Categories: ଫୁରସତ

ଭଲ ପ୍ରୋଜେକ୍ଟକୁ ନଷ୍ଟ କରୁଛି ଟଙ୍କା ଲୋଭ

ମୁମ୍ବାଇ: ଗୋଟିଏ ଭଲ ପ୍ରୋଜେକ୍ଟକୁ ନଷ୍ଟ କରିବାରେ ଟଙ୍କା ପ୍ରମୁଖ ଭାବେ ଦାୟୀ ବୋଲି ବଲିଉଡ୍‌ର ସେଲ୍ଫମେଡ୍‌ ଷ୍ଟାର୍‌ ନଓ୍ବାଜୁଦ୍ଦିନ ସିଦ୍ଦିକି କହିଛନ୍ତି। ନିକଟରେ ଗଣମାଧ୍ୟମକୁ ସେ ଦେଇଥିବା ଏକ ସାକ୍ଷାତ୍‌କାରରେ କହିଛନ୍ତି ଯେ, ଫିଲ୍ମରେ କାମ କରିବା ଲାଗି ଯେଉଁ ଅଭିନେତା ବା ଅଭିନେତ୍ରୀ ୧୦୦ କୋଟିରୁ ଅଧିକ ଟଙ୍କା ଦାବି କରୁଛନ୍ତି ସେମାନଙ୍କ ପାଇଁ ଫିଲ୍ମଟି ନଷ୍ଟ ହୋଇଯାଉଛି। ଇ-ଟାଇମ୍ସର ଏକ ଇଣ୍ଟରଭ୍ୟୁରେ ଜଣେ ଖବରଦାତା ନଓ୍ବାଜୁଦ୍ଦିନଙ୍କୁ ପ୍ରଶ୍ନ କରିଥିଲେ ଯେ, ଆପଣ ସିନେମା ଓ ହାଇ ବଜେଟ୍‌ ଫିଲ୍ମ ଭିତରୁ କାହାକୁ ବାଛିବେ? ଏହାର ଉତ୍ତରରେ ସେ କହିଥିଲେ ଯେ ଟଙ୍କାରୁ ବହୁ ଊର୍ଦ୍ଧ୍ୱରେ ଗୋଟିଏ ଭଲ ସ୍କ୍ରିପ୍ଟ ଏବଂ ଆଇଡିଆ। କୌଣସି ଅଭିନେତାକୁ ଭଲ ପ୍ରୋଜେକ୍ଟରେ କାମ କରିବାକୁ ମଉକା ମିଳୁଛି ତେବେ ପ୍ରୋଜେକ୍ଟକୁ ହାତଛଡ଼ା କରିବା କଥା ନୁହେଁ। ଜଣେ କଳାକାରର କାମ ଅଭିନୟ କରିବା। ଫିଲ୍ମର ଟିକେଟ୍‌ ବିକ୍ରି ହେଲା କି ନାହିଁ ତାହା ଫିଲ୍ମ ପ୍ରଯୋଜକର କାମ। ତେଣୁ ପ୍ରତ୍ୟେକ ନିଜ ଡ୍ୟୁଟିକୁ ଭଲଭାବେ ବୁଝି କରିବା ଜରୁରୀ।

Share