Posted inଫୁରସତ

ସବୁଜ ଗାଁ ଖୋନୋମା

ଭାରତର ପ୍ରଥମ ସବୁଜ ଗାଁ ଭାବେ ଖୋନୋମା ବେଶ୍‌ ଲୋକପ୍ରିୟ। ଏଠାକାର ପ୍ରାକୃତିକ ପରିବେଶ ଦେଖିବାକୁ ଯେମିତି ଆକର୍ଷଣୀୟ ଲାଗିଥାଏ ସେମିତି ସ୍ଥାନୀୟ ବାସିନ୍ଦାଙ୍କର ଆତିଥିୟତା ହୃଦୟସ୍ପର୍ଶୀ ହୋଇଥାଏ। ସେଥିପାଇଁ ଏଠାରେ ପର୍ଯ୍ୟଟକଙ୍କର ବେଶ୍‌ ଭିଡ଼ ପରିଲକ୍ଷିତ ହୁଏ…

ନାଗାଲାଣ୍ଡର ରାଜଧାନୀ କୋହିମାଠାରୁ ମାତ୍ର ୨୦ କି.ମି. ଦୂରରେ ଅବସ୍ଥିତ ଖୋନୋମା ଗଁାକୁ ଭାରତର ପ୍ରଥମ ସବୁଜ ଗାଁ ବୋଲି କୁହାଯାଇଥାଏ। କାରଣ ବର୍ଷସାରା ଏହି ଗାଁର ଯେଉଁ ଆଡକୁ ଚାହିଁବେ ସେଠି କେବଳ ଆପଣଙ୍କୁ ସବୁଜିମା ହିଁ ଦେଖାଯିବ। ପାହାଡ଼, ଜଙ୍ଗଲ ଦ୍ୱାରା ଘେରି ହୋଇ ରହିଥିବା ଖୋନୋମା ଗାଁର ଜଳବାୟୁ ବି ଖୁବ୍‌ ସ୍ବାସ୍ଥ୍ୟକର ହୋଇଥାଏ। ତେଣୁ ଶାନ୍ତ ପରିବେଶ ଭିତରେ କିଛି ସମୟ ବିତାଇବା ପାଇଁ ଏହି ସ୍ଥାନଟି ଉପଯୁକ୍ତ ହୋଇଥିବାରୁ ଏଠାକୁ ପ୍ରାୟତଃ ପର୍ଯ୍ୟଟକମାନେ ବୁଲିଆସିଥାନ୍ତି।
ଗାଁର ବିଶେଷତ୍ୱ
ଏହି ଗାଁ କୁଆଡେ ୭୦୦ ବର୍ଷରୁ ଊର୍ଦ୍ଧ୍ୱ ପୁରୁଣା ବୋଲି ସ୍ଥାନୀୟ ଲୋକଙ୍କର ମତ ରହିଛି। ସୂଚନାନୁଯାୟୀ, ପ୍ରାୟ ୧୨୩ ବର୍ଗ କି.ମି. ପରିସୀମାବ୍ୟାପ୍ତ ଅଞ୍ଚଳ ଉପରେ ଗଢି ଉଠିଥିବା ଖୋନୋମା ଗାଁରେ ପାଖାପାଖି ୪୦୦ରୁ ଊର୍ଦ୍ଧ୍ୱ ପରିବାର ବାସ କରିଥାନ୍ତି। ଆଉ ସେମାନେ ଗଡ଼ାଣିଆ ପାହାଡ଼ରେ ଖୁବ୍‌ ସୁନ୍ଦର ଭାବେ ଲଗାଲଗି ଭାବେ ଘର ତିଆରି କରି ସେଥିରେ ରହିଥାନ୍ତି। ସ୍ଥାନୀୟ ବାସିନ୍ଦାଙ୍କ ଦ୍ୱାରା କରାଯାଉଥିବା ଟେରାସ୍‌ ଫାର୍ମିଂ ବା ପାହାଡ଼ରେ ଥାକ ଥାକ ହୋଇ ଚାଷ କରିବାର ଶୈଳୀ ବି ଏହି ଗାଁକୁ ଭିନ୍ନ ଏକ ପରିଚୟ ଦେଇଥାଏ।
କ’ଣ ରହିଛି ଏହି ଗାଁରେ
ଖୋନୋମା ଗାଁକୁ ଘେରି ରହିଥିବା ପାହାଡ଼ ଜଙ୍ଗଲରେ ପ୍ରାୟ ୨୫୦ରୁ ଊର୍ଦ୍ଧ୍ୱ ପ୍ରଜାତିର ଉଦ୍ଭିଦ ଦେଖାଯାଇଥାଏ। ତନ୍ମଧ୍ୟରୁ ପ୍ରାୟ ୭୦ ପ୍ରଜାତି ହେଉଛି କେବଳ ଔଷଧୀୟ ଉଦ୍ଭିଦ। ସେହିପରି ପ୍ରାୟ ୮୪ ପ୍ରକାରର ବଣୁଆ ଫଳ, ପ୍ରାୟ ୧୧୬ ପ୍ରକାରର ବନ୍ୟ ପନିପରିବା, ପ୍ରାୟ ୯ ପ୍ରକାରର ଛତୁ ଏବଂ ପ୍ରାୟ ୫ ପ୍ରକାରର ରଞ୍ଜକ ଦ୍ରବ୍ୟ ଇତ୍ୟାଦି ସ୍ଥାନୀୟ ଜଙ୍ଗଲରୁ ମିଳିଥାଏ ବୋଲି ସୂଚନା ରହିଛି। ଏସବୁ ବ୍ୟତୀତ ଏଠାରେ ପ୍ରାୟ ୧୦୦ରୁ ଊର୍ଦ୍ଧ୍ୱ ପ୍ରଜାତିର ବିଭିନ୍ନ ବନ୍ୟଜନ୍ତୁ, ସ୍ତନ୍ୟପାୟୀ ପ୍ରାଣୀ ଏବଂ ପକ୍ଷୀ ବି ଦେଖିବାକୁ ମିଳିଥାଏ।
ଜାଣିବା କଥା
କୁହାଯାଏ, ଖୋନୋମା ଗାଁରେ ଗଛ କାଟିବା ଏବଂ ପଶୁପକ୍ଷୀ ଶିକାରକୁ ନେଇ କିଛିଟା କଡ଼ାକଡ଼ି ନିୟମ ରହିଛି। ତେଣୁ ଏଠାକୁ ବୁଲି ଆସୁଥିବା ପର୍ଯ୍ୟଟକ ଏଥିପ୍ରତି ସତର୍କ ରହିବା ନିହାତି ଜରୁରୀ। ବିଶେଷକରି ଏହି ସ୍ଥାନକୁ ବୁଲିଯିବା ପୂର୍ବରୁ ପ୍ରବେଶ ଅନୁମତି ବି ନେଇଯିବା ଉଚିତ୍‌ ହେବ।
କେବେ ଯିବେ
ଜଙ୍ଗଲ, ପାହାଡ଼ ପରିବେଷ୍ଟିତ ଏହି ଗାଁର ପ୍ରାକୃତିକ ପରିବେଶ ବର୍ଷସାରା ଦେଖିବାକୁ ବେଶ୍‌ ଆକର୍ଷଣୀୟ ଲାଗିଥାଏ। ତେଣୁ ଏଠାକୁ ବର୍ଷର ଯେ କୌଣସି ସମୟରେ ବୁଲିଯାଇ ହେବ। କିନ୍ତୁ ଶୀତଦିନେ ଏଠାରେ ଟିକେ ଅଧିକ ଶୀତ ଅନୁଭୂତ ହେଉଥିବାରୁ ସେହି ସମୟରେ ଶୀତବସ୍ତ୍ର ନେଇ ଏଠାକୁ ଗଲେ ଆଉ କିଛି ଅସୁବିଧା ହୁଏ ନାହିଁ।
କେମିତି ଯିବେ
ଗମନାଗମନର ବି ବେଶ୍‌ ଭଲ ବ୍ୟବସ୍ଥା ରହିଛି ଏଠାରେ। ଦିମାପୁର ହେଉଛି ଏହାର ନିକଟତମ ବିମାନବନ୍ଦର। ଦେଶର ବିଭିନ୍ନ ସ୍ଥାନ ବିଶେଷକରି କୋଲ୍‌କାତାରୁ ନିୟମିତ ବ୍ୟବଧାନରେ ଦିମାପୁର ବିମାନବନ୍ଦରକୁ ବିମାନ ଚଳାଚଳ କରିଥାଏ। ସେହିପରି ଦିମାପୁରରୁ ମାତ୍ର ତିନି ଘଣ୍ଟାର ରାସ୍ତା ହେଉଛି କୋହିମା। ଟ୍ୟାକ୍ସି କିମ୍ବା ଷ୍ଟେଟ୍‌ ବସ୍‌ରେ ଏଠାକୁ ଯିବାର ସୁବିଧା ରହିଛି। ତା’ଛଡ଼ା ଦିମାପୁରରେ ବି ଏକ ରେଳଷ୍ଟେଶନ ଅଛି। ଏହାବାଦ୍‌ ସଡ଼କ ପଥରେ ବି ଖୋନୋମାକୁ ଯିବାର ସୁବିଧା ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

୫କେଜି LPG ସିଲିଣ୍ଡରକୁ ନେଇ ସରକାରଙ୍କ ବଡ଼ ଘୋଷଣା, ଲକ୍ଷ ଲକ୍ଷ ଲୋକଙ୍କୁ…

ନୂଆଦିଲ୍ଲୀ,୭।୪: ଇରାନରେ ଜାରି ରହିଥିବା ଯୁଦ୍ଧ କାରଣରୁ ସାରା ବିଶ୍ୱରେ LPG ଯୋଗାଣ ପ୍ରଭାବିତ ହୋଇଛି। ଏହାର ପ୍ରଭାବ ଭାରତର ପ୍ରବାସୀ ଶ୍ରମିକ ଓ ଦୁର୍ବଳ ଶ୍ରେଣୀର…

ଯେଉଁଠି ଅଛନ୍ତି ସେଇଠି ଥାନ୍ତୁ, ୪୮ ଘଣ୍ଟା ଯାଏ ଘରୁ ବାହାରନ୍ତୁ ନାହିଁ; ଭାରତୀୟଙ୍କ ପାଇଁ Advisory ଜାରି କଲା…

ତେହେରାନ,୭।୪: ପଶ୍ଚିମ ଏସିଆରେ ଯୁଦ୍ଧ ପରିସ୍ଥିତି ଭୟଙ୍କର ରୂପ ନେବାରେ ଲାଗିଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ବିନାଶକାରୀ ଧମକ ଏବଂ ଇସ୍ରାଏଲର ଆକ୍ରମଣ ମଧ୍ୟରେ ଇରାନରେ…

ଭଡ଼ାଘରେ ଚଲାଇଥିଲେ ଦେହ ବ୍ୟବସାୟ, ଦମ୍ପତିଙ୍କୁ ବାନ୍ଧିଲା ଟାଉନ ଥାନା ପୋଲିସ, ମିଳିଲା ଆପତ୍ତିଜନକ…

ବରଗଡ଼,୭।୪(ପ୍ରେମାନନ୍ଦ ଖମାରୀ)-ବରଗଡ଼ ସହର ଉପକଣ୍ଠ ଶ୍ରୀଧାମ ସୋସାଇଟି ନିକଟ ଏକ ଭଡ଼ାଘରେ ଦେହ ବ୍ୟବସାୟ ଚଲାଉଥିବା ଅଭିଯୋଗରେ ସ୍ଥାନୀୟ ଟାଉନ ଥାନା ପୋଲିସ ଜଣେ ଦମ୍ପତିଙ୍କୁ ଗିରଫ…

ଫସିଗଲେ ଡେଭିଡ୍‌ ଓ୍ବାର୍ନର, ମଦ ପିଇ ଗାଡ଼ି ଚଳାଇବା ଅଭିଯୋଗରେ ସିଡନୀରେ ଗିରଫ

ସିଡନୀ,୭।୪: ଅଷ୍ଟ୍ରେଲିଆର ବିସ୍ଫୋରକ ବ୍ୟାଟ୍ସମ୍ୟାନ ଡେଭିଡ ୱାର୍ନରଙ୍କ ପାଇଁ ଅଡୁଆ ବଢ଼ିଛି। ମଦ୍ୟପାନ କରି ଗାଡ଼ି ଚଲାଉଥିବା ବେଳେ (Drink-driving) ସିଡନୀ ପୋଲିସ ତାଙ୍କୁ ଗିରଫ କରିଛି।…

ସାମିଆପଲ୍ଲୀରୁ ବିପୁଳ ପରିମାଣରେ ଶାଗୁଆନ କାଠ ଜବତ

ଛତ୍ରପୁର,୭।୪ (ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲା ଛତ୍ରପୁର ନିକଟ ସାମିଆପଲ୍ଲୀ ଗ୍ରାମ ନିକଟରୁ ଭିଜିଲାନ୍ସ, ବନବିଭାଗ ମୋବାଇଲ ଟିମ, ଛତ୍ରପୁର ବନ ବିଭାଗ ବିପୁଳ ପରିମାଣର ଶାଗୁଆନ…

ରାଜ୍ୟସଭା କ୍ରସ୍‌ ଭୋଟିଂ ପରେ ପ୍ରଥମ ଥର ମୋହନା ଆସିଲେ ବିଧାୟକ

ମୋହନା, ୭ା୪(ମନ୍ମଥ ମିଶ୍ର): ରାଜ୍ୟସଭା ନିର୍ବାଚନ ପରେ ଗଜପତି ଜିଲା କଂଗ୍ରେସରେ ହଟଚମଟ ଦେଖିବାକୁ ମିଳିଥିଲା। ମୋହନା ବିଧାୟକ ଦାଶରଥି ଗମାଙ୍ଗ ନିଜ ଦଳର କଥା ଅବମାନନା…

ଆମେରିକା ରେଡ୍‌ ଲାଇନ୍‌ ପାର କଲେ, ଆମର କ୍ଷେପଣାସ୍ତ୍ର ଟ୍ରମ୍ପଙ୍କୁ ଭୟଙ୍କର ଜବାବ ଦେବ; ଇରାନ ଦେଲା ପାଲଟା ଚେତାବନୀ

ତେହେରାନ,୭।୪: ମଧ୍ୟପ୍ରାଚ୍ୟରେ ଉତ୍ତେଜନା ଚରମ ସୀମାରେ ପହଞ୍ଚିଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଦ୍ୱାରା ଦିଆଯାଇଥିବା ଡେଡ୍‌ଲାଇନ୍‌ ଶେଷ ହେବା ପୂର୍ବରୁ ଇରାନର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ‘ଖାର୍ଗ…

ଏକା ବେଳେ ଜଳିଲା ଗୋଟିଏ ପରିବାରର ୪ ଜୁଇ: କାନ୍ଦ ବୋବାଳିରେ ଫାଟି ପଡ଼ୁଛି ଗାଁ  

କୋରାପୁଟ,୭।୪(ଅମିତାଭ ବେହେରା):ଏକା ବେଳକେ ଜଳିଲା ଗୋଟିଏ ପରିବାରର ୪ ଜୁଇ। ଦୁର୍ଘଟଣାରେ ଗୋଟିଏ ପରିବାରର ୪ ଜଣଙ୍କ  ଘଟିଲା ମୃତ୍ୟୁ। କୋରପୁଟ ଶ୍ମଶାନରେ ଜଳିଲା ଜୁଇ। ନବରଙ୍ଗପୁର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri