କଞ୍ଚାଲଙ୍କା ଚଟଣି

ଆବଶ୍ୟକ ସାମଗ୍ରୀ- କଞ୍ଚା ଲଙ୍କା- ୨୦ଟି, ରସୁଣ- ୪ପାଖୁଡ଼ା, ଲେମ୍ବୁ ରସ-୧ ଚାମଚ, ସୋରିଷ- ୧ ଚାମଚ, ଜୀରା-୧ ଚାମଚ, ଧନିଆ ପତ୍ର- ଅଳ୍ପ (କଟା), ତେଲ- ୨ ଚାମଚ, ଲୁଣ ସ୍ବାଦ ଅନୁସାରେ।
ପ୍ରସ୍ତୁତି ପ୍ରଣାଳୀ- ପ୍ରଥମେ ଲଙ୍କାକୁ ଧୋଇ ଛୋଟ ଛୋଟ କରି ଦିଅନ୍ତୁ। ରସୁଣରୁ ଚୋପା ଛଡାଇ ରଖନ୍ତୁ। ଏହାପରେ କଡେଇ ଗରମ କରି ସେଥିରେ ତେଲ ପକାଇ ରସୁଣ ଓ କଞ୍ଚାଲଙ୍କାକୁ ଅଳ୍ପ ଭାଜନ୍ତୁ। ପ୍ଲେଟକୁ କାଢି ସେସବୁ ଥଣ୍ଡା ହେବା ପରେ ସେଥିରେ ଜୀରା ମିଶାଇ ଟିକେ ଖଦଡା କରି ଗ୍ରାଇଣ୍ଡିଂ କରନ୍ତୁ। ଏବେ ଏହି ପେଷ୍ଟକୁ ବଘାରିବା ପାଇଁ ପୁଣି ଥରେ କଡେଇ ଗରମ କରି ସେଥିରେ ତେଲ ଗରମ କରି ସୋରିଷ ଫୁଟାଇ ଲଙ୍କାବଟା ପକାନ୍ତୁ। କିଛି ସମୟ ଭାଜିବା ପରେ କଡେଇ ଓହ୍ଲାଇ ଆଣି ସେଥିରେ ଧନିଆପତ୍ର, ଲୁଣ ଏବଂ ଲେମ୍ବୁ ରସ ପକାଇ ଭଲଭାବେ ମିଶାଇ ଦିଅନ୍ତୁ। ଏବେ ପ୍ରସ୍ତୁତ ହୋଇଗଲା କଞ୍ଚାଲଙ୍କା ଚଟଣି। ଏହାକୁ ଚକୁଳି, ଦୋସା କିମ୍ବା କୌଣସି ଛଣା ଜିିନଷ ସହିତ ଖାଇଲେ ବହୁତ ଭଲ ଲାଗିବ।