ଗ୍ରୀସରେ ଟ୍ରେନ ଦୁର୍ଘଟଣା: ମୃତ୍ୟୁ ସଂଖ୍ୟା ୩୨କୁ ବୃଦ୍ଧି

ଏଥେନ୍ସ,୧।୩: ଗ୍ରୀସରେ ଦୁଇଟି ଟ୍ରେନ ପରସ୍ପର ସହିତ ଧକ୍କା ହେବା ଘଟଣାରେ ମୃତ୍ୟୁ ସଂଖ୍ୟା ୩୨କୁ ବୃଦ୍ଧି ପାଇଛି। ଏଥିସହ ୮୫ ଜଣ ଆହତ ହୋଇଥିବା ଖବର ରହିଛି। ମିଳିଥିବା ସୂଚନା ଅନୁଯାୟୀ ଅନେକ ଆହତଙ୍କ ଅବସ୍ଥା ଗୁରୁତର ରହିଛି। ଆହତମାନଙ୍କୁ ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ତେବେ ମୃତ୍ୟୁ ସଂଖ୍ୟା ଆଗକୁ ବଢିପାରେ ବୋଲି ଅନୁମାନ କରାଯାଉଛି।
ସୂଚନାନୁଯାୟୀ, ଏହି ଦୁର୍ଘଟଣା ବିଳମ୍ବିତ ରାତିରେ ଘଟିଛି। ଦୁର୍ଘଟଣାର କାରଣ ବର୍ତ୍ତମାନ ସୁଦ୍ଧା ଏହା ସ୍ପଷ୍ଟ ହୋଇନାହିଁ। ଘଟଣାସ୍ଥଳରେ ରିଲିଫ ଓ ଉଦ୍ଧାର କାର୍ଯ୍ୟ ଜାରି ରହିଛି। ଏହି ଭୟଙ୍କର ଦୁର୍ଘଟଣା ସମ୍ପର୍କରେ ଗ୍ରୀସର ଥେସାଲୀ ଅଞ୍ଚଳର ରାଜ୍ୟପାଳ କହିଛନ୍ତି ଯେ ଏଥେନ୍ସରୁ ଉତ୍ତର ସହର ଥେସଲାନୀକକୁ ଏକ ଯାତ୍ରୀବାହୀ ଟ୍ରେନ ଯାଉଥିବାବେଳେ ଅନ୍ୟ ଏକ ମାଲବାହୀ ଟ୍ରେନ ଥେସଲାନୀକିରୁ ଲାରିସାକୁ ଆସୁଥିବା ବେଳେ ମୁହାଁମୁହିଁ ଧକ୍କା ହୋଇଥିଲା।

Share