Posted inଜାତୀୟ

ବିରୋଧୀ ଏକତାକୁ ବଡ଼ ଝଟ୍‌କା,୨୦୨୪ରେ ମହାମେଣ୍ଟରେ ସାମିଲ୍‌ ହେବାକୁ ମନା କଲେ କେଜ୍ରିଓ୍ବାଲ …

ନୂଆଦିଲ୍ଲୀ, ୯।୫ : ବିରୋଧୀ ଏକତାକୁ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ତଥା ଆମ ଆଦମୀ ପାର୍ଟି (ଏଏପି)ର ଜାତୀୟ ସଂଯୋଜକ ଅରବିନ୍ଦ କେଜ୍ରିୱାଲ ଏକ ବଡ଼ ଝଟକା ଦେଇଛନ୍ତି। ଏଏପି ୨୦୨୪ ଲୋକସଭା ନିର୍ବାଚନରେ କୌଣସି ମହାମେଣ୍ଟରେ ଯୋଗ ଦେବ ନାହିଁ ବୋଲି କେଜ୍ରିଓ୍ବାଲ ସ୍ପଷ୍ଟ ଭାବରେ କହିଛନ୍ତି। ତାଙ୍କର ସହଯୋଗୀତା କେବଳ ୧୩୦ କୋଟି ଭାରତୀୟଙ୍କ ସହ ହେବ ବୋଲି ସେ କହିଛନ୍ତି।

ନାଗପୁରରେ ଏକ କାର୍ଯ୍ୟକ୍ରମରେ ଯୋଗଦେଇ କେଜ୍ରିୱାଲ କହିଛନ୍ତି ଯେ କୌଣସି ମେଣ୍ଟ ପ୍ରତି ତାଙ୍କର ଆଗ୍ରହ ନାହିଁ। ମେଣ୍ଟ ଦ୍ୱାରା କାହାକୁ ପରାଜିତ କରିବାକୁ ମୁଁ ଚାହେଁନା। ମୁଁ ଚାହେଁ ଦେଶ ବିଜୟ ହାସଲ କରୁ।

କେତେକ ରାଜ୍ୟ ତଥା ଦେଶ ଆର୍ଥିକ ଅସ୍ଥିରତା ଆଡକୁ ମୁହାଁଉଥିବା ଚିନ୍ତାଧାରାର ପୃଷ୍ଠଭୂମିରେ କେଜ୍ରିୱାଲ କହିଛନ୍ତି ଯେ ଏହି ଆଶଙ୍କା ଭିତ୍ତିହୀନ। ସେ କହିଛନ୍ତି, ଏହି ସମସ୍ତ ଅର୍ଥନୀତିଜ୍ଞ ଲେଖୁଛନ୍ତି ଯେ ସବସିଡି ସଂସ୍କୃତି ଦେଶକୁ ଧ୍ୱଂସ କରିବ। ଦୁର୍ନୀତି ସଂସ୍କୃତି ଦେଶକୁ ଧ୍ୱଂସ କରିବ ବୋଲି ସେମାନେ କେବେ ମଧ୍ୟ ଲେଖି ନାହାଁନ୍ତି।

ମୁଁ ମାଗଣାରେ ଜିନିଷ ଦେବାରେ ସକ୍ଷମ, କାରଣ ଆମେ ଦୁର୍ନୀତିକୁ ସମାପ୍ତ କରିଛୁ। ତେଣୁ ସଞ୍ଚୟ ହୋଇଥିବା ଟଙ୍କା ଲୋକଙ୍କ ନିକଟକୁ ଫେରାଇ ଦିଆଯାଉଛି ବୋଲି କ୍ରେଜିଓ୍ବାଲ କହିଛନ୍ତି।

 

ଭାଜପାର ନାମ ନନେଇ ଦିଲ୍ଲୀ ମୁଖ୍ୟମନ୍ତ୍ରୀ କେଜ୍ରିୱାଲ କହିଛନ୍ତି ଯେ ବର୍ତ୍ତମାନ ଏକ ବଡ ଦଳ ଅପରାଧିଙ୍କ ଦ୍ୱାରା ହିଂସାକୁ ପ୍ରୋତ୍ସାହିତ କରୁଛି। ଦଙ୍ଗାର ଷଡ଼ଯନ୍ତ୍ର ହେଉଛି। ବଳାତ୍କାରୀଙ୍କ ପାଇଁ ଶୋଭାଯାତ୍ରା କରାଯାଉଛି। ଯଦି ଆପଣମାନେ ଏଭଳି ଚାହୁଁଛନ୍ତି ତେବେ ହିଂସାକାଣ୍ଡ ଭିଆଉଥିବା ଲୋକଙ୍କ ସହିତ ଯାଇପାରିବେ। ମାତ୍ର ଯଦି ପ୍ରଗତି, ବିଦ୍ୟାଳୟ ଏବଂ ଡାକ୍ତରଖାନା ଚାହୁଁଛନ୍ତି ତେବେ ମୋ ସହିତ ଆସିପାରିବେ। ଆସନ୍ତୁ ୧୩୦ କୋଟି ସାଧାରଣ ଲୋକଙ୍କର ଏକ ମିଳିତ ମେଣ୍ଟ ଗଠନ କରିବା ବୋଲି ସେ କହିଛନ୍ତି।

କେଜ୍ରିୱାଲ କହିଛନ୍ତି ଯେ ତାଙ୍କ ଦଳର ଧ୍ୟାନ ୨୦୨୪ ଲୋକସଭା ନିର୍ବାଚନ ଉପରେ ନୁହେଁ ବରଂ ଦେଶ ପାଇଁ କାମ କରିବା ଉପରେ ରହିଛି। ସେ କହିଛନ୍ତି ଯେ ତାଙ୍କ ପରି ଲୋକମାନେ ଦେଶ ସେବା କରିବା ପାଇଁ ନିଜ କ୍ୟାରିଅର୍‌ ଛାଡିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Jio Plan: ମାତ୍ର ୧୨୩ ଟଙ୍କାରେ ୨୮ ଦିନର ଭାଲିଡିଟି, ଏମାନଙ୍କୁ ମିଳିବ ଲାଭ…

ନୂଆଦିଲ୍ଲୀ,୯।୨: ରିଲାଏନ୍ସ ଜିଓର ଏକ ଶସ୍ତା ପ୍ରିପେଡ୍ ରିଚାର୍ଜ ପ୍ଲାନ୍ ହେଉଛି ₹୧୨୩ ପ୍ଲାନ୍, ଯାହା ୨୮ ଦିନର ଭ୍ୟାଲିଡିଟି ଦେଇଥାଏ। ଏହି ପ୍ଲାନ୍ ବିଶେଷକରି ଜିଓ…

ସମସ୍ତଙ୍କୁ ଆଶ୍ଚର୍ଯ୍ୟ କଲା ICC: T20 ବିଶ୍ୱକପ୍‌ରେ ବାଂଲାଦେଶର ଅନୁପସ୍ଥିତି ଉପରେ ନେଲା ଏମିତି ନିଷ୍ପତ୍ତି

ନୂଆଦିଲ୍ଲୀ,୯।୨: ପୁରୁଷ T20 ବିଶ୍ୱକପ୍‌ରେ ବାଂଲାଦେଶର ଅନୁପସ୍ଥିତିକୁ ନେଇ ICC ଦୁଃଖ ପ୍ରକାଶ କରିଛି। ତେବେ ଏହି ଘଟଣା ପାଇଁ ବାଂଲାଦେଶ କ୍ରିକେଟ ବୋର୍ଡ (BCB) ଉପରେ…

T20 ବିଶ୍ୱକପ୍‌: ଭାରତ ବିପକ୍ଷରେ ମ୍ୟାଚ୍ ଖେଳିବାକୁ ପାକିସ୍ତାନକୁ ଅନୁରୋଧ କଲା ବାଂଲାଦେଶ

ନୂଆଦିଲ୍ଲୀ,୯।୨: ଭାରତ-ପାକିସ୍ତାନ T20 ବିଶ୍ୱକପ୍ ମ୍ୟାଚ୍‌କୁ ନେଇ ସୃଷ୍ଟି ହୋଇଥିବା ଅନିଶ୍ଚିତତା ମଧ୍ୟରେ ଏକ ନୂଆ ମୋଡ଼ ଆସିଛି। ବାଂଲାଦେଶ କ୍ରିକେଟ ବୋର୍ଡ (BCB) ପାକିସ୍ତାନକୁ ଏହି…

ରିଲିଜ ପୂର୍ବରୁ ‘ଲିକ୍’ ହୋଇଗଲା ପୂର୍ବତନ ସେନାଧ୍ୟକ୍ଷଙ୍କ ପୁସ୍ତକ, FIR ରୁଜୁ କଲା ଦିଲ୍ଲୀ ପୋଲିସ

ନୂଆଦିଲ୍ଲୀ,୯।୨: ପୂର୍ବତନ ସେନାଧ୍ୟକ୍ଷ ଜେନେରାଲ ଏମ୍.ଏମ୍. ନରଭାଣେଙ୍କ ଆଗାମୀ ପୁସ୍ତକ ‘ଫୋର୍ ଷ୍ଟାର୍ସ ଅଫ୍ ଡେଷ୍ଟିନି’ର ଅନଧିକୃତ ପ୍ରସାରଣକୁ ନେଇ ଦିଲ୍ଲୀ ପୋଲିସ ଏକ ଅପରାଧିକ ମାମଲା…

ଫାର୍ମହାଉସ ଅଞ୍ଚଳରେ ମହିଳାଙ୍କ ଗଳିତ ମୃତଦେହ, ପରିଚୟ ଖୋଜୁଛି ସଦର ଥାନା ପୋଲିସ

ଭବାନୀପାଟଣା,୯ା୨(ଉତ୍ତମ କୁମାର ଦାଶ)- କଳାହାଣ୍ଡି ଜିଲା ଭବାନୀପାଟଣା ସଦର ଥାନା ଅନ୍ତର୍ଗତ ଶ୍ରୀପୁରସ୍ଥିତ ଏକ ଫାର୍ମହାଉସ ଅଞ୍ଚଳରୁ ସୋମବାର ଜଣେ ମହିଳାଙ୍କ ଗଳିତ ମୃତଦେହ ଜବତ ହୋଇଛି।…

ବାଇକ୍‌ରେ ଘରକୁ ଫେରୁଥିଲେ, ପଛପଟୁ ପିଟିଲା ପିକ୍‌ଅପ୍‌ ଭ୍ୟାନ୍‌; ଚାଲିଗଲା ଆରୋହୀଙ୍କ ଜୀବନ

ବଲାଙ୍ଗୀର,୯।୨(ସୁନୀଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା ତୁଷାର ଥାନା ଅନ୍ତର୍ଗତ ଧାନଘରା ବ୍ରିଜ ରାହୁଲ ଢ଼ାବା ନିକଟ ରାସ୍ତାରେ ସୋମବାର ସଂଧ୍ୟାରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା…

BCCI Central Contract 2025-26: ଗିଲଙ୍କ ସମେତ ଏହି ଖେଳାଳିଙ୍କୁ  ଗ୍ରେଡ୍‌ A, ହେଲେ କୋହଲି-ରୋହିତଙ୍କୁ B; ନିରାଶ ହେଲେ…

ନୂଆଦିଲ୍ଲୀ,୯।୨: BCCI ୨୦୨୫-୨୬ ବର୍ଷ ପାଇଁ ସେଣ୍ଟ୍ରାଲ କଣ୍ଟ୍ରାକ୍ଟ ଲିଷ୍ଟ(କେନ୍ଦ୍ରୀୟ ଚୁକ୍ତି ତାଲିକା) ପ୍ରକାଶ କରିଛି। ଏଥିରେ ବଡ଼ ପରିବର୍ତ୍ତନ ହୋଇଛି। ତାଲିକାରୁ ଏ ପ୍ଲସ୍‌ (A+)…

ପ୍ରେମ ସପ୍ତାହରେ ରକ୍ତରଂଜିତ କାହାଣୀ: ତ୍ରିକୋଣୀୟ ପ୍ରେମକୁ ନେଇ ଜଘନ୍ୟ ହତ୍ୟାକାଣ୍ଡ

ଭୁବନେଶ୍ୱର,୯।୨: ରାଜଧାନୀ ଭୁବନେଶ୍ୱରରେ ଏକ ସିନେମା ଷ୍ଟାଇଲ୍‌ରେ ଘଟିଛି ଜଘନ୍ୟ ହତ୍ୟାକାଣ୍ଡ। ‘ଚକୋଲେଟ୍ ଡେ’ ପାଳନ ପରେ ପ୍ରେମିକର ବେକ କାଟି ହତ୍ୟା କରିବା ସହ ପ୍ରମାଣ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri