୟ ଇତ୍ୟାଦି ସ୍ଥାନୀୟ ଜଙ୍ଗଲରୁ ମିଳିଥାଏ ବୋଲି ସୂଚନା ରହିଛି। ଏସବୁ ବ୍ୟତୀତ ଏଠାରେ ପ୍ରାୟ ୧୦୦ରୁ ଊର୍ଦ୍ଧ୍ୱ ପ୍ରଜାତିର ବିଭିନ୍ନ ବନ୍ୟଜନ୍ତୁ, ସ୍ତନ୍ୟପାୟୀ ପ୍ରାଣୀ ଏବଂ ପକ୍ଷୀ ବି ଦେଖିବାକୁ ମିଳିଥାଏ।
ଜାଣିବା କଥା
କୁହାଯାଏ, ଖୋନୋମା ଗାଁରେ ଗଛ କାଟିବା ଏବଂ ପଶୁପକ୍ଷୀ ଶିକାରକୁ ନେଇ କିଛିଟା କଡ଼ାକଡ଼ି ନିୟମ ରହିଛି। ତେଣୁ ଏଠାକୁ ବୁଲି ଆସୁଥିବା ପର୍ଯ୍ୟଟକ ଏଥିପ୍ରତି ସତର୍କ ରହିବା ନିହାତି ଜରୁରୀ। ବିଶେଷକରି ଏହି ସ୍ଥାନକୁ ବୁଲିଯିବା ପୂର୍ବରୁ ପ୍ରବେଶ ଅନୁମତି ବି ନେଇଯିବା ଉଚିତ୍‌ ହେବ।
କେବେ ଯିବେ
ଜଙ୍ଗଲ, ପାହାଡ଼ ପରିବେଷ୍ଟିତ ଏହି ଗାଁର ପ୍ରାକୃତିକ ପରିବେଶ ବର୍ଷସାରା ଦେଖିବାକୁ ବେଶ୍‌ ଆକର୍ଷଣୀୟ ଲାଗିଥାଏ। ତେଣୁ ଏଠାକୁ ବର୍ଷର ଯେ କୌଣସି ସମୟରେ ବୁଲିଯାଇ ହେବ। କିନ୍ତୁ ଶୀତଦିନେ ଏଠାରେ ଟିକେ ଅଧିକ ଶୀତ ଅନୁଭୂତ ହେଉଥିବାରୁ ସେହି ସମୟରେ ଶୀତବସ୍ତ୍ର ନେଇ ଏଠାକୁ ଗଲେ ଆଉ କିଛି ଅସୁବିଧା ହୁଏ ନାହିଁ।
କେମିତି ଯିବେ
ଗମନାଗମନର ବି ବେଶ୍‌ ଭଲ ବ୍ୟବସ୍ଥା ରହିଛି ଏଠାରେ। ଦିମାପୁର ହେଉଛି ଏହାର ନିକଟତମ ବିମାନବନ୍ଦର। ଦେଶର ବିଭିନ୍ନ ସ୍ଥାନ ବିଶେଷକରି କୋଲ୍‌କାତାରୁ ନିୟମିତ ବ୍ୟବଧାନରେ ଦିମାପୁର ବିମାନବନ୍ଦରକୁ ବିମାନ ଚଳାଚଳ କରିଥାଏ। ସେହିପରି ଦିମାପୁରରୁ ମାତ୍ର ତିନି ଘଣ୍ଟାର ରାସ୍ତା ହେଉଛି କୋହିମା। ଟ୍ୟାକ୍ସି କିମ୍ବା ଷ୍ଟେଟ୍‌ ବସ୍‌ରେ ଏଠାକୁ ଯିବାର ସୁବିଧା ରହିଛି। ତା’ଛଡ଼ା ଦିମାପୁରରେ ବି ଏକ ରେଳଷ୍ଟେଶନ ଅଛି। ଏହାବାଦ୍‌ ସଡ଼କ ପଥରେ ବି ଖୋନୋମାକୁ ଯିବାର ସୁବିଧା ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ପୁଣି ଟ୍ରେନ୍‌ ଟିକେଟ ବୁକିଂ ନିୟମ ବଦଳାଇଲା IRCTC, ଯାତ୍ରା କରିବାକୁ ଥିଲେ ଜାଣି ନିଅନ୍ତୁ…

ନୂଆଦିଲ୍ଲୀ,୩୦।୧୨: ଭାରତୀୟ ରେଳବାଇ ଆଧାର-ଯାଞ୍ଚ ହୋଇଥିବା IRCTC ଆକାଉଣ୍ଟ୍ ଧାରୀମାନଙ୍କ ପାଇଁ ବଡ଼ ରାହତ ଘୋଷଣା କରିଛି। ଆଡ଼ଭାନ୍ସ ରିଜର୍ଭେସନ୍ ପିରିଅଡ୍ (ARP)ର ପ୍ରଥମ ଦିନରେ...

ମହିଳାକୁ ହତ୍ୟା ଅଭିଯୋଗ, ପୋଲିସର ତନାଘନା

ଗୋପାଳପୁର,୩୦ା୧୨(ନବୀନ ରାଜ ଆଚାରୀ): ଗୋଳନ୍ଥରା ଥାନା ଅଞ୍ଚଳରେ ସୋମବାର ବିଳମ୍ବିତ ରାତିରେ ଜଣେ ମହିଳାଙ୍କୁ ତାଙ୍କ ସ୍ବାମୀ ହତ୍ୟା କରିଥିବା ଅଭିଯୋଗ ହୋଇଛି। ଫାସୀନୂଆପଡା ଗ୍ରାମରେ...

ସୁରୁଖୁରୁରେ ଧାନକିଣାକୁ ଗୁରୁତ୍ୱ ଚାଷୀ, ସମବାୟ ଓ ଯୋଗାଣ ବିଭାଗ ଅଧିକାରୀଙ୍କୁ ନେଇ ବୈଠକ

ଛତ୍ରପୁର,୩୦ା୧୨(ଦିଲୀପ ସାମଲ): ଚଳିତ ବର୍ଷ ଜିଲାରେ ଧାନକିଣା ସୁରୁଖୁରୁରେ କରିବା ପାଇଁ ମଙ୍ଗଳବାର ଚାଷୀ, ସମବାୟ ଓ ଯୋଗାଣ ବିଭାଗର ଅଧିକାରୀମାନଙ୍କୁ ନେଇ ତ୍ରିପାକ୍ଷିକ ବୈଠକ...

ଆର୍‌ସିବିକୁ ବଡ଼ ଝଟ୍‌କା, ଏହି କାରଣରୁ ଖେଳିବେ ନାହିଁ…

ନୂଆଦିଲ୍ଲୀ, ୩୦।୧୨: ମହିଳା ପ୍ରିମିଅର୍ ଲିଗ୍ (WPL) ୨୦୨୬ ଆରମ୍ଭ ହେବାକୁ ମାତ୍ର କିଛି ଦିନ ବାକି ଥିବାବେଳେ ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗଲୁରୁ (RCB) ଟିମ୍‌କୁ...

ରାଜ୍ୟସ୍ତରୀୟ ଟାଏକୋଣ୍ଡୋରେ ସଫଳତା: ଛୁଟୁଛି ଶୁଭେଚ୍ଛାର ସୁଅ

ରାଇକିଆ,୩୦ା୧୨ (ପ୍ରଦୀପ ବେହେରା): କନ୍ଧମାଳ ଜିଲା ରାଇକିଆ ସେଣ୍ଟ କ୍ୟାଥରିନ ବିଦ୍ୟାଳୟରଛାତ୍ରୀଛାତ୍ରମାନେ ରାଜ୍ୟସ୍ତରୀୟ ଟାଏକୋଣ୍ଡୋ କ୍ରୀଡ଼ାରେ ସଫଳତା ଅର୍ଜନ କରିଛନ୍ତି। ଭଦ୍ରକ ଠାରେ ଅନୁଷ୍ଠିତ ୩ଦିନିଆ...

ଟିମ୍‌ ଇଣ୍ଡିଆକୁ ଫେରିପାରନ୍ତି ମହମ୍ମଦ ସାମି: ବିଶ୍ୱକପ୍ ପୂର୍ବରୁ ବଦଳିପାରେ ଚୟନକର୍ତ୍ତାଙ୍କ ନିଷ୍ପତି

ମୁମ୍ବାଇ,୩୦।୧୨: ଅଭିଜ୍ଞ ଦ୍ରୁତ ବୋଲର ମହମ୍ମଦ ସାମିଙ୍କୁ ନେଇ ବିସିସିଆଇ ଚୟନକର୍ତ୍ତା ଏକ ବଡ଼ ନିଷ୍ପତ୍ତି ନେବାକୁ ଯାଉଛନ୍ତି। ଫିଟ୍‌ନେସ୍‌ ଏବଂ ବୟସକୁ ନେଇ ଚାଲିଥିବା...

ବର୍ଷର ଶେଷ ଦିନ ସଂହ ରାଶି ସହ ୫ରାଶିର ଫିଟିଯିବ ଭାଗ୍ୟ! ବାଜିବ ଲଟେରୀ

ଆସନ୍ତାକାଲି ହେଉଛି ୨୦୨୫ ବର୍ଷର ଶେଷ ୩୧ତମ ଦିନ ଏବଂ ବୁଧବାର। ବୁଧବାର ଦିନ ପ୍ରତିବନ୍ଧକ ଦୂରକାରୀ ଭଗବାନ ଗଣେଶ ଏବଂ ଜ୍ଞାନ ଏବଂ ବିବେକର...

ଭଲିବଲ ଟୁର୍ନାମେଣ୍ଟ: ସେମିଫାଇନାଲରେ ଦାରିଙ୍ଗିବାଡ଼ି

ଦିଗପହଣ୍ଡି,୩୦।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ମିନି ଷ୍ଟାଡିୟମରେ ସ୍ବର୍ଗତ ବି.ପ୍ରଭାକର ରେଡ୍ଡୀ ସ୍ମାରକୀ ଭଲିବଲ ଟୁର୍ନାମେଣ୍ଟର ତୃତୀୟ ଦିବସ ମଙ୍ଗଳବାର କ୍ୱାର୍ଟର ଫାଇନାଲ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri