Posted inଫୁରସତ

ବିବାହରେ ଯୋଗଦେଲେ ୩୦୦ପାଉଣ୍ଡ, ରଶମ-ଖାଦ୍ୟ-ରହିବା ପାଇଁ ରହିଛି ଅଲଗା ଚାର୍ଜ, ନିମନ୍ତ୍ରଣ କାର୍ଡ ଦେଖି ଅତିଥି ହତବାକ୍‌

ଧୁମଧାମରେ ଚାଲିଛି ବିବାହ ଋତୁ। କେବଳ ବର-କନ୍ୟା ନୁହେଁ ସେମାନଙ୍କ ପରିବାର ସଦସ୍ୟ ଏବଂ ସମ୍ପର୍କୀୟଙ୍କ ପାଇଁ ଏହା ବିଶେଷ ମୂହୁର୍ତ୍ତ ଅଟେ। ଦେଶରେ ବିବାହଖଉ ଏଖ ଉତ୍ସବ ଭାବେ ପାଳନ କରିବା ସହ ପୁରା ପରିବାର ଏହାକୁ ନାଚି, ଗାଇ ଧୁମଧାମରେ ପାଳନ କରନ୍ତି। ବିବାହରେ ବହୁଳ ଭାବରେ ପରିବାର ଲୋକଙ୍କୁ ଖର୍ଚ୍ଚାନ୍ତ ହେବାକୁ ପଡିଥାଏ, ଏକଥା ଆପଣ ନିଶ୍ଚିନ୍ତ ଭାବରେ ଜାଣିଥିବେ। ଯଦି ସେହି ଖର୍ଚ୍ଚ ଅତିଥିଙ୍କୁ ବହନ କରିବାକୁ ପଡିଥାଏ। ଶୁଣି ଆଶ୍ଚର୍ଯ୍ୟ ହେଉଥିବେ। କିନ୍ତୁ ନିକଟରେ ଏପରି ଏକ ଘଟଣା ଘଟିଛି ଯେଉଁଠି ବିବାହର ସବୁ ରଶମ ଠାରୁ ଆରମ୍ଭ କରି ରହିବା-ଖାଇବା ଖର୍ଚ୍ଚ ଅତିଥି,ବନ୍ଧୁବର୍ଗଙ୍କୁ ଦେବାକୁ ପଡିଛି।

ସାଧାରଣତ ନିମନ୍ତ୍ରଣ କାର୍ଡ ମାଧ୍ୟମରେ ବିବାହରେ ଯୋଗଦେବାକୁ ଅତିଥିମାନଙ୍କୁ ନିମନ୍ତ୍ରଣ କରାଯାଇଥାଏ। କିନ୍ତୁ ନିକଟରେ ଏପରି ଏକ ବିବାହର ନିମନ୍ତ୍ରଣ କାର୍ଡ ଭାଇରାଲ ହୋଇଛି, ଯେଉଁଠି କାର୍ଡ ସହ ୩୦୦ ପାଉଣ୍ଡ(୩୧ ହଜାର ଟଙ୍କାରୁ ଅଧିକ) ଚାର୍ଜ କରାଯାଇଛି। କାର୍ଡ ଦେଖି ଅତିଥିମାନେ ଦମ୍ପତିଙ୍କ ଉପରେ ରାଗିଯିବା ସହ ବିବାହରେ ଯୋଗ ଦେବେନି ବୋଲି ମନା କରି ଦେଇଛନ୍ତି। ଆପଣ ଭାବୁଥିବେ, ଦମ୍ପତି ନିମନ୍ତ୍ରଣ କାର୍ଡରେ ଏପରି କଣ ଚାର୍ଜ କଲେ ଯାହାକୁ ଶୁଣି ସମ୍ପର୍କୀୟ ରାଗି ନିଆଁବାଣ ହୋଇଯାଇଛନ୍ତି। ଆସନ୍ତୁ ଜାଣିବା।

ଏ ସମ୍ପର୍କରେ ଜଣେ ମହିଳା ସୋସିଆଲ ମିଡିଆରେ ଉଲ୍ଲେଖ କରିଛନ୍ତି। ମହିଳା ଜଣକ ଏହି ଅଜବ ନିମନ୍ତ୍ରଣ ପତ୍ର ପାଇଛନ୍ତି। ସେ କହିଛନ୍ତି, ‘ମୋର ଜଣେ ଘନିଷ୍ଠ ବନ୍ଧୁ ବିବାହ କରୁଛନ୍ତି ଏବଂ ସେ ତାଙ୍କ ଅତିଥିମାନଙ୍କୁ ବିବାହ ଉତ୍ସବରେ ଯୋଗଦେବାକୁ ଚାର୍ଜ କରୁଛନ୍ତି। ମୁଁ ଜାଣିଥିଲି ସେ ଲୋଭୀ ହେଲେ ଏପରି କାରନାମା କରିବେ ବୋଲି ବିଶ୍ୱାସ ନ ଥିଲା। ଭାବୁଛି ପରପିଢି ମଧ୍ୟ ଏପରି ଟ୍ରେଣ୍ଡରେ ଏହାଠାରୁ ଅଧିକ ଚାର୍ଜ କରିବେ।

ମହିଳା ଜଣକ ଆହୁରି କହିଛନ୍ତି, କାର୍ଡରେ ତିନୋଟି ବିକଳ୍ପ ଦିଆଯାଇଛି। ସେଥିମଧ୍ୟରୁ ପ୍ରଥମଟି ହେଲା, ବିବାହ ଉତ୍ସବରେ ଯୋଗଦେବା ସହ କନସର୍ଟରେ ଯୋଗ ଦେଲେ ୫୪୦୦ଟଙ୍କା ଦେବାକୁ ପଡିବ। ଦ୍ୱିତୀୟ ବିକଳ୍ପ ଥିଲା ‘କେବଳ ରଶମରେ ଭାଗ ନେବେ’ ଏବଂ ତୃତୀୟ ବିକଳ୍ପଟି ହେଲା ଅଂଶଗ୍ରହଣ କରବେ ନାହିଁ। ଯଦି ବିବାହରେ ଯୋଗ ଦେଉଛନ୍ତି ତେବେ ଖାଦ୍ୟଠାରୁ ଆରମ୍ଭ କରି ସଙ୍ଗୀତ ଏବଂ ସାଜସଜ୍ଜା ପର୍ଯ୍ୟନ୍ତ ସବୁକିଛି ଚାର୍ଜ ଦେବାକୁ ପଡିବ।

ସେହିପରି ଯଦି ଅତିଥିମାନେ ବିବାହ ସରିବା ଯାଏଁ ରହିବାକୁ ଚାହାଁନ୍ତି, ତେବେ ସେମାନଙ୍କୁ ରାତି ପିଛା ୮୦୦୦ରୁ ଅଧିକ ଟଙ୍କା ଦେବାକୁ ପଡିବ। ତେବେ ଏହି ଦେୟ କେବଳ ରାତ୍ରୀ ଭୋଜନ ପୂର୍ବରୁ ଏବଂ ବିବାହ ଦିନ ଏବଂ ବିବାହର ରାତିରେ ହିଁ ପ୍ରଯୁଜ୍ୟ ହେବ। ସାମୂହିକ ଭାବରେ ଅତିଥିଙ୍କୁ ବିବାହ ଉତ୍ସବରେ ଯୋଗଦେବା ପାଇଁ ପ୍ରାୟ ୧୬ହଜାରରୁ ୩୧ହଜାର ଯାଏଁ ଟଙ୍କା ଦେବାକୁ ପଡିବ। ମହିଳା ଜଣକ କହିଛନ୍ତ, ତାଙ୍କର ବର-କନ୍ୟାଙ୍କ ସହ ୧୨ବର୍ଷ ଧରି ବନ୍ଧୁତା ଥିଲା କିନ୍ତୁ ଏପରି ନିମନ୍ତ୍ରଣ ପାଇଁ ସେ ବିବାହ ଉତ୍ସବରେ ଯୋଗଦେବେ ନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ରାତିରେ କାଠଗଦାରେ ଚାଲୁଥିଲା ୧୨ ଫୁଟର କିଂ କୋବ୍ରା: ହଠାତ ପଡିଲା ଲୋକଙ୍କ ନଜରରେ…

ଦିଗପହଣ୍ଡି,୭।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କଇଠଖଣ୍ଡି ପଞ୍ଚାୟତ ପେଣ୍ଡୁରାବାଡ଼ି ଗାଁରୁ ୧୨ ଫୁଟ ଲମ୍ବର ଏକ ଅହିରାଜ (କିଙ୍ଗକୋବ୍ରା) ସାପକୁ ବନବିଭାଗ କର୍ମଚାରୀ…

ଜବରଦସ୍ତ Family Pack, କରିବାକୁ ପଡିବନି ଅଲଗା ଅଲଗା ରିଚାର୍ଜ! ଗୋଟିଏ ପ୍ଲାନରେ ସବୁ ଫ୍ରି….

ଆପଣ କ’ଣ ଆପଣଙ୍କ ପରିବାରର ଚାରି ଜଣ ସଦସ୍ୟଙ୍କ ପାଇଁ ପୃଥକ ପୃଥକ ରିଚାର୍ଜ କରୁଛନ୍ତି? ପ୍ରତି ମାସରେ ୧୫୦୦ରୁ ୨୦୦୦ ଟଙ୍କା ଖର୍ଚ୍ଚ କରୁଛନ୍ତି? ପ୍ରତ୍ୟେକ…

ଡେଡଲାଇନ୍‌ ପୂର୍ବରୁ ଇରାନର ଖାର୍ଗ ଦ୍ବୀପ ଉପରେ ଆକ୍ରମଣ କଲା ଆମେରିକା: ଆକାଶଛୁଆଁ ହେବ କି ପେଟ୍ରୋଲ ଡିଜେଲ…

ତେହରାନ,୭।୪: ଡେଡଲାଇନ୍‌ ପୂର୍ବରୁ ଇରାନର ଖାର୍ଗ ଦ୍ବୀପ ଉପରେ ଆମେରିକା ଆକ୍ରମଣ କରିଛି। ଏହାରି ମଧ୍ୟରେ କାସନରେ ଏକ ବଡ଼ ରେଲୱେ ବ୍ରିଜକୁ ଉଡ଼ାଇ ଦେଇଛି ଇସ୍ରାଏଲ।…

ପୁଣି ଦୁର୍ଘଟଣା ଘଟାଇଲା ଆମବସ୍‌: ଯାତ୍ରୀଙ୍କ ଉପରେ ଭାଙ୍ଗି ପଡ଼ିଲା କାଚ

ଭୁବନେଶ୍ୱର,୭।୪: ପୁଣି ଦୁର୍ଘଟଣା ଘଟାଇଲା ଆମ ବସ୍‌। ହାଇଓ୍ବାକୁ ପିଟିଲା ପଛରୁ ଅଳ୍ପକେ ବର୍ତ୍ତିଲେ ଯାତ୍ରୀ। ଏଭଳି ଘଟଣା ଘଟିଛି ବାରଙ୍ଗ ଥାନା ପଦ୍ମନାଭ ନଗର ଛକ…

ହର୍ମୁଜରେ ଘନେଇଲା ପୁଣି ବଡ଼ ବିପଦ, ଭାରତୀୟ ଜାହାଜକୁ…

ନୂଆଦିଳ୍ଲୀ,୭।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ଉତ୍ତେଜନାର ପ୍ରଭାବ ଏବେ ସାମୁଦ୍ରିକ ବାଣିଜ୍ୟରେ ମଧ୍ୟ ଦୃଶ୍ୟମାନ ହେଉଛି। ଅନେକ ଅଞ୍ଚଳରେ, ଜାହାଜ ପାଇଁ ବୀମା ପାଇବା ମହଙ୍ଗା ହୋଇଯାଇଛି। ସମ୍ୱନ୍ଧିତ…

ବେଶି ଦିନ ତିଷ୍ଠିଲାନି ପ୍ରେମ ବିବାହ: ସ୍ତ୍ରୀଙ୍କୁ ହତ୍ୟା କଲା ପରେ ଝୁଲିପଡିଲେ ସ୍ବାମୀ, ଅଞ୍ଚଳରେ ଚାଞ୍ଚଲ୍ୟ…

ଭଞ୍ଜନଗର,୭।୪(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ବେଲଗୁଣ୍ଠା ଥାନା ଅନ୍ତର୍ଗତ ସରନୂଆଁପଲ୍ଲୀ ଗ୍ରାମରେ ସୋମବାର ରାତିରେ ଏକ ଅଭାବନୀୟ ଘଟଣା ଘଟିଛି। ପ୍ରେମ ବିବାହ କରିଥିବା ସ୍ତ୍ରୀଙ୍କୁ ହତ୍ୟା…

ସୀମାରେ ସାପ-କୁମ୍ଭୀର ଛାଡିବ ଭାରତ! ଶୁଣିକି ଛାନିଆ ହେଲା ପାକ୍‌-ବାଂଲାଦେଶ

ନୂଆଦିଲ୍ଲୀ,୭।୪: ଭାରତ-ବାଂଲାଦେଶ ସୀମାରେ ଅବୈଧ ଅନୁପ୍ରବେଶକୁ ରୋକିବା ପାଇଁ ବିଏସଏଫ ଏକ ଅଭିନବ ପଦ୍ଧତି ପ୍ରସ୍ତୁତ କରିଛି। ସୋମବାର ଅଧିକାରୀମାନେ ପ୍ରକାଶ କରିଛନ୍ତି ଯେ ସୀମା ସୁରକ୍ଷା…

ଭାଜପାର ମହାଅଭିଯାନ: ନୂତନ ଭାରତ ଗଠନ କରିବାକୁ ପ୍ରୟାସ

ବନ୍ତ,୭।୪(କିଶୋର କୁମାର ସେଠୀ): ଭଦ୍ରକ ଜିଲା ବନ୍ତ ସରସ୍ବତୀ ବିଦ୍ୟାମନ୍ଦିରଠାରେ ପଣ୍ଡିତ ଦିନଦୟାଲ ଉପାଧ୍ୟାୟଙ୍କ ନୀତି ଆଦର୍ଶକୁ ପାଥେୟ କରି ଭାଜପା ତରଫରୁ ଏକ ପ୍ରଶିକ୍ଷଣ ଶିବିର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri