ସବୁଜ ଅଭିବୃଦ୍ଧି ମାନସିକତା

ଜଳବାୟୁ ଓ ଅର୍ଥନୈତିକ ଅଭିବୃଦ୍ଧି ଉପରେ ଧ୍ୟାନ ଦେଉଥିବା ଅନେକଙ୍କ ପାଇଁ ପୁଞ୍ଜିବାଦ ଏକ ସୁବିଧାଜନକ ଲକ୍ଷ୍ୟ ହୋଇଥିବା ବୁଝାପଡ଼ୁଛି। ଅର୍ଥନୈତିକ ବିସ୍ତାରକୁ ଏକ ସର୍ବୋତ୍କୃଷ୍ଟ ପୁଞ୍ଜିବାଦୀ ଅତ୍ୟାବଶ୍ୟକତା ଭାବେ ଦେଖାଯାଉଛି। କିନ୍ତୁ ଏକ ସୀମିତ ଗ୍ରହରେ ଅସୀମ ପଦାର୍ଥ ବୃଦ୍ଧି ସହଜରେ ହୋଇପାରିବ ନାହିଁ। ତେଣୁ ଆର୍ଥିକ ସ୍ଥିତିରେ ଅବନତି, ଅଭିବୃଦ୍ଧି, ପରବର୍ତ୍ତୀ ଅଭିବୃଦ୍ଧି ଏବଂ ଅନ୍ୟାନ୍ୟ ଧାରଣାଗୁଡ଼ିକ ମାନକ ଅର୍ଥନୈତିକ ମଡେଲର ଅତ୍ୟାଧୁନିକ ମତକୁ ସମର୍ଥନ କରିବାକୁ ଉଦ୍ଦିଷ୍ଟ ବୋଲି ଜଣାପଡ଼ୁଛି। ଏହା ଉପରେ ଗଭୀର ଭାବେ ଚିନ୍ତାକଲେ ଜାଣିବାକୁ ପାଇବେ ଯେ, ଏହିସବୁ ଦୃଷ୍ଟିକୋଣ ପ୍ରକୃତ ନୀତି ନୁହେଁ ବରଂ ଅଧିକ ବାକ୍‌ପଟୁତା। ଏହା ମଧ୍ୟ ଏକ ପାଗଳପଣ। ଏହା ପରିବର୍ତ୍ତେ ଅଙ୍ଗାରକାମ୍ଳ ଏବଂ ଅନ୍ୟାନ୍ୟ ପ୍ରଦୂଷଣ ହ୍ରାସ ଉପରେ ଧ୍ୟାନଦେବା ଆବଶ୍ୟକ। ଅଧିକ କାର୍ବନ ନିର୍ଗମନ, କମ୍‌ ଦକ୍ଷତାସମ୍ପନ୍ନ ଅର୍ଥନୈତିକ କାର୍ଯ୍ୟକଳାପ ଯୋଗୁ କେତେକ କ୍ଷେତ୍ର ନିଶ୍ଚିତ ଭାବେ ନିମ୍ନଗାମୀ ହେବ। ଅପରପକ୍ଷେ କମ୍‌ କାର୍ବନ ନିର୍ଗମନ, ଉଚ୍ଚଦକ୍ଷତା କାର୍ଯ୍ୟକଳାପ ଯୋଗୁ କ୍ଷେତ୍ରଗୁଡ଼ିକର ବୃଦ୍ଧି ଘଟିବ। ପୁରୁଣାକୁ ହଟାଇ ନୂତନତ୍ୱର ଏହି ପ୍ରକ୍ରିୟାକୁ ବ୍ୟବହାର କରିବା ଅର୍ଥ ନୁହେଁ ଯେ ନୀତନିର୍ଦ୍ଧାରକମାନେ ନିଷ୍କ୍ରିୟ ହୋଇ ଦେଖିବେ ଓ ତୁମେ ତୁମ ନୀତିରେ ଯାହା ଇଚ୍ଛା ତାହା କରିବ। ତୈଳ, କୋଇଲା ଏବଂ ଗ୍ୟାସ୍‌ ବ୍ୟବହାର ସହ ଜଡ଼ିତ ବୃହତ୍‌ ନକାରାତ୍ମକ ସାମାଜିକ କ୍ଷତି ବିଷୟରେ ବିଚାର କରନ୍ତୁ। ଆମର ସର୍ବୋତ୍ତମ ଆକଳନ ଅନୁଯାୟୀ, ଗତ ଦଶନ୍ଧିରେ ଆମେରିକାରେ ଅଙ୍ଗାରକାମ୍ଳର ନିର୍ଗମନ ଯୋଗୁ ସାମାଜିକ କ୍ଷତି ପ୍ରାୟ ୪ଗୁଣ ବୃଦ୍ଧି ପାଇଛି। ନିର୍ଗତ ୧ ଟନ୍‌ କାର୍ବନ ଡାଇଅକ୍ସାଇଡ୍‌ ପିଛା ପ୍ରାୟ ୫୦ ଡଲାରରୁ ୨୦୦ ଡଲାର ପର୍ଯ୍ୟନ୍ତ କ୍ଷତି ହୋଇଛି ଏବଂ ଏହା ବାସ୍ତବ କ୍ଷତିର କେବଳ ଏକ ଆଂଶିକ ଆକଳନ।
ସମସ୍ତଙ୍କୁ କୁହାଯାଇଛି ପ୍ରତ୍ୟେକ ବ୍ୟାରେଲ ତୈଳ ଏବଂ ପ୍ରତ୍ୟେକ ଟନ କୋଇଲାକୁ ଇନ୍ଧନ ଭାବେ ବ୍ୟବହାର କରିବା ଦ୍ୱାରା ଜିଡିପିରେ ଏହାର ଯୋଗଦାନ ଯାହା ରହୁଛି ତାହା ଅପେକ୍ଷା ବାହ୍ୟ କ୍ଷତି ଅଧିକ ହେଉଛି। ଆମେ ଏଯାବତ ଏଥିପାଇଁ ବ୍ୟବହାର ହେଉଥିବା ଜମି, ଜୈବବିବିଧତା ଓ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ପରିବେଶ ବିଷୟଗୁଡ଼ିକୁ ହିସାବକୁ ନେଇନାହୁଁ। ଏହି ଉଚ୍ଚ ଏବଂ ବଢୁଥିବା କ୍ଷତିକୁ ଦୃଷ୍ଟିରେ ରଖି ନୀତିନିର୍ଦ୍ଧାରଣ ପୂର୍ବରୁ ସ୍ପଷ୍ଟ ହୋଇଛି। ଏଥିରେ କାର୍ବନ ନିର୍ଗମନ କରି କ୍ଷତି କରୁଥିବା କ୍ଷେତ୍ରଗୁଡ଼ିକ ଉପରେ ଜରିମାନା ଲାଗୁ କରାଯିବା ସହ ବିଭିନ୍ନ ପଦ୍ଧତିରେ ବାୟୁମଣ୍ଡଳରୁ କାର୍ବନ ଦୂର କରିବା ପାଇଁ ସକାରାମତ୍କ ପଦକ୍ଷେପ ଲାଗି ସମାନଙ୍କୁ ସବ୍‌ସିଡି ଦିଆଯିବାର ବ୍ୟବସ୍ଥା କରାଯାଇଛି। ଗତ ବର୍ଷର ଆମେରିକୀୟ ମୁଦ୍ରାସ୍ଫୀତି ହ୍ରାସ ଆଇନ (ଆଇଆର୍‌ଏ) ଏହି ଦୁଇଟି ଦିଗ ପ୍ରତି ସହମତି ପ୍ରକାଶ କରିଛି। କିନ୍ତୁ ଏଥିରେ ତୈଳ ଏବଂ ଗ୍ୟାସ୍‌ କାର୍ଯ୍ୟରୁ ମିଥେନ ନିର୍ଗମନ ଜନିତ କ୍ଷତି ପାଇଁ ଜରିମାନା ଲଗାଇଛି। ଏହାର ମୁଖ୍ୟ ଲକ୍ଷ୍ୟ ନିର୍ଗମନ କମ୍‌ କରିବା ପାଇଁ ସବ୍‌ସିଡି ଦେବା ଓ ଟ୍ୟାକ୍ସ କ୍ରେଡିଟ୍‌ ଉପରେ ରହିଛି। ସମ୍ଭାବ୍ୟ ବଜାରରକୁ ନିୟନ୍ତ୍ରଣ କରି ଏବଂ ନିର୍ଦ୍ଦିଷ୍ଟ କ୍ଷେତ୍ରରେ ଅର୍ଥନୈତିିକ ଅଭିବୃଦ୍ଧିକୁ ଉତ୍ସାହିତ କରି ଏହି ଆଇନ ସବୁଜ ଶିଳ୍ପ ନୀତିର ପ୍ରତିନିଧିତ୍ୱ କରିଛି।
ଅର୍ଥନୀତିରେ ଏଭଳି ସକ୍ରିୟ ସରକାରୀ ଯୋଗଦାନ ଅନେକ ପ୍ରଶ୍ନ ସୃଷ୍ଟି କରିଛି। ନିଃସନ୍ଦେହ ଯେ, ଶହ ଶହ କୋଟି ଡଲାରର ସରକାରୀ ସବ୍‌ସିଡି ଅଣବିକଶିତ କ୍ଷେତ୍ରଗୁଡିକରେ ଅକ୍ଷୟ ଶକ୍ତି, ବ୍ୟାଟେରି ସଂରକ୍ଷଣ, ସ୍ବଚ୍ଛ ପରିବହନ ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ପ୍ରଯୁକ୍ତିବିଦ୍ୟାକୁ ନିୟୋଜିତ କରିବ। ଆଗକୁ ବଢାଇବ। ପାରମ୍ପରିକ ଜିଡିପି, ମୂଲ୍ୟଯୁକ୍ତ ଅର୍ଥନୀତି ଓ ନିଯୁକ୍ତି ପରିସଂଖ୍ୟାନ ମାଧ୍ୟମରେ ସେହି ସମସ୍ତ ବିକାଶ ଅର୍ଥନୈତିକ ଅଭିବୃଦ୍ଧି ସୃଷ୍ଟି କରିବ ବୋଲି ଅକଳନ କରାଯାଉଛି। ଏହାର ଅର୍ଥ କୌଣସି ମୂଲ୍ୟ ଦେଇ ଅଭିବୃଦ୍ଧି ଆଣିବା ଭଲ କି? କେବେ ନୁହେଁ। ବିଭିନ୍ନ ଦିଗରୁ ବିଚାରକଲେ ଜଣାଯାଏ ଯେ, ଆର୍ଥିକ ଅଭିବୃଦ୍ଧି ପାଇଁ କେବଳ ସବୁଜ ଅଭିବୃଦ୍ଧିର ଆବଶ୍ୟକତା ନାହିଁ। କମ୍‌ ଅଙ୍ଗାରକାମ୍ଳ ନିର୍ଗମନ କରୁଥିବା ଶକ୍ତି ଏବଂ ଅନ୍ୟାନ୍ୟ ଜଳବାୟୁ ପ୍ରଯୁକ୍ତିବିଦ୍ୟାର ଦ୍ରୁତ ନିୟୋଜନ ସମାବେଶୀ ଅଭିବୃଦ୍ଧି, ଉପଯୁକ୍ତ କାର୍ଯ୍ୟ, ଉନ୍ନତ ସ୍ବାସ୍ଥ୍ୟ, କମ୍‌ ଦାରିଦ୍ର କିମ୍ବା ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ବିଶ୍ୱ ନୀତି ପ୍ରାଥମିକତା ଉପରେ ଗ୍ୟାରେଣ୍ଟି ଦେବ ନାହିଁ । ବୁଝିବାକୁ ହେବ ଯେ, ସୁଲଭ ଏବଂ ସ୍ବଚ୍ଛ ଶକ୍ତି ହିଁ ୧୭ଟି ମିିଳିତ ଜାତିସଂଘର ସ୍ଥାୟୀ ବିକାଶ ଲକ୍ଷ୍ୟ ମଧ୍ୟରୁ କେବଳ ଗୋଟିଏ। ଏହା ଜଳବାୟୁ ନକାରାମତ୍କ ପ୍ରଭାବକୁ ଦୂର କରିବା ଲାଗି ଆବଶ୍ୟକ ପର୍ଯ୍ୟାପ୍ତ ସ୍ବଚ୍ଛ ବା ସବୁଜ ଶକ୍ତି ବ୍ୟବହାର କରୁନାହିଁ। ଦକ୍ଷ ବା କମ୍‌ ଶକ୍ତିରେ ଅଧିକ କାର୍ଯ୍ୟ ହେଲା ଭଳି ପଦକ୍ଷେପଗୁଡ଼ିକର ମଧ୍ୟ ମୁଖ୍ୟ ଭୂମିକା ରହିଛି, ଯେଉଁଥିପାଇଁ ଆଇଆର୍‌ଏରେ ହାଇ ଏଫିସିଏନ୍ସି ଇଲେକ୍ଟ୍ରିକ୍‌ ହୋମ୍‌ ରିବେଟ ପ୍ରୋଗ୍ରାମ ସାମିଲ ହୋଇଛି। ବାହ୍ୟ ପରିବେଶରୁ ସୁରକ୍ଷା ଲାଗି ଉତ୍ତମ ଇନ୍‌ସୁଲେଟେଡ୍‌ ବିଲ୍ଡିଂ ଏବଂ ପ୍ରଭାବୀ ପରିବହନ ଅଙ୍ଗାରକାମ୍ଳ ନିର୍ଗମନକୁ ହ୍ରାସ କରିବାରେ ସହାୟକ ହେବ। ନିର୍ଗମନ ଶୂନ୍ୟ ସବୁଜ ଶକ୍ତି ଓ ବିଦ୍ୟୁତ୍‌ ନିର୍ଭରଶୀଳ ହେବା ପୂର୍ବରୁ ଏହା ହୋଇପାରିବ। ଅର୍ଥାତ୍‌ ଶକ୍ତି ଦକ୍ଷତା ହିଁ ଅଙ୍ଗାରକାମ୍ଳ ପ୍ରଦୂଷଣକୁ ହ୍ରାସ କରିବ।
ଦକ୍ଷତାର ଅର୍ଥ କମ୍‌ରେ କେମିତି ଅଧିକ କାର୍ଯ୍ୟ ହାସଲ କରିବା। ଏହା ମାନକ ମାକ୍ରୋଇକୋନୋମିକ ଅଭିବୃଦ୍ଧି ମଡେଲଗୁଡିକର ଏକ ପ୍ରମୁଖ ଉପାଦାନ । ଜୀବାଶ୍ମ ଇନ୍ଧନ ଉତ୍ତୋଳନ ଏବଂ ତାହାର ରପ୍ତାନି ଉପରେ ଅଧିକ ନିର୍ଭର କରୁଥିବା ଗ୍ଲୋବାଲ ସାଉଥ୍‌ରେ ବିକାଶଶୀଳ ଦେଶ ଏବଂ ଉନ୍ନତ ଅର୍ଥ ବ୍ୟବସ୍ଥା ଥିବା ନିର୍ଦ୍ଦିଷ୍ଟ ଅଞ୍ଚଳଗୁଡ଼ିକ ରହିଛିି। ଯଦି ଅବଶିଷ୍ଟ ବିଶ୍ୱ ତା’ ଶକ୍ତି କ୍ଷେତ୍ରକୁ ସ୍ବଚ୍ଛ ଆଡ଼କୁ ମୁହଁାଇଦିଅନ୍ତି ତେବେ ଏହି ସବୁ ଦେଶର ତୈଳ କ୍ଷେତ୍ର ଏବଂ ଅର୍ଥ ବ୍ୟବସ୍ଥା ମାନ୍ଦା ପଡ଼ିଯିବ। ସେମାନେ ଗରିବ ହୋଇଯାଇପାରନ୍ତି କିମ୍ବା ସେଠାରେ ଅଧିକ ଅସ୍ଥିରତା ପ୍ରକାଶ ପାଇପାରେ। ଅର୍ଥନୀତିରେ ଅବନତି ହେବ ବୋଲି ଯେଉଁ ଯୁକ୍ତି କରାଯାଉଛି ତାହା ହେବ ନାହିଁ। ହଁ, କେତେକ କମ୍ପାନୀ ଏବଂ ବ୍ୟକ୍ତିବିଶେଷ ପୃଥିବୀର ଉତ୍ସଗୁଡିକର ଶୋଷଣ କରି, ନୀତି ନିର୍ଦ୍ଧାରକଙ୍କ ସହ ଲବିକରି ଏବଂ ସେମାନେ କରିଥିବା କ୍ଷୟକ୍ଷତିକୁ ଲୁଚାଇ ଅଧିକ ଲାଭବାନ୍‌ ହୋଇଛନ୍ତି । ସେଥିପାଇଁ ବହୁ ଉପାୟରେ ଅର୍ଥନୈତିକ ଅବକ୍ଷୟ ବିଚାର ସାମ୍ନାକୁ ଆସୁଛି। ମୁଁ ବିଶ୍ୱାସ କରେ ଆଗକୁ ଟ୍ରିଲିୟନ ଡଲାର ବ୍ୟବସାୟ ସୁଯୋଗର ଉପତ୍ାଦନକାରୀ ପଥ ଉପରେ ଆମକୁ ଧ୍ୟାନଦେବାକୁ ପଡ଼ିବ, ଯାହା ଦ୍ରୁତ କାର୍ବନ ନିର୍ଗମନ ହ୍ରାସ ଏବଂ ପରିବର୍ତ୍ତନର ଅନେକ ସକାରାତ୍ମକ କାହାଣୀ ପ୍ରତିପାଦିତ କରେ।
ପରିଶେଷରେ ଉଦ୍ୟୋଗଜଗତର‘ ଆମେ କରିପାରିବୁ’ ଭଳି ଉନ୍ମୁକ୍ତ ବିଚାରଧାରା ଏବଂ ଏହାକୁ ଠିକ୍‌ ଦିଗରେ ପ୍ରୟୋଗ କରିବା; ସିଲିକନ୍‌ ଭ୍ୟାଲିର ମନ୍ତ୍ର ‘ଏଥିପାଇଁ ଶୀଘ୍ର ଆଗକୁ ବଢ଼ ଓ ବାଧା ହଟାଅ’ ଏବଂ ‘ପ୍ରଥମେ କୌଣସି କ୍ଷତି କର ନାହିଁ’ ଭଳି ଡାକ୍ତରଙ୍କ ଶପଥ ସବୁଜ ଅଭିବୃଦ୍ଧି ହାସଲ କରିବା ଲାଗି ଏକ ଉତ୍ତମ ସମନ୍ବୟ ସୃଷ୍ଟି କରିଛି। ସିଲିକନ୍‌ ଭ୍ୟାଲି ଓ ଡାକ୍ତମାନେ ନିଜ ଦ୍ୱାରା ସୃଷ୍ଟ ପ୍ରଦୂଷଣ ପାଇଁ ଏକାଠି କ୍ଷତି ଭରଣା କରୁଛନ୍ତି। ଉଦ୍ୟୋଗୀ, ବ୍ୟବସାୟ ଦ୍ୱାରା କରାଯାଉଥିବା ଆର୍ଥିକ ଅଭିବୃଦ୍ଧି କଥା ଯାହା କୁହାଯାଉଛି ଓ ସରକାର ଯାହାକୁ ପୁନଃ ସ୍ଥାପନ ବା ନିୟନ୍ତ୍ରଣ କରିବାକୁ ଚେଷ୍ଟା କରୁଛନ୍ତି, ତା’ପରିବର୍ତ୍ତେ ପ୍ରଦୂଷଣକୁ ଅଭିବୃଦ୍ଧିରେ ପ୍ରକୃତ ବାଧକ ଭାବେ ବିବେଚନା କରାଯିବା ଉଚିତ।

  • ଗେର୍ନଟ ଓ୍ବାଗନର
    ଜଳବାୟୁ ଅର୍ଥନୀତିଜ୍ଞ, କଲମ୍ବିଆ ବିଜ୍‌ନେସ୍‌ ସ୍କୁଲ

Enter your email to get our daily news in your inbox.

All Right Reserved By Dharitri.Com

ମହେନ୍ଦ୍ରଗିରିର ଶିବ ମହିମା

ମହେନ୍ଦ୍ରଗିରି ପର୍ୱତ, ଯେଉଁ ପର୍ୱତ ଦିନେ ଥିଲା ଶ୍ୱେତକମଣ୍ଡଳ ରାଜ୍ୟର ଅଂଶବିଶେଷ, ଯେଉଁ ପର୍ୱତକୁ ନିଜ କବିତାରେ ସ୍ଥାନ ଦେଇଛନ୍ତି ଗୋଦାବରୀଶ ମିଶ୍ର, ଗୋପବନ୍ଧୁ ଦାସ ଏବଂ…

ଦେଶଭକ୍ତି ଚିନ୍ତା

ଆମ ଦେଶରେ ଜାତୀୟତାବାଦର ଅତ୍ୟଧିକ ଚାହିଦା ରହିଛି, ହେଲେ ସବୁବେଳେ ଏଠାରେ ଏହାର ଅଭାବ ଥିବା ମନେହୁଏ। ମୋ ଜୀବନରେ ଅତିବାହିତ ସବୁ ଦଶନ୍ଧିରେ ‘ବନ୍ଦେ ମାତରମ୍‌’କୁ…

ମୁଁ ଗୋଟିଏ ଗାଈ

ହାଁ ହାଁ ବାଇମନ… ରୁହ ରୁହ…! ଶୀର୍ଷକଟିକୁ ପଢ଼ି ଦେଇ ପିଲାବେଳର ରଚନା ଭାବି ଆଖି ବୁଲାଇ ନିଅନ୍ତୁନି! ଯେମିତି ଆପଣଙ୍କର ପିଲାବେଳ ଆଉ ନାହିଁ! ସେମିତି…

ଆମକୁ ଯାହା ଲଜ୍ଜା ନାହିଁ

ଅମ ଓଡ଼ିଶା ଭାଷା, ସାହିତ୍ୟ, ସଂସ୍କୃତି, ଚଳଣି, ଆମ ଖାଦ୍ୟ, ଆମ ବିଚାରଧାରା ସବୁଠି ବର୍ତ୍ତମାନ ଅନୁପ୍ରବେଶର ଉପଦ୍ରବ। ଏସବୁ ଭିତରେ ଊଣା ଅଧିକେ ହଜିବାକୁ ବସିଲାଣି…

ବିକଳ୍ପ ଶେଷ

ବର୍ଷ ବର୍ଷ ଧରି ସିଭିଲ ସର୍ଭିସ ପରୀକ୍ଷାରେ ବ୍ୟବସ୍ଥାଗତ ତ୍ରୁଟି ରହିଥିଲା। ପରୀକ୍ଷାରେ ପାସ୍‌ କରି ଆଇଏଏସ୍‌ କିମ୍ବା ଆଇଏଫ୍‌ଏସ୍‌ରେ ପ୍ରବେଶ କଲେ ମଧ୍ୟ ସେମାନେ ଭଲ…

ଏଇ ଭାରତରେ

ସୁନ୍ଦରବନର ଏକ ଗାଁର ଲୋକେ ଜୀବନ-ଜୀବିକା ସଂଘର୍ଷରେ ବିଜୟୀ ହୋଇଛନ୍ତି। ପଶ୍ଚିମବଙ୍ଗ ସନ୍ଦେଶ୍‌ଖାଲି ବ୍ଲକ ଜେଲିଆଖଲି ଗାଁକୁ ଅନେକ ଛୋଟ ନଦୀ ଘେରିରହିଛି। କୋଲ୍‌କାତାଠାରୁ ୭୨ କି.ମି.…

ରେଡିଓ: ମନର କଥା କହେ

ରେଡିଓ ଆମ ଜୀବନରେ ଏକ ଅବିଚ୍ଛେଦ୍ୟ ଅଙ୍ଗ ହୋଇରହିଛି। ସେ ସୂଚନା ପ୍ରସାରଣ ହେଉ କି ଆନନ୍ଦ ପ୍ରଦାନ, ରେଡିଓ ସବୁବେଳେ ଆମ ସାଥିରେ ରହିଛି। ମନେପଡୁଛି…

ଆସ୍ଥାର ବଜାରୀକରଣ

ଭାରତୀୟ ସଂସ୍କୃତିର ପ୍ରାଣକେନ୍ଦ୍ର ହେଉଛି ଆଧ୍ୟାତ୍ମିକତା। ଏଠାରେ ଦେବଦେବୀମାନେ କେବଳ ପୂଜାପାଠର ମାଧ୍ୟମ ନୁହନ୍ତି, ବରଂ ସେମାନେ ଆମ ଜୀବନଶୈଳୀ, ସଂସ୍କାର ଏବଂ ନୈତିକତାର ପ୍ରତୀକ। ହିନ୍ଦୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri