ଆକାଶରୁ ଖସିଲା ବଡ଼ ନିଆଁ ହୁଳା: ଲୋକେ ଆତଙ୍କିତ

ବେଜିଂ,୨୪।୧୨: ଦକ୍ଷିଣ ଚାଇନାରେ ଆକାଶରୁ ବଡ଼ ନିଆଁ ହୁଳା ପଡ଼ିଛି। ଏନେଇ ସ୍ଥାନୀୟ ଲୋକ ଆତଙ୍କିତ ହୋଇପଡ଼ିଛନ୍ତି। ଏହା ଏକ ବଡ଼ ଉଲ୍‌କା ପିଣ୍ଡ ହୋଇପାରେ ବୋଲି ସ୍ଥାନୀୟ ଗଣମାଧ୍ୟମ ସଂସ୍ଥା ପକ୍ଷରୁ ସୂଚନା ଦିଆଯାଇଛି। ବୁଧବାର ସକାଳ ୭ଟା ୨୫ରେ ସମୟରେ ଏଭଳି ଘଟଣା ଘଟିଥିଲା। ଏହାର ୧୮ ସେକେଣ୍ଡର ଏକ ଭିଡ଼ିଓ ଏବେ ସୋସିଆଲ୍‌ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି। ନାଗକ୍ୱିଆନ୍‌ କାଉଣ୍ଟି ଏବଂ ୟୁସୁ କାଉଣ୍ଟିରେ ଏଭଳି ଘଟିଛି। ଏନେଇ ଅଧିକ ତଦନ୍ତ ଜାରି ରହିଥିବା ଗଣମାଧ୍ୟମ ସଂସ୍ଥା ଡେଲି ମେଲ୍‌ ପକ୍ଷରୁ କୁହାଯାଇଛି।

Share