କ୍ୟାନ୍‌ସର ଆଶଙ୍କା କମାଏ ଅଙ୍ଗୁର

ଅଙ୍ଗୁରରେ ଭିଟାମିନ୍‌ ସି ଓ କେ, କପର, ପଟାସିୟମ୍‌, ମ୍ୟାଗ୍ନେସିୟମ୍‌ ପ୍ରଚୁର ପରିମାଣରେ ରହିଛି। ଏହା ଆମ ସ୍ବାସ୍ଥ୍ୟ ପାଇଁ ବେଶ୍‌ ଉପକାରୀ। ଅଙ୍ଗୁରରେ ଆଣ୍ଟି ଅକ୍ସିଡ଼ାଣ୍ଟର ମାତ୍ରା ଅଧିକ ରହିଛି। ଏହାର ମଞ୍ଜି ଓ ଚୋପାରେ ଅଧିକ ଭିଟାମିନ୍ସ ରହିଛି। ଏହା ଖାଇବା ଦ୍ୱାରା ଆମଠାରେ ଦେଖାଯାଉଥିବା ବିଭିନ୍ନ ଦୀର୍ଘକାଳୀନ (କ୍ରନିକ) ରୋଗ – ଡାଇବେଟିକ୍ସ, କ୍ୟାନ୍‌ସର, ହାର୍ଟ ଆଟାକ୍‌ ଆଦି ହେବାର ଆଶଙ୍କା ଅନେକାଂଶରେ କମ୍‌ ଥାଏ। ଏଥିରେ ରେସ୍‌ଭେରାଟୋଲ୍‌ ନାମକ ଏକ ଉପାଦାନ ରହିଛି ଯାହା କ୍ୟାନସର ଭୂତାଣୁ ସହ ଲଢ଼ିବାର କ୍ଷମତା ରଖିଛି ବୋଲି ସିଡନୀ ୟୁନିଭର୍ସିଟିର ବିଶେଷଜ୍ଞମାନେ ପ୍ରକାଶ କରିଛନ୍ତି। ଅଙ୍ଗୁରର ଆଉ ଏକ ଉପକାରୀ ଗୁଣ ରହିଛି। ଏହା ଶରୀରରେ କୋଲେଷ୍ଟୋରଲ୍‌ର ମାତ୍ରାକୁ ବି କମାଇଦିଏ। ଅଙ୍ଗୁରରେ ଥିବା ଲୁଟେନ୍‌, ଜିଜାନ୍‌ଥିନ୍‌ ଉପାଦାନଗୁଡ଼ିକ ଦୃଷ୍ଟି ଶକ୍ତି ପାଇଁ ବେଶ୍‌ ଉପକାରୀ। ଏହାକୁ ନିୟମିତ ଖାଇଲେ ତାହା ଆମର ସ୍ମରଣ ଶକ୍ତି ବଢ଼ାଇବାରେ ସାହାଯ୍ୟ କରେ।