Categories: ଜାତୀୟ

ରାହୁଲଙ୍କ ତଳେ ପଡିଯିବା ଫଟୋ ଟୁଇଟ୍‌ କରି ଭାଜପା ଏମ୍‌ପି କହିଲେ ଶତାବ୍ଦୀର ସବୁଠୁ ଖରାପ ଅଭିନୟ

ଗୋରଖପୁର,୨।୧୦: ଉତ୍ତରପ୍ରଦେଶ ହାଥ୍‌ରସ ଘଟଣାରେ ପୀଡିତାଙ୍କ ପରିବାରକୁ ଭେଟିବାକୁ ଯାଉଥିବା କଂଗ୍ରେସର ପୂର୍ବତନ ସଭାପତି ରାହୁଲ ଏବଂ ପ୍ରିୟଙ୍କାଙ୍କୁ ଅଧାବାଟରୁ ଫେରିବାକୁ ପଡିଥିଲା। ପୋଲିସ ଉଭୟଙ୍କୁ ଅଟକାଇଥିଲା। ପୋଲିସ ଅଟକାଇବା ବେଳେ ଉଭୟଙ୍କ ମଧ୍ୟରେ ବଚସା ହୋଇଥିଲା। ପୋଲିସ ଠେଲାପେଲାରେ ରାହୁଲ ତଳେ ପଡିଯାଇଥିଲେ। ସେ ପଡିଯାଉଥିବା ଫଟୋ ଏବେ ଭାଇରାଲ ହେବାରେ ଲାଗିଛି। ଏହି ଫଟୋକୁ ଟୁଇଟ୍‌ କରି ଭାଜପା ଏମ୍‌ପି ତଥା ଅଭିନେତା ରବି କିଶାନ କହିଛନ୍ତି, ଶତାବ୍ଦୀର ସବୁଠୁ ଖରାପ ଅଭିନୟ। ସୂଚନାଯୋଗ୍ୟ, ହାଥ୍‌ରାସ ଗଣବଳାତ୍କାର ପୀଡିତାଙ୍କ ପରିବାରକୁ ଭେଟିବାକୁ ଯାଉଥିବା ରାହୁଲ ଗାନ୍ଧୀ ଏବଂ ତାଙ୍କ ଭଉଣୀ ପ୍ରିୟଙ୍କା ଭଦ୍ରାଙ୍କ ସମେତ ୨୦୦ରୁ ଊର୍ଦ୍ଧ୍ୱ କଂଗ୍ରେସ କର୍ମୀଙ୍କୁ ଗୁରୁବାର ଅଟକାଇ ଦିଆଯାଇଲା। ଗ୍ରେଟର ନଏଡା ନିକଟରେ ଉଭୟଙ୍କୁ ଗିରଫ କରାଯାଇଥିଲା। ସେମାନଙ୍କ ଉପରେ ମାମଲା ରୁଜୁ କରାଯାଇଥିଲା।

Share