ସବୁଜ ଆଣବିକ ଶକ୍ତି

ହାନ୍ସ ଓ୍ବେର୍ନର ସିନ୍‌

ୟୁରୋପୀୟ ସଂଘ (ଇୟୁ) ୨୦୨୦ରେ ପରିବେଶ ଉପଯୋଗୀ ତଥା ନିରନ୍ତର କାର୍ଯ୍ୟକଳାପଗୁଡ଼ିକର ବର୍ଗୀକରଣ କରିଥିଲା। କେଉଁ କାର୍ଯ୍ୟ ଜାରି ରଖିଲେ ଭବିଷ୍ୟତ ପିଢ଼ିର ଆବଶ୍ୟକତା ପୂରଣ ହେବା ସହ ପରିବେଶ ସୁରକ୍ଷିତ ରହିବ ସେଥିପାଇଁ ଏକ ନୂଆ ବାଟ ଖୋଜି ପାଇଥିଲା। ଏଥିରେ ସବୁଜ ନିବେଶ ପ୍ରୋଜେକ୍ଟଗୁଡ଼ିକ ପାଇଁ ୟୁରୋପିଆନ ସେଣ୍ଟ୍ରାଲ ବ୍ୟାଙ୍କ୍‌(ଇସିବି)କୁ ବ୍ୟବହାର କରିବାକୁ ସ୍ଥିର କରିଥିଲା। ଏସବୁ ଗ୍ରୀନ୍‌ ପ୍ରୋଜେକ୍ଟରେ ପୁଞ୍ଜି ବଜାରକୁ ସଞ୍ଚାଳନ କରିବାକୁ ଇସିବି ମାଧ୍ୟମରେ ସିଧାସଳଖ କମ୍‌ ସୁଧରେ ନିବେଶ ଲାଗି ପାଣ୍ଠି ଯୋଗାଇ ଦେବାକୁ ବି ସ୍ଥିର କରିଥିଲା। ତେବେ ଅନେକ ୟୁରୋପୀୟ ରାଜନେତା, ବିିଶେଷ କରି ଜର୍ମାନ ଭାଷାଭାଷୀ ଦେଶଗୁଡ଼ିକରେ ଗ୍ରୀନ୍‌ ପାର୍ଟିଗୁଡ଼ିକର ନେତାମାନେ ଏହି ପଦକ୍ଷେପକୁ ପ୍ରଶଂସା କରିଛନ୍ତି। କିନ୍ତୁ ଏବେ ଫ୍ରାନ୍ସ ଚାପରେ ୟୁରୋପିଆନ କମିଶନ ଆଣବିକ ଶକ୍ତିକୁ ଏକ ପ୍ରକାର ସବୁଜ ଶକ୍ତି ଭାବେ ବର୍ଗୀଭୁକ୍ତ କରିବାକୁ ଯାଉଛି ବୋଲି ଜାଣିବା ପରେ ସେମାନଙ୍କ ମଧ୍ୟରେ ନୈରାଶ୍ୟ ପ୍ରକାଶ ପାଇଛି। ୟୁରୋପିଆନ୍‌ ଗ୍ରୀନ୍‌ ପାର୍ଟି, ଯାହାକୁ ବହୁସମୟରେ ୟୁରୋପିଆନ ଗ୍ରୀନ୍ସ ବୋଲି କୁହାଯାଏ, ସେମାନେ ସବୁବେଳେ ଗ୍ରୀନ୍‌ ବା ସବୁଜ ଅଭିଯାନରେ ବ୍ୟସ୍ତ ରହିଥାଆନ୍ତି। ଆଣବିକ ଅଭିଯାନ ବିରୋଧୀ ଭାବେ ଉଭା ହୋଇଥାଆନ୍ତି। କିନ୍ତୁ ଏବେ ଆଣବିକ ଶକ୍ତି ଏଭଳି ଗୁରୁତ୍ୱ ଲାଭ କରି ସେମାନଙ୍କ ଗ୍ରୀନ ଅଭିଯାନରେ ସାମିଲ ହେବ କୋଲି ସେମାନେ ସ୍ବପ୍ନରେ କେବେ ବି ଭାବି ନ ଥିଲେ।
ନ୍ୟୁକ୍ଲିୟର ପାଓ୍ବାର ବା ଆଣବିକ ଶକ୍ତି ଏକ ପ୍ରକାର ସବୁଜ ଶକ୍ତି କି ନାହିଁ ତାହା ଏକ ବୈଚାରିକ ପ୍ରଶ୍ନ। ଯଦି ଇୟୁ ବର୍ଗୀକୃତ ଗ୍ରୀନ ବଣ୍ଡ୍‌କୁ ସିକ୍ୟୁରିଟି ଭାବେ ବ୍ୟବହାର କରିବ ତେବେ ଇସିବି ବ୍ୟାଙ୍କଗୁଡ଼ିକ ପାଇଁ ଆକର୍ଷକ ରିଫାଇନାନ୍ସିଂ ସର୍ତ୍ତଗୁଡ଼ିଏ ରଖିବ। ଏହା ଦ୍ୱାରା ପର୍ଯ୍ୟାପ୍ତ ପରିମାଣର ଅର୍ଥ ଏବେ ସଙ୍କଟରେ ରହିବ। ଗ୍ରୀନ ବଣ୍ଡ୍‌ର ଏକ ଅସମାନୁପାତିକ ଶେୟାର କିଣିବାକୁ ଚାହଁୁଛି ବୋଲି ଇସିବି ମଧ୍ୟ ସ୍ପଷ୍ଟ କରିଛି। ଏହି ପ୍ରକାରେ କ୍ୟାପିଟାଲ ମାର୍କେଟ ବା ପୁଞ୍ଜି ବଜାରରେ ଏକ ନୂଆ ସୁଧ ହାରର ଢାଞ୍ଚା ସୃଷ୍ଟି କରିବାକୁ ଯାଉଛି। ଏବେ ଚାଲୁ ରହିଥିବା ପରିବେଶ ଉପଯୋଗୀ ନିବେଶର ଲକ୍ଷ୍ୟଗୁଡ଼ିକ ହାସଲ ହୋଇ ପାରଉଛି ଓ ତାହା କମ୍‌ ସୁଧ ହାରରେ ଅଧିକ ଲାଭଦାୟକ ହେଉଛି। ପିଢ଼ି ପିଢ଼ି ଧରି ୟୁରୋପୀୟଙ୍କ ସଞ୍ଚୟର ଗୁରୁତ୍ୱପୂର୍ଣ୍ଣ ଅଂଶକୁ ଅର୍ଥ ବ୍ୟବସ୍ଥାର ଅନ୍ୟ ଭାଗରୁ ହଟାଇ ଗ୍ରୀନ୍‌ ବା ସବୁଜ ଭାବେ ବର୍ଗୀକରଣ କରାଯାଇଥିବା ପ୍ରୋଜେକ୍ଟଗୁଡ଼ିକରେ ଲଗାଯାଉଛି। କିନୁ କେତେ ଭୟଙ୍କର ତାହା ଜଣେ ଅର୍ଥନୀତିଜ୍ଞଙ୍କ ଦୃଷ୍ଟିକୋଣକୁ ଦେଖିଲେ ଜଣାପଡେ। ଗୋଟିଏ ଦିଗରୁ ପୁଞ୍ଜିକୁ ଆଣି ଅନ୍ୟ କ୍ଷେତ୍ରରେ ଲଗାଇବା ଠିକ୍‌ ନୁହେଁ। ଏହା ବଜାର ଅର୍ଥ ବ୍ୟବସ୍ଥାରେ ଉପତ୍ାଦନର ସବୁଠୁ ଅମାନବୀୟ ପ୍ରସଙ୍ଗ। ଏହା ଏଭଳି ବାଟରେ କରାଯାଉଛି ଯେ, ତାହା ଆର୍ଥିକ ସିଦ୍ଧାନ୍ତର ଏକ ପ୍ରମୁଖ ଅବଧାରଣା କୁହାଯାଉଥିବା ଆବଣ୍ଟନ ନିଷ୍ପକ୍ଷତାକୁ ଖୋଲାଖୋଲି ଉଲ୍ଲଂଘନ କରୁଛି।
ଉପତ୍ାଦନ ଏବଂ ଉପଯୋଗ କ୍ଷେତ୍ରକୁ ପ୍ରଭାବିତ କରିବା ତଥା ବଜାର ପ୍ରକ୍ରିୟା ବାହାରେ ଉପଭୋକ୍ତା ଓ ଏଣ୍ଟରପ୍ରାଇଜଗୁଡ଼ିକର ଅପୂରଣୀୟ କ୍ଷତି କରୁଥିବା ଆର୍ଥିକ ନୀତିଗୁଡ଼ିକୁ ସହଜରେ ବୁଝି ହେଉଛି। ଏଣୁ ବଜାର ଉପରେ ପଡ଼ୁଥିବା ନକାରାମତ୍କ ପ୍ରଭାବଗୁଡ଼ିକୁ ଯଦି ଆମେ ସ୍ବୀକାର କରିବା ଓ ତାହାକୁ କମାଇବା ଲାଗି ଲକ୍ଷ୍ୟ ରଖିବା ତେବେ ଗ୍ରୀନ୍‌ ଅଭିଯାନରେ ତାହା ହେବ ଆମର ଶ୍ରେଷ୍ଠ ଉଦ୍ଦେଶ୍ୟ। ଏହା କାର୍ବନ ଟ୍ୟାକ୍ସ ଭଳି ଡାଇରେକ୍ଟ ପ୍ରାଇସିଂ ମେକାନିଜମ୍‌ କିମ୍ବା ନିର୍ଗମନ ଟ୍ରେଡିଂ ସିଷ୍ଟମ ମାଧ୍ୟମରେ ସମ୍ଭବ ହୋଇପାରିବ ଓ ଏହା କରାଯିବା ଉଚିତ। ଅନ୍ୟପଟେ ଯଦି ପ୍ରାଇସ ଅଫ୍‌ କ୍ୟାପିଟାଲ ବା ପୁଞ୍ଜି ମୂଲ୍ୟର ସୁଧହାର ପରିବର୍ତ୍ତନ କରାଯାଏ ତେବେ ତାହା ଏକ ବଡ଼ ଧରଣର ଅସଙ୍ଗତିିକୁ ଆମନ୍ତ୍ରଣ କରିବ।
ଗ୍ରୀନ୍‌ ଏଣ୍ଟରପ୍ରାଇଜଗୁଡ଼ିକରେ ପୁଞ୍ଜି ଉପତ୍ାଦନ କାରକ ଭାବେ ପରିବେଶଗତ କ୍ଷତିକୁ ଦୂର କରିବାରେ ଏହାର କମ୍‌ ପ୍ରଭାବ ରହିଛି। ଏଣୁ ୟୁରୋପର ଏବକାର ଦୃଷ୍ଟିକୋଣ ଏକ ଅସଙ୍ଗଠିତ କାର୍ଯ୍ୟଧାରାର ନୀତିକୁ ଦର୍ଶାଉଛି। ଇୟୁର ମାଷ୍ଟ୍ରିଚିଟ୍‌ ଚୁକ୍ତି ଇସିବିକୁ ଆର୍ଥିକ ଓ ପରିବେଶଗତ ନୀତିରେ ଜଡ଼ିତ ହେବା ଲାଗି ଅଧିକାର ଦେଇନାହଁି। ଏହା ବଦଳରେ ଆର୍ଥିକ ନୀତିନିର୍ଦ୍ଧାରକମାନେ ଏକ ନିଜସ୍ବ ଅଧିକାର କ୍ଷେତ୍ର ନିଶ୍ଚିତ କରିବା ଏବଂ ସେମାନଙ୍କ କାର୍ଯ୍ୟକଳାପର କ୍ଷେତ୍ରକୁ ସମ୍ପ୍ରସାରିତ କରିବାକୁ ଉକ୍ତ ଚୁକ୍ତି କ୍ଷମତା ପ୍ରଦାନ କରିଛି। ସମ୍ପ୍ରସାରଣ କରିବାର ଏଭଳି ଅଧିକାର ପାଇଁ ଇୟୁ ଦେଶଗୁଡ଼ିକର ସର୍ବସମ୍ମତି କ୍ରମେ ଚୁକ୍ତିରେ ଏକ ସଂଶୋଧନ ଅଣାଯିବା ଆବଶ୍ୟକ। ଆବଣ୍ଟନ ନିଷ୍ପକ୍ଷତାର ସିଦ୍ଧାନ୍ତ ଠିକ୍‌ ଥିଲା ବୋଲି ଏହା ନିଶ୍ଚିତ କରିବାର ଥିତ୍ଲା। କିନ୍ତୁ ଯାହା ଜଣାପଡ଼ୁଛି,ଚୁକ୍ତିରେ ଏକ ସାଧାରଣ ପରିବର୍ତ୍ତନ ନ କରିବା ପାଇଁ ଇୟୁ ନୀତିନିର୍ଦ୍ଧାରକମାନେ ଆଇନଗତ ଚାଲବାଜି କରିଛନ୍ତି। ସୁଧହାରରେ ଇସିବିର କପଟତାପୂର୍ଣ୍ଣ କାର୍ଯ୍ୟ ସମ୍ବନ୍ଧିତ ନୈତିକ, ଆଇନଗତ ଏବଂ ଆର୍ଥିକ ଦିଗକୁ ଯଦି ଆମେ ଧ୍ୟାନ ନ ଦେବା ତେବେ ଆଣବିକ ଶକ୍ତିକୁ ସବୁଜ ବର୍ଗୀଭୁକ୍ତ କରିବା ନିଶ୍ଚିତ ଭାବେ ଏକ ସ୍ବାଗତଯୋଗ୍ୟ କାର୍ଯ୍ୟ ବୋଲି କହିପାରିବା। ଯଦି ଆଣବିକ କେନ୍ଦ୍ରଗୁଡ଼ିକ କାର୍ବନ ଡାଇଅକ୍ସାଇଡ ନିର୍ଗମନ ନ କରେ ତେବେ ଏହା ମଧ୍ୟ ଉଚିତ ପଦକ୍ଷେପ ବୋଲି ଯୁକ୍ତି ବାଢି ପାରିବା। ବ୍ୟାପକ ଜଳବାୟୁ ପରିବର୍ତ୍ତନ କାର୍ଯ୍ୟକ୍ରମ ଦୃଷ୍ଟିରୁ, ଗ୍ରୀନ୍‌ ଲିଡର୍ସ ବା ସବୁଜ ନେତାମାନେ ଆଣବିକ ଶକ୍ତିକୁ ନୂ୍ୟନଭାବେ ବିଚାର କରିବା ଏକ ବଡ଼ ଭୁଲ ଏବଂ ଅବଶିଷ୍ଟ ବିଶ୍ୱ ଏହାକୁ ସ୍ବୀକୃତି ଦେଇଛି।
ଶେଷରେ ଗଣମାଧ୍ୟମ ଦୃଷ୍ଟି ଆକର୍ଷଣକାରୀ ଅନେକ ଦୁର୍ଘଟଣା ପରେ ଜର୍ମାନୀ ଓ ଆଉ କିଛି ଦେଶଆଣବିକ ଶକ୍ତିରୁ ପାରମ୍ପରିକ ପବନ ଏବଂ ସୌର ଶକ୍ତିକୁ ମୁହଁାଇଥିଲେ। କିନ୍ତୁ ଏବେ ବିଶ୍ୱରେ ପୁନର୍ବାର ନୂଆ ନ୍ୟୁକ୍ଲିୟର ପ୍ଲାଣ୍ଟଗୁଡ଼ିକ ପାଇଁ ଯୋଜନା କରାଯାଇ ନିର୍ମାଣ କରାଯାଉଛି। ୫୭ଟି ନ୍ୟୁକ୍ଲିୟର ପ୍ଲାଣ୍ଟ୍‌ ବା ଆଣବିକ କେନ୍ଦ୍ରର ନିର୍ମାଣ ଜାରି ରହିଛି। ୯୭ଟି ପାଇଁ ଯୋଜନା ପ୍ରସ୍ତୁତ ସରିଛି ଏବଂ ଆଉ ୩୨୫ଟି ପ୍ଲାଣ୍ଟ ନିର୍ମାଣ ହେବାର ଯୋଜନା ରହିଛି। ୧୯୭୯ରେ ହାରିସବର୍ଗ, ପେନସିଲଭାନିଆରେ ଦୁର୍ଘଟଣା ପରେ ଆଣବିକ ଶକ୍ତିକୁ ସମ୍ପୂର୍ଣ୍ଣ ପରିହାର କରିବାର ନିଷ୍ପତ୍ତି ନେବାରେ ଏକମାତ୍ର ଦେଶ ଥଲା ସୁଇଡେନ। ହେଲେ ଏହି ଦେଶ ସେଥିତ୍ରୁ ବି ଓହରି ଗଲା। ଏବେ ସୁଇଡେନ ପାଖରେ ଅତ୍ୟଧିତ୍କ ନ୍ୟୁକ୍ଲିୟର ପ୍ଲାଣ୍ଟ ରହିଛି। ସେହିପରି ୨୦୧୧ରେ ଜାପାନର ଫୁକୁସିମା ପ୍ଲାଣ୍ଟ ଦୁର୍ଘଟଣା ଘଟିଥିଲା। ପରେ ଆଣବିକ କେନ୍ଦ୍ରଗୁଡ଼ିକର ସୁରକ୍ଷା ଯାଞ୍ଚ କରିବା ଓ ଆଧୁନିକୀକରଣ ପରେ ପୁନର୍ବାର ଏହି ଶକ୍ତିକୁ ଆପଣାଇବାରେ ଲାଗିଛି।
ଆଣବିକ ଶକ୍ତି ଉପତ୍ାଦନରେ ବିଶ୍ୱର ବହୁ ଦେଶ ସଫଳତା ପାଇବା ପରେ ଏବେ ନୂଆ ଧରଣର ଆଣବିକ ଶକ୍ତି କେନ୍ଦ୍ର ପାଇଁ ଗବେଷଣା ଚାଲୁରହିଛି। ଥୋରିୟମକୁ ଆଧାର କରି ଏବଂ ଆଣବିକ ବର୍ଜ୍ୟମୁକ୍ତ ମଡେଲର ପ୍ଲାଣ୍ଟ ନିର୍ମାଣ ବାଟ ଖୋଜା ଚାଲିଛି। ଏହା ନିଶ୍ଚିତ ଭାବେ ପୁରୁଣା ପ୍ଲାଣ୍ଟଗୁଡ଼ିକ ଠାରୁ ସୁରକ୍ଷିତ ହେବ ବୋଲି ଦାବି କରାଯାଉଛି। ଏକବିଂଶ ଶତାବ୍ଦୀରେ ଜର୍ମାନୀ ବିପରୀତ ଦିଗରେ ଗତି କରିଛି। ଗ୍ରୀନ୍‌ ପାର୍ଟିର ନେତାମାନେ ଆରମ୍ଭରୁ ବିଭାଜିତ। ସେମାନଙ୍କ ମଧ୍ୟରୁ ଅଧିକାଂଶ ଏବେ ବି କ୍ରୋଧ ପ୍ରକାଶ କରୁଛନ୍ତି। କିନ୍ତୁ ଆଣବିକ ଶକ୍ତି ଶସ୍ତାରେ ମିଳିବ, ଜୀବାଶ୍ମ ଇନ୍ଧନର କାର୍ବନ ମୁକ୍ତ ବିକଳ୍ପ ହେବ ବୋଲି ପାର୍ଟିର କେତେଜଣ ଚତୁର ସଦସ୍ୟ ଭିତିରି ଭାରି ଖୁସି ଅଛନ୍ତି। ଯେତେବେଳେ ସର୍ବବ୍ୟାପ୍ତ ପବନ ଓ ସୌର ରଶ୍ମି କମିଯିବ ବା ମାନ୍ଦା ପଡ଼ିଯିବ ଓ ପାରମ୍ପରିକ ଶକ୍ତି ଉପତ୍ାଦନ ବନ୍ଦ ହୋଇଯିବ ସେହି ସମୟରେ ଆଣବିକ ଶକ୍ତି ନିର୍ଣ୍ଣାୟକ ହେବ। ତେବେ ଜର୍ମାନୀ ଗ୍ରୀନ୍‌ ପାର୍ଟିର ନେତମାନେ ଫ୍ରାନ୍ସକୁ ଦୋଷ ଦେଇ ଅପମାନିତ ନ ହୁଅନ୍ତୁ ବୋଲି ଆଶା କରିବା।
ପୂର୍ବତନ ପ୍ରାଧ୍ୟାପକ( ଅର୍ଥନୀତି),
ୟୁନିଭର୍ସିଟି ଅଫ୍‌ ମ୍ୟୁନିଚ୍‌


Enter your email to get our daily news in your inbox.

All Right Reserved By Dharitri.Com

ମହେନ୍ଦ୍ରଗିରିର ଶିବ ମହିମା

ମହେନ୍ଦ୍ରଗିରି ପର୍ୱତ, ଯେଉଁ ପର୍ୱତ ଦିନେ ଥିଲା ଶ୍ୱେତକମଣ୍ଡଳ ରାଜ୍ୟର ଅଂଶବିଶେଷ, ଯେଉଁ ପର୍ୱତକୁ ନିଜ କବିତାରେ ସ୍ଥାନ ଦେଇଛନ୍ତି ଗୋଦାବରୀଶ ମିଶ୍ର, ଗୋପବନ୍ଧୁ ଦାସ ଏବଂ…

ଦେଶଭକ୍ତି ଚିନ୍ତା

ଆମ ଦେଶରେ ଜାତୀୟତାବାଦର ଅତ୍ୟଧିକ ଚାହିଦା ରହିଛି, ହେଲେ ସବୁବେଳେ ଏଠାରେ ଏହାର ଅଭାବ ଥିବା ମନେହୁଏ। ମୋ ଜୀବନରେ ଅତିବାହିତ ସବୁ ଦଶନ୍ଧିରେ ‘ବନ୍ଦେ ମାତରମ୍‌’କୁ…

ମୁଁ ଗୋଟିଏ ଗାଈ

ହାଁ ହାଁ ବାଇମନ… ରୁହ ରୁହ…! ଶୀର୍ଷକଟିକୁ ପଢ଼ି ଦେଇ ପିଲାବେଳର ରଚନା ଭାବି ଆଖି ବୁଲାଇ ନିଅନ୍ତୁନି! ଯେମିତି ଆପଣଙ୍କର ପିଲାବେଳ ଆଉ ନାହିଁ! ସେମିତି…

ଆମକୁ ଯାହା ଲଜ୍ଜା ନାହିଁ

ଅମ ଓଡ଼ିଶା ଭାଷା, ସାହିତ୍ୟ, ସଂସ୍କୃତି, ଚଳଣି, ଆମ ଖାଦ୍ୟ, ଆମ ବିଚାରଧାରା ସବୁଠି ବର୍ତ୍ତମାନ ଅନୁପ୍ରବେଶର ଉପଦ୍ରବ। ଏସବୁ ଭିତରେ ଊଣା ଅଧିକେ ହଜିବାକୁ ବସିଲାଣି…

ବିକଳ୍ପ ଶେଷ

ବର୍ଷ ବର୍ଷ ଧରି ସିଭିଲ ସର୍ଭିସ ପରୀକ୍ଷାରେ ବ୍ୟବସ୍ଥାଗତ ତ୍ରୁଟି ରହିଥିଲା। ପରୀକ୍ଷାରେ ପାସ୍‌ କରି ଆଇଏଏସ୍‌ କିମ୍ବା ଆଇଏଫ୍‌ଏସ୍‌ରେ ପ୍ରବେଶ କଲେ ମଧ୍ୟ ସେମାନେ ଭଲ…

ଏଇ ଭାରତରେ

ସୁନ୍ଦରବନର ଏକ ଗାଁର ଲୋକେ ଜୀବନ-ଜୀବିକା ସଂଘର୍ଷରେ ବିଜୟୀ ହୋଇଛନ୍ତି। ପଶ୍ଚିମବଙ୍ଗ ସନ୍ଦେଶ୍‌ଖାଲି ବ୍ଲକ ଜେଲିଆଖଲି ଗାଁକୁ ଅନେକ ଛୋଟ ନଦୀ ଘେରିରହିଛି। କୋଲ୍‌କାତାଠାରୁ ୭୨ କି.ମି.…

ରେଡିଓ: ମନର କଥା କହେ

ରେଡିଓ ଆମ ଜୀବନରେ ଏକ ଅବିଚ୍ଛେଦ୍ୟ ଅଙ୍ଗ ହୋଇରହିଛି। ସେ ସୂଚନା ପ୍ରସାରଣ ହେଉ କି ଆନନ୍ଦ ପ୍ରଦାନ, ରେଡିଓ ସବୁବେଳେ ଆମ ସାଥିରେ ରହିଛି। ମନେପଡୁଛି…

ଆସ୍ଥାର ବଜାରୀକରଣ

ଭାରତୀୟ ସଂସ୍କୃତିର ପ୍ରାଣକେନ୍ଦ୍ର ହେଉଛି ଆଧ୍ୟାତ୍ମିକତା। ଏଠାରେ ଦେବଦେବୀମାନେ କେବଳ ପୂଜାପାଠର ମାଧ୍ୟମ ନୁହନ୍ତି, ବରଂ ସେମାନେ ଆମ ଜୀବନଶୈଳୀ, ସଂସ୍କାର ଏବଂ ନୈତିକତାର ପ୍ରତୀକ। ହିନ୍ଦୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri