ମହାଶକ୍ତି ସଂଘର୍ଷ

ଡାନି ରୋଡ୍ରିକ୍‌

ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍‌ଙ୍କ ଆର୍ଥିକ ଓ ବୈଦେଶିକ ନୀତିଗୁଡ଼ିକ ଡୋନାଲ୍ଡ ଟ୍ରମ୍ପଙ୍କଠାରୁ ସମ୍ପୂର୍ଣ୍ଣ ଅଲଗା ହୋଇପାରେ, କିନ୍ତୁ ଚାଇନା ସହ ସମ୍ପର୍କ କଥା ଉଠିଲେ ସେ ଟ୍ରମ୍ପ୍‌ଙ୍କ କଡ଼ା ପଥ ଅନୁସରଣ କରନ୍ତିି। ସେ ଏଥିରେ କୌଣସି ପରିବର୍ତ୍ତନ ଆଣିବାକୁ ଚାହାନ୍ତି ନାହିଁ। ଉଦାହରଣ ସ୍ବରୂପ, ଟ୍ରମ୍ପ୍‌ ଚାଇନା ରପ୍ତାନି ଉପରେ ବୃଦ୍ଧି କରିଥିବା ଟାରିଫ୍‌କୁ ବଦଳାଇବାକୁ ମନା କରୁଛନ୍ତି ଏବଂ ଆହୁରି କଡ଼ା ବାଣିଜି୍ୟକ ପଦକ୍ଷେପ ନେବା ଲାଗି ମଧ୍ୟ ସତର୍କ କରିଛନ୍ତି। ଏଥିରୁ ଚାଇନା ପ୍ରତି ଆମେରିକାର କଠୋର ମନୋଭାବ ପ୍ରକାଶ ପାଏ। ନିକଟରେ ଫରେନ୍‌ ଆଫେୟାର୍ସ ମାଗାଜିନ୍‌ ଆମେରିକାର ବିଶେଷଜ୍ଞଙ୍କୁ ଏହା ଉପରେ ପ୍ରଶ୍ନ ଉପସ୍ଥାପନ କରିଥିଲା। ଆମେରିକାର ବୈଦେଶିକ ନୀତି ଚାଇନା ପାଇଁ ଅଧିକ କଠୋର ହୋଇଛି କି ନାହିଁ ପ୍ରଶ୍ନର ଉତ୍ତର ଦେଇଥିବା ବିଶେଷଜ୍ଞମାନଙ୍କ ମଧ୍ୟରୁ ପାଖାପାଖି ଅଧା (୬୮ ଜଣରୁ ୩୨ ଜଣ) ଏଥିରେ ଅସହମତ ହୋଇଥିଲେ। ସେମାନେ ଚାଇନା ପ୍ରତି ଆମେରିକାର କଠୋର ଦୃଷ୍ଟିକୋଣ ବଦଳରେ ଏକ ନୂଆ ବିକଳ୍ପ ବାଛିବାକୁ କହିଛନ୍ତି।
ଏଭଳି ସ୍ଥିତିରେ ସମସ୍ତଙ୍କର ଆଶା ଓ ଆଂକାକ୍ଷା ପୂରଣ ହୋଇପାରୁଥିବା ଏକ ପୃଥିବୀ ଦେଖିବାକୁ ଚାହଁୁଥିବା ଅର୍ଥନୀତିଜ୍ଞମାନେ ଦ୍ୱନ୍ଦ୍ୱରେ ରହିଛନ୍ତି। ସେମାନଙ୍କ ମତରେ ଦେଶଗୁଡ଼ିକ ପରସ୍ପର ମଧ୍ୟରେ ସଂଘର୍ଷରୁ ଦୂରେଇ ରହି ସହଯୋଗ ମାଧ୍ୟମରେ ନିଜର ଭଲ କରିବା ସହ ଅନ୍ୟର ଭଲ କରିପାରିବେ। ଏହି ନୀତିରେ ବାଣିଜି୍ୟକ ଲାଭ ମିଳିବ ଏବଂ ଦେଶଗୁଡ଼ିକ ସଫଳତା ପାଇବେ। ସାଧାରଣତଃ ଗୋଟିଏ ଦେଶ ତା’ଘରୋଇ ବଜାର ଅନ୍ୟମାନଙ୍କ ଲାଗି ଖୋଲା ରଖିଲେ ସେହି ଦେଶକୁ ଲାଭ ମିଳିବ। କିନ୍ତୁ ନୀତି ନିର୍ଦ୍ଧାରଣ କ୍ଷେତ୍ରରେ ଘରୋଇ ଏବଂ ଅନ୍ତର୍ଜାତୀୟ ସ୍ବାର୍ଥକୁ ନେଇ ଏହି ପ୍ରକାର ସିଦ୍ଧାନ୍ତ ମାନସିକ ଚାପ ବଢାଇ ଦେଇପାରେ ଓ ଦେଶଗୁଡ଼ିକ ଅନ୍ୟ ଦେଶକୁ କ୍ଷତି ପହଞ୍ଚାଇ ନିଜର ସ୍ବାର୍ଥ ହାସଲ କରିବା ନୀତି ଆପଣାଇପାରନ୍ତି। ସେମାନଙ୍କ ବାଣିଜି୍ୟକ ରପ୍ତାନି ଓ ଆମଦାନୀ ମୂଲ୍ୟ ଅନୁପାତରେ ଉନ୍ନତି ଆଣିବା ଲାଗି ଅନ୍ୟ ଦେଶଗୁଡ଼ିକୁ ଘରୋଇ ବଜାର ଉପଲବ୍ଧ କରାଇବାରେ କିମ୍ବା ବିଶ୍ୱରେ ସାର୍ବଜନୀନ ଜିନିଷର ମୁକ୍ତ କାରବାର ଉପରେ ବି କଟକଣା ଲଗାଇପାରନ୍ତି। ଏଭଳିକି କାର୍ବନ ନିର୍ଗମନ କମ୍‌ କରିବାର ବୈଶ୍ୱିକ ଆର୍ଥିକ ନୀତିକୁ ବିରୋଧ କରିପାରନ୍ତି। ଯଦି ଏଭଳି ପଦକ୍ଷେପରୁ ଦେଶଗୁଡ଼ିକ ବିରତ ରୁହନ୍ତି ତା’ହେଲେ ସମସ୍ତଙ୍କ ଲାଗି ଏହା ମଙ୍ଗଳ ହେବ ଓ ସେମାନେ ସାମଗ୍ରିକ ଭାବେ ଭଲ କାର୍ଯ୍ୟ କରିପାରିବେ। ଅନ୍ୟପଟେ କ୍ଷମତା ଓ ଅନ୍ୟ ଦେଶ ସହ ସମ୍ପର୍କକୁ ନେଇ ରାଜନୈତିକ କ୍ଷେତ୍ରରେ ଗ୍ରହଣ କରାଯାଉଥିବା ରଣନୀତିଗୁଡ଼ିକ ଏକ ସୁନ୍ଦର ପୃଥିବୀ ଲକ୍ଷ୍ୟରେ ଗ୍ରହଣ କରାଯିବା ଦରକାର। କିନ୍ତୁ ଦେଶ ଦେଶ ମଧ୍ୟରେ ଶକ୍ତି ବଢ଼ାଇବା ଓ କ୍ଷମତା ଜାହିର କରିବା ପାଇଁ ପ୍ରତିଯୋଗିତା ଚାଲିଛି। ସେମାନଙ୍କ ଇଚ୍ଛାକୁ ଅନ୍ୟମାନେ ଗ୍ରହଣ କରିବା ଏବଂ ସେମାନଙ୍କ ଉଦ୍ଦେଶ୍ୟକୁ ନିବିଘ୍ନରେ ଅନୁସରଣ କରିବାକୁ ବାଧ୍ୟ କରାଯାଉଛି ଓ ତାହା ଅନିବାର୍ଯ୍ୟ ହୋଇଯାଇଛି। ଯଦି ଗୋଟିଏ ଦେଶର ଅଧିକ କ୍ଷମତା ଅଛି ଓ ତା’ ବିରୋଧୀର କମ୍‌ କ୍ଷମତା ରହିବା ଉଚିତ ବୋଲି ସେହି ଦେଶ ଯଦି ଭାବେ ତେବେ ଏଭଳି ସିଦ୍ଧାନ୍ତର ବିଶ୍ୱ ନିଶ୍ଚିତ ଭାବେ ଏକ ସଂଘର୍ଷମୟ ବିଶ୍ୱ ହେବ। ଏଭଳି ସ୍ଥିତି ଦେଖିତ୍ବାକୁ ମିଳିଛି ଆମେରିକା ଓ ଚାଇନା କ୍ଷେତ୍ରରେ। ମହାଶକ୍ତି ଆମେରିକା କିମ୍ବା ବିକାଶଶୀଳ ଶକ୍ତି ଚାଇନା ମଧ୍ୟରେ ଆଞ୍ଚଳିକ ଏବଂ ବୈଶ୍ୱିକ ପ୍ରଭାବ ଲାଗି ଦୌଡ଼ ଚାଲିଛି।
ନିକଟରେ ଶିକାଗୋ ବିଶ୍ୱବିଦ୍ୟାଳୟର ଜନ୍‌ ମିର୍ଶ୍ଚିମେର ଏକ ପ୍ରବନ୍ଧରେ ଏହି ଦୃଷ୍ଟିକୋଣ ଉପରେ ବଳିଷ୍ଟ ଆଲେଖ୍ୟ ଉପସ୍ଥାପନ କରିଛନ୍ତି। ମିର୍ଶ୍ଚିମେର ଆମେରିକାର ବୈଦେଶିକ ବ୍ୟାପାର ସର୍ଭେରେ ଅନ୍ୟମାନଙ୍କ ସହ ରହିଥିଲେ। ଆମେରିକାର ନୀତି ଚାଇନା ପ୍ରତି ଅତି କଠୋର ଓ ବିରୋଧୀ ହେବା ଦରକାର ଭଳି ପ୍ରସ୍ତାବରେ ସେ ସମ୍ପୂର୍ଣ୍ଣ ଅସହମତ ଥିତ୍ଲେ। ସବୁ ମହାଶକ୍ତି, ସେ ଗଣତାନ୍ତ୍ରିକ ହୁଅନ୍ତୁ ବା ନ ହୁଅନ୍ତୁ, ଅନ୍ୟର କ୍ଷତି କରି କ୍ଷମତା ପ୍ରତିଯୋଗିତାରେ ମାତିବା ଉଚିତ ନୁହେଁ। ହେଲେ ଚାଇନା ତା’ଶକ୍ତି ବଢ଼ାଇବା ପାଇଁ ବାଧ୍ୟ ହେଉଛି ଓ ଆମେରିକା କିଛି ବିକଳ୍ପ ନ ପାଇ ତାହାକୁ ଅଟକାଇବାକୁ ଚେଷ୍ଟା କରୁଛି। ଏହି ଦୃଷ୍ଟିକୋଣ ଅର୍ଥନୀତିଜ୍ଞମାନଙ୍କ ପାଇଁ ଗ୍ରହଣୀୟ ହେଉନାହିଁ। ଆମେରିକା ଏବଂ ଚାଇନା ଏକାଠି ସମୃଦ୍ଧି ଲାଭ କରିପାରିବା ଭଳି ଏକ ସ୍ଥାୟୀ,ଶାନ୍ତ ଏବଂ ଅଧିକ ସହଯୋଗୀ ବିଶ୍ୱ ଉପରେ ବିଶ୍ୱାସ ରଖିଥିବା ବ୍ୟକ୍ତିମାନଙ୍କ ପାଇଁ ଆହ୍ବାନ ସୃଷ୍ଟି କରିଛି।
ମିର୍ଶ୍ଚିମେର ଓ ହାର୍ଭାର୍ଡ ବିଶ୍ୱବଦ୍ୟାଳୟର ମୋ ସହକର୍ମୀ ଷ୍ଟିଫେନ୍‌ ଓ୍ବାଲ୍ଟ ଉଭୟ ଅନ୍ତର୍ଜାତୀୟ ସମ୍ପର୍କର ବାସ୍ତବବାଦୀ ଓ ସିଦ୍ଧାନ୍ତବାଦୀ। ଆମେରିକାରେ ଖୋଲା ବଜାରର ଉଦାରୀକରଣର ଅବଧାରଣା ଏବଂ ବହୁପକ୍ଷୀୟ ଆଧାରର ନିୟମ ଚାଇନାକୁ ଆମ ଭଳି ଗଢି ତୋଳିବ ବୋଲି ସେମାନେ ଯେଉଁ ଯୁକ୍ତି ବାଢ଼ନ୍ତି ତାହା ସମ୍ପୂର୍ଣ୍ଣ ଠିକ୍‌। ଚାଇନା ସହ ସମ୍ପର୍କ ରଖିବା ପାଇଁ ଆମେରିକା ନୀତି ଚାଇନାକୁ ସମୃଦ୍ଧ କରିଥାଇପାରେ, କିନ୍ତୁ ଏହା ତାକୁ ଅଧିକ ଗଣତାନ୍ତ୍ରିକ କରିପାରିନାହିଁ କି ଶକ୍ତି ବଢ଼ାଇବାକୁ ଜାରି ରଖିଥିତ୍ବା ପ୍ରତିଯୋଗିତାରୁ କ୍ଷାନ୍ତ କରି ନାହିଁ। ଏହା ମଧ୍ୟ କମିବାର ସମ୍ଭାବନା ନାହିଁ। କିନ୍ତୁ ଭିନ୍ନ ଆର୍ଥିକ ଓ ରାଜନୈତିକ ବ୍ୟବସ୍ଥା ଏବଂ ସ୍ବାର୍ଥ ସମ୍ବଳିତ ରଣନୀତି ଆପଣାଇଥିବା ଚାଇନା ପାଶ୍ଚାତ୍ୟ ଦେଶଗୁଡ଼ିକ ସହ ସଂଘର୍ଷ କରିବା ଜରୁରୀ ବୋଲି ଜଣାପଡ଼ୁଛି କି? ସମ୍ଭବତଃ, ନା। କ୍ଷମତା ଦଖଲ କରିବା କେବଳ କଳ୍ପନା ଆଧାରିତ ଓ ତାହା ସ୍ପଷ୍ଟ ହେବା ଦରକାର ବୋଲି ବାସ୍ତବଦୀମାନେ ଯୁକ୍ତି କରନ୍ତି । ଦେଶଗୁଡ଼ିକ ସୁରକ୍ଷା ଓ ଅସ୍ତିତ୍ୱକୁ ପ୍ରାଥମିକତା ଦେଉଥିତ୍ବାବେଳେ ଏହି ଲକ୍ଷ୍ୟ ହାସଲ କରିବା ଓ କ୍ଷମତା ବଢ଼ାଇବା ମଧ୍ୟରେ ବିରାଟ ପ୍ରଭେଦ ରହିଛି। ଏ୍ୟତିହାସିକ ଷ୍ଟଫେନ୍‌ ଓ୍ବର୍‌ଦିମ୍‌ କହିଛନ୍ତି, ଆମେରିକାର ବୈଦେଶିକ ନୀତି ସବୁବେଳେ ଅନ୍ୟକୁ ବଳ ପ୍ରୟୋଗ କରି ନିୟନ୍ତ୍ରଣ କରିବା ଲାଗି ଉଦ୍ଦିଷ୍ଟ। ଏହା ଭ୍ରମାତ୍ମକ ତଥା ଅନ୍ୟକୁ ଉପେକ୍ଷା କରିବା ପାଇଁ ଅଭିପ୍ରେତ। ଏହାର ବିସ୍ତାରବାଦୀ ଦୃଷ୍ଟିକୋଣକୁ ‘ପୃଥକବାଦୀ’ ଭାବେ ଦେଖାଯାଉଛି। ହେଲେ ସାମ୍ପ୍ରତିକ ସଂଘର୍ଷରେ ଚାଇନାର ଆଞ୍ଚଳିକ ଅଖଣ୍ଡତା ଅପ୍ରତିଦ୍ୱନ୍ଦ୍ୱୀ ହୋଇ ରହିବ। ସୁରକ୍ଷା ପରେ ଘରୋଇ ଆର୍ଥିକ ସମୃଦ୍ଧି ଲକ୍ଷ୍ୟ ସହ ଶକ୍ତି ବଢ଼ାଇବା ପାଇଁ ତାକୁ ବିଶ୍ୱରେ କମ୍‌ ଦାଦାଗିରି କରିବାକୁ ପଡ଼ିବ ।
ବାସ୍ତବବାଦୀମାନେ ଜଣାଇଛନ୍ତି , ବିଶ୍ୱ ସ୍ତରୀୟ ଆଇନ୍‌ ଲାଗୁ କରିବାର ଅଭାବ ରହିଛି। ଏହା ମଧ୍ୟ ସତ। ଦେଶଗୁଡ଼ିକର ଆଇନ ପ୍ରଣୟନ କରିବାରେ ଇଚ୍ଛା ରହିଛି କିନ୍ତୁ ତାହାକୁ ଅନୁସରଣ କରିବାରେ କମ୍‌ ଆଗ୍ରହ ଦେଖାଯାଉଛି। ଏହି ନିୟମ ଅନୁଯାୟୀ ଦେଶଗୁଡ଼ିକ କାମ କରିବେ ବୋଲି ନିଶ୍ଚିତ କରାଯାଇପାରୁନାହିଁ। ଏହାଯୋଗୁ ସହଯୋଗ ପ୍ରକାଶ ପାଇବା କଷ୍ଟକର ହୋଇଯାଇଛି। ଏହା ମଧ୍ୟ ସମ୍ପୂର୍ଣ୍ଣ ଭାବେ ବିଶ୍ୱରେ ପ୍ରକାଶ ପାଇପାରୁନାହିଁ। ପରସ୍ପର ମଧ୍ୟରେ ଜିନିଷର ଆଦାନପ୍ରଦାନ ଓ ସୁବିଧା ସୁଯୋଗ ଯୋଗାଇଦେଲେ ପାରସ୍ପରିକ ସହଯୋଗ ବଢିବ ବୋଲି ବାସ୍ତବ ବିଶ୍ୱ ଅନୁଭବ କରେ। ଗେମ୍‌ ଥିଓରି ଓ ଗବେଷଣାରୁ ଏହି ମଧ୍ୟ ଜଣାପଡ଼ିଛି। ବାରମ୍ବାର ଆଲୋଚନା କରି ସହଯୋଗ ବଢ଼ାଇବା ପାଇଁ ତୃତୀୟ ପକ୍ଷର କୌଣସି ଆବଶ୍ୟକତା ନାହିଁ।
ଶେଷରେ ଏହା ମଧ୍ୟ ମତ ଯେ,ଅନିଶ୍ଚିତତା ଏବଂ ଅନ୍ୟ ଦେଶର ଉଦ୍ଦେଶ୍ୟକୁ ଭୁଲ ବୁଝିବା ଦ୍ୱାରା ବୃହତ୍‌ ତଥା ମାହାଶକ୍ତିମାନଙ୍କ ମଧ୍ୟରେ ଅନ୍ତର୍ଜାତୀୟ ସହଯୋଗର ଭବିଷ୍ୟତ ଜଟିଳ ହୋଇଯାଉଛି। ସେନା ହେଉ କି ଆର୍ଥିକ କ୍ଷେତ୍ରରେ ପ୍ରତିରକ୍ଷାମତ୍କ ପଦକ୍ଷେପଗୁଡ଼ିକୁ ବିପଦ ଭାବେ ଦେଖାଯାଉଛି ।
କିନ୍ତୁ ଏହି ସମସ୍ୟାକୁ ମଧ୍ୟ କମ୍‌ କରାଯାଇପାରିବ ବୋଲି ଓ୍ବାଲ୍ଟ ଏବଂ ମୁଁ ଯୁକ୍ତି ଦର୍ଶାଇଛୁ। ସର୍ଜନାମତ୍କ ତଥା ସଂସ୍ଥାଗତ ସଂରଚନା ବା ଯୋଜନା ଏଥିତ୍ରେ କିଛି ପରିବର୍ତ୍ତନ ଆଣିପାରିବ କି ନାହିଁ ତାହାକୁ ନେଇ ମିର୍ଶ୍ଚିମେର ସନ୍ଦେହରେ ଅଛନ୍ତି। ସେ କହନ୍ତି, ଆମେରିକା ଓ ଚାଇନା ଭଳି ମହାଶକ୍ତି ମଧ୍ୟରେ ଶତ୍ରୁତାକୁ ଯୋଜନାବଦ୍ଧ ଭାବେ ସୃଷ୍ଟି କରାଯାଇଛି। ଅର୍ଥାତ ଏହି ସମସ୍ୟା ଚତୁର ନୀତି ନିର୍ଦ୍ଧାରଣ ଦ୍ୱାରା ଦୂର ହୋଇପାରିବ ନାହିଁ। ଜଟିଳ ବ୍ୟବସ୍ଥାରେ ଢାଞ୍ଚାଗତ ନୀତି ଏକ ସମ୍ପୂର୍ଣ୍ଣ ସମନ୍ବୟ ସ୍ଥିତି ନିଶ୍ଚିତ କରିପାରିବ ନାହିଁ, ଯେଉଁଠି ଜାତୀୟ ସ୍ବାର୍ଥ ଓ ନିର୍ଦ୍ଦିଷ୍ଟ ରଣନୀତିକୁ ଗ୍ରହଣ କରାଯାଇଥିତ୍ବ। ବୃହତ ଶକ୍ତି ମଧ୍ୟରେ ସଂଘର୍ଷ ଏକ ସଦ୍‌ଭାବ ଓ ପ୍ରେମମୟ ବିଶ୍ୱକୁ ବାହାରେ ରଖିବ। ଏଭଳି ଏକ ସଂଘର୍ଷ ବିଶ୍ୱ ଲାଗି ଜରୁରୀ ନୁହେଁ। ଏଭଳି ସଂର୍ଘଷ ଆମ ଭାଗ୍ୟ ନିର୍ଦ୍ଧରଣ କରିବ ନାହିଁ। ଏହାକୁ ରୋକାଯାଇପାରିବ ଓ ଆମକୁ ଏକ ସୁନ୍ଦର ପୃଥିବୀ ଲାଗି କାର୍ଯ୍ୟ ଜାରି ରଖିବାବୁ ପଡ଼ିବ।
ପ୍ରଫେସର, ଇଣ୍ଟରନ୍ୟାଶନାଲ୍‌ ପଲିଟିକାଲ ଇକୋନୋମୀ, ଜନ୍‌ ଏଫ୍‌ କେନେଡୀ ସ୍କୁଲ ଅଫ୍‌ ଗଭର୍ନମେଣ୍ଟ, ହାଭାର୍ଡ ୟୁନିଭର୍ସିଟି


Enter your email to get our daily news in your inbox.

All Right Reserved By Dharitri.Com

ଦେଶଭକ୍ତି ଚିନ୍ତା

ଆମ ଦେଶରେ ଜାତୀୟତାବାଦର ଅତ୍ୟଧିକ ଚାହିଦା ରହିଛି, ହେଲେ ସବୁବେଳେ ଏଠାରେ ଏହାର ଅଭାବ ଥିବା ମନେହୁଏ। ମୋ ଜୀବନରେ ଅତିବାହିତ ସବୁ ଦଶନ୍ଧିରେ ‘ବନ୍ଦେ ମାତରମ୍‌’କୁ…

ମୁଁ ଗୋଟିଏ ଗାଈ

ହାଁ ହାଁ ବାଇମନ… ରୁହ ରୁହ…! ଶୀର୍ଷକଟିକୁ ପଢ଼ି ଦେଇ ପିଲାବେଳର ରଚନା ଭାବି ଆଖି ବୁଲାଇ ନିଅନ୍ତୁନି! ଯେମିତି ଆପଣଙ୍କର ପିଲାବେଳ ଆଉ ନାହିଁ! ସେମିତି…

ଆମକୁ ଯାହା ଲଜ୍ଜା ନାହିଁ

ଅମ ଓଡ଼ିଶା ଭାଷା, ସାହିତ୍ୟ, ସଂସ୍କୃତି, ଚଳଣି, ଆମ ଖାଦ୍ୟ, ଆମ ବିଚାରଧାରା ସବୁଠି ବର୍ତ୍ତମାନ ଅନୁପ୍ରବେଶର ଉପଦ୍ରବ। ଏସବୁ ଭିତରେ ଊଣା ଅଧିକେ ହଜିବାକୁ ବସିଲାଣି…

ବିକଳ୍ପ ଶେଷ

ବର୍ଷ ବର୍ଷ ଧରି ସିଭିଲ ସର୍ଭିସ ପରୀକ୍ଷାରେ ବ୍ୟବସ୍ଥାଗତ ତ୍ରୁଟି ରହିଥିଲା। ପରୀକ୍ଷାରେ ପାସ୍‌ କରି ଆଇଏଏସ୍‌ କିମ୍ବା ଆଇଏଫ୍‌ଏସ୍‌ରେ ପ୍ରବେଶ କଲେ ମଧ୍ୟ ସେମାନେ ଭଲ…

ଏଇ ଭାରତରେ

ସୁନ୍ଦରବନର ଏକ ଗାଁର ଲୋକେ ଜୀବନ-ଜୀବିକା ସଂଘର୍ଷରେ ବିଜୟୀ ହୋଇଛନ୍ତି। ପଶ୍ଚିମବଙ୍ଗ ସନ୍ଦେଶ୍‌ଖାଲି ବ୍ଲକ ଜେଲିଆଖଲି ଗାଁକୁ ଅନେକ ଛୋଟ ନଦୀ ଘେରିରହିଛି। କୋଲ୍‌କାତାଠାରୁ ୭୨ କି.ମି.…

ରେଡିଓ: ମନର କଥା କହେ

ରେଡିଓ ଆମ ଜୀବନରେ ଏକ ଅବିଚ୍ଛେଦ୍ୟ ଅଙ୍ଗ ହୋଇରହିଛି। ସେ ସୂଚନା ପ୍ରସାରଣ ହେଉ କି ଆନନ୍ଦ ପ୍ରଦାନ, ରେଡିଓ ସବୁବେଳେ ଆମ ସାଥିରେ ରହିଛି। ମନେପଡୁଛି…

ଆସ୍ଥାର ବଜାରୀକରଣ

ଭାରତୀୟ ସଂସ୍କୃତିର ପ୍ରାଣକେନ୍ଦ୍ର ହେଉଛି ଆଧ୍ୟାତ୍ମିକତା। ଏଠାରେ ଦେବଦେବୀମାନେ କେବଳ ପୂଜାପାଠର ମାଧ୍ୟମ ନୁହନ୍ତି, ବରଂ ସେମାନେ ଆମ ଜୀବନଶୈଳୀ, ସଂସ୍କାର ଏବଂ ନୈତିକତାର ପ୍ରତୀକ। ହିନ୍ଦୁ…

ଏକତରଫା ମୂଲଚାଲ

ଦୁଇଦଶନ୍ଧିରୁ ଅଧିକ ସମୟ ଧରି ଭାରତକୁ ଏକ ନିରପେକ୍ଷ ଭାଗୀଦାରି ଭାବେ ଆମେରିକା ବିବେଚନା କରିଆସିଛି। ଭାରତର ବିକାଶଶୀଳ ଶକ୍ତି, ଦକ୍ଷତାସମ୍ପନ୍ନ ମିଲିଟାରି ଏବଂ ଗଣତାନ୍ତ୍ରିକ ପରିଚୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri