ଉତ୍ତର ଓଡ଼ିଶାରେ ପ୍ରବଳ ବର୍ଷା: ସୁବର୍ଣ୍ଣରେଖାରେ ବଡ଼ ବନ୍ୟା

ଭୁବନେଶ୍ୱର,୨୨।୮(ବ୍ୟୁରୋ): ପଶ୍ଚିମ ଓ ଉପକୂଳ ଓଡ଼ିଶାରେ ଭୟଙ୍କର ବନ୍ୟା ପରେ ଏବେ ଉତ୍ତର ଓଡ଼ିଶା ପାଇଁ ବିପଦ ସୃଷ୍ଟି ହୋଇଛି। ଝାଡ଼ଖଣ୍ଡରେ ପ୍ରବଳ ବର୍ଷା ଯୋଗୁ ଗାଲୁଡିହ ବ୍ୟାରେଜରୁ ୬ଲକ୍ଷ କ୍ୟୁସେକ ପାଣି ଆସୁଛି। ଏହା ଫଳରେ ସୁବର୍ଣ୍ଣରେଖା ଅବବାହିକାରେ ବନ୍ୟା ଆସିଛି। ସୁବର୍ଣ୍ଣରେଖା ଜାମଶୋଳାଘାଟଠାରେ ୫୩.୩୪ମିଟର ଉଚ୍ଚରେ ଜଳପତ୍ତନ ରହିଛି। ଏହା କ୍ରମଶଃ ବୃଦ୍ଧି ପାଉଛି। ଜାମଶୋଳା ଘାଟରେ ସୁବର୍ଣ୍ଣରେଖା ଏବେ ବିପଦ ସଂକେତ ଠାରୁ ୪ମିଟର ଉପରେ ରହିଛିି। ତେଣୁ ଏହା ବଡ଼ ବନ୍ୟାର ରୂପ ନେବା ଆଶଙ୍କା ବଢ଼ିଛି ବୋଲି ସ୍ବତନ୍ତ୍ର ରିଲିଫ କମିଶନର(ଏସ୍‌ଆର୍‌ସି) ପ୍ରଦୀପ ଜେନା କହିଛନ୍ତି। ରବିବାର ରାଜ୍ୟରେ ବନ୍ୟା ସ୍ଥିତି ସମ୍ପର୍କରେ ସୂଚନା ଦେଇ ଜେନା କହିଛନ୍ତି ଯେ, ୨୦୦୮ରେ ସୁବର୍ଣ୍ଣରେଖାରେ ସବୁଠୁ ବଡ଼ ବନ୍ୟା ଆସିଥିବା କୁହାଯାଉଥିବା ବେଳେ ଏଥର ତା’ଠାରୁ ଅଧିକ ପ୍ରଭାବ ପଡ଼ିବ। ମୟୂରଭଞ୍ଜର କିଛି ସ୍ଥାନ, ବାଲେଶ୍ୱରର ବାଲିଆପାଳ, ଭୋଗରାଇ, ଜଳେଶ୍ୱର ଓ ବସ୍ତା ବ୍ଲକ ପ୍ରଭାବିତ ହେବ। ଏସବୁ ଅଞ୍ଚଳରେ ବନ୍ୟାର ପ୍ରକୋପ ଅଧିକ ରହିବ।

ଏହାର ପ୍ରଭାବ ସୋମବାର ସନ୍ଧ୍ୟା ପର୍ଯ୍ୟନ୍ତ ପଡ଼ିବ। ଏହାକୁ ଦୃଷ୍ଟିରେ ରଖି ବାଲେଶ୍ୱର ଓ ମୟୂରଭଞ୍ଜ ଜିଲାରେ ଏନ୍‌ଡିଆର୍‌ଏଫ୍‌, ଓଡ୍ରାଫ ଓ ଅଗ୍ନିଶମ ବାହିନୀର ୪୦ ଟିମ୍‌ ମୁତୟନ ହେବେ ବୋଲି ଏସ୍‌ଆର୍‌ସି ସୂଚନା ଦେଇଛନ୍ତି। ବନ୍ୟାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ମନ୍ତ୍ରୀ ପ୍ରତାପ ଦେବଙ୍କୁ ଉକ୍ତ ଅଞ୍ଚଳକୁ ପଠାଇଛନ୍ତି। ସେ ସମସ୍ତ ଜନ ପ୍ରତିନିଧିମାନଙ୍କୁ ନେଇ ସ୍ଥିତିର ମୁକାବିଲା ଦିଗରେ କାମ କରୁଛନ୍ତି। ବନ୍ୟା ଯୋଗୁ ବାଲେଶ୍ୱର ଜିଲାରେ ୧.୧୫ ଲକ୍ଷ ଲୋକ ପ୍ରଭାବିତ ହୋଇଥିବା ଯୁଗ୍ମ ଏସ୍‌ଆର୍‌ସି ପଦ୍ମନାଭ ବେହେରା କହିଛନ୍ତି।
ଆଖୁଆପଦାରେ ବୈତରଣୀ ବିପଦ ସଙ୍କେତ ଉପରେ ରହିଛି। ଆଖୁଆପଦାରେ ଜଳପତ୍ତନ ୧୮.୯୯ମିଟର ରହିଥିବା ବେଳେ ଏହା ବୃଦ୍ଧି ପାଉଛି। ବୈତରଣୀ ପାଇଁ ଯାଜପୁର ଓ ଭଦ୍ରକ ଜିଲାକୁ ଆଲର୍ଟରେ ରଖିଛୁ। ବ୍ରାହ୍ମଣୀ ଉପରେ ମଧ୍ୟ ତୀକ୍ଷ୍ଣ ନଜର ରହିଥିବା ଏସ୍‌ଆର୍‌ସି କହିଛନ୍ତି। ସେହିପରି ଶିମିଳିପାଳରେ ପ୍ରବଳ ବର୍ଷା ଯୋଗୁ ବୁଢ଼ାବଳଙ୍ଗ ନଦୀରେ ବନ୍ୟା ଆସିଛି। ବର୍ତ୍ତମାନ ପର୍ଯ୍ୟନ୍ତ ବୁଢ଼ାବଳଙ୍ଗ ବିପଦ ସଙ୍କେତ ଅତିକ୍ରମ କରିନାହିଁ। କିଛି ସ୍ଥାନରେ ଏହାର ଜଳସ୍ତର ଖସିବା ଆରମ୍ଭ କରିଛି। କାଣୀ ନଦୀରେ ହୋଇଥିବା ଘାଇର ମରାମତି ହୋଇପାରି ନ ଥିଲା। ତେଣୁ ପୁଣି ବନ୍ୟା ଆସିବାରୁ ସେଠାରେ ପାଣି ପଶିବା ଆରମ୍ଭ ହୋଇଯାଇଛି।
ଅପରପକ୍ଷେ ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ହାରାହାରି ୧୫.୩ ବୃଷ୍ଟିପାତ ରେକର୍ଡ କରାଯାଇଛି। ରବିବାର ଅପରାହ୍ନ ସୁଦ୍ଧା ହୀରାକୁଦର ଜଳପତ୍ତନ ୬୨୧.୨୬ ଫୁଟ ରହିଛି। ଜଳଭଣ୍ଡାରକୁ ପ୍ରତି ସେକେଣ୍ଡରେ ୧ଲକ୍ଷ ୬୮ହଜାର ୪୫୧ କ୍ୟୁସେକ ଜଳ ପ୍ରବେଶ କରୁଛି। ପ୍ରତି ସେକେଣ୍ଡରେ ଜଳଭଣ୍ଡାରରୁ ୧ଲକ୍ଷ ୨୦ହଜାର ୧୭୧ କ୍ୟୁସେକ ଜଳ ନିଷ୍କାସିତ ହେଉଛି। ଖଇରମାଳଠାରେ ୩ଲକ୍ଷ ୬୫ହଜାର କ୍ୟୁସେକ, ବଡ଼ମୂଳଠାରେ ୫ଲକ୍ଷ ୭୬ହଜାର କ୍ୟୁସେକ, ମୁଣ୍ଡଳୀଠାରେ ୮ଲକ୍ଷ ୬୦ହଜାର କ୍ୟୁସେକ ଜଳ ପ୍ରବାହିତ ହେଉଛି। ମୁଣ୍ଡଳୀ ସମେତ ମହାନଦୀର ସବୁ ସ୍ଥାନରେ ଜଳପତ୍ତନ କ୍ରମଶଃ ହ୍ରାସ ପାଉଛି।
ମିଳିଥିବା ସୂଚନାନୁସାରେ, ଏବେ ସୁଦ୍ଧା ୧୩ ଜିଲାର ୭୩ ବ୍ଲକ ୬୦୯ ପଞ୍ଚାୟତର ୨,୨୩୮ ଗ୍ରାମ ପ୍ରଭାବିତ ହୋଇଛି। ରାଜ୍ୟର ୭୬୮ ଗ୍ରାମ ଜଳ ଘେରରେ ରହିଥିବା ବେଳେ ୫ଲକ୍ଷ ୪୫ହଜାର ଲୋକ ଜଳବନ୍ଦୀରେ ରହିଛନ୍ତି। ଏସବୁ ଅଞ୍ଚଳର ୩୨୪ ରିଲିଫ କେନ୍ଦ୍ରରେ ୧ଲକ୍ଷ ୨୪ହଜାର ଲୋକଙ୍କୁ ରନ୍ଧା ଖାଦ୍ୟ ଦିଆଯାଉଛି। ବନ୍ୟା ପ୍ରଭାବରେ ୫ଲକ୍ଷ ୬୧ହଜାର ୪୧୮ ବିଦ୍ୟୁତ ଉପଭୋକ୍ତା କ୍ଷତିଗ୍ରସ୍ତ ହୋଇଥିବା ବେଳେ ସେଥିମଧ୍ୟରୁ ୫ଲକ୍ଷ ୨୧ହଜାର ୫୬୦ ଉପଭୋକ୍ତାଙ୍କୁ ବିଦ୍ୟୁତ ସଂଯୋଗ ଦିଆଯାଇସାରିଛି। ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ୧୮୫ ମେଡିକାଲ ରିଲିଫ କେନ୍ଦ୍ର ଖୋଲା ଯିବା ସହ ୧୧୫ ଭ୍ରାମ୍ୟମାଣ ସ୍ବାସ୍ଥ୍ୟ ଚିକିତ୍ସା ଟିମ୍‌ ମୁତୟନ ହୋଇଛି। ଏହି ସମୟରେ ୭,୩୦୦ ସାଧାରଣ ରୋଗର ଚିକିତ୍ସା ହୋଇଥିବାବେଳେ ୧୨ ସାପ କାମୁଡ଼ା ଘଟଣାର ଚିକିତ୍ସା କରାଯାଇଥିବା ଏସ୍‌ଆର୍‌ସିଙ୍କ ପକ୍ଷରୁ ସୂଚନା ଦିଆଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଦମଦାର ବିଜୟ ସହ ସିଜିନ୍‌ ଆରମ୍ଭ କଲା ରାଜସ୍ଥାନ ରୟାଲ

ଗୁଆହାଟୀ,୩୦।୩: ରାଜସ୍ଥାନ ରୟାଲ୍ସ ଏକ ଦମଦାର ବିଜୟ ସହିତ IPL 2026 ସିଜିନ ଆରମ୍ଭ କରିଛି। ଗୁଆହାଟୀରେ ଖେଳାଯାଇଥିବା ସେମାନଙ୍କର ପ୍ରଥମ ମ୍ୟାଚରେ ରାଜସ୍ଥାନ ରୟାଲ୍ସ ସମ୍ପୂର୍ଣ୍ଣ…

ଅଙ୍ଗନୱାଡ଼ି ସୁପରଭାଇଜରଙ୍କ ବଦଳି ଦାବିରେ ଧାରଣା: ପ୍ରଶାସନର ଏଭଳି ପ୍ରତିଶ୍ରୁତି ପରେ ହଟିଲା…

ଦେବଗଡ଼, ୩୦।୩ (ଶଶାଙ୍କ ଶେଖର ଝାଙ୍କର): ଦେବଗଡ଼ ଜିଲା ରିଆମାଳ ବ୍ଲକ ଅଙ୍ଗନୱାଡ଼ି ସୁପରଭାଇଜରଙ୍କ ବଦଳି ଦାବିରେ ଅଙ୍ଗନୱାଡି କର୍ମୀ ବ୍ଲକ ସମ୍ମୁଖରେ ଦେଉଥିବା ଧାରଣାସ୍ଥଳରେ ସୋମବାର…

୧୫ କିଲୋ ଗଞ୍ଜେଇ ସହ ଯୁବକଙ୍କୁ ବାନ୍ଧିଲା ପୋଲିସ

ନନ୍ଦପୁର,୩୦।୩( ତୁଷାର କାନ୍ତ ମହାନ୍ତି): ନନ୍ଦପୁର ଅବକାରୀ ଦଳ ସୋମବାର ଜଣେ ଯୁବକଙ୍କୁ ୧୫ କିଲୋ ୨୦୦ ଗ୍ରାମ ଗଞ୍ଜେଇ ସହ ଗିରଫ କରିଛି। ନନ୍ଦପୁର ଅଞ୍ଚଳରୁ…

ଡାକ୍ତରଙ୍କ ପାଖକୁ ଯାଆନ୍ତୁ ନିଶିକାନ୍ତ ଦୁବେ: ବର୍ଷିଲେ ନବୀନ

ଭୁବନେଶ୍ୱର, ୩୦।୩: ଏମ୍‌ପି ନିଶିକାନ୍ତ ଦୁବେଙ୍କ ଦ୍ୱାରା ବିଜୁ ବାବୁଙ୍କ ବାବଦରେ ରବିବାର ରଖାଯାଇଥିବା ବିବୃତ୍ତି ଶୁଣି ଆଶ୍ଚର୍ଯ୍ୟ ହେଲି। ତାଙ୍କର ଏଭଳି ମନ୍ତବ୍ୟକୁ ନିନ୍ଦା କରୁଛି।…

ହଠାତ୍‌ ଭାରସାମ୍ୟ ହରାଇ ଷ୍ଟ୍ରିଟଲାଇଟ ଖୁଣ୍ଟକୁ ଧକ୍କା ଦେଲା କାର୍‌: ଘଟଣାସ୍ଥଳରେ…

ଦେବଗଡ,୩୦ା୩(ଶଶାଙ୍କ ଶେଖର ଝାଙ୍କର): ସୋମବାର ଅପରାହ୍ନରେ ଦେବଗଡ ପୌରାଞ୍ଚଳ ମୋହିନୀପୁର ଛକ ନିକଟସ୍ଥ ୫୩ ନମ୍ବର ଜାତୀୟ ରାଜପଥରେ ଏକ କାର୍‌ ଦୁର୍ଘଟଣାଗ୍ରସ୍ତ ହୋଇଥିବା ଜଣାପଡିଛି ।…

ଅପସାରିତ ପୌରାଧ୍ୟକ୍ଷାଙ୍କୁ ପୁନଃ ଅବସ୍ଥାପିତ ପାଇଁ ହାଇକୋର୍ଟଙ୍କ ନିର୍ଦ୍ଦେଶ, ତୁରନ୍ତ…

ଦେବଗଡ,୩୦ା୩(ଶଶାଙ୍କ ଶେଖର ଝାଙ୍କର): ୨୦୨୫ ଜାନୁଆରୀ ୨୮ ତାରିଖରେ ରାଜ୍ୟ ସରକାରଙ୍କ ଦ୍ୱାରା ଗାଦିଚ୍ୟୁତ ହୋଇଥିବା ଦେବଗଡ ପୌର ପରିଷଦ ଅଧ୍ୟକ୍ଷା ଶାନ୍ତି ମଞ୍ଜରୀ ଦେଈଙ୍କୁ ଏହି…

ବିଜୁ ପଟ୍ଟନାୟକଙ୍କ ଉପରେ ଅସମ୍ମାନଜନକ ମନ୍ତବ୍ୟକୁ ନେଇ ମୁହଁ ଖୋଲିଲେ ବୈଜୟନ୍ତ ପଣ୍ଡା: କହୁ କହୁ କହିଦେଲେ…

ଭୁବନେଶ୍ୱର,୩୦।୩: ଭାଜପା ଏମ୍‌ପି ନିଶିକାନ୍ତ ଦୁବେ ସ୍ବର୍ଗତଃ ବିଜୁ ପଟ୍ଟନାୟକଙ୍କୁ ଉପରେ ଦେଇଥିବା ମନ୍ତବ୍ୟକୁ ନେଇ ରାଜନୀତି ଜୋର ଧରିଛି। ବିଜୁ ବାବୁଙ୍କ ପ୍ରତି ମନ୍ତବ୍ୟ ନେଇ…

ଅନ୍ତର୍ଜାତୀୟ ବଡ଼ି ଲିଫ୍ଟ ପ୍ରତିଯୋଗିତାରେ ଦିଗପହଣ୍ଡିର ଶଙ୍କର ପୁରସ୍କୃତ, ଚାରିଆଡୁ ଛୁଟୁଛି ଶୁଭେଚ୍ଛା

ଦିଗପହଣ୍ଡି,୩୦।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏନଏସି ୩ ନଂ ୱାର୍ଡ ନୂଆସାହିରେ ରହୁଥିବା ନନ୍ଦୁ ଓରଫ ଶଙ୍କର ବେହେରା ଅନ୍ତର୍ଜାତୀୟ ବଡି ଲିଫ୍ଟ ପ୍ରତିଯୋଗିତାରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri