ଧୁମଧାମରେ ଚାଲିଛି ବିବାହ ଋତୁ। କେବଳ ବର-କନ୍ୟା ନୁହେଁ ସେମାନଙ୍କ ପରିବାର ସଦସ୍ୟ ଏବଂ ସମ୍ପର୍କୀୟଙ୍କ ପାଇଁ ଏହା ବିଶେଷ ମୂହୁର୍ତ୍ତ ଅଟେ। ଦେଶରେ ବିବାହଖଉ ଏଖ ଉତ୍ସବ ଭାବେ ପାଳନ କରିବା ସହ ପୁରା ପରିବାର ଏହାକୁ ନାଚି, ଗାଇ ଧୁମଧାମରେ ପାଳନ କରନ୍ତି। ବିବାହରେ ବହୁଳ ଭାବରେ ପରିବାର ଲୋକଙ୍କୁ ଖର୍ଚ୍ଚାନ୍ତ ହେବାକୁ ପଡିଥାଏ, ଏକଥା ଆପଣ ନିଶ୍ଚିନ୍ତ ଭାବରେ ଜାଣିଥିବେ। ଯଦି ସେହି ଖର୍ଚ୍ଚ ଅତିଥିଙ୍କୁ ବହନ କରିବାକୁ ପଡିଥାଏ। ଶୁଣି ଆଶ୍ଚର୍ଯ୍ୟ ହେଉଥିବେ। କିନ୍ତୁ ନିକଟରେ ଏପରି ଏକ ଘଟଣା ଘଟିଛି ଯେଉଁଠି ବିବାହର ସବୁ ରଶମ ଠାରୁ ଆରମ୍ଭ କରି ରହିବା-ଖାଇବା ଖର୍ଚ୍ଚ ଅତିଥି,ବନ୍ଧୁବର୍ଗଙ୍କୁ ଦେବାକୁ ପଡିଛି।
ସାଧାରଣତ ନିମନ୍ତ୍ରଣ କାର୍ଡ ମାଧ୍ୟମରେ ବିବାହରେ ଯୋଗଦେବାକୁ ଅତିଥିମାନଙ୍କୁ ନିମନ୍ତ୍ରଣ କରାଯାଇଥାଏ। କିନ୍ତୁ ନିକଟରେ ଏପରି ଏକ ବିବାହର ନିମନ୍ତ୍ରଣ କାର୍ଡ ଭାଇରାଲ ହୋଇଛି, ଯେଉଁଠି କାର୍ଡ ସହ ୩୦୦ ପାଉଣ୍ଡ(୩୧ ହଜାର ଟଙ୍କାରୁ ଅଧିକ) ଚାର୍ଜ କରାଯାଇଛି। କାର୍ଡ ଦେଖି ଅତିଥିମାନେ ଦମ୍ପତିଙ୍କ ଉପରେ ରାଗିଯିବା ସହ ବିବାହରେ ଯୋଗ ଦେବେନି ବୋଲି ମନା କରି ଦେଇଛନ୍ତି। ଆପଣ ଭାବୁଥିବେ, ଦମ୍ପତି ନିମନ୍ତ୍ରଣ କାର୍ଡରେ ଏପରି କଣ ଚାର୍ଜ କଲେ ଯାହାକୁ ଶୁଣି ସମ୍ପର୍କୀୟ ରାଗି ନିଆଁବାଣ ହୋଇଯାଇଛନ୍ତି। ଆସନ୍ତୁ ଜାଣିବା।
ଏ ସମ୍ପର୍କରେ ଜଣେ ମହିଳା ସୋସିଆଲ ମିଡିଆରେ ଉଲ୍ଲେଖ କରିଛନ୍ତି। ମହିଳା ଜଣକ ଏହି ଅଜବ ନିମନ୍ତ୍ରଣ ପତ୍ର ପାଇଛନ୍ତି। ସେ କହିଛନ୍ତି, ‘ମୋର ଜଣେ ଘନିଷ୍ଠ ବନ୍ଧୁ ବିବାହ କରୁଛନ୍ତି ଏବଂ ସେ ତାଙ୍କ ଅତିଥିମାନଙ୍କୁ ବିବାହ ଉତ୍ସବରେ ଯୋଗଦେବାକୁ ଚାର୍ଜ କରୁଛନ୍ତି। ମୁଁ ଜାଣିଥିଲି ସେ ଲୋଭୀ ହେଲେ ଏପରି କାରନାମା କରିବେ ବୋଲି ବିଶ୍ୱାସ ନ ଥିଲା। ଭାବୁଛି ପରପିଢି ମଧ୍ୟ ଏପରି ଟ୍ରେଣ୍ଡରେ ଏହାଠାରୁ ଅଧିକ ଚାର୍ଜ କରିବେ।
ମହିଳା ଜଣକ ଆହୁରି କହିଛନ୍ତି, କାର୍ଡରେ ତିନୋଟି ବିକଳ୍ପ ଦିଆଯାଇଛି। ସେଥିମଧ୍ୟରୁ ପ୍ରଥମଟି ହେଲା, ବିବାହ ଉତ୍ସବରେ ଯୋଗଦେବା ସହ କନସର୍ଟରେ ଯୋଗ ଦେଲେ ୫୪୦୦ଟଙ୍କା ଦେବାକୁ ପଡିବ। ଦ୍ୱିତୀୟ ବିକଳ୍ପ ଥିଲା ‘କେବଳ ରଶମରେ ଭାଗ ନେବେ’ ଏବଂ ତୃତୀୟ ବିକଳ୍ପଟି ହେଲା ଅଂଶଗ୍ରହଣ କରବେ ନାହିଁ। ଯଦି ବିବାହରେ ଯୋଗ ଦେଉଛନ୍ତି ତେବେ ଖାଦ୍ୟଠାରୁ ଆରମ୍ଭ କରି ସଙ୍ଗୀତ ଏବଂ ସାଜସଜ୍ଜା ପର୍ଯ୍ୟନ୍ତ ସବୁକିଛି ଚାର୍ଜ ଦେବାକୁ ପଡିବ।
ସେହିପରି ଯଦି ଅତିଥିମାନେ ବିବାହ ସରିବା ଯାଏଁ ରହିବାକୁ ଚାହାଁନ୍ତି, ତେବେ ସେମାନଙ୍କୁ ରାତି ପିଛା ୮୦୦୦ରୁ ଅଧିକ ଟଙ୍କା ଦେବାକୁ ପଡିବ। ତେବେ ଏହି ଦେୟ କେବଳ ରାତ୍ରୀ ଭୋଜନ ପୂର୍ବରୁ ଏବଂ ବିବାହ ଦିନ ଏବଂ ବିବାହର ରାତିରେ ହିଁ ପ୍ରଯୁଜ୍ୟ ହେବ। ସାମୂହିକ ଭାବରେ ଅତିଥିଙ୍କୁ ବିବାହ ଉତ୍ସବରେ ଯୋଗଦେବା ପାଇଁ ପ୍ରାୟ ୧୬ହଜାରରୁ ୩୧ହଜାର ଯାଏଁ ଟଙ୍କା ଦେବାକୁ ପଡିବ। ମହିଳା ଜଣକ କହିଛନ୍ତ, ତାଙ୍କର ବର-କନ୍ୟାଙ୍କ ସହ ୧୨ବର୍ଷ ଧରି ବନ୍ଧୁତା ଥିଲା କିନ୍ତୁ ଏପରି ନିମନ୍ତ୍ରଣ ପାଇଁ ସେ ବିବାହ ଉତ୍ସବରେ ଯୋଗଦେବେ ନାହିଁ।


