ଅଧା ପୃଥିବୀ ବୁଲି ରେକର୍ଡ କଲା ଗ୍ରେ ହ୍ବେଲ୍‌…

ଓ୍ବିଣ୍ଡ୍‌ହୋକ୍‌,୧୦।୬: ପୃଥିବୀର ବୃହତ୍‌ ସ୍ତନ୍ୟପାୟୀ ପ୍ରାଣୀ ଅଧା ପୃଥିବୀ ବୁଲି ଏବେ ରେକର୍ଡ କରିଛି। ଏହି ହେଉଛି ଏକ ଗ୍ରେ ହ୍ବେଲ୍‌(ଧୂସର ତିମି)। ଇତିମଧ୍ୟରେ ତିମିଟି ୨୦ ହଜାର କିଲୋମିଟର ସମୁଦ୍ରରେ ବୁଲି ସାରିଲାଣି। ୨୦୧୩ରେ ଏହି ତିମିକୁ ଆଫ୍ରିକାର ନାମ୍ବିଆ ସମୁଦ୍ର ଉପକୂବର୍ତ୍ତୀ ଅଞ୍ଚଳରେ ଦେଖିବାକୁ ମିଳିଥିଲା। ଆଟଲାଣ୍ଟିକ୍‌ ସାଗରର ଥଣ୍ଡାପାଣିରେ ଏହି ପ୍ରଜାତିର ତିମି ବାସ କରନ୍ତି। ଏହି ପ୍ରଜାତିର ବାୟୋଲୋଜିକାଲ ନାମ ହେଉଛି ଏସ୍କ୍ରିଚିୟସ୍‌ ରୋବଷ୍ଟସ୍‌। ତିମିଟି ଉତ୍ତର ପ୍ରଶାନ୍ତ ମହାସାଗରରେ ସୃଷ୍ଟି ହୋଇଥିବା ସମ୍ପର୍କରେ ବ୍ରିଟେନ୍‌ର ଡରହମ ବିଶ୍ୱବିଦ୍ୟାଳୟର ପ୍ରଫେସର ରସ୍‌ ହୋଲ୍‌ଜେଲ୍‌ କହିଛନ୍ତି। ତିମିର ନମୁନା ପରୀକ୍ଷା କରି ଏହା ଜଣାପଡ଼ିଥିବା ସେ କହିଛନ୍ତି।କ ଏହା ଏକ ଅଣ୍ଡିରା ତିମି। ପୃଥିବୀର ପରିଧି ୪୦ ହଜାର କିଲୋମିଟର ଅଧିକ ଥିବାବେଳେ ତିମିଟି ଏହାର ଅଧା ଅତିକ୍ରମ କରିସାରିଛି। ଏହା ପୂର୍ବରୁ ଏକ ବ୍ଲୁ ହ୍ବେଲ୍‌ ୭ ହଜାର କିଲୋମିଟର ଅତିକ୍ରମ କରିଥିଲା।

Share