ସୁନିଲ ନାରିନ୍‌ଙ୍କୁ ଗ୍ରୀନ୍‌ ସିଗ୍‌ନାଲ

ଦୁବାଇ, ୧୮।୧୦: ଆଇପିଏଲ୍‌ ତ୍ରୟୋଦଶ ସଂସ୍କରଣରେ କୋଲକାତା ନାଇଟ୍‌ ରାଇଡର୍ସ (କେକେଆର୍‌) ଦଳକୁ ଆଶ୍ୱସ୍ତିକର ଖବର ମିଳିଛି। କୋଲକାତାର ଷ୍ଟାର୍‌ ସ୍ପିନର ସୁନୀଲ ନାରିନଙ୍କ ସନ୍ଦିଗ୍ଧ ବୋଲିଂ ଆକ୍ସନଙ୍କୁ ଆଇପିଏଲ୍‌ ପକ୍ଷରୁ କ୍ଲିନ୍‌ ଚିଟ୍‌ ମିଳିଛି। ୧୦ ଅକ୍ଟୋବରରେ କିଙ୍ଗ୍ସ ଇଲେଭେନ ପଞ୍ଜାବ ବିପକ୍ଷ ମ୍ୟାଚ୍‌ରେ ନାରିନ୍‌ଙ୍କ ବୋଲିଂ ଆକ୍ସନକୁ ନେଇ ରିପୋର୍ଟ କରାଯାଇଥିଲା। ଆଇପିଏଲ୍‌ ପକ୍ଷରୁ ଏବେ ଗ୍ରୀନ୍‌ ସିଗ୍‌ନାଲ ପାଇବା ପରେ ସେ ବୋଲିଂ କରିପାରିବେ।
ବିପକ୍ଷ ମ୍ୟାଚ୍‌ ପରେ ଆଇପିଏଲ୍‌ର ସନ୍ଦିଗ୍ଧ ବୋଲିଂ ଆକ୍ସନ ସମିତି ପକ୍ଷରୁ ନାରିନଙ୍କ ବୋଲିଂ ଆକ୍ସନ ଯାଞ୍ଚ ପାଇଁ ଅଧିକାରୀମାନେ ଅପିଲ୍‌ କରିଥିଲେ। ଏହାପରେ ତାଙ୍କ ବୋଲିଂର ମନ୍ଥର ଗତିର ଭିଡିଓ ଫୁଟେଜକୁ ଆଇପିଏଲ୍‌ ସନ୍ଦିଗ୍ଧ ବୋଲିଂ ଆକ୍ସନ ସମିତି ଧ୍ୟାନର ସହିତ ଦେଖିଥିଲା। ଏହି ଭିଡିଓରେ ନାରିନଙ୍କ କହୁଣି ବୈଧ ସୀମା ମଧ୍ୟରେ ମୋଡ଼ି ହେଉଛି। ଆଇପିଏଲ୍‌ର ବଳକା ମ୍ୟାଚ୍‌ରେ ନାରିନ୍‌ ଭିଡିଓ ଫୁଟେଜରେ ଥିବା ସମାନ ଆକ୍ସନ ଭଳି ବୋଲିଂ କରିବାକୁ ପଡ଼ିବ ବୋଲି ଆଇପିଏଲ୍‌ ପକ୍ଷରୁ ଏକ ବିବୃତିରେ କୁହାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

କୋଭିଡ୍‌-୧୯: ଜାତୀୟ ଫେଡେରେଶନଗୁଡିକୁ ୟୁଫାର ଅନୁଦାନ

ପ୍ୟାରିସ୍‌,୨୮।୪(ଏପି): କୋଭିଡ୍‌-୧୯ ମହାମାରୀ ଦ୍ୱାରା ସାରା ବିଶ୍ୱ ଫୁଟବଲ ପ୍ରଭାବିତ ହୋଇଥିବାରୁ ୟୁନିୟନ ଅଫ୍‌ ୟୁରୋପିଆନ ଫୁଟବଲ ଆସୋସିଏଶନ (ୟୁଫା) ତା’ର ଜାତୀୟ ଫେଡେରେଶଗୁଡିକୁ ସାହାଯ୍ୟର...

ଲଭଲିନାଙ୍କ ଐତିହାସିକ ବିଜୟ: ଭାରତ ପାଇଁ ପଦକ ପକ୍କା

ଟୋକିଓ,୩୦।୭: ଭାରତୀୟ ବକ୍ସର ଲଭଲିନା ବୋର୍ଗୋହେନ ଟୋକିଓ ଅଲିମ୍ପିକ୍ସର ସେମିଫାଇନାଲରେ ପ୍ରବେଶ କରିଛନ୍ତି। ମହିଳା ୬୯ କିଲୋଗ୍ରାମ କ୍ୱାର୍ଟରଫାଇନାଲରେ ଲଭଲିନା ତାଇପେଇର ନିନ ଚିନ ଚେନଙ୍କୁ...

ହିରୋ ଏଆଇଏଫ୍‌ଏଫ୍‌ ଏଲିଟ୍‌ ଲିଗ୍‌: ଓଡ଼ିଶା ଏଫ୍‌ସି ୟୁଥ୍‌ ଟିମ୍‌ ବିଜୟୀ

ଭୁବନେଶ୍ୱର, ୫।୧ (ସ୍ପୋଟର୍‌ସ ବ୍ୟୁରୋ)- ହିରୋ ଏଆଇଏଫ୍‌ଏଫ୍‌ ଏଲିଟ୍‌ ଲିଗ୍‌ରେ ଶନିବାର ଖେଳାଯାଇଥିବା ଏକ ମ୍ୟାଚ୍‌ରେ ଓଡ଼ିଶା ଏଫ୍‌ସିର ଯୁବ (୧୮ ବର୍ଷରୁ କମ୍‌) ଦଳ...

ଭାରତରେ ମହିଳା ଏସିଆନ କପ୍‌ ଫୁଟ୍‌ବଲ

ନୂଆଦିଲ୍ଲୀ,୨୯।୧(ପି.ଟି.): ୨୦୨୨ରେ ମହିଳା ଏସିଆନ କପ୍‌ ଫୁଟବଲ ଭାରତରେ ଆୟୋଜନ ହେବ। ଏହି ମେଗା ଇଭେଣ୍ଟ ଜାନୁୟାରୀ ୨୦ ତାରିଖରୁ ଆରମ୍ଭ ହୋଇ ଫେବୃୟାରୀ ୬...

୨୦୨୧ରେ ହୋଇପାରେ ୧୯ ବର୍ଷରୁ କମ୍‌ ମହିଳା ବିଶ୍ୱକପ୍‌

ନୂଆଦିଲ୍ଲୀ,୨୦।୨- ଅନ୍ତର୍ଜାତୀୟ କ୍ରିକେଟ ପରିଷଦ (ଆଇସିସି) ୧୯ ବର୍ଷରୁ କମ୍‌ ବିଶ୍ୱକପ୍‌ ପୁରୁଷ ଇଭେଣ୍ଟ ବହୁ ଲୋକପ୍ରିୟତା ଓ ସଫଳତା ହାସଲ କରିଛି। ଏବେ ଆଇସିସି...

କଥା ଦେଇ ରଖିଲେ ଆନନ୍ଦ ମହିନ୍ଦ୍ରା: କ୍ରିକେଟର୍‌ଙ୍କୁ ଦେଲେ ଏମିତି ଉପହାର

ଶିଳ୍ପପତି ଆନନ୍ଦ ମହିନ୍ଦ୍ରା ନିଜର ପ୍ରତିଶ୍ରୁତି ପୂରଣ କରିଛନ୍ତି। ସେ ଭାରତୀୟ ବୋଲର ଟି ନଟରାଜନଙ୍କୁ ଉପହାର ସ୍ବରୂପ ଏକ ଏସୟୁଭି କାର ଦେଇଛନ୍ତି। ଏଭଳି...

କ୍ରମାଗତ ତୃତୀୟ ପ୍ଳେ- ଅଫ୍‌ରେ ଦିଲ୍ଲୀ କ୍ୟାପିଟାଲ

ଶାରଜା,୨।୧୦: ୟୁଏଇରେ ଚାଲିଥିବା ଆଇପିଏଲ୍‌ ଫେଜ୍‌-୨ରେ ରିଷଭ ପନ୍ତଙ୍କ ଦିଲ୍ଲୀ କ୍ୟାପିଟାଲ ଦ୍ୱିତୀୟ ଦଳ ଭାବେ ପ୍ଳେଅପ୍‌ରେ ନିଜ ସ୍ଥାନ ପକ୍କା କରିଛି। ଦଳ ଏଥିସହିତ...

ସିରିଜ ବିଜୟ ଲକ୍ଷ୍ୟରେ ଭାରତ

ପୁଣେ,୧୦।୧୦ (ପି.ଟି.)- ସ୍ଥାନୀୟ ମହାରାଷ୍ଟ୍ର କ୍ରିକେଟ ଆସୋସିଏଶନ (ଏମ୍‌ସିଏ) ଗ୍ରାଉଣ୍ଡରେ ଗୁରୁବାରଠାରୁ ଭାରତ ଓ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦ୍ୱିତୀୟ ଟେଷ୍ଟ ମ୍ୟାଚ୍‌ ଆରମ୍ଭ...

Advertisement
Archives

Model This Week