ସବୁଜ ବାଣ ଦର ଆକାଶଛୁଆଁ

କଟକ,୧୧ା୧୧(ସୁପ୍ରିୟା ପ୍ରିୟଦର୍ଶିନୀ): ଏଥର ମହଙ୍ଗା ହେବ ଦୀପାବଳି। ସବୁଜ ବାଣ ଫୁଟାଇବାକୁ ଅନୁମତି ମିଳିଥିଲେ ବି ବଜାରରେ ଏହି ବାଣ ଦର ମୂଲ୍ୟ ଆକାଶଛୁଆଁ ରହିଛି। ଅନ୍ୟପଟେ ପାରମ୍ପରିକ ବାଣ ଓ ରାସାୟନିକ ବାଣ ଫୁଟାଇବା ଓ ବିକ୍ରି ଉପରେ କଟକଣା ଯୋଗୁ ଦୀପାବଳିରେ ଦୀପ ଓ ଲାଇଟର ଚାହିଦା ବଢ଼ିଛି। ଯେଉଁ ବାଣ ଗତବର୍ଷ ୧୦୦ ଟଙ୍କା ଥିଲା, ତା’ ଦର ଏଥର ୧୩୦ରୁ ୧୪୦ଟଙ୍କା ଛୁଇଁଛି। ଫ୍ୟାନ୍ସି ବାଣ ଦର ଏତେ ଯେ, ହାତ ମାରି ହେଉନି। ସ୍କାଏ ସର୍ଟ ୫ ଶହରୁ ୫ ହଜାର ଯାଏଁ ରହିଛି। ଗୋଟିଏ କେଜିକିଆ ପଲିଥିନ୍‌ ଭର୍ତ୍ତି ଫ୍ୟାନ୍ସି ବାଣ ଆଣିଲେ, ଅତିକମରେ ୨ ହଜାର ଟଙ୍କା ପକେଟ୍‌ରୁ ଯିବାଟା ଥୟ। ତେବେ ବାଣପ୍ରେମୀଙ୍କୁ ଆଶ୍ୱସ୍ତି ଦେବ କିଛି ଦେଶୀ ବାଣ। ଏଥର ଆକାଶ ଦୀପ, ଘଡ଼ି ଓ ଝୁରଝରି ଭଳି ଦେଶୀ ବାଣ ଡିମାଣ୍ଡରେ ରହିବ। କଟକ ଓ ଏହାର ଉପକଣ୍ଠରେ ପ୍ରାୟ ୨୦ଟି ପଡ଼ିଆରେ ଖୋଲିଛି ୨୦୦ରୁ ଅଧିକ ବାଣ ଦୋକାନ। ଗୁରୁବାରଠାରୁ ୩ ଦିନ ପାଇଁ ବାଣ ବିକ୍ରି କରାଯିବ। ସେପଟେ କଟକ ମାର୍କେଟରେ ଫ୍ୟାନ୍ସି ବାଣ ୫୦ ଟଙ୍କାରୁ ମିଳୁଛି। ଫ୍ୟାନ୍ସି ଆଇଟମରେ ସବୁଠୁ ଅଧିକ ଦର ୧୦ ହଜାର ଯାଏଁ ଅଛି। ପିଲାଙ୍କ ପାଇଁ ଡିମାଣ୍ଡରେ ଥିବା ‘ପପ୍ପପ୍‌’ ବାଣର ୬ଟି ଆଇଟମ୍‌ ଅଛି। ଯାହାର ଦର ୧୦ ଟଙ୍କାରୁ ୪୦ ଯାଏଁ ରହିଛି। ସେହିପରି ଆକାଶ ଦୀପ ଦର ୨୫ରୁ ୩୦ ଟଙ୍କା ଅଛି। ଚାହିଦା ଦେଖି କିଛି ବ୍ୟବସାୟୀ ଏହାକୁ ୫୦ ଟଙ୍କାରେ ବି ବିକିବେ। ସେହିପରି ଆକାଶଛୁଆଁ ସଟ୍‌ ଅତିକମରେ ୩୦୦-୫୦୦ ଟଙ୍କାରେ ମିଳିଯିବ। ଯେଉଁଥିରେ ମାତ୍ର ୭ରୁ ୮ଟି ସଟ୍‌ ଅଛି। ୩୦ରୁ ୪୦ ସଟ୍‌ ଥିବା ବାଣର ଦର ୧ହଜାର ଟଙ୍କା ରହିଛି। ସବୁଠୁ ଅଧିକ ୧୨୦ ସଟ୍‌ ଥିବା ବାଣର ଦର ୪୫୦୦ରୁ ୧୦ହଜାର ଟଙ୍କା ଯାଏଁ ରଖାଯାଇଛି। ଘଡି ବାଣ ୨୦ରୁ ୩୦ ଟଙ୍କା, ସ୍କାଏ ଲଣ୍ଠନ ୪୦ ଟଙ୍କାରୁ ୧୦୦ ଟଙ୍କା, ୨୦ ଟଙ୍କାର ମହମବତି ରହିଛି। କେବଳ ପେଟ୍ରୋଲିୟମ ଆଣ୍ଡ ଏକ୍ସପ୍ଲୋସିଭସ ସେଫଟି ଅର୍ଗାନାଇଜେଶନ ଅନୁମୋଦିତ ସବୁଜ ବାଣ ବିକ୍ରିର ଅନୁମତି ଅଛି। ଦରଦାମ୍‌ ବଢିବାର କାରଣ ନେଇ କଟକର ଜଣେ ବାଣ ବ୍ୟବସାୟୀ ସଂଗ୍ରାମ କୁମାର ସାହୁ କହିଛନ୍ତି, ଜଟଣୀ ହୋଲସେଲ୍‌ ମାର୍କେଟକୁ ବାଣ ମଗାଯାଉଛି। ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶନାମା ପରେ ବାଣରେ ଅନେକ କଟକଣା ଲାଗିଛି। ଉତ୍ପାଦ ବି ପୂର୍ବ ଅପେକ୍ଷା ଢେର କମ୍‌। ଏଥିଯୋଗୁଁ ଏଥର ହୋଲସେଲ୍‌ ଦର ଅତିକମ୍‌ରେ ୨୫-୩୦ ପ୍ରତିଶତ ବଢିଛି। ସେହି ଅନୁସାରେ ଗ୍ରାହକଙ୍କ ପାଖରେ ବାଣ ପହଞ୍ଚିବା ବେଳକୁ ଦର ବଢିଯାଉଛି। ଅପରପକ୍ଷରେ ବାଣ ବ୍ୟବସାୟ ବେଳେ ସତର୍କତା ପାଇଁ ପଦକ୍ଷେପ ନିଆଯାଇଛି। ଅଘଟଣ ରୋକିବା ପାଇଁ କଟକର ବିଭିନ୍ନ ସ୍ଥାନରେ ବାଣ ଦୋକାନରେ ଅଗ୍ନିଶମ ବିଭାଗ ଯାଞ୍ଚ କରିଛି। ଚଳିତବର୍ଷ କଟକ ସହରରେ ମୋଟ ୩୧ଟି ସ୍ଥାନରେ ଅସ୍ଥାୟୀ ବାଣ ଦୋକାନକୁ ଲାଇସେନ୍ସ ଦିଆଯାଇଛି। ଅଗ୍ନିଶମ ବିଭାଗ ପକ୍ଷରୁ ବେଆଇନ ଭାବେ ହୋଇଥିବା ବାଣ ଦୋକାନକୁ ସିଲ୍‌ କରାଯାଉଛି। ସେହିଭଳି ବାଣ ଦୋକାନଗୁଡିକ ସୁରକ୍ଷା ସମ୍ପର୍କିତ ସମସ୍ତ ନିୟମ ପାଳନ କରୁଛନ୍ତି କି ନା, ସେ ଦିଗରେ ମଧ୍ୟ ଅଗ୍ନିଶମ ବିଭାଗ ଯାଞ୍ଚ କରିଛି। ମୁଖ୍ୟତଃ ପ୍ରଦୂଷଣମୁକ୍ତ ବାଣ ବିକ୍ରି, ଅତ୍ୟଧିକ ଶବ୍ଦ ସୃଷ୍ଟି କରୁଥିବା ବାଣ ବିକ୍ରି ଉପରେ ନିଷେଧାଦେଶ ରହିଛି। ତେଣୁ ସେଭଳି ବାଣ ଯଦି ବିକ୍ରି କରାଯାଉଛି ତେବେ ତାକୁ ଜବତ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଜଙ୍ଗଲରେ ଲୁଚିଥିଲେ ସିପୁ: ଏନକାଉଣ୍ଟର କଲା ପୋଲିସ

ଭୁବନେଶ୍ୱର,୧।୨: କେନ୍ଦୁଝର ବଡ଼ବିଲରେ ଏନକାଉଣ୍ଟର। ଦୁର୍ଦ୍ଦାନ୍ତ ଡକାୟତ ସିପୁ କୁମାରଙ୍କୁ ଏନକାଉଣ୍ଟର କଲା ବଡ଼ବିଲ ପୋଲିସ। ଓଡ଼ିଶା-ଝାଡ଼ଖଣ୍ଡ ସିମା ଟାଙ୍କୁରା ଜଙ୍ଗଳରେ ଏନକାଉଣ୍ଟର କରାଯାଇଥିବା ସୂଚନା ମିଳିଛି।…

ଏକେଶ୍ୱରବାଦ ଧର୍ମ

ଗ୍ରାୟତ୍ରୀ ସିଂହ ଗତ କଲ୍ୟାଣ ପାଇଁ ମହିମା ଧର୍ମ ହେଉଛି ଅନନ୍ୟ। ସତ୍‌ ମାର୍ଗରେ ଯିବା ପାଇଁ ମହିମା ସ୍ବାମୀ ବିଶ୍ୱର ସମସ୍ତ ଜନ ସମାଜକୁ ଆହ୍ବାନ୍‌…

ଏପ୍‌ଷ୍ଟିନ୍‌ ଫାଇଲ୍‌ରେ ମୀରା ନାୟାର

ଓ୍ବାଶିଂଟନ,୧।୨: ଯୌନ କେଳେଙ୍କାରୀ ମାମଲାରେ ଦୋଷୀସାବ୍ୟସ୍ତ ନିୟୁତପତି ଫାଇନାନ୍ସର ଜେଫ୍ରି ଏପ୍‌ଷ୍ଟିନ୍‌ଙ୍କ ସମ୍ପର୍କିତ ଅଧିକ ଅନୁସନ୍ଧାନଯୋଗ୍ୟ ଫାଇଲ୍‌ ତଥ୍ୟକୁ ଆମେରିକା ନ୍ୟାୟ ବିଭାଗ ଶୁକ୍ରବାର ପ୍ରକାଶ କରିଛି। ଏପ୍‌ଷ୍ଟିନ୍‌ଙ୍କ…

ଗାଜାରେ ଇସ୍ରାଏଲୀ ଆକ୍ରମଣ: ୨୯ ମୃତ

ଡେଇର ଅଲ୍‌-ବଲାହ,୧।୨: ଇସ୍ରାଏଲ୍‌- ଗାଜା ଯୁଦ୍ଧ ବନ୍ଦ କରିବା ଲକ୍ଷ୍ୟରେ ଗତବର୍ଷ ଅକ୍ଟୋବରରେ ଅସ୍ତ୍ରବିରତି କାର୍ଯ୍ୟକାରୀ ହୋଇଥିଲା। ଏହା ସତ୍ତ୍ୱେ ଇସ୍ରାଏଲୀ ସେନା ଶନିବାର ଗାଜା ଉପରେ ଆକ୍ରମଣ…

ଅଗ୍ରଦୂତ ନବ ପ୍ରଭାତର

ଡ. ପ୍ରଫୁଲ୍ଲ କୁମାର ସାହୁ ଗତିଶୀଳ ଚେତନାର ଭଗୀରଥ ଭଗବତୀ ଚରଣ ପାଣିଗ୍ରାହୀ। ଚାଷୀ ମୂଲିଆ ଓ ଅସହାୟ ମଣିଷର ପ୍ରକୃତ ବନ୍ଧୁ। ବିଂଶ ଶତାବ୍ଦୀର ଚତୁର୍ଥ…

କଡ଼ ଲେଉଟାଇଲା ପାଗ, ଫେରିଲା ଶୀତ, ଘନ କୁହୁଡ଼ି ଯୋଗୁ ଗାଡ଼ି ଚଳାଚଳ ବାଧାପ୍ରାପ୍ତ

ଦାରିଙ୍ଗବାଡି, ୧।୨ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ଅଞ୍ଚଳକୁ ପୁଣ ଫେରିଛିି ଶୀତ। ଭୋର ସମୟରେ ଅସହ୍ୟ ଜାଡ଼ ଅନୁଭୂତ ଯୋଗୁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡିଛି।…

ଆଇନ ଶାସନର ଉଲ୍ଲଂଘନ

ଆକାର ପଟେଲ ଏକ ଗଣତାନ୍ତ୍ରିକ ସମାଜ ଭାବରେ ଏହା ଆଶା କରାଯାଏ ଯେ ଭାରତର କର୍ତ୍ତୃପକ୍ଷ ଆଇନର ଶାସନ ପାଳନ କରିବେ। ଏକ ଧାରଣା ବି ରହିଛି,…

LPG Cylinder Price: ବଜେଟ ପୂର୍ବରୁ ବଢିଲା ଏଲପିଜି ସିଲିଣ୍ଡର ଦର

ନୂଆଦିଲ୍ଲୀ,୧।୨: ରବିବାର (୧ ଫେବୃଆରୀ) କେନ୍ଦ୍ର ବଜେଟ ଉପସ୍ଥାପନ ପୂର୍ବରୁ, ସରକାର ସାଧାରଣ ଜନତା ଏବଂ ବ୍ୟବସାୟ ଉଭୟଙ୍କୁ ଏକ ଝଟକା ଦେଇଛନ୍ତି। ରାଷ୍ଟ୍ରାୟତ୍ତ ତୈଳ କମ୍ପାନୀଗୁଡ଼ିକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri