Categories: ଖେଳ

ଇଂଲଣ୍ଡକୁ ବଡ଼ ଝଟ୍‌କା

ଲଣ୍ଡନ,୧୨।୮: ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ପାଞ୍ଚ ମ୍ୟାଚ ଟେଷ୍ଟ ସିରିଜ ଚାଲିଛି। ଉଭୟ ଦଳ ମଧ୍ୟରେ ପ୍ରଥମ ମ୍ୟାଚ ଡ୍ରରେ ଶେଷ ହୋଇଥିଲା। ଅଗଷ୍ଟ ୧୨ରୁ ଆରମ୍ଭ ହେବାକୁ ଥିବା ଲର୍ଡସ ଟେଷ୍ଟରେ ଉଭୟ ଦଳ ପୁଣି ଥରେ ମୁହାଁମୁହିଁ ହେବେ। ତେବେ ଏହାପୂର୍ବରୁ ଉଭୟ ଦଳକୁ ବଡ ଝଟ୍‌କା ଲାଗିଛି। ଭାରତୀୟ ଅଲରାଉଣ୍ଡର ଶାର୍ଦ୍ଦୁଳ ଠାକୁରଙ୍କୁ ଆଘାତ ହୋଇ ଦ୍ୱିତୀୟ ଟେଷ୍ଟରୁ ବାଦ ଦିଆଯାଇଥିବା ବେଳେ ଇଂଲଣ୍ଡ ତାରକା ଷ୍ଟୁଆର୍ଟ ବ୍ରଡଙ୍କୁ ପୁରା ସିରିଜରୁ ବାଦ ଦିଆଯାଇଛି। ଅଭ୍ୟାସ ସମୟରେ ବ୍ରଡ ତାଙ୍କ ଡାହାଣ ଗୋଡରେ ଆଘାତ ପାଇଥିଲେ, ଯାହା ପରେ ସେ ବୁଧବାର ଲଣ୍ଡନରେ ଏମଆରଆଇ ସ୍କାନ କରିଥିଲେ ଏବଂ ଆହତ ହୋଇଥିବା ଜଣାପଡିଛି। ବ୍ରଡଙ୍କ ଆଘାତ ପରେ ଲାନକାଶିର ଫାଷ୍ଟ ବୋଲର ଶାକିବ ମେହମୁଦଙ୍କୁ କଭର ଦଳରେ ସାମିଲ କରାଯାଇଛି। ସାକିବ ୭ ଟି ଦିନିକିଆ ଏବଂ ୯ଟି -୨୦ ଅନ୍ତର୍ଜାତୀୟ ସହିତ ଇଂଲଣ୍ଡ ଦଳ ପାଇଁ ୧୬ଟି ଅନ୍ତର୍ଜାତୀୟ ମ୍ୟାଚ ଖେଳିଛନ୍ତି।

Share