ସବୁଜ ବାଣ ଦର ଆକାଶଛୁଆଁ

କଟକ,୧୧ା୧୧(ସୁପ୍ରିୟା ପ୍ରିୟଦର୍ଶିନୀ): ଏଥର ମହଙ୍ଗା ହେବ ଦୀପାବଳି। ସବୁଜ ବାଣ ଫୁଟାଇବାକୁ ଅନୁମତି ମିଳିଥିଲେ ବି ବଜାରରେ ଏହି ବାଣ ଦର ମୂଲ୍ୟ ଆକାଶଛୁଆଁ ରହିଛି। ଅନ୍ୟପଟେ ପାରମ୍ପରିକ ବାଣ ଓ ରାସାୟନିକ ବାଣ ଫୁଟାଇବା ଓ ବିକ୍ରି ଉପରେ କଟକଣା ଯୋଗୁ ଦୀପାବଳିରେ ଦୀପ ଓ ଲାଇଟର ଚାହିଦା ବଢ଼ିଛି। ଯେଉଁ ବାଣ ଗତବର୍ଷ ୧୦୦ ଟଙ୍କା ଥିଲା, ତା’ ଦର ଏଥର ୧୩୦ରୁ ୧୪୦ଟଙ୍କା ଛୁଇଁଛି। ଫ୍ୟାନ୍ସି ବାଣ ଦର ଏତେ ଯେ, ହାତ ମାରି ହେଉନି। ସ୍କାଏ ସର୍ଟ ୫ ଶହରୁ ୫ ହଜାର ଯାଏଁ ରହିଛି। ଗୋଟିଏ କେଜିକିଆ ପଲିଥିନ୍‌ ଭର୍ତ୍ତି ଫ୍ୟାନ୍ସି ବାଣ ଆଣିଲେ, ଅତିକମରେ ୨ ହଜାର ଟଙ୍କା ପକେଟ୍‌ରୁ ଯିବାଟା ଥୟ। ତେବେ ବାଣପ୍ରେମୀଙ୍କୁ ଆଶ୍ୱସ୍ତି ଦେବ କିଛି ଦେଶୀ ବାଣ। ଏଥର ଆକାଶ ଦୀପ, ଘଡ଼ି ଓ ଝୁରଝରି ଭଳି ଦେଶୀ ବାଣ ଡିମାଣ୍ଡରେ ରହିବ। କଟକ ଓ ଏହାର ଉପକଣ୍ଠରେ ପ୍ରାୟ ୨୦ଟି ପଡ଼ିଆରେ ଖୋଲିଛି ୨୦୦ରୁ ଅଧିକ ବାଣ ଦୋକାନ। ଗୁରୁବାରଠାରୁ ୩ ଦିନ ପାଇଁ ବାଣ ବିକ୍ରି କରାଯିବ। ସେପଟେ କଟକ ମାର୍କେଟରେ ଫ୍ୟାନ୍ସି ବାଣ ୫୦ ଟଙ୍କାରୁ ମିଳୁଛି। ଫ୍ୟାନ୍ସି ଆଇଟମରେ ସବୁଠୁ ଅଧିକ ଦର ୧୦ ହଜାର ଯାଏଁ ଅଛି। ପିଲାଙ୍କ ପାଇଁ ଡିମାଣ୍ଡରେ ଥିବା ‘ପପ୍ପପ୍‌’ ବାଣର ୬ଟି ଆଇଟମ୍‌ ଅଛି। ଯାହାର ଦର ୧୦ ଟଙ୍କାରୁ ୪୦ ଯାଏଁ ରହିଛି। ସେହିପରି ଆକାଶ ଦୀପ ଦର ୨୫ରୁ ୩୦ ଟଙ୍କା ଅଛି। ଚାହିଦା ଦେଖି କିଛି ବ୍ୟବସାୟୀ ଏହାକୁ ୫୦ ଟଙ୍କାରେ ବି ବିକିବେ। ସେହିପରି ଆକାଶଛୁଆଁ ସଟ୍‌ ଅତିକମରେ ୩୦୦-୫୦୦ ଟଙ୍କାରେ ମିଳିଯିବ। ଯେଉଁଥିରେ ମାତ୍ର ୭ରୁ ୮ଟି ସଟ୍‌ ଅଛି। ୩୦ରୁ ୪୦ ସଟ୍‌ ଥିବା ବାଣର ଦର ୧ହଜାର ଟଙ୍କା ରହିଛି। ସବୁଠୁ ଅଧିକ ୧୨୦ ସଟ୍‌ ଥିବା ବାଣର ଦର ୪୫୦୦ରୁ ୧୦ହଜାର ଟଙ୍କା ଯାଏଁ ରଖାଯାଇଛି। ଘଡି ବାଣ ୨୦ରୁ ୩୦ ଟଙ୍କା, ସ୍କାଏ ଲଣ୍ଠନ ୪୦ ଟଙ୍କାରୁ ୧୦୦ ଟଙ୍କା, ୨୦ ଟଙ୍କାର ମହମବତି ରହିଛି। କେବଳ ପେଟ୍ରୋଲିୟମ ଆଣ୍ଡ ଏକ୍ସପ୍ଲୋସିଭସ ସେଫଟି ଅର୍ଗାନାଇଜେଶନ ଅନୁମୋଦିତ ସବୁଜ ବାଣ ବିକ୍ରିର ଅନୁମତି ଅଛି। ଦରଦାମ୍‌ ବଢିବାର କାରଣ ନେଇ କଟକର ଜଣେ ବାଣ ବ୍ୟବସାୟୀ ସଂଗ୍ରାମ କୁମାର ସାହୁ କହିଛନ୍ତି, ଜଟଣୀ ହୋଲସେଲ୍‌ ମାର୍କେଟକୁ ବାଣ ମଗାଯାଉଛି। ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶନାମା ପରେ ବାଣରେ ଅନେକ କଟକଣା ଲାଗିଛି। ଉତ୍ପାଦ ବି ପୂର୍ବ ଅପେକ୍ଷା ଢେର କମ୍‌। ଏଥିଯୋଗୁଁ ଏଥର ହୋଲସେଲ୍‌ ଦର ଅତିକମ୍‌ରେ ୨୫-୩୦ ପ୍ରତିଶତ ବଢିଛି। ସେହି ଅନୁସାରେ ଗ୍ରାହକଙ୍କ ପାଖରେ ବାଣ ପହଞ୍ଚିବା ବେଳକୁ ଦର ବଢିଯାଉଛି। ଅପରପକ୍ଷରେ ବାଣ ବ୍ୟବସାୟ ବେଳେ ସତର୍କତା ପାଇଁ ପଦକ୍ଷେପ ନିଆଯାଇଛି। ଅଘଟଣ ରୋକିବା ପାଇଁ କଟକର ବିଭିନ୍ନ ସ୍ଥାନରେ ବାଣ ଦୋକାନରେ ଅଗ୍ନିଶମ ବିଭାଗ ଯାଞ୍ଚ କରିଛି। ଚଳିତବର୍ଷ କଟକ ସହରରେ ମୋଟ ୩୧ଟି ସ୍ଥାନରେ ଅସ୍ଥାୟୀ ବାଣ ଦୋକାନକୁ ଲାଇସେନ୍ସ ଦିଆଯାଇଛି। ଅଗ୍ନିଶମ ବିଭାଗ ପକ୍ଷରୁ ବେଆଇନ ଭାବେ ହୋଇଥିବା ବାଣ ଦୋକାନକୁ ସିଲ୍‌ କରାଯାଉଛି। ସେହିଭଳି ବାଣ ଦୋକାନଗୁଡିକ ସୁରକ୍ଷା ସମ୍ପର୍କିତ ସମସ୍ତ ନିୟମ ପାଳନ କରୁଛନ୍ତି କି ନା, ସେ ଦିଗରେ ମଧ୍ୟ ଅଗ୍ନିଶମ ବିଭାଗ ଯାଞ୍ଚ କରିଛି। ମୁଖ୍ୟତଃ ପ୍ରଦୂଷଣମୁକ୍ତ ବାଣ ବିକ୍ରି, ଅତ୍ୟଧିକ ଶବ୍ଦ ସୃଷ୍ଟି କରୁଥିବା ବାଣ ବିକ୍ରି ଉପରେ ନିଷେଧାଦେଶ ରହିଛି। ତେଣୁ ସେଭଳି ବାଣ ଯଦି ବିକ୍ରି କରାଯାଉଛି ତେବେ ତାକୁ ଜବତ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ପୁଣି SCB ମେଡିକାଲରେ ଅଘଟଣ: ଜଳିଲା ଇଲେକ୍ଟ୍ରି ବୋର୍ଡ

କଟକ,୧୮।୩: ପୁଣି SCB ମେଡିକାଲରେ ଅଘଟଣ। ଶର୍ଟସର୍କିଟରୁ ନନ ଟ୍ରମା କେୟାରରେ ଏକ ଇଲେକ୍ଟ୍ରି ବୋର୍ଡ ଜଳିଯାଇଛି। କିଛି ଅଘଟଣ ପୂର୍ବରୁ ଅଗ୍ନିଶମ କର୍ମଚାରୀ ଆୟତ୍ତ କରିଛନ୍ତି।…

ପ୍ରଥମ ପର୍ଯ୍ୟାୟ ଜନଗଣନା ପାଇଁ ପ୍ରଶିକ୍ଷଣ ଆରମ୍ଭ: ନୀତି ନିୟମ ଉପରେ ଗୁରୁତ୍ୱ ଦେଇ…

କର୍ଲାମୁଣ୍ଡା,୧୮ା୩(ପ୍ରଦୀପ କୁମାର ସାହୁ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ସଦରସ୍ଥିତ ରତନ ଭୋଇ ପଞ୍ଚାୟତ ସମିତି ଉଚ୍ଚ ବିଦ୍ୟାଳୟଠାରେ କର୍ଲାମୁଣ୍ଡା ତହସିଲ ପକ୍ଷରୁ ପ୍ରଥମ ପର୍ଯ୍ୟାୟ ଜନଗଣନା…

୩ୟ ବିଶ୍ୱଯୁଦ୍ଧ: ଯୁଦ୍ଧକୁ ଡେଇଁଲା ଚାଇନା! ବିଶ୍ୱରେ ଚହଳ…

ବେଜିଂ,୧୮।୩: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷ ମଧ୍ୟରେ, ଏକ ସାମ୍ପ୍ରତିକ ଆମେରିକାର ରିପୋର୍ଟ ଏକ ବଡ଼ ଖୁଲାସା କରିଛି। ରିପୋର୍ଟ ଅନୁଯାୟୀ, ଚାଇନା ଇରାନକୁ ସାମରିକ ଏବଂ ବୈଷୟିକ…

ବେଆଇନ ଇଟାଭାଟି ଉଚ୍ଛେଦ କଲା ପ୍ରଶାସନ

ପରଜଙ୍ଗ,୧୮ା୩(ନିଗମାନନ୍ଦ ଦଳବେହେରା): ଢେଙ୍କାନାଳ ଜିଲା ପରଜଙ୍ଗ ବ୍ଲକ ଡମୋଳ ଗ୍ରାମ ଝରାସାଇ ନିକଟରେ ହୋଇଥିବା ଏକ ବେଆଇନ ଇଟାଭାଟି ସହିତ ଗଢ଼ା ହୋଇଥିବା କିଛି ଇଟାକୁ ପ୍ରଶାସନ…

ନଳକୂପରୁ ବାହାରୁଛି ଗୋଳିଆ ପାଣି, କୂଅରୁ ପାଣି ଆଣିବା ପାଇଁ ଦୂରକୁ ଯିବାକୁ ପଡୁଛି

ଦାରିଙ୍ଗବାଡ଼ି,୧୮ା୩(ଅରୁଣ ସାହୁ): ଏବେ ଶୀତ ଯାଇ ଗ୍ରୀଷ୍ମ ଆସିଲା ଚାରିଆଡ଼େ ପିଇବା ପାଣି ଟିକେ ପାଇଁ ସଂଘର୍ଷ କରିବାକୁ ପଡୁଛି। ଯେଉଁଠି ପାଇପ୍‌ ଯୋଗେ ଜଳ ଯୋଗାଣ…

ବ୍ୟବସାୟୀଙ୍କ ସ୍କୁଟି ଡିକି ଭାଙ୍ଗି ୧୧୦ ଗ୍ରାମ୍‌ ସୁନା ଅଳଙ୍କାର ଲୁଟ୍‌

ରାୟଗଡ଼ା,୧୮ା୩(ଆଶିଷ ରଞ୍ଜନ ପଣ୍ଡା): କିଛି ଦିନର ନୀରବତା ପରେ ପୁଣି ରାୟଗଡ଼ା ସହରରେ ଆରମ୍ଭ ହୋଇଛି ଚୋରି ଓ ଲୁଟ୍‌। ପୋଲିସ୍‌କୁ ଏକପ୍ରକାର ଖୋଲା ଚ୍ୟାଲେଞ୍ଜ କରିଛନ୍ତି…

କଂଗ୍ରେସକୁ ଶକ୍ତ ଝଟ୍‌କା: ଦଳ ଛାଡ଼ି ଭାଜପାରେ ଯୋଗଦେଲେ ବରିଷ୍ଠ ନେତା

ଗୁଆହାଟୀ,୧୮ା୩:ଆସାମ ବିଧାନସଭା ନିର୍ବାଚନ ପୂର୍ବରୁ କଂଗ୍ରେସକୁ ପୁଣି ଶକ୍ତ ଧକ୍କା ଲାଗିଛି। ଦଳୀୟ ନେତା ତଥା ନାଗାଓଁ ଏମ୍‌ପି ପ୍ରଦ୍ୟୁତ୍‌ ବର୍ଦୋଳୋଇ ଭାଜପାରେ ଯୋଗ ଦେଇଛନ୍ତି। ଆସାମ…

ଦିଲୀପଙ୍କ ବିଜୟକୁ ନେଇ ମୁହଁ ଖୋଲିଲେ ସୌମ୍ୟରଞ୍ଜନ: ବିଜେଡି-ଭାଜପା ଭିତିରି ସମ୍ପର୍କକୁ ନେଇ କହିଦେଲେ ଏମିତି

ଭୁବନେଶ୍ୱର,୧୮।୩ (ସୁନିତ୍‌ ମିଶ୍ର):ରାଜ୍ୟ ସଭା ନିର୍ବାଚନରେ ଯେଉଁମାନେ ଦଳ ବିରୋଧରେ ଯାଇ ଭୋଟ ଦେଲେ ଏବଂ ଯେଉଁମାନେ ସେହି ଭୋଟକୁ ପାଇବା ପାଇଁ ଉଦ୍ୟମ କଲେ ସେମାନେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri